');}

Posts by: admin

ସ୍ୱପ୍ନ-ଶ୍ମଶାନରେ ସ୍ୱପ୍ନେଶ୍ୱର

ସ୍ତ୍ରୀର ସମସ୍ତ ବାରଣ ସତ୍ତେ୍ୱ ନିମନ୍ତ୍ରଣ ପତ୍ରଟିର ନିଆଁ ଲଗାଇଦେଲେ ସ୍ୱପ୍ନେଶ୍ୱର । ସେ ବୁଝିଥିଲେ ଯେ, ମୃତ୍ୟୁ ଖବର ଧରି ଆସିଥିବା ପତ୍ରରେ ହିଁ ନିଆଁ ଲଗାଯାଏ, ବିବାହ ଖବର ଆସିଥିବା ପତ୍ରରେ ନୁହେଁ । କିନ୍ତୁ ସ୍ୱପ୍ନେଶ୍ୱରଙ୍କ ପାଇଁ ଏ ବି ଏକ ମୃତ୍ୟୁ ଖବର ଥିଲା – ଏକ ଆଦର୍ଶର ମୃତ୍ୟୁ । ସୁଲକ୍ଷଣା ନୀରବ ରହିଥିଲେ । ବୋଧେ ପ୍ରଥମଥର ପାଇଁ ସୁଲକ୍ଷଣା ଦେଖୁଥିଲେ – ସଞ୍ଜୀବ ସମ୍ପର୍କିତ ଏକ ସୁଖକର […]

ସ୍ଫୁଲିଙ୍ଗ ସେନ୍

ଏଭଳି ଅନୁରୋଧ ନେଇ ସ୍ଫୁଲିଙ୍ଗ ସେନ୍  ଯେ ଦିନେ ମୋ ପାଖକୁ ଆସିବ – ଏହା ମୋର କଳ୍ପନା ବାହାରେ ଥିଲା । ସେତେବେଳେ ମୋର ପ୍ରମୋସନ ହୋଇଥାଏ । ମୁଁ ଏକ ପ୍ରତିଷ୍ଠିତ ମଲ୍ଟିନେସନାଲ କମ୍ପାନୀର ଏକ ଦାୟିତ୍ୱ ସଂପନ୍ନ ଅଫିସର ଭାବେ ଦିଲ୍ଲୀ ଅଫିସରେ ନିଯୁକ୍ତି ପାଇଥାଏ । ଶୀତତାପ ନିୟନ୍ତ୍ରିତ କୋଠରୀ, ଏକଜିକ୍ୟୁଟିଭ୍ ଟେବୁଲ୍ – ତିନୋଟି ଭିନ୍ନ ଭିନ୍ନ ରଙ୍ଗର ଟେଲିଫୋନ୍ ଓ ମିନିସ୍କର୍ଟ ପିନ୍ଧା ସେକ୍ରେଟାରୀ ମୋର ନିମ୍ନ ମଧ୍ୟବିତ୍ତ […]

ସଲାମ୍, ସମଶେର !

ସବୁ ଶେଷ ହୋଇଯାଉଥିବା ବେଳେ ନୈରାଶ୍ୟ ଓ ବିରକ୍ତିରେ ଜୀବନ ଓ ସଂସାର ପ୍ରତି ମନ ବୀତସ୍ପୃହ ହୋଇଯାଉଥିବା ବେଳେ କାହିଁକି ଆଶାର କିରଣ ଦିଶେ ? କାହିଁକି ମନରେ ଆସେ ଯେ ନା ସବୁ ଶେଷ ହୋଇନାହିଁ । ବଡ ସହର, ବଡଘର, ବଡଲୋକ, ବଡ କଥାରେ ସିନା ସବୁ ଶେଷ । କିନ୍ତୁ ପଲ୍ଲୀଗାଁ, ଚାଳଘର, ସାଧାରଣ ଲୋକ, ସାନ କଥାରେ ଏବେବି ଯେପରି ରହିଛି ବଞ୍ôଚବା ପାଇଁ ଅନୁରୋଧଟିଏ  । ସମଶେର ଅଲ୍ଲୀ […]

ମୃତ୍ୟୁ ପରର ଜମାନବନ୍ଦୀ

ମୁଁ ଶୁଣୁଥିଲି । ସେମାନେ ବା ଜାଣନ୍ତେ କିପରି ? ମୁଁ ପରା ମରିଯାଇଛି । ସେମାନେ କହୁଥିଲେ – ମୁଁ ହଠାତ୍ ମରିଗଲି, ଅପ୍ରତ୍ୟାଶିତ ମରିଗଲି । ସକାଳ ପାଞ୍ଚଟା ଯାଏ ବଞ୍ôଚଥିଲି । ସେମାନଙ୍କ ସାଙ୍ଗରେ କଥା ହେଉଥିଲି । ଛାତିରେ ହେଲା ଯନ୍ତ୍ରଣା । ତାପରେ ମୁଁ ମରିଗଲି । ସେମାନେ ମୋ ପାଖରେ ବସି ଲୁହ ଗଡାଉଥିଲେ । ମୋ ମାଉସୀ ବଞ୍ôଚଛନ୍ତି, ମୋ ଦାଦା ବଞ୍ôଚଛନ୍ତି, ମୋଠାରୁ ବଡ ପିଉସୀ […]

