');}

Category: Infrastructure

ସାହିତ୍ୟିକର ପ୍ରତିବାଦ

ବୀରେନ୍ଦ୍ର ନାୟକ ପୁରସ୍କାର ଫେରାଇବାର ହେତୁ ଗତ କିଛି ଦିନ ହେବ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ବିଭିନ୍ନ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତିଷ୍ଠାନ ବା ଅକାଦେମୀ ଦ୍ୱାରା ପୁରସ୍କୃତ ବ୍ୟକ୍ତିମାନେ  ସେମାନଙ୍କର ପୁରସ୍କାରକୁ ଫେରାଇଦେବାର ସମ୍ବାଦ ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି ଓ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚାର ବିଷୟ ହୋଇଛି । ଏହି ପୁରସ୍କାର ଫେରାଇବାର ପ୍ରକରଣ ଆରମ୍ଭ ହୋଇଛି କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା ପୁରସ୍କୃତ  କନ୍ନଡ ସାହିତ୍ୟିକ,ବିଦ୍ୱାନ ଓ କନ୍ନଡ ବିଶ୍ୱବିଦ୍ୟାଳୟର ପୂର୍ବତନ […]

ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’-ଏକ ପ୍ରତିକ୍ରିୟା

ଡକ୍ଟର ବୀରେନ୍ଦ୍ର ନାୟକ ଅବସରପ୍ରାପ୍ତ ପ୍ରଫେସର, ଗଣିତ ବିଭାଗ, ଉକ୍ରଳ ବିଶ୍ୱବିଦ୍ୟାଳୟ ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’ ଶିରୋନାମାରେ ହରପ୍ରସାଦ ଦାସଙ୍କ ଦ୍ୱାରା ଲିଖିତ ନିବନ୍ଧ ଦୈନିକ ଖବରକାଗଜ ସମାଜରେ ୦୫ ନଭେମ୍ବର ୨୦୧୫ ଦିନ ପ୍ରକାଶ ପାଇଛି । ଏହି ନିବନ୍ଧରେ ଲେଖକ ହରପ୍ରସାଦ ଦାସ ଯିଏକି ନିଜେ ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା(୧୯୯୯ରେ),  ସାହିତ୍ୟିକମାନଙ୍କ ଦ୍ୱାରା ଅକଦେମୀ ପୁରସ୍କାର ଫେରାଇବାକୁ ନାପସନ୍ଦ କରିଛନ୍ତି ,ଏହାକୁ ‘ଲୋକଦେଖାଣିଆ ପ୍ରତିକ୍ରିୟା’,  ‘ଅପରିପକ୍ୱ ଉଦାରବାଦର ଏକ ନମୂନା’ […]

ପୁରସ୍କାର ଫେରାଇବା ପ୍ରସଂଗରେ ‘ବୋଧା’ ଓ ‘ବୋଧୋଦୟ’

ବୀରେନ୍ଦ୍ର ନାୟକ ‘ବୋଧା’ ଓ ‘ବୋଧୋଦୟ’- ଏହି ଦୁଇଟି କ୍ୱଚିତ ବ୍ୟବହୃତ ଶବ୍ଦର ବ୍ୟବହାର ହୋଇଛି “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” ଶିରୋନାମରେ ପ୍ରକାଶିତ ଏକ ନିବନ୍ଧରେ । ଏହି ନିବନ୍ଧ ପ୍ରକାଶ ପାଇଥିଲା ଦୈନିକ ଖବରକାଗଜ ସମାଜ(୫ ନଭେମ୍ବର ୨୦୧୫)ରେ । ଏହି ନିବନ୍ଧର ଲେଖକ ହେଉଛନ୍ତି ପ୍ରଶାସକ ବ୍ୟତିରେକେ ସାହିତ୍ୟିକ ହରପ୍ରସାଦ ଦାସ । ମହାଶୟ ଦାସ  କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା୧୯୯୯ ମସିହାରେ ପୁରସ୍କୃତ ହୋଇଥିଲେ । ନିବନ୍ଧର ବିଷୟ ବସ୍ତୁ ସାହିତ୍ୟ ଅକାଦେମୀ […]

