');}

Category: Education

ଉଲ୍ଲସିତ ହେବାର ବେଳ

ଇତ୍ୟବସରରେ ମୈାଳିକ ଶିକ୍ଷା (Elementary Education) ର ସ୍ଥିତି ସଂପର୍କରେ ଏକ ରିପୋର୍ଟ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଛି । ଏହି ରିପୋର୍ଟର ଶିରୋନାମା ହେଉଛି Annual Status of Education Report (Rural) 2012 । ଏହି ରିପୋର୍ଟରେ ଭାରତର ଗ୍ରାମାଂଚଳରେ ମୈାଳିକ ଶିକ୍ଷାର ସ୍ଥିତି ୨୦୧୨ ମସିହାରେ କିପରି ଥିଲା ତାହାର ଏକ ପରିସାଂଖ୍ୟନିକ ବିବରଣୀ ଦିଆଯାଇଛି । ଚାଂଚଲ୍ୟକାରୀ ସଂବାଦ ପ୍ରତି ସହଜାତ ଆକର୍ଷଣ ଥିବା ଗଣମାଧ୍ୟମ ପାଇଁ ଏହି ରିପୋର୍ଟ ଟି  […]

ଶିକ୍ଷା ବଂଚାଅ କାହିଁକି?

ଏହି ଆହ୍ୱାନ ଗତ ୨୫ ବର୍ଷ ହେଲା ଦିଆ ହେଉଛି । ନୂତନ ଜାତୀୟ ଶିକ୍ଷା ନୀତି -୧୯୮୬ ପର ଠାରୁ  ଏହି ଆହ୍ୱାନ ଶୁଭୁଛି । କାରଣ ଏହି ଶିକ୍ଷାନୀତିରେ ଜଣାଇ ଦିଆଗଲା ଯେ ଶିକ୍ଷା ଦୁଇ ପ୍ରକାର ହୋଇପାରେ, ଔପଚାରିକ ଶିକ୍ଷା ଓ ଅଣ ଔପଚାରିକ ଶିକ୍ଷା । ସଂବିଧାନରେ ଧାରା ୪୫ରେ ଶିକ୍ଷା କଥା ଥିଲା , ଦୁଇ ପ୍ରକାର ଶିକ୍ଷାର ପ୍ରସ୍ତାବ ନ ଥିଲା । ତେଣୁ ଯେଉଁ ମାନେ ସମ୍ବିଧାନର […]

ଲାଂଚ ଦେଇ କୁଳପତି

ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ପ୍ରଶାସନ ଅଧିନରେ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ଦୁଇ ଦୁଇଟି ବିଶ୍ୱବିଦ୍ୟଲୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିବା ଏ ଲେଖକ ବିଶ୍ୱବିଦ୍ୟାଳୟ ପରିଚାଳନା କିପରି ଅବକ୍ଷୟର ଗଡାଣିରେ ତଳକୁ ଗଡିଥାଏ ତାହା ଖୁବ ନିକଟରୁ ପ୍ରତ୍ୟକ୍ଷ କରିଛି । ଏହାକୁ ବିରୋଧ କରି ପଦୋନ୍ନତିରୁ ବଂଚିତ ହୋଇଛି ବା ପଦୋନ୍ନତି ପରେ ପରେ ପଦଅବନତି ହୋଇଛି, ଯାହାକୁ ସଳଖେଇବା ପାଇଁ ଆଇନ-ଅଦାଲତର ଆଶ୍ରୟ ନେବାକୁ ପଡିଛି । ମୁଁ ଦେଖିଛି ଅଧ୍ୟାପକ ନିଯୁକ୍ତି ରେ କିପରି […]

ଅଭିଯୋଗ ସତ୍ତେ୍ୱ କୁଳପତି:

ଇତ୍ୟବସରରେ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ସଂପର୍କିତ ବିଭିନ୍ନ ଦସ୍ତାବିଜରୁ ଜଣାପଡେ ଯେ ବହୁ ଅଭିଯୋଗ ପ୍ରଶାନ୍ତ କୁମାର ସାହୁଙ୍କ ବିରୋଧରେ ଗତ ଦଶବର୍ଷ ଧରି କରାଯାଇଥିଲେ ହେଁ ଓ ଏହା ତାଙ୍କର କୁଳପତି ନୁଯୁକ୍ତି ହେବା ପୂର୍ବରୁ ଉଠିଥିଲେ ହେଁ – ଏହା ତାଙ୍କର କୁଳପତି ନିଯୁକ୍ତିକୁ ଅଟକାଇ ପାରିନାହିଁ । ତେବେ ଏହି ଅଭିଯୋଗ ଗୁଡିକୁ କିପରି ଭାବରେ ପ୍ରଭାବହୀନ କରାଯାଇପାରିଛି ତାହାହିଁ ଏହି ଅନୁସନ୍ଧାନ […]

ପ୍ରାଥମିକ ଶିକ୍ଷାରୁ ଗଣିତକୁ ବିଦାୟ!

