');}

Category: Politics

ଦୁର୍ନୀତି ବିହୀନ ସମାଜରୁ ମୁଦ୍ରା ବିହୀନ ସମାଜ

ସ୍ୱରରେ ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ନଭେମ୍ବର ଆଠ ତାରିଖ (୨୦୧୬) ସଂନ୍ଧ୍ୟା ଆଠଟା ବେଳେ ସାରା ଦେଶକୁ ଯେତେବେଳେ ଜଣାଉଥିଲେ  ଯେ ଆଉ ମାତ୍ର ଚାରିଘଣ୍ଟା ପରେ ମଧ୍ୟ ରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଗୁଡିକ ଅଚଳ ହେବ ସେତେବେଳେ ଏହି ନିଷ୍ପତ୍ତି ପଛରେ ତିନୋଟି କାରଣ ଦର୍ଶାଇ ଥିଲେ : ନଗଦି କଳା ଟଙ୍କାର ବିଲୋପ କରିବା, ଜାଲି ନୋଟର ବିଲୋପ କରିବା ଓ ଆତଙ୍କବାଦକୁ ପ୍ରଭାବହୀନ କରିବା । ରାଷ୍ଟ୍ର […]

ମୋଦୀ ଓ ମୁଦ୍ରା

୮ ନଭେମ୍ବର ୨୦୧୬ । ସନ୍ଧ୍ୟା ୮ ଘଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିଲେ ଟେଲିଭିଜନ ପର୍ଦା ଉପରେ । ଗତ ଅକ୍ଟୋବର ୨୦୧୪ରୁ ପ୍ରତ୍ୟେକ ମାସ ରେଡିଓରେ ମୋଦୀଜୀଙ୍କର ରାଷ୍ଟ୍ର ଉଦ୍ଦେଶ୍ୟରେ କୋଡିଏ ମିନିଟିଆ ‘ମନ କି ବାତ୍’ ସହ ଅଭ୍ୟସ୍ତ ହୋଇପଡିଥିବା ଭାରତୀୟ ଶ୍ରବଣେନ୍ଦ୍ରିୟ ପାଇଁ ଏହା ଥିଲା ବେଶ ଉତକଣ୍ଠାର ମୁହୂର୍ତ୍ତ କାରଣ ଏହା ଗତାନୁଗତିକ ଲାଲକିଲ୍ଲାରୁ ଭାଷଣ  ନଥିଲା । ପୁନଶ୍ଚ ଯେତେବେଳେ ଏହା ପୂର୍ବରୁ […]

ଭାରତବର୍ଷରେ ଭ୍ରଷ୍ଟାଚାର ବିହୀନ ରାଜନୀତି ସମ୍ଭବ କି ?

ଏହି ଶିରୋନାମାରେ ୨୩ ଜୁନ ୨୦୧୩ ଦିନ ଏକ ଆଲୋଚନା ଚକ୍ର ଲୋକସ୍ୱର ଅନୁଷ୍ଠାନ ତରଫରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି । ଏହା ବୋଧହୁଏ ଥିଲା ଏକ ଅପୂର୍ବ ସଂଯୋଗ ଯେ ପ୍ରାୟ ତିନି ଦଶନ୍ଧି ପୂର୍ବେ ଏହି ଦିନ (୨୩ ଜୁନ ୧୯୮୪) ଭ୍ରଷ୍ଟାଚାର ବିହୀନ ରାଜନୀତିର ଅନନ୍ୟ ପ୍ରତୀକ ନବକୃଷ୍ଣ ଚୈାଧୁରୀଙ୍କର ହୋଇଥିଲା ମହାପ୍ରୟାଣ । ଆଡଭୋକେଟ ଅଜିତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବିଷୟରେ ଆଲୋଚନା କରିଥିଲେ ସର୍ବଶ୍ରୀ ସୁରେନ୍ଦ୍ର […]

Rabi Ray: Politician With A Difference

                                                                                                                                                   Birendra Kumar Nayak* The Man Next Door It was a winter morning. I was barely out of bed. The telephone rang. I picked up the receiver. ‘Birendra, I am Rabi Ray speaking.’ –said the voice from the other end. He continued, “ I talked to Rameswar, ask Gokulananda to meet him. He has agreed […]