ଉଲ୍ଲସିତ ହେବାର ବେଳ

ଇତ୍ୟବସରରେ ମୈାଳିକ ଶିକ୍ଷା (Elementary Education) ର ସ୍ଥିତି ସଂପର୍କରେ ଏକ ରିପୋର୍ଟ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଛି । ଏହି ରିପୋର୍ଟର ଶିରୋନାମା ହେଉଛି Annual Status of Education Report (Rural) 2012 । ଏହି ରିପୋର୍ଟରେ ଭାରତର ଗ୍ରାମାଂଚଳରେ ମୈାଳିକ ଶିକ୍ଷାର ସ୍ଥିତି ୨୦୧୨ ମସିହାରେ କିପରି ଥିଲା ତାହାର ଏକ ପରିସାଂଖ୍ୟନିକ ବିବରଣୀ ଦିଆଯାଇଛି । ଚାଂଚଲ୍ୟକାରୀ ସଂବାଦ ପ୍ରତି ସହଜାତ ଆକର୍ଷଣ ଥିବା ଗଣମାଧ୍ୟମ ପାଇଁ ଏହି ରିପୋର୍ଟ ଟି  […]

ସଂବାଦ ‘କପୋଳକଳ୍ପିତ’-ଶୀକାର ଗାଂଧୀ

ସଂବାଦ ଟି ଗଢା ହୋଇଥିଲା ପ୍ରିନ୍ସ ଅଫ ଓଲସ (Prince of Wales) ଓ ଗାଂଧୀ ଙ୍କ ମଧ୍ୟରେ ସହସା ସାକ୍ଷତକୁ କେନ୍ଦ୍ର କରି । ପ୍ରକାଶ ପାଇଥିଲା ବିଲାତ ଦେଶର ଏକ ପ୍ରସିଦ୍ଧ ଖବର କାଗଜ  ଇଭିନିଂ ସ୍ଟାଣ୍ଡାର୍ଡ (  Evening Standard) ରେ । ଏହାର ପୁନଃପ୍ରକାଶ ହୋଇଥିଲା ତତ୍କାଳିନ କଂଗ୍ରେସ ଦଳ କୁ ସମର୍ଥନ କରୁଥିବା ଓ ବମ୍ବେରୁ ପ୍ରକାଶ ପାଉଥିବା ଖବର କାଗଜ ଫ୍ରି ପ୍ରେସ ଜର୍ଣାଲ (Free Press Journal) […]

ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ କଳାଦିବସ

ଏହା ଏକ ସୁଖକର ଦୃଶ୍ୟ ଯେ, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଦ୍ୱାରା ଅନୁଷ୍ଠିତ କଳାଦିବସ (୨୨/୬/୨୦୧୨)ରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି । ଦ୍ୱିତୀୟ ସୁଖକର ଦୃଶ୍ୟ ହେଲା ପୋସ୍କୋ ବିରୋଧୀ ଆନେ୍ଦାଳନ ସପକ୍ଷରେ ବାହାରି କାରାବରଣ କରିଥିବା ରାଜ୍ୟସ୍ତରୀୟ ସିପିଆଇ ନେତା ନାରାୟଣ ରେଡ୍ଡୀ ଓ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳଙ୍କୁ, ସଂଗ୍ରାମ ସମିତିର ସଭାପତି ତଥା ଦୁଇ ଦୁଇବାର କାରାବରଣ କରିଥିବା ଅଭୟ ସାହୁଙ୍କ ସହ- ଏହି […]

ବିଜେଡ଼ିର ଜୟଯାତ୍ରା

ଗୋଟିଏ ଯୁଗ (ବାରବର୍ଷ) ହୋଇଗଲା- ବିଜେଡ଼ି କ୍ଷମତାରେ ରହିବାର । ଭାଗୁଆଳି ସରକାରରୁ ନିରଙ୍କୁଶ ସରକାର ହେବାରେ ସମର୍ଥ ହେଲା । ଯଦିଓ ଏହି ବାରବର୍ଷ ଭିତରେ ସରକାରୀ ଗୁଳିର ଯେତେ ଲୋକ ନିହତ ହୋଇଛନ୍ତି, ତାହା ପୂର୍ବେ କୌଣସି ସରକାର ସମୟରେ ହୋଇନାହିଁ । ଯେତେ ଜନଆନେ୍ଦାଳନ- ଗତ ବାରବର୍ଷ ମଧ୍ୟରେ ମୁଣ୍ଡଟେକିଛି ତାହା ଅଭୂତପୂର୍ବ । ଜଳ, ଜମି ଓ ଜଙ୍ଗଲ ଉପରେ ପଡ଼ିଛି ପ୍ରତିକୂଳ ପ୍ରଭାବ ଯାହା ପୂର୍ବେ କୌଣସି ସରକାର ସମୟରେ […]

