');}

Posts by: admin

ଦୁସରା ବନବାସ

ମୂଳ ରଚନା:ଭାଷା ଉର୍ଦ୍ଦୁ ଦୁସରା ବନବାସ କୈଫୀ ଆଜମୀ ରାମ ବନବାସ ସେ ଜବ ଲୈାଟକର ଘର ମେଁ ଆୟେ ୟାଦ୍ ଜଂଗଲ ବହୁତ ଆୟା ଜୋ ନଗର ମେଁ ଆୟେ ରକ୍ସେ ଦୀବାନଗୀ ଆଂଗନ ମେଁ ଜୋ ଦେଖା ହୋଗା ଛହ ଦିସମ୍ବର କୋ ଶ୍ରୀରାମ ନେ ସୋଚା ହୋଗା ଇତନେ ଦୀବାନେ କହାଁ ସେ ମେରେ ଘର ମେଁ ଆୟେ ଜଗମଗାତେ ଥେ ଜହାଁ ରାମ କେ କଦମୋଂ କେ ନିଶାଂ ପ୍ୟାର କି […]

ଶୁଭ ସନ୍ଧ୍ୟା

୨୩ନଭେମ୍ବର ୨୦୦୧, ଶହୀଦ ଭବନ ନବକୃଷ୍ଣ ଚୋଧୁରୀ ଜନ୍ମ ଶତବାର୍ଷିକୀ କମିଟି ତରଫରୁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆଜି ଏକ ପବିତ୍ର ଦିବସ । ନବବାବୁ ବଞ୍ଚିଥିଲେ ଶତାୟୁ ହୋଇଥାନ୍ତେ । ନବବାବୁଙ୍କର ଉକ୍ରଟ ପ୍ରଚାର ବିମୁଖ ଚରିତ୍ର ସହିତ ଯେଉଁମାନେ ପରିଚିତ ସେମାନେ ସ୍ୱୀକାର କରିବେ ଯେ ଏ’ଭଳି ସମାରୋହକୁ ସେ କଦାପି ପସନ୍ଦ କରିପାରି ନଥାନ୍ତେ । ଏହାହିଁ ବୋଧହୁଏ କାରଣ ଯେ ନବବାବୁଙ୍କର ନୂତନ ଓଡିଶା ଗଠନରେ ଗଠନମୂଳକ ଭୂମିକା ତାଙ୍କ […]

ଗେହ୍ଲା ମନମୋହନ

ବହୁ ପ୍ରତୀକ୍ଷା ପରେ ପିଲାଟିଏ ହେଲେ, ସେ ଘରେ ସବୁଠାରୁ ଗେହ୍ଲା ହୋଇଥାଏ । କାରଣ ତା’ର ଆବିର୍ଭାବରେ ଗୃହଲକ୍ଷୀ୍ମର ବନ୍ଧ୍ୟାଦୋଷ ଯେ କଟିଗଲା ! ଆଉ ପୁଅ ହୋଇଥିଲେ କଥା କହିଲେ ନସରେ । ବଂଶ ରକ୍ଷାର ପ୍ରତିଶୃତି ତା ଦେହରୁ ଝଟକୁଥାଏ ପରା ! ପରିବାରରେ ଯଦି ସମସ୍ତେ କଳା, ତାହାଲେ ତାଙ୍କ ଭିତରେ ଯିଏ ସବୁଠାରୁ କମ୍ କଳା ସେ ହିଁ ଗେହ୍ଲା ହୋଇଥାଏ । ପରିବାରର ସବୁପିଲା ଗେହ୍ଲା ହୋଇ ପାରନ୍ତି […]

ସାହିତ୍ୟିକର ପ୍ରତିବାଦ

ବୀରେନ୍ଦ୍ର ନାୟକ ପୁରସ୍କାର ଫେରାଇବାର ହେତୁ ଗତ କିଛି ଦିନ ହେବ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ବିଭିନ୍ନ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତିଷ୍ଠାନ ବା ଅକାଦେମୀ ଦ୍ୱାରା ପୁରସ୍କୃତ ବ୍ୟକ୍ତିମାନେ  ସେମାନଙ୍କର ପୁରସ୍କାରକୁ ଫେରାଇଦେବାର ସମ୍ବାଦ ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି ଓ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚାର ବିଷୟ ହୋଇଛି । ଏହି ପୁରସ୍କାର ଫେରାଇବାର ପ୍ରକରଣ ଆରମ୍ଭ ହୋଇଛି କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା ପୁରସ୍କୃତ  କନ୍ନଡ ସାହିତ୍ୟିକ,ବିଦ୍ୱାନ ଓ କନ୍ନଡ ବିଶ୍ୱବିଦ୍ୟାଳୟର ପୂର୍ବତନ […]

ମୁଦ୍ରା ଅଚଳ ନିଷ୍ପତ୍ତି: ଗୋପନୀୟତାରେ ଗର୍ତ୍ତ

                                                                                                                                                                          ବୀରେନ୍ଦ୍ର ନାୟକ ଗୋପନୀୟତାର ଆସ୍ଫାଳନ ୮ ନଭେମ୍ବର ୨୦୧୬ ତାରିଖ ଦିନ ସନ୍ଧ୍ୟା ୮ଟା ବେଳେ ସାରା ଦେଶବାସୀଙ୍କୁ ହତଚକିତ କରି ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ଦାମୋଦରଦାସ ମୋଦୀ ଯେତେବେଳେ ତାଙ୍କର (ଦୁଃ)ସାହସିକ ମୁଦ୍ରା ଅଚଳ ନିଷ୍ପତ୍ତି ଦେଶବାସୀଙ୍କୁ ଟିଭି ଜରିଆରେ ସିଧାସଳଖ ଶୁଣାଉ ଥିଲେ, ସେତେବେଳେ ଏହି ନିଷ୍ପତ୍ତିକୁ ସେ କିପରି ସେପର୍ଯ୍ୟନ୍ତ ଗୋପନ ରଖି ପାରିଛନ୍ତି ତାହାକୁ ମଧ୍ୟ ଏକ ସଫଳତାର ତୃପ୍ତି ସହ ଘୋଷଣ କରୁଥିଲେ । ତାଙ୍କରି ଭାଷାରେ୧, “ମୋର […]

ଦେଶରେ କ’ଣ ହେଉଛି?