ନବକୃଷ୍ଣ ଚୈାଧୁରୀ:ଏକ ରାଜନୈତିକ ବିସ୍ମୟ

ନବକୃଷ୍ଣ ଚୈାଧୁରୀଙ୍କ ସଂପର୍କରେ କିଛି ଲେଖିବା ପୂର୍ବରୁ ଏହା ରୋଚକ ହେବ ସ୍ମରଣ କରିବା ଯେ ସେ ତାଙ୍କ ନିଜ ସଂପର୍କରେ କ’ଣ କୁହନ୍ତି । ସେ କୁହନ୍ତି, ‘ବୁଝିଲୁ ଯୋଷୀ, ମୋ ଜୀବନରେ କିଛି କରି ନାହିଁ, କି ଆତ୍ମ ଜୀବନୀ ଲେଖିବି ? ମହାପୁରୁଷ ମାନଙ୍କୁ ସାଜେ । ଆମେ ସାଧାରଣ କର୍ମୀ ।’ ଏହା ସେ କହୁଥିଲେ ତାଙ୍କର ଜଣେ ଅତ୍ୟନ୍ତ ଅନୁରକ୍ତ ଦୟାଲାଲ ଯୋଷୀଙ୍କ ଅନୁରୋଧର ଉତ୍ତରରେ । ଅନୁରୋଧ ଥିଲା […]

ସୂର୍ଯ୍ୟପାତ୍ରଙ୍କୁ ଅଭିନନ୍ଦନ (ଓଡିଆ ସ୍ୱାଭିମାନର ପଦଦଳନ)

ଗତ ଦୁଇ ଦଶନ୍ଧି ଧରି ଉଭୟ ବିଜୁବାବୁ ଓ ନବୀନବାବୁଙ୍କ ଅଧିନରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ବ୍ରହ୍ମପୁରରେ ଆୟୋଜିତ ବିଜୁ ଜନତା ଦଳର ମହା ସମାବେଶରେ (୧୯.୧୦.୨୦୧୨) ଓ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଦଳର ‘ସଭାପତି’ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘‘ଆମେ ସବୁ ନବୀନ ପଟ୍ଟନାୟକଙ୍କର ଚାକର’’ ବୋଲି ଘୋଷଣା କରିବା ପ୍ରତିପାଦିତ କରୁଛି ଯେ ସୂର୍ଯ୍ୟବାବୁଙ୍କର ଆଚରଣ ଓ ଉଚ୍ଚାରଣରେ କୌଣସି ପାର୍ଥକ୍ୟ ନାହିଁ । ଏଭଳି ସାଧୁତା ପାଇଁ […]

ପ୍ୟାରୀ-ବିଜେପି ମେଣ୍ଟ!

ଆଗାମୀ ସାଧାରଣ ର୍ନିବାଚନରେ ‘ବି.ଜେ.ପି ଚାହିଁଲେ ଓଡିଶା ଜନମୋର୍ଚ୍ଚାର ସହଯୋଗୀ ଦଳ ହୋଇପାରିବ’ ବୋଲି ଗଣମାଧ୍ୟମରେ ବକ୍ତବ୍ୟ ଦେଇ ଜନମୋର୍ଚ୍ଚା ମୁଖ୍ୟ ପ୍ୟାରୀମୋହନ ମହାପାତ୍ର ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ‘leftist Gandhian by temperament and conviction’ ର ପରିଚୟରେ ନିଜକୁ ଭୂଷିତ କରିଥିବା ପ୍ୟାରୀମୋହନ, ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ମୁଖ୍ୟ ପରାମର୍ଶଦାତା ଭାବେ ଦଶ ବର୍ଷର ବିଜେଡି-ବିଜେପି ମେଣ୍ଟକୁ ବିଖଣ୍ଡିତ କରିଥିବା ପ୍ୟାରୀମୋହନ, ବିଜେଡିର ସେକୁଲାର (Secular) ଭାବମୂର୍ତ୍ତି ତିଆରି […]

