');}

Posts by: admin

କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ!

                                                                                                                                                                 ବୀରେନ୍ଦ୍ର ନାୟକ ସରକାରୀ ଅନୁଦାନରେ ପରିଚାଳିତ ବିଶ୍ୱବିଦ୍ୟାଳୟ ବା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଗତ କିଛି ଦିନ ହେବ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ଏହି ଅନୁଷ୍ଠାନ ଗୁଡିକ ଏଯାବତ୍ ଶୁଣି ନ ଥିବା ଅଭିଯୋଗର ଶରବ୍ୟ ହେବା ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ଏହି ଅନୁଷ୍ଠାନ ଗୁଡିକ ରାଷ୍ଟ୍ର ବିରୋଧୀ ତତ୍ତ୍ୱମାନଙ୍କର ଏକ ଅଭୟାରଣ୍ୟ ହୋଇଛି ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି । ତା ନ ହେଲେ ଆମେ କାହିଁକି […]

ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’-ଏକ ପ୍ରତିକ୍ରିୟା

ଡକ୍ଟର ବୀରେନ୍ଦ୍ର ନାୟକ ଅବସରପ୍ରାପ୍ତ ପ୍ରଫେସର, ଗଣିତ ବିଭାଗ, ଉକ୍ରଳ ବିଶ୍ୱବିଦ୍ୟାଳୟ ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’ ଶିରୋନାମାରେ ହରପ୍ରସାଦ ଦାସଙ୍କ ଦ୍ୱାରା ଲିଖିତ ନିବନ୍ଧ ଦୈନିକ ଖବରକାଗଜ ସମାଜରେ ୦୫ ନଭେମ୍ବର ୨୦୧୫ ଦିନ ପ୍ରକାଶ ପାଇଛି । ଏହି ନିବନ୍ଧରେ ଲେଖକ ହରପ୍ରସାଦ ଦାସ ଯିଏକି ନିଜେ ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା(୧୯୯୯ରେ),  ସାହିତ୍ୟିକମାନଙ୍କ ଦ୍ୱାରା ଅକଦେମୀ ପୁରସ୍କାର ଫେରାଇବାକୁ ନାପସନ୍ଦ କରିଛନ୍ତି ,ଏହାକୁ ‘ଲୋକଦେଖାଣିଆ ପ୍ରତିକ୍ରିୟା’,  ‘ଅପରିପକ୍ୱ ଉଦାରବାଦର ଏକ ନମୂନା’ […]

ମୁଦ୍ରା ଅଚଳ ନିଷ୍ପତ୍ତିର ଇତିହାସ

                                                                                                                                                                        ବୀରେନ୍ଦ୍ର ନାୟକ ମୁଦ୍ରା ଅଚଳ ନିଷ୍ପତ୍ତି ସାହସିକତାର ମାପକାଠି ! ସାହସିକତାର ଏକ ମାପକାଠି ହେଉଛି ମୁଦ୍ରା ଅଚଳ ନିଷ୍ପତ୍ତି ଓ ଏହି ମାପକାଠିରେ ନରେନ୍ଦ୍ର ମୋଦୀ  ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ଭଳି ଏକ ଧାରଣା ଦେଉଥିଲେ ନରେନ୍ଦ୍ର ମୋଦୀ ତାଙ୍କର ଉଦ୍ବୋଧନରେ । ଉଦ୍ବୋଧନଟି ଥିଲା ଭାରତୀୟ ଜନତା ପାର୍ଟିର  ସାଂସଦମାନଙ୍କୁ, ମୁଦ୍ରା ଅଚଳ ନିଷ୍ପତ୍ତି ନେବାର ୩୯ତମ ଦିବସରେ, ୧୬ ଡିସେମ୍ବର ୨୦୧୬ ଦିନ, ସଂସଦ ଭବନର ପରିସରରେ […]

ପୁରସ୍କାର ଫେରାଇବା ପ୍ରସଂଗରେ ‘ବୋଧା’ ଓ ‘ବୋଧୋଦୟ’

