');}

Category: Politics

କଲାମ୍ କେଉଁ ରାଜନୀତିଆଙ୍କଠାରୁ କମ୍?

ଚଳିତ(ଜୁନ୍) ମାସ ୧୮ତାରିଖ (୧୮/୬/୨୦୧୨) ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି, ବହୁ ପ୍ରଚାରିତ ‘ବୈଜ୍ଞାନିକ’, ଆଣବିକ ଶକ୍ତିକୁ ସମର୍ଥନ କରି କିଶୋର ମସ୍ତିଷ୍କକୁ ପ୍ରଜ୍ୱଳିତ (ignite) କରୁଥିବା ଏ.ପି.ଜେ. ଅବଦୁଲ କାଲାମ ଘୋଷଣା କଲେ ଯେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଆଗ୍ରହୀ ନୁହଁନ୍ତି । ତେଣୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ନାହିଁ । ମିସାଇଲ ମ୍ୟାନ ଭାବେ ପରିଚିତ କାଲାମ, ତାଙ୍କ ପେସାଦାର ଜୀବନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସବୁବେଳେ ମିସାଇଲ ବା କ୍ଷେପଣାସ୍ତ୍ରର […]

ବିକଳ୍ପ ରାଜନୈତିକ ଦଳର ସନ୍ଧାନ

୧-୧୫ ଜୁଲାଇ ୨୦୧୨ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିକଳ୍ପ ରାଜନୈତିକ ଦଳ ବା ମେଣ୍ଟ ଗଢ଼ିବାର ଉଦ୍ୟମ ଆରମ୍ଭ ହେବା ଏକ ବିରଳ ଘଟଣା ନୁହେଁ । ମୁଖ୍ୟଧାରାର ରାଜନୈତିକ ଦଳଗୁଡ଼ିକର ଚରିତ୍ର ପ୍ରାୟ ସମାନ ହୋଇଥିବାରୁ- କିଛି ନିଷ୍ଠାପର ବ୍ୟକ୍ତି, ସାମାଜିକ କର୍ମୀ ଓ ସଚେତନ ନାଗରିକମାନେ ଏକ ବିକଳ୍ପ ରାଜନୈତିକ ଦଳର ସମ୍ଭାବନାକୁ ତଉଲିବା ପାଇଁ ବ୍ୟାକୁଳତା ଦେଖାଇବା ସ୍ୱାଭାବିକ । କିନ୍ତୁ ମୁଖ୍ୟଧାରାର ପ୍ରାର୍ଥୀତ୍ୱରୁ ବଞ୍ଚôତ ବ୍ୟକ୍ତି ମୂଲଚାଲ (Bargaining) କ୍ଷମତା ବୃଦ୍ଧି […]

ରଜତ ଗୁପ୍ତା

ଆନ୍ତର୍ଜାତିକ ବିତ୍ତୀୟ ବେପାର ଓ ପରିଚାଳନାରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ମାର୍କିନ ଭାରତୀୟ ରଜତ୍କୁମାର ଗୁପ୍ତା । ୧୯୭୧ରେ ଆଇଆଇଟି ଦିଲ୍ଲୀରୁ ଓ ୧୯୭୩ରେ ପ୍ରତିଷ୍ଠିତ ହାଭାର୍ଡ ବିଜିନେସ ସ୍କୁଲ (Havard Business School)ରୁ ଡିଗ୍ରୀ ହାସଲ କରିଥିବା ଏହି ବଙ୍ଗୀୟ ଯୁବକ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଜର ଦକ୍ଷତା ପ୍ରଦର୍ଶନ କରି -ମାକେନ୍ସି କମ୍ପାନୀ ( Mckinsey and Company) ଭଳି ବିଶ୍ୱର ଏକ ଅଗ୍ରଣୀ ସଂସ୍ଥାର ଦୀର୍ଘ ୧୦ବର୍ଷ (୧୯୯୪ରୁ […]

ଟିମ୍ ଆନ୍ନାରେ ପୁଣି ଫାଟ !