ଅନିଶ୍ଚିତ ଆନ୍ନା

ଇତ୍ୟବସରରେ ଏକ ତିନି ଦିନିଆ ଗସ୍ତରେ (୨୯ନଭେମ୍ବର ୨୦୧୨ରୁ ୦୧ଡିସେମ୍ବର ୨୦୧୨) ଆନ୍ନା ହଜାରେ ଓଡିଶା ଆସି ଫେରିଯାଇଛନ୍ତି । ଯଦିଓ ଆନ୍ନା ହଜାରେଙ୍କର ଏହି ଗସ୍ତ ପାଇଁ ଦାୟୀ ଓଡିଶା ନବନିର୍ମାଣ ସମିତିର ମୁଖ୍ୟ ଓ ସଦ୍ୟ ଗଠିତ ଆନ୍ନା ଟିମର ମଞ୍ଜ କମିଟି (Core Committee)ର ସଦସ୍ୟ ଅକ୍ଷୟ କୁମାର ଆନ୍ନାଙ୍କର ଏହି ଗସ୍ତକୁ ପ୍ରଥମ ଓଡିଶା ଗସ୍ତ ବୋଲି ସୂଚନା ଦେଇଛନ୍ତି (‘The three day visit is significant as Anna […]

ଏକ ଆନ୍ଦୋଳନର ମୃତ୍ୟୁ !

ଜଗତସିଂହପୁର ପ୍ରଶାସନ ଇତ୍ୟବସରରେ ଘୋଷଣା କରିଦେଇଛି ଯେ ଦକ୍ଷିଣ କୋରିଆର ଇସ୍ପାତ କଂପାନି ପୋସ୍କୋ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଛି । ଗୋବିନ୍ଦପୁର ଗ୍ରାମବାସୀଙ୍କର ଅକ୍ତିଆରରେ ଥିବା ଅବଶିଷ୍ଟ କେତୋଟିି ପାନ ବରଜ ଭାଂଗି ସାରିଲା ପରେ ପ୍ରଶାସନ ଏହି ଘୋଷଣା କରିଛି । ଏବଂ ଯାହା ଅଭିଭୂତ କରିଛି ତାହା ହେଉଛି ଗୋବିନ୍ଦପୁରର ଅଧିବାସୀ ମାନଙ୍କର ପ୍ରାଣମୁର୍ଚ୍ଛା ବିରୋଧର ଦୃଶ୍ୟ ; ଯାହା ଲଜ୍ଜିତ କରିଛି ତାହା ହେଉଛି ଏହି ବିରୋଧ ବେଳେ […]

ସିବିଆଇ ଜଜ୍ଙ୍କର ଦୁର୍ନୀତି

ଇତ୍ୟବସରରେ (ଜୁନ୍ ୧୯ତାରିଖ) ଆନ୍ଧ୍ରପ୍ରଦେଶର ଜନୈକ ସିବିଆଇ ଜଜ (T.Pattabhi Rama Rao) ଜାମିନ ଦେବାପାଇଁ ଲାଞ୍ଚ ଦେବା (Cash for bail) ମାମଲାରେ ଗିରଫ ହୋଇଛନ୍ତି । ଏହା ବିଚାର ବିଭାଗ ପାଇଁ ଏକ କଳଙ୍କମୟ ଘଟଣା । ସିବିଆଇ ଦ୍ୱାରା ଗିରଫ ହୋଇଥିବା ବେଆଇନ ଖଣି କାରବାରରେ ସମ୍ପୃକ୍ତ, କର୍ଣ୍ଣାଟକର ଏକଦା ବିଜେପି ମନ୍ତ୍ରୀ ଗଲି ଜନାର୍ଦ୍ଧନ ରେଡ୍ଡୀଙ୍କ ଠାରୁ ୫କୋଟି ଟଙ୍କା ଉକ୍ରୋଚ ନେଇ ତାଙ୍କୁ ଜାମିନ ଦେଇଥିଲେ ରାମାରାଓ । ଏହି […]