');}

Category: Politics

ସୁବର୍ଣ୍ଣ ଯୁଗ ଫେରିବ

‘ବିଦେଶୀ ନାଗରିକ ଜିଲ୍ଲାପାଳ ହେବେ’ – ଧରିତ୍ରୀ (ତା ୨୫/୨/୨୦୦୭) ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଶିରୋନାମା ଅନେକେ ଦେଖିଥିବେ । ଯେଉଁମାନେ ଏବେବି ବ୍ରିଟିଶ ଶାସନ ଭଲଥିଲା, ଗୋରା ସାଇବମାନେ ଭଲଥିଲେ, କଡ଼ା ଥିଲେ, ଶାସନ କ’ଣ ଜାଣିଥିଲେ ବୋଲି ରୋମନ୍ଥନ କରନ୍ତି ବା ଏହିଭଳି ପୂର୍ବଜଙ୍କ ଦ୍ୱାରା ପ୍ରଭାବିତ ବର୍ତ୍ତମାନ ପିଢ଼ିର ଲୋକେ ଏହିଭଳି ଶାସନର ଜୟ ଜୟ ଗାନ କରନ୍ତି, ସେମାନଙ୍କ ପାଇଁ ଏହି ଖବର ଅତ୍ୟନ୍ତ ସୁଖକର ହୋଇଥିବ, ଏଥିରେ ସନେ୍ଦହ […]

ସମତା ବିଚାର

ଧନୀ ଗରିବ ଭିତରେ ପାର୍ଥକ୍ୟକୁ କମାଇବା ହିଁ ସମତା ବିଚାରର ମୂଳ କଥା ବୋଲି ତତ୍ତ୍ୱବିଦ୍ମାନେ କହନ୍ତି । କିନ୍ତୁ ଏଥିପାଇଁ ଯେ ସମତାର ଆବଶ୍ୟକତା ରହିଛି ଚିନ୍ତା, ଉଚ୍ଚାରଣ ଓ ଆଚରଣ ଭିତରେ – ତାହା ପ୍ରାୟ କୁହାଯାଉ ନାହିଁ । ଆଧୁନିକ ମଣିଷ ଯାହା ଚିନ୍ତା କରୁଛି – ଯାହା ଉଚ୍ଚାରଣ କରୁଛି ଓ ଯେପରି ଆଚରଣ କରୁଛି – ତାହା ମଧ୍ୟରେ ପାର୍ଥକ୍ୟ ଦେଖିଲେ – ଅନେକ ସମୟରେ ମଣିଷ ହୋଇପଡ଼ୁଛି ନୈରାଶ୍ୟଗ୍ରସ୍ତ […]

କାହାର ପ୍ରିୟ?

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନୀତିଶଙ୍କୁ ପଛରେ ପକାଇ ନବୀନ ନମ୍ବର ୱାନ ବୋଲି ସମ୍ବାଦ (ଧରିତ୍ରୀ – ୨୪/୧/୨୦୦୭) ବେଶ୍ ଚର୍ଚ୍ଚିତ ହେଉଛି । ବିହାର ଓ ଓଡ଼ିଶା ଦୁଇ ରାଜ୍ୟ ମଧ୍ୟରେ ସବୁ ସମୟରେ ହୋଇ ଆସିଛି ଦରିଦ୍ରତମ ବିଶେଷଣ ପାଇଁ ପ୍ରତିଦ୍ୱନ୍ଦିତା । କେତେବେଳେ ଓଡ଼ିଶା ଦରିଦ୍ରତମ ତ କେତେବେଳେ ବିହାର ଦରିଦ୍ରତମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ମଧ୍ୟ ଏହି ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି – ତାହା ଆମକୁ ଆମୋଦିତ […]

ମଦ-ମୋଦୀ-ମେଦିନୀ

ମଦ ଉପରେ କଟକଣାକୁ ଶେଷରେ ଗୁଜୁରାଟର ମୋଦୀ ସରକାର କୋହଳ କଲେ । ରାଜ୍ୟର ଶିଳ୍ପ ମନ୍ତ୍ରୀ ଅନୀଲ ପଟେଲ ଏତ୍ଦ୍ୱାରା ଖୁବ୍ ଉଲ୍ଲସିତ । ଏହାଦ୍ୱାରା ଯେଉଁମାନେ ଅଭିଯୋଗ କରୁଥିଲେ ଯେ ରାଜ୍ୟର ଏତାଦୃଶ କଟକଣା ପୁଞ୍ଜିନିବେଶ କ୍ଷେତ୍ରରେ ଅନ୍ତରାୟ କରେ, ସେମାନେ ନିଶ୍ଚିତ ଭାବରେ କିଛିଟା ଆଶ୍ୱସ୍ତ ହେଉଥିବେ । (For those who have been complaining that the states prohibition policy was acting as a hurdle in […]