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଟିମ ଆନ୍ନାରୁ ସହଯୋଗୀମାନେ ଓହରିବା ଏକ ନିୟମିତ ଦୃଶ୍ୟ ହୋଇଛି । ସେହି ଦୃଷ୍ଟିରୁ ଗଣମାଧ୍ୟମରେ ପ୍ରଚାରିତ ସଦ୍ୟତମ ଫାଟରେ ନୂତନତ୍ୱ କିଛି ନାହିଁ । କିନ୍ତୁ ଯେଉଁ କାରଣରୁ ଏହି ଫାଟ ଦେଖାଦେଉଛି – ତାହା ନିଶ୍ଚିତ ଭାବରେ ଅନନ୍ୟ । ଟିମ୍ ଆନ୍ନା ଦ୍ୱାରା ପ୍ରସ୍ତୁତ ୧୫ଜଣ ଦୁର୍ନୀତିଗ୍ରସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ସ୍ଥାନପାଇବା -ଏହି ଫାଟର କାରଣ ହୋଇଛି । ମନମୋହନ […]

ରାଜନେତାଙ୍କ କଳାଛବି

୧-୧୫ ଜୁନ୍ ୨୦୧୨ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କର ପୁତ୍ରବଧୂ ତଥା ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ବାଦଲଙ୍କର ପନôୀ, ଶିରୋମଣି ଅକାଳୀ ଦଳର ସାଂସଦ ହରଶିମ୍ରତ କଉର ବାଦଲ, ଆମ୍ବେଦକର କାର୍ଟୁନ ଉପରେ ସଂସଦରେ ହୋଇଥିବା ବିତର୍କରେ ଭାଗ ନେଇ କହିଲେ ଯେ, ପାଠ୍ୟପୁସ୍ତକର ରାଜନେତାମାନଙ୍କ ଉପରେ କାର୍ଟୁନକୁ ସ୍ଥାନିତ କରି ଉପାସରକାର କୋମଳମତି ବାଳକ ବାଳିକାଙ୍କର ମନକୁ ବିଷାକ୍ତ କରୁଛନ୍ତି । ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦିହୋଇଥିବା ବାଦଲ ପରିବାରର ସାଂସଦ ବଧୂ, ରାଜନେତାମାନଙ୍କ […]

ଅନଶନରେ ମେଣ୍ଟ-ଅହଂର ଆଣ୍ଟ, ଟିମ୍ ଆନ୍ନାରେ ଫାଟ

୧-୧୫ ମଇ ୨୦୧୨ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ମେଣ୍ଟ ରାଜନୀତି ଗତ ଦେଢ଼ଦଶନ୍ଧି ଧରି ଏକ ସାଧାରଣ ଦୃଶ୍ୟ ହୋଇଥିବା ବେଳେ ଏହା ଏକ ସଂସ୍କୃତିରେ ପରିଣତ ହୋଇଗଲାଣି । ତା’ ନହେଲେ ପରସ୍ପରଠାରୁ ଏକଦା ନିରାପଦ ଦୂରତ୍ୱ ରକ୍ଷାକରୁଥିବା ଆନ୍ନା ହଜାରେ ଓ ବାବା ରାମଦେବ-ଏକାଠି ହୋଇ ଅନଶନ କରିବାର ପ୍ରସ୍ତାବ ଦେଶବାସୀଙ୍କୁ ଜଣାଇଥାନ୍ତେ କିପରି? ରାମଦେବଙ୍କ ସହ ଆନ୍ନାଙ୍କର ମେଣ୍ଟ ହେଲେ, ଟିମ୍ ଆନ୍ନାର ବହୁ ଦୃଷ୍ଟ ଚେହେରା ଅରବିନ୍ଦ କେଜରିୱାଲ ତାଙ୍କର ଗୁରୁତ୍ୱ […]

ବିଜେଡ଼ି ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟ?

୧୬-୩୧ ଫେବୃୟାରୀ/ ୧-୧୫ ମାର୍ଚ୍ଚ ୨୦୧୨ ଗଣମାଧ୍ୟମ ସାମ୍ନାକୁ ଆସିବା ପାଇଁ ପ୍ରାୟଃ କୁଣ୍ଠିତ ନବୀନ ପଟ୍ଟନାୟକ ଇତ୍ୟବସରରେ ତୃତୀୟ ସାମ୍ମୁଖ୍ୟର ପ୍ରସ୍ତାବଦେଇ ରାଷ୍ଟ୍ରୀୟସ୍ତରର ରାଜନୈତିକ ଜଳବାୟୁରେ ପରିବର୍ତ୍ତନର ଏକ ସମ୍ଭାବନା ଦର୍ଶାଇଛନ୍ତି । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୧୬/୨/୨୦୧୨) ବିଜେଡ଼ିର କର୍ମୀମାନେ ଉଲ୍ଲସିତ ହେଉଛନ୍ତି ଯେ ସେମାନଙ୍କର ପ୍ରିୟ ନେତା ରାଷ୍ଟ୍ରୀୟସ୍ତରର ରାଜନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ନବୀନ ରାଷ୍ଟ୍ରୀୟସ୍ତରକୁ ଗଲେ ରିକ୍ତ ମୁଖ୍ୟମନ୍ତ୍ରୀ ଆସନକୁ ମଣ୍ଡନ କରିବାପାଇଁ ଆଶାୟୀଙ୍କର ଆକାଂକ୍ଷା […]

