');}

Category: Uncategorized

ପଦ୍ମ ସମ୍ମାନ ଫେରାଇବା ପ୍ରସଂଗରେ

                                                                                                                                                                          ବୀରେନ୍ଦ୍ର ନାୟକ ଓଡିଶାରେ କୈାଣସି ପୁରସ୍କୃତ ସାହିତ୍ୟିକ ସେମାନଙ୍କର ପୁରସ୍କାର ବା ସମ୍ମାନ ଫେରାଇ ନାହାନ୍ତି ବୋଲି ଅପବାଦର ଇତ୍ୟବସରରେ ଅବସାନ ଘଟିଛିି । କବି ଜୟନ୍ତ ମହାପାତ୍ର ତାଙ୍କର ପଦ୍ମଶ୍ରୀ ଫେରାଇବା ପାଇଁ ରାଷ୍ଟ୍ରପତିଙ୍କୁ ତାଙ୍କର ଇଚ୍ଛା ଜଣାଇଛନ୍ତି । କେହି କେହି ଦର୍ଶାଇପାରନ୍ତି ଯେ ଜୟନ୍ତ ମହାପାତ୍ର ଓଡିଆ ଭାଷା ସାହିତ୍ୟରେ ଅକଦେମୀ ପୁରସ୍କୃତ ସାହିତ୍ୟିକ ନୁହନ୍ତି । ସାହିତ୍ୟ ଅକାଦେମୀ ପୁରସ୍କାର ସେ ପାଇଛନ୍ତି ଇଂରାଜୀ ଭାଷା ସାହିତ୍ୟର କବିତା ବିଭାଗରେ […]

ବୀରେନ୍ଦ୍ର ନାୟକ

ପୁରସ୍କାରର ଯେ  ରସ ଥାଏ ଏହି ଭଳି ଏକ ଧାରଣା ଦେଇଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡିଆ ସାହିତ୍ୟିକ ହରପ୍ରସାଦ ଦାସ । ଏହି ଧାରଣା ଦେଇଛନ୍ତି  “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” (ସମାଜ, ୫ ନଭେମ୍ବର, ୨୦୧୫) ଶିରୋନାମାରେ ସେ ଲେଖିଥିବା ଏକ ନିବନ୍ଧରେ । ସେ ଲେଖନ୍ତି , “ଏ ଯେଉଁ ବିଶିଷ୍ଟମାନେ ପୁରସ୍କାର ଗ୍ରହଣ କରି ତା’ର ସବୁ ରସ ପିଇସାରି ବହୁ ବର୍ଷପରେ ଏବେ ତାର ଖୋଳ ଫେରାଇବାକୁ ଚାହାନ୍ତି […]

ସ୍ୱପ୍ନ-ଶ୍ମଶାନରେ ସ୍ୱପ୍ନେଶ୍ୱର

ସ୍ତ୍ରୀର ସମସ୍ତ ବାରଣ ସତ୍ତେ୍ୱ ନିମନ୍ତ୍ରଣ ପତ୍ରଟିର ନିଆଁ ଲଗାଇଦେଲେ ସ୍ୱପ୍ନେଶ୍ୱର । ସେ ବୁଝିଥିଲେ ଯେ, ମୃତ୍ୟୁ ଖବର ଧରି ଆସିଥିବା ପତ୍ରରେ ହିଁ ନିଆଁ ଲଗାଯାଏ, ବିବାହ ଖବର ଆସିଥିବା ପତ୍ରରେ ନୁହେଁ । କିନ୍ତୁ ସ୍ୱପ୍ନେଶ୍ୱରଙ୍କ ପାଇଁ ଏ ବି ଏକ ମୃତ୍ୟୁ ଖବର ଥିଲା – ଏକ ଆଦର୍ଶର ମୃତ୍ୟୁ । ସୁଲକ୍ଷଣା ନୀରବ ରହିଥିଲେ । ବୋଧେ ପ୍ରଥମଥର ପାଇଁ ସୁଲକ୍ଷଣା ଦେଖୁଥିଲେ – ସଞ୍ଜୀବ ସମ୍ପର୍କିତ ଏକ ସୁଖକର […]