ବୀରେନ୍ଦ୍ର ନାୟକ ‘ବୋଧା’ ଓ ‘ବୋଧୋଦୟ’- ଏହି ଦୁଇଟି କ୍ୱଚିତ ବ୍ୟବହୃତ ଶବ୍ଦର ବ୍ୟବହାର ହୋଇଛି “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” ଶିରୋନାମରେ ପ୍ରକାଶିତ ଏକ ନିବନ୍ଧରେ । ଏହି ନିବନ୍ଧ ପ୍ରକାଶ ପାଇଥିଲା ଦୈନିକ ଖବରକାଗଜ ସମାଜ(୫ ନଭେମ୍ବର ୨୦୧୫)ରେ । ଏହି ନିବନ୍ଧର ଲେଖକ ହେଉଛନ୍ତି ପ୍ରଶାସକ ବ୍ୟତିରେକେ ସାହିତ୍ୟିକ ହରପ୍ରସାଦ ଦାସ । ମହାଶୟ ଦାସ  କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା୧୯୯୯ ମସିହାରେ ପୁରସ୍କୃତ ହୋଇଥିଲେ । ନିବନ୍ଧର ବିଷୟ ବସ୍ତୁ ସାହିତ୍ୟ ଅକାଦେମୀ […]

ବିମୁଦ୍ରାୟନ, ବିଶେଷଜ୍ଞ ଓ ବିଦ୍ରୂପ

                                                                                                                                                                    ବୀରେନ୍ଦ୍ର ନାୟକ ମୁଦ୍ରା ଅଚଳ ନିଷ୍ପତ୍ତି ବା ବିମୁୁଦ୍ରାୟନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ଶେଷକୁ ସଂସଦର ପଟଳ ଉପରେ ବିମୁଦ୍ରାୟନ ସମ୍ପର୍କରେ କିଛି କହିଲେ । ଉଲ୍ଲେଖ ଯୋଗ୍ୟ ଯେ ୮ ନଭେମ୍ବର ୨୦୧୬ ଦିନ ବିମୁଦ୍ରାୟନର ଘୋଷଣା ପରେ ୭ଜାନୁଆରୀ ୨୦୧୭ ଦିନ ସଂସଦରେ ଏହା ଥିଲା ବିମୁଦ୍ରାୟନ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ । ଏହା ମଝିରେ ଶୀତକାଳୀନ ଅଧିବେଶନ ପଛକେ ସମ୍ପୂର୍ଣ୍ଣ କୈାଣସି ସଂସଦୀୟ କାର୍ଯ୍ୟ ସମାପନ ନ ହୋଇ […]

କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ! ଲକ୍ଷ୍ୟ କ’ଣ ବାମପନ୍ଥୀ ମୁକ୍ତ ଜେ ଏନ୍ ୟୁ?

                                                                                                                                                                         ବୀରେନ୍ଦ୍ର ନାୟକ ପର୍ଯ୍ୟାୟବାଚୀ ‘ଜେ ଏନ୍ ୟୁ’ ଓ ‘ଦେଶ-ବିରୋଧୀ’  ! ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏ ବି ଭି ପି) ପୂର୍ବତନ ନେତା, ଦୀଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଓ ସମ୍ପ୍ରତି ଅର୍ଥମନ୍ତ୍ରୀ, ସବୁ ବିଭାଗ ଉପରେ ମନ୍ତବ୍ୟ କରୁଥିବା ଅରୁଣ ଜେଟଲୀ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେ ଏନ୍ ୟୁ)ରେ ସୃଷ୍ଟି ହୋଇଥିବା ପରିସ୍ଥିତି ପଛରେ ‘ଜିହାଦୀ’ ଓ ‘ଚରମ ବାମପନ୍ଥୀ’ ତତ୍ତ୍ୱମାନଙ୍କର ଭୂମିକା ରହିଛି ବୋଲି […]

ଦୁର୍ନୀତି ବିହୀନ ସମାଜରୁ ମୁଦ୍ରା ବିହୀନ ସମାଜ

ସ୍ୱରରେ ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ନଭେମ୍ବର ଆଠ ତାରିଖ (୨୦୧୬) ସଂନ୍ଧ୍ୟା ଆଠଟା ବେଳେ ସାରା ଦେଶକୁ ଯେତେବେଳେ ଜଣାଉଥିଲେ  ଯେ ଆଉ ମାତ୍ର ଚାରିଘଣ୍ଟା ପରେ ମଧ୍ୟ ରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଗୁଡିକ ଅଚଳ ହେବ ସେତେବେଳେ ଏହି ନିଷ୍ପତ୍ତି ପଛରେ ତିନୋଟି କାରଣ ଦର୍ଶାଇ ଥିଲେ : ନଗଦି କଳା ଟଙ୍କାର ବିଲୋପ କରିବା, ଜାଲି ନୋଟର ବିଲୋପ କରିବା ଓ ଆତଙ୍କବାଦକୁ ପ୍ରଭାବହୀନ କରିବା । ରାଷ୍ଟ୍ର […]