ବୀରେନ୍ଦ୍ର ନାୟକ ଗତ ପ୍ରାୟ ତିନି ସପ୍ତାହ ହେବ ଜବାହାରଲାଲ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା(ଫେବୃ।।ରୀ ୯,୨୦୧୬) ଏକ ଛାତ୍ର ସଂଗଠନ ଦ୍ୱାରା ଆହୂତ ସଭାକୁ ନେଇ ସାରା ଦେଶରେ ଯେପରି ଚର୍ଚ୍ଚା ଚାଲିଛି ତାହାଦ୍ୱାରା ବହୁ ସୀମିତ ପ୍ରଶ୍ନ ସହ ଅନେକ ବୃହତ୍ତର ପ୍ରଶ୍ନ ମନଭିତରେ ଉଠୁଛି । ଅନେକ ଆଶଙ୍କା ଓ ଆତଙ୍କରେ ମନ ଗ୍ରସିତ ହେଉଛି । ଦେଶ ତ କେବଳ ଭୈାଗଳିକ ସୀମାବଦ୍ଧ ପୃଥିବୀର ଅଂଶ ନହେଁ । ଏହି ଭୈାଗଳିକ […]

କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ!

  ସଂଖ୍ୟାଲଘୁ ଚରିତ୍ରକୁ ପ୍ରଶ୍ନ                                                                                                                                                                       ବୀରେନ୍ଦ୍ର ନାୟକ ଚଳିତ ବର୍ଷ ଆରମ୍ଭ ହେଉ ହେଉ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଘୋଷଣା କଲା ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଭାବେ ସରକାର ସ୍ୱୀକାର କରେ ନାହିଁ । ତା ନ ହେଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱାରଚାନ୍ଦ ଗେହଲଟ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଧନ୍ୟବାଦ ଦେଇ ଲେଖନ୍ତେ […]

କହୈ୍ନୟାଙ୍କୁୁ ମାଡ: ସମ୍ବିଧାନ ପ୍ରତି ଆନୁଗତ୍ୟ କଣ ଦେଶପ୍ରେମ ନୁହେଁ?

                                                                                                                                                                 ବୀରେନ୍ଦ୍ର ନାୟକ ଦାଦ୍ରୀ ଘଟଣା ମନେ ପଡୁଛି ୧୭ ଫେବୃଆରୀ, ୨୦୧୬ ଦିନ କୋର୍ଟ ପରିସର ଭିତରେ କହୈ୍ନୟାଙ୍କ ଉପରେ ଏକ ଉନ୍ମାଦ ଗୋଷ୍ଠୀର ଆକ୍ରମଣ ମନେ ପକାଇ ଦେଉଥିଲା  ଦାଦ୍ରୀରେ ଅଖଲାକଙ୍କ ଉପରେ ହୋଇଥିବା (୨୮ ସେପ୍ଟେମ୍ବର ୨୦୧୫ ରାତିରେ) ଏକ ଉନ୍ମାଦ ଗୋଷ୍ଠୀର ଆକ୍ରମଣକୁ । କେତେକଙ୍କୁ ମଧ୍ୟ ମନେ ପକାଇ ଦେଉଥିଲା ୧୯୯୨ ମସିହାରେ (୬ ଡିସେମ୍ବର) ବାବ୍ରୀ ମସଜିଦକୁ ଧ୍ୱସ୍ତ ବିଧ୍ୱସ୍ତ କରିବାର ଘଟଣା୧ । ଦାଦ୍ରୀରେ ଅଖଲାକଙ୍କ ବିରୁଦ୍ଧରେ […]

ପଦ୍ମ ସମ୍ମାନ ଫେରାଇବା ପ୍ରସଂଗରେ

                                                                                                                                                                          ବୀରେନ୍ଦ୍ର ନାୟକ ଓଡିଶାରେ କୈାଣସି ପୁରସ୍କୃତ ସାହିତ୍ୟିକ ସେମାନଙ୍କର ପୁରସ୍କାର ବା ସମ୍ମାନ ଫେରାଇ ନାହାନ୍ତି ବୋଲି ଅପବାଦର ଇତ୍ୟବସରରେ ଅବସାନ ଘଟିଛିି । କବି ଜୟନ୍ତ ମହାପାତ୍ର ତାଙ୍କର ପଦ୍ମଶ୍ରୀ ଫେରାଇବା ପାଇଁ ରାଷ୍ଟ୍ରପତିଙ୍କୁ ତାଙ୍କର ଇଚ୍ଛା ଜଣାଇଛନ୍ତି । କେହି କେହି ଦର୍ଶାଇପାରନ୍ତି ଯେ ଜୟନ୍ତ ମହାପାତ୍ର ଓଡିଆ ଭାଷା ସାହିତ୍ୟରେ ଅକଦେମୀ ପୁରସ୍କୃତ ସାହିତ୍ୟିକ ନୁହନ୍ତି । ସାହିତ୍ୟ ଅକାଦେମୀ ପୁରସ୍କାର ସେ ପାଇଛନ୍ତି ଇଂରାଜୀ ଭାଷା ସାହିତ୍ୟର କବିତା ବିଭାଗରେ […]