ବାଧ୍ୟ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଖ୍ୟାରେ ଚିଠି କେନ୍ଦ୍ରକୁ ଲେଖିଛନ୍ତି କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ଓ ଆମର ବିଜେଡ଼ି ସାଂସଦ ଓ ବିଧାୟକ ଅନେକ ସମୟରେ ଯେଉଁ ପ୍ରକାର ପ୍ରଦର୍ଶନ ମାନ କେନ୍ଦ୍ରର ଅବହେଳା ବିରୁଦ୍ଧରେ କରୁଛନ୍ତି- ସେଥିରୁ ଏହା ସ୍ପଷ୍ଟ ଯେ ଓଡ଼ିଶା ଯେ କେନ୍ଦ୍ର ଦ୍ୱାରା ସର୍ବୋଚ୍ଚ ଅବହେଳିତ ରାଜ୍ୟ । କିନ୍ତୁ ଯେଉଁ କେନ୍ଦ୍ର ଏହିଭଳି ଅବହେଳା ପ୍ରଦର୍ଶନ କରୁଛି- ସେହି କେନ୍ଦ୍ରର ଜନବିରୋଧୀ ନିଦେ୍ର୍ଧଶକୁ ପାଳନ କରିବା ପାଇଁ ରାଜ୍ୟ […]

ଦାମ-କାଳନ୍ଦୀ ବିଜେଡ଼ି ଛାଡ଼!

ଅଗଷ୍ଟ ୯ତାରିଖକୁ କ୍ରାନ୍ତିଦିବସଭାବେ ପାଳନ କରିବା ଓ ଭାରତଛାଡ଼ ଆନେ୍ଦାଳନର ଗାଥାକୁ ମନେ ପକାଇବା ଏକ ଭଲ ପରମ୍ପରା । ମହାତ୍ମା ଗାନ୍ଧୀ ୧୯୪୨ ମସିହାରେ ଏହି ଦିନ ଇଂରେଜଙ୍କୁ ଭାରତ ଛାଡ଼ିବାପାଇଁ ଚରମ ଆହ୍ୱାନ ଶୁଣାଇଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅର୍ଥମନ୍ତ୍ରୀ ଥିବାବେଳେ ଭାରତର ଅର୍ଥନୀତିରେ ବିଦେଶୀ ପୁଞ୍ଜିର ପ୍ରବେଶ ପଥକୁ ସୁଗମ କରିଦେଲେ ଏବଂ ଅର୍ଥନୀତିକୁ ବିଦେଶୀ ଶକ୍ତିମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନିୟନ୍ତ୍ରଣ ଭିତରକୁ ଠେଲି ଦେବାର ଉଦାରତା […]

ପିଲାଙ୍କ ଟାଣ

୧-୧୫ ଜୁଲାଇ ୨୦୧୧ ଦକ୍ଷିଣ କୋରିଆର ଇସ୍ପାତ କାରଖାନା ପୋସ୍କୋ ପାଇଁ ଜମି ଅଧିଗ୍ରହଣ ନିଶାରେ ଆବିଷ୍ଟ ଓଡ଼ିଶା ସରକାରଙ୍କର ପୁଲିସ ଫଉଜ ସାମନାରେ ଢିଙ୍କିଆ-ଗୋବିନ୍ଦପୁରର ୩୦୦ରୁ ଅଧିକ ପିଲା ବୟସ୍କ ବିକ୍ଷୋଭକାରୀଙ୍କ ସହ ଧାରଣାର ଆଗଧାଡ଼ିରେ ବସିବା ଏକ ଅତ୍ୟନ୍ତ ଦୃଷ୍ଟିଆକର୍ଷଣକାରୀ ଦୃଶ୍ୟଭାବେ ପ୍ରସାରିତ ହୋଇଛି । ଏହା ଫଳରେ ଫଉଜ ଅଗ୍ରସର ହୋଇପାରି ନାହିଁ, ଜମି ଅଧିଗ୍ରହଣ ସ୍ଥଗିତ ରହିଛି । ଯେଉଁମାନେ ଫଉଜ ଅଗ୍ରସର ନହୋଇପାରିବାର ବିଫଳତା ଦ୍ୱାରା ମର୍ମାହତ, ସେମାନେ ପିଲାମାନଙ୍କର […]