ଗାନ୍ଧୀ

ଶେଷ ବସ୍ଟି ବି ଚାଲିଗଲା । ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା ସଂଗ୍ରାମୀ ନରହରି ଲିସକା, ନୋଭା ବିକାଳୀର ବେଞ୍ଚ ଉପରେ ନଥ୍ କିନା ବସି ପଡିଲେ ।  ଏବେ ଯିବେ କୁଆଡେ ? ସତୁରି ବର୍ଷ ବୟସରେ ଦିନ ଦୁଇଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ବସ୍ ଦୁଆର ମୁହଁରେ ଠେଲା ପେଲା, ତାଙ୍କ ମୁହଁରେ କ୍ଲାନ୍ତି ଓ ଅସହାୟତାର ଏକ ମିଶ୍ରିତ ପ୍ରଲେପ ବୋଳି ଦେଇଥିଲା । ପାଣି […]

ଚୌଧୁରୀ ରାମକିଙ୍କର

ବୀରେନ୍ଦ୍ର ନାୟକ ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ । ସକାଳର ନରମ ଖରା ବଲକୋନି ଉପରେ ବିଛାହୋଇ ପଡିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ ଖିଆଲରେ ବୁଡିଯାଇଥିଲେ ଓ ବାଲକୋନି ତଳକୁ ବାରମ୍ବାର ଅନାଇ ମନକୁ ମନ ହସୁଥିଲେ । ‘ଜୟ ମଙ୍ଗଳା’ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଚୌଧୁରୀ ରାମକିଙ୍କର […]

ଏରାମ୍ମାର ମାଟି

ବୀରେନ୍ଦ୍ର ନାୟକ ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା ଏତେ ବଡ ଗାଁରେ ଏତେ ଲୋକଙ୍କ ଭିତରେ କ’ଣ ମରିବାକୁ ଲେଖା ହୋଇଥିଲା ଏରାମ୍ମାର ଜାତକରେ । କିଏ ଜାଣିଥିଲା – ଏ ନିରୀହ ବୁଢୀ ଯିଏ ମୁଣ୍ଡରୁ ଓଢଣା କାଢିବାର ଏ ଗାଁର କେହି ଦେଖି ନାହିଁ । ସେ ସବୁ ସ୍ତ୍ରୀଲୋକଙ୍କୁ ଗାଁରୁ କାଢି ଆଣି ଗାଁ ମୁଣ୍ଡକୁ ନେଇ ସଶସ୍ତ୍ର ପୁଲିସ ବାହିନୀକୁ ପ୍ରତିରୋଧ କରିବ […]

ଅଗଣିଙ୍କ ଶୋକ

                                                                                                                                                                            ଡଃ ବୀରେନ୍ଦ୍ର ନାୟକ     ଜବାହରଙ୍କର ଭାଷଣ ଶୁଣିବା ପାଇଁ ଯେତେବେଳେ ଗାଁ ମୁଣ୍ଡରେ ଗୋଟିଏ ରେଡିଓ ପାଖରେ ଗାଁ ସାରା ଲୋକ ଗଦା – ସେତେବେଳେ ଭାଇ ଚେତାଶୂନ୍ୟ ହୋଇ ପଡିଥାନ୍ତି ଘରେ । ପାଖରେ ପାଖରେ ବସିଥାନ୍ତି ଅଗଣି । ପଡିଆ ଡେଇଁ ଭାସି ଆସୁଥାଏ ଜବାହରଙ୍କର ରୁଦ୍ଧକଣ୍ଠ ସ୍ୱର – ‘ଆଲୋକ ବର୍ତ୍ତିକାଟି ଆଜି ଆମ ଭିତରୁ ଚାଲିଗଲା ।’ ଚେତା ଫେରୁ ଫେରୁ ପାହାନ୍ତା ହୋଇଗଲା । ସେହିଦିନ ଠାରୁ […]

ଗଳ୍ପ: ଆମ ସମୟର ବୀରେନ୍ଦ୍ର ନାୟକଙ୍କ ବାସ୍ତବବାଦୀ ଗଳ୍ପ

ହ୍ୟାଣ୍ଡଲର ଦୁଇକଡରେ ଦୁଇଟି ବ୍ୟାଗ୍ ଝୁଲାଇ, ଝାଳନାଳ ହୋଇ, ଦଦରା ସାଇକେଲଟି ଉପରେ ଆସୁଥିବା କପିଳମାଧବ ଆଗରେ ବଡ ଗଡାଣିଟାଏ ଦେଖି ଆଶ୍ୱସ୍ତ ହେଲେ । କିଛି ସମୟ ଯାହାହେଉ ପ୍ୟାଡଲ୍ ମାରିବା ଦାୟରୁ ମୁକ୍ତି ତ ମିଳିବ । ଜୀବନ ସଂଗ୍ରାମରେ ଯୁଝି ଯୁଝି ଯେପରି କ୍ଲାନ୍ତ ହୋଇ ପଡିଲେଣି ସେ, କେଉଁ ଉଦ୍ଦେଶ୍ୟ ନେଇ ଏହି ବୃତ୍ତିରେ ପ୍ରବେଶି ଥିଲେ – ଆଉ ଏବେ କେଉଁ କାର୍ଯ୍ୟରେ ସେ ହେଲେଣି ପ୍ରବୃତ୍ତ । ଦୀର୍ଘଶ୍ୱାସଟିଏ […]

Observations on NGO

                                                                      Gopa Babu’s Letter Gopabandhu Chaudhuri in 50s of the last century had expressed similar apprehension which Rajni Kothari expressed in late nineties.He opposed Anna Saheb Sahsrabudhey’s proposal of getting constructive work done in Bhoodan villages by the paid employees. Anna Saheb Sahsrabudhey was then Secretary, Sarva Seva Sangh. Why Gopabandhu was opposing was […]