ସ୍ଫୁଲିଙ୍ଗ ସେନ୍

ଏଭଳି ଅନୁରୋଧ ନେଇ ସ୍ଫୁଲିଙ୍ଗ ସେନ୍  ଯେ ଦିନେ ମୋ ପାଖକୁ ଆସିବ – ଏହା ମୋର କଳ୍ପନା ବାହାରେ ଥିଲା । ସେତେବେଳେ ମୋର ପ୍ରମୋସନ ହୋଇଥାଏ । ମୁଁ ଏକ ପ୍ରତିଷ୍ଠିତ ମଲ୍ଟିନେସନାଲ କମ୍ପାନୀର ଏକ ଦାୟିତ୍ୱ ସଂପନ୍ନ ଅଫିସର ଭାବେ ଦିଲ୍ଲୀ ଅଫିସରେ ନିଯୁକ୍ତି ପାଇଥାଏ । ଶୀତତାପ ନିୟନ୍ତ୍ରିତ କୋଠରୀ, ଏକଜିକ୍ୟୁଟିଭ୍ ଟେବୁଲ୍ – ତିନୋଟି ଭିନ୍ନ ଭିନ୍ନ ରଙ୍ଗର ଟେଲିଫୋନ୍ ଓ ମିନିସ୍କର୍ଟ ପିନ୍ଧା ସେକ୍ରେଟାରୀ ମୋର ନିମ୍ନ ମଧ୍ୟବିତ୍ତ […]

ସଲାମ୍, ସମଶେର !

ସବୁ ଶେଷ ହୋଇଯାଉଥିବା ବେଳେ ନୈରାଶ୍ୟ ଓ ବିରକ୍ତିରେ ଜୀବନ ଓ ସଂସାର ପ୍ରତି ମନ ବୀତସ୍ପୃହ ହୋଇଯାଉଥିବା ବେଳେ କାହିଁକି ଆଶାର କିରଣ ଦିଶେ ? କାହିଁକି ମନରେ ଆସେ ଯେ ନା ସବୁ ଶେଷ ହୋଇନାହିଁ । ବଡ ସହର, ବଡଘର, ବଡଲୋକ, ବଡ କଥାରେ ସିନା ସବୁ ଶେଷ । କିନ୍ତୁ ପଲ୍ଲୀଗାଁ, ଚାଳଘର, ସାଧାରଣ ଲୋକ, ସାନ କଥାରେ ଏବେବି ଯେପରି ରହିଛି ବଞ୍ôଚବା ପାଇଁ ଅନୁରୋଧଟିଏ  । ସମଶେର ଅଲ୍ଲୀ […]

ମୃତ୍ୟୁ ପରର ଜମାନବନ୍ଦୀ

ମୁଁ ଶୁଣୁଥିଲି । ସେମାନେ ବା ଜାଣନ୍ତେ କିପରି ? ମୁଁ ପରା ମରିଯାଇଛି । ସେମାନେ କହୁଥିଲେ – ମୁଁ ହଠାତ୍ ମରିଗଲି, ଅପ୍ରତ୍ୟାଶିତ ମରିଗଲି । ସକାଳ ପାଞ୍ଚଟା ଯାଏ ବଞ୍ôଚଥିଲି । ସେମାନଙ୍କ ସାଙ୍ଗରେ କଥା ହେଉଥିଲି । ଛାତିରେ ହେଲା ଯନ୍ତ୍ରଣା । ତାପରେ ମୁଁ ମରିଗଲି । ସେମାନେ ମୋ ପାଖରେ ବସି ଲୁହ ଗଡାଉଥିଲେ । ମୋ ମାଉସୀ ବଞ୍ôଚଛନ୍ତି, ମୋ ଦାଦା ବଞ୍ôଚଛନ୍ତି, ମୋଠାରୁ ବଡ ପିଉସୀ […]