ଏହା ହିଁ ହେବାର ଥିଲା

ଟିମ୍ ଆନ୍ନା (Team Anna) ପରିଶେଷରେ ସ୍ଥିର କଲେ ଯେ ସେମାନେ ଆଗାମୀ ନିର୍ବାଚନରେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୋଧରେ ବା ସପକ୍ଷରେ ପ୍ରଚାର କରିବେ ନାହିଁ । (ଦ୍ରଷ୍ଟବ୍ୟ:  Indian Express, 12 January 2012) ଏହା ପୂର୍ବରୁ ସେମାନେ ଘୋଷଣା କରିଥିଲେ ଯେ ସେମାନେ କଂଗ୍ରେସ ଦଳ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ । ଏହାର ଆଧାର ଥିଲା ଆନ୍ନାହଜାରେଙ୍କ ଘୋଷଣା । ୨୭ ଡିସେମ୍ବର ୨୦୧୧ଦିନ ତିନିଦିନିଆ ଅନଶନରେ ବସି ମାତ୍ର […]

ଆନ୍ନା ଅନଶନର ହଂସଗୀତି

୧-୧୫ ଜାନୁଆରୀ ୨୦୧୨ ଏମ୍.ଏମ୍.ଆର୍.ଡି.ଏ.(MMRDA) ପଡ଼ିଆରେ ତିନିଦିନ ପାଇଁ ଅନଶନରେ ବସିବେ ବୋଲି ସଂକଳ୍ପ କରି ଆସିଥିବା ଆନ୍ନା ହଜାରେ ମାତ୍ର ଦେଢ଼ ଦିନ ପରେ ଅନଶନରୁ ଉଠିଯିବା ଓ ସେଠାରୁ ନିଜ ଗାଁ ରାଲେଗାଁ ସିଦ୍ଧିକୁ ଫେରିଯିବା- ଦିଲ୍ଲୀବାସୀ ଟିମ୍ ଆନ୍ନାର ସଭ୍ୟମାନଙ୍କ ପାଇଁ ଏକ ବିରାଟ ଧକ୍କା । କାରଣ ଟିମ୍ ଆନ୍ନାର ଦିଲ୍ଲୀବାସୀ ସଭ୍ୟ, ଅରବିନ୍ଦ କେଜରୀୱାଲ, କିରଣବେଦୀ ଓ ମନୀଷ ସିସୋଡ଼ିଆ ଯେ ଚାହୁଁଥିଲେ ଆନ୍ନା ତାଙ୍କର ଅନଶନ ଜାରୀ ରଖନ୍ତୁ! […]

ପୁନର୍ବାର ଜନ୍ତର ମନ୍ତର

ଏପ୍ରିଲ ୫, ୨୦୧୧ପରେ ଡିସେମ୍ବର ୧୧, ୨୦୧୧ ଜନ୍ତରମନ୍ତରରେ ଦ୍ୱିତୀୟଥର । ତୃତୀୟ ଥରପାଇଁ ଦିଲ୍ଲୀର ଅଧିବାସୀମାନେ ଆନ୍ନାଙ୍କୁ ଅନଶନରେ ବସିବାର ଦେଖିଲେ- ତା’ଭିତରୁ ଦୁଇଥର ଜନ୍ତରମନ୍ତରରେ । ଅବଶ୍ୟ ଡିସେମ୍ବର ୧୧,୨୦୧୧ ଥିଲା ଆନ୍ନାଙ୍କର ପ୍ରତୀକ ଅନଶନର ଦିନ । ରବିବାର-ଛୁଟିଦିନ । ଲୋକ ସମାଗମର ପ୍ରତିଶ୍ରୁତି-ଏହି ଦିନ ନିଶ୍ଚିତ ଅଧିକ । କିଛିଦିନ ପୂର୍ବେ ଆନ୍ନା ଟିମ୍ଙ୍କ ନେତୃତ୍ୱରେ ଦିଲ୍ଲୀର ଜନସାଧାରଣ ଦେଖିଥିଲେ ମଟର ସାଇକେଲ ଓ କାରରେ ସମର୍ଥକଙ୍କର ର୍ୟାଲି । କେହି […]