କ୍ୟାଲେଣ୍ଡର ବଦଳାଉ ବଦଳାଉ ଯାହା ମନକୁ ଆସୁଛି

୨୦୦୬ ଆରମ୍ଭ ହେଲା ଗଣହତ୍ୟାରୁ । ୨ଜାନୁଆରୀ ଦିନ ଭିଟାମାଟିର ସୁରକ୍ଷା କରୁ କରୁ ଯାଜପୁର ଜିଲ୍ଲାର କଳିଙ୍ଗନଗରର ତେରଜଣ ନିରୀହ ଆଦିବାସୀ ପୁଲିସ ଗୁଳିରେ ଟଳିପଡ଼ିଲେ । ସମସ୍ତେ ଭାବିଲେ ନବୀନ ସରକାରର ପରମାୟୁ ପୁରିଲା । କିନ୍ତୁ ନବୀନ ସରକାର ତ ରହିଛି – ଯଦିଓ କଳିଙ୍ଗନଗରରେ ଟାଟା କମ୍ପାନୀ କାରଖାନା ଆରମ୍ଭ କରିପାରି ନାହିଁ ବା ଆଦିବାସୀଙ୍କ ଦ୍ୱାରା ରାଜରାସ୍ତା ଅବରୋଧ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇନାହିଁ – କାରଣ ଆଦିବାସୀମାନଙ୍କର ଦାବିଗୁଡ଼ିକୁ ରାଜ୍ୟ […]

ବିଜୁବାବୁଙ୍କ ପ୍ରତିମୂର୍ତ୍ତି

ବିଜୁବାବୁଙ୍କ ପ୍ରତିମୂର୍ତ୍ତ ଭଙ୍ଗା ଘଟଣା ଏହି ଲେଖକ ପାଇଁ ଥିଲା ଅତ୍ୟନ୍ତ ମର୍ମନ୍ତୁଦ । ଖବରକାଗଜ ମାନଙ୍କରେ ଏହି ଘଟଣାର ନିନ୍ଦା, ବିଜୁବାବୁଙ୍କ ନାମର ଗଠିତ ରାଜନୈତିକ ଦଳର ନେତୃବୃନ୍ଦମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଚଳରୁ ଆରମ୍ଭ କରି ଭାରତର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା, କେଉଁପ୍ରକାର ତଦନ୍ତ କରିବା ଉଚିତ ତା ଉପରେ ବିତର୍କ ହେବା ଓ ବିଧାନସଭା ଅଚଳ ହେବା – ଏ ଲେଖକ ମନରେ ପ୍ରତିମୂର୍ତ୍ତି ଘଟଣା ଜନିତ ଦୁଃଖକୁ ସବୁବେଳେ ସତେଜ କରି […]

ଗୃହରେ କମ୍ ଉପସ୍ଥାନ – ଦାୟୀ କିଏ?

ଉପସ୍ଥାନ କମ୍ ହେଲେ ଅଧ୍ୟାପକ ଦାୟୀ ହେବେ – ଏହିଭଳି ଏକ ନୂତନ ଧାରଣା ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗରୁ ଜନ୍ମ ନେଇଛି । (ଧରିତ୍ରୀ ତା-୧୦.୩.୨୦୦୬) ଅଧ୍ୟାପକମାନଙ୍କୁ ଦାୟୀ କଲେ ସେମାନେ ସେମାନଙ୍କ ଶ୍ରେଣୀର ଉପସ୍ଥାନ ବଢ଼ାଇବା ପାଇଁ ଉଦ୍ୟମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ବିଶ୍ୱାସ କରୁଛି । ନିୟମ କହୁଛି ଯେ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବସିବାକୁ ହେଲେ ଅନ୍ୟୁନ ଶତକଡ଼ା ୭୫ଟି ଶ୍ରେଣୀରେ ଛାତ୍ର ଉପସ୍ଥିତ ରହିବା ଉଚିତ । ବିଶେଷ ପରିସ୍ଥିତିରେ […]