ମୋଦୀ ଓ ମୁଦ୍ରା

୮ ନଭେମ୍ବର ୨୦୧୬ । ସନ୍ଧ୍ୟା ୮ ଘଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିଲେ ଟେଲିଭିଜନ ପର୍ଦା ଉପରେ । ଗତ ଅକ୍ଟୋବର ୨୦୧୪ରୁ ପ୍ରତ୍ୟେକ ମାସ ରେଡିଓରେ ମୋଦୀଜୀଙ୍କର ରାଷ୍ଟ୍ର ଉଦ୍ଦେଶ୍ୟରେ କୋଡିଏ ମିନିଟିଆ ‘ମନ କି ବାତ୍’ ସହ ଅଭ୍ୟସ୍ତ ହୋଇପଡିଥିବା ଭାରତୀୟ ଶ୍ରବଣେନ୍ଦ୍ରିୟ ପାଇଁ ଏହା ଥିଲା ବେଶ ଉତକଣ୍ଠାର ମୁହୂର୍ତ୍ତ କାରଣ ଏହା ଗତାନୁଗତିକ ଲାଲକିଲ୍ଲାରୁ ଭାଷଣ  ନଥିଲା । ପୁନଶ୍ଚ ଯେତେବେଳେ ଏହା ପୂର୍ବରୁ […]

ବୀରେନ୍ଦ୍ର ନାୟକ

ପୁରସ୍କାରର ଯେ  ରସ ଥାଏ ଏହି ଭଳି ଏକ ଧାରଣା ଦେଇଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡିଆ ସାହିତ୍ୟିକ ହରପ୍ରସାଦ ଦାସ । ଏହି ଧାରଣା ଦେଇଛନ୍ତି  “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” (ସମାଜ, ୫ ନଭେମ୍ବର, ୨୦୧୫) ଶିରୋନାମାରେ ସେ ଲେଖିଥିବା ଏକ ନିବନ୍ଧରେ । ସେ ଲେଖନ୍ତି , “ଏ ଯେଉଁ ବିଶିଷ୍ଟମାନେ ପୁରସ୍କାର ଗ୍ରହଣ କରି ତା’ର ସବୁ ରସ ପିଇସାରି ବହୁ ବର୍ଷପରେ ଏବେ ତାର ଖୋଳ ଫେରାଇବାକୁ ଚାହାନ୍ତି […]

ଭାରତବର୍ଷରେ ଭ୍ରଷ୍ଟାଚାର ବିହୀନ ରାଜନୀତି ସମ୍ଭବ କି ?

ଏହି ଶିରୋନାମାରେ ୨୩ ଜୁନ ୨୦୧୩ ଦିନ ଏକ ଆଲୋଚନା ଚକ୍ର ଲୋକସ୍ୱର ଅନୁଷ୍ଠାନ ତରଫରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି । ଏହା ବୋଧହୁଏ ଥିଲା ଏକ ଅପୂର୍ବ ସଂଯୋଗ ଯେ ପ୍ରାୟ ତିନି ଦଶନ୍ଧି ପୂର୍ବେ ଏହି ଦିନ (୨୩ ଜୁନ ୧୯୮୪) ଭ୍ରଷ୍ଟାଚାର ବିହୀନ ରାଜନୀତିର ଅନନ୍ୟ ପ୍ରତୀକ ନବକୃଷ୍ଣ ଚୈାଧୁରୀଙ୍କର ହୋଇଥିଲା ମହାପ୍ରୟାଣ । ଆଡଭୋକେଟ ଅଜିତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବିଷୟରେ ଆଲୋଚନା କରିଥିଲେ ସର୍ବଶ୍ରୀ ସୁରେନ୍ଦ୍ର […]