ଗାନ୍ଧୀ

ଶେଷ ବସ୍ଟି ବି ଚାଲିଗଲା । ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା ସଂଗ୍ରାମୀ ନରହରି ଲିସକା, ନୋଭା ବିକାଳୀର ବେଞ୍ଚ ଉପରେ ନଥ୍ କିନା ବସି ପଡିଲେ ।  ଏବେ ଯିବେ କୁଆଡେ ? ସତୁରି ବର୍ଷ ବୟସରେ ଦିନ ଦୁଇଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ବସ୍ ଦୁଆର ମୁହଁରେ ଠେଲା ପେଲା, ତାଙ୍କ ମୁହଁରେ କ୍ଲାନ୍ତି ଓ ଅସହାୟତାର ଏକ ମିଶ୍ରିତ ପ୍ରଲେପ ବୋଳି ଦେଇଥିଲା । ପାଣି […]

ଚୌଧୁରୀ ରାମକିଙ୍କର

ବୀରେନ୍ଦ୍ର ନାୟକ ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ । ସକାଳର ନରମ ଖରା ବଲକୋନି ଉପରେ ବିଛାହୋଇ ପଡିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ ଖିଆଲରେ ବୁଡିଯାଇଥିଲେ ଓ ବାଲକୋନି ତଳକୁ ବାରମ୍ବାର ଅନାଇ ମନକୁ ମନ ହସୁଥିଲେ । ‘ଜୟ ମଙ୍ଗଳା’ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଚୌଧୁରୀ ରାମକିଙ୍କର […]

ଏରାମ୍ମାର ମାଟି

ବୀରେନ୍ଦ୍ର ନାୟକ ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା ଏତେ ବଡ ଗାଁରେ ଏତେ ଲୋକଙ୍କ ଭିତରେ କ’ଣ ମରିବାକୁ ଲେଖା ହୋଇଥିଲା ଏରାମ୍ମାର ଜାତକରେ । କିଏ ଜାଣିଥିଲା – ଏ ନିରୀହ ବୁଢୀ ଯିଏ ମୁଣ୍ଡରୁ ଓଢଣା କାଢିବାର ଏ ଗାଁର କେହି ଦେଖି ନାହିଁ । ସେ ସବୁ ସ୍ତ୍ରୀଲୋକଙ୍କୁ ଗାଁରୁ କାଢି ଆଣି ଗାଁ ମୁଣ୍ଡକୁ ନେଇ ସଶସ୍ତ୍ର ପୁଲିସ ବାହିନୀକୁ ପ୍ରତିରୋଧ କରିବ […]

ଅଗଣିଙ୍କ ଶୋକ

                                                                                                                                                                            ଡଃ ବୀରେନ୍ଦ୍ର ନାୟକ     ଜବାହରଙ୍କର ଭାଷଣ ଶୁଣିବା ପାଇଁ ଯେତେବେଳେ ଗାଁ ମୁଣ୍ଡରେ ଗୋଟିଏ ରେଡିଓ ପାଖରେ ଗାଁ ସାରା ଲୋକ ଗଦା – ସେତେବେଳେ ଭାଇ ଚେତାଶୂନ୍ୟ ହୋଇ ପଡିଥାନ୍ତି ଘରେ । ପାଖରେ ପାଖରେ ବସିଥାନ୍ତି ଅଗଣି । ପଡିଆ ଡେଇଁ ଭାସି ଆସୁଥାଏ ଜବାହରଙ୍କର ରୁଦ୍ଧକଣ୍ଠ ସ୍ୱର – ‘ଆଲୋକ ବର୍ତ୍ତିକାଟି ଆଜି ଆମ ଭିତରୁ ଚାଲିଗଲା ।’ ଚେତା ଫେରୁ ଫେରୁ ପାହାନ୍ତା ହୋଇଗଲା । ସେହିଦିନ ଠାରୁ […]