କିଏ ବିଶ୍ୱାସ କରିବ ଯେ ଏପରି ଏକ ଉଦ୍ୟମ ଏକଦା ହୋଇଥିଲା, ତାହା ପୁଣି ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ୧୯୨୯ ମସିହାରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ । ନ୍ୟୁୟର୍କ ରାଜ୍ୟର ଇଥାକା ସହରରେ ଥିବା ମୈାଳିକ ବିଦ୍ୟାଳୟ ସମୁହର ତତ୍ତ୍ୱାବଧାରକ ଫ୍ରାଙ୍କ ଡି ବୟଣ୍ଟନ (Frank D Boynton) ଅନ୍ୟ ଅଂଚଳ ମାନଙ୍କରେ ଥିବା ବିଦ୍ୟାଳୟ ସମୁହ ଗୁଡିକର ତତ୍ତ୍ୱାବଧାରକ ମାନଙ୍କୁ ଏକ ପତ୍ର  ଲେଖି ଅଭିଯୋଗ କରିଥିଲେ ଯେ ମୈାଳିକ ଶିକ୍ଷା ପାଠ୍ୟକ୍ରମରେ ପ୍ରତ୍ୟେକ […]

ବାଧ୍ୟତାମୂଳକ ଇ-ଆଡ଼୍ମିଶନ୍

୧-୧୫ ଜୁଲାଇ ୨୦୧୨ ସାରା ଭାରତ ଶିକ୍ଷାବଞ୍ଚାଅ କମିଟିର ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ଏକ ପୁସ୍ତିକା- ‘ଇ-ଆଡମିଶନ-କାହା ସ୍ୱାର୍ଥରେ’- ‘ସମଦୃଷ୍ଟି’ରେ ପୁନଃ ପ୍ରକାଶିତ ହୋଇଛି । ଇତ୍ୟବସରରେ ମାନ୍ୟବର ହାଇକୋର୍ଟ ବାଧ୍ୟତାମୂଳକ ଇ-ଆଡମିଶନକୁ ଅଗ୍ରାହ୍ୟ କରି, ଇ-ଆଡମିଶନକୁ ଇଚ୍ଛାଧୀନ କରି- ଆବେଦନକାରୀମାନେ ଯେପରି ପୂର୍ବେ ଫର୍ମହାତରେ ପୂରଣ କରି ଆବେଦନ କରୁଥିଲେ- ସେପରି ମଧ୍ୟ କରିପାରିବେ ଓ ସରକାର ଏହାକୁ ବନ୍ଦ କରିପାରିବେ ନାହିଁ ବୋଲି ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଉଭୟ ଅନଲାଇନ ଓ […]

ଘରୋଇ ବିଶ୍ୱବିଦ୍ୟାଳୟକୁ ୯୯୯ବର୍ଷ ପାଇଁ ମାଗଣା ଜମି

ବହୁ ପ୍ରଚାରିତ ଆଇ.ଟି କମ୍ପାନୀ ଇନ୍ଫୋସିସର ପୂର୍ବତନ ଅଧ୍ୟକ୍ଷ ଓ ସମ୍ପ୍ରତି ଏହାର ଉପଦେଷ୍ଟା (mentor) ତଥା ଯୋଜନା କମିଶନ ଦ୍ୱାରା ସ୍ଥାପିତ ଉଚ୍ଚଶିକ୍ଷା କମିଟିର ଅଧ୍ୟକ୍ଷ ଏନ୍.ଆର.ନାରାୟଣମୂର୍ତ୍ତି ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା କ୍ଷେତ୍ର ପ୍ରତି ଆକୃଷ୍ଟ କରିବା ପାଇଁ ଯେଉଁସବୁ ସୁବିଧା ସୁଯୋଗର ପ୍ରସ୍ତାବ ରଖିଛନ୍ତି, ତାହା ଭିତରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ହେଉଛି ୯୯୯ବର୍ଷ ପାଇଁ ମାଗଣା ଜମି-ଯାହା ସରକାର ଯୋଗାଇବେ ।(ଦ୍ରଷ୍ଟବ୍ୟ-ସମାଜ, ୧୦/୫/୨୦୧୨) ଘରୋଇ କମ୍ପାନୀମାନେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକତାଠାରୁ […]

ସମ୍ମାନଜନକ ଡକ୍ଟରେଟ୍!

ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ସମ୍ମାନଜନକ ଡକ୍ଟରେଟ ପ୍ରଦାନ ସମ୍ପ୍ରତି ବେଶ ବିତର୍କିତ ହୋଇପଡ଼ିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟର ଷ୍ଟାଚୁ୍ୟଟ୍ ୧୩୧(୧) ଅନୁସାରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ, କୁଳାଧିପତିଙ୍କର ଅନୁମୋଦନ ପରେ ହିଁ ସେହି ବ୍ୟକ୍ତିମାନଙ୍କୁ ସମ୍ମାନଜନକ ଡକ୍ଟରେଟ (Doctor of Law (LL.D), Doctor of Literature (D.Litt), Doctor of Science (D.sc)) ଦ୍ୱାରା ଭୂଷିତ କରିପାରିବ ଯେଉଁମାନେ ନାମକରା ବ୍ୟକ୍ତି ହୋଇଥିବେ ବା ଶିକ୍ଷା ଓ ଅଧ୍ୟୟନର ଉନ୍ନତି ଦିଗରେ ତାଙ୍କର ଅବଦାନ ଥିବ ବା […]

ଶିକ୍ଷା ଅଧିକାର ଆଇନ ଓ ସୁପ୍ରିମକୋର୍ଟଙ୍କର ରାୟ

ଶିକ୍ଷା ଅଧିକାର ଆଇନ-୨୦୦୯ରେ ଏକ ବ୍ୟବସ୍ଥା ଅଛି ଯେ ପ୍ରତ୍ୟେକ ସରକାରୀ ଓ ଘରୋଇ ସରକାରୀ ଅନୁଦାନ ପାଉନଥିବା ବିଦ୍ୟାଳୟଗୁଡ଼ିକରେ ଶତକଡ଼ା ୨୫ଟି ସ୍ଥାନ ଗରିବପିଲାଙ୍କୁ ଦିଆଯିବ ଯେଉଁମାନେ ସେଠାରେ ମାଗଣାରେ ଶିକ୍ଷାଲାଭ କରିବେ । ଏହି ବ୍ୟବସ୍ଥା ଅସାମ୍ବିଧାନିକ ବୋଲି ଦାବି କରି ଘରୋଇ ବିଦ୍ୟାଳୟଗୁଡ଼ିକର ସଂଘ ସୁପ୍ରିମକୋର୍ଟରେ ଏକ ମକଦ୍ଧମା ଦାଏର କରିଥିଲେ- ଯାହା ଉପରେ ରାୟ ଗତବର୍ଷ ଅଗଷ୍ଟମାସରୁ ସଂରକ୍ଷିତ ଥିଲା । ପ୍ରକାଶ ପାଇଲା ଚଳିତମାସ(ଏପ୍ରିଲ) ୧୨ ତାରିଖ ଦିନ । […]

ନକ୍ସଲ ପ୍ରଜନନ କେନ୍ଦ୍ର ସରକାରୀ ବିଦ୍ୟାଳୟ!

ଆମର ଋଷିମୁନିମାନେ ତ୍ରିକାଳଦର୍ଶୀ ଥିଲେ ବୋଲି ଆମେ ଶୁଣିଛୁ । ଯାହା ସାଧାରଣ ମଣିଷର ଆଖିରେ ପଡ଼େନାହିଁ- ତାହା ସେମାନେ ଦେଖିପାରନ୍ତି ବୋଲି ଆମକୁ କୁହାଯାଉଥିଲା । ‘ଗୁରୁ’ରବିଶଙ୍କର ସରକାରୀ ବିଦ୍ୟାଳୟଗୁଡ଼ିକରେ ନକ୍ସଲ ସୃଷ୍ଟି ହେଉଛନ୍ତି ବୋଲି ଏକ ଅଭିନବ ମନ୍ତବ୍ୟ ଦେଇ-ନିଜକୁ ସେହି ‘ତ୍ରିକାଳଦର୍ଶୀ’ ଋଷିମୁନିଙ୍କର ଗୋଷ୍ଠୀଭୁକ୍ତ କରିଦେଇଛନ୍ତି । ଏହାର ସମାଧାନ, ସରକାରୀ ସ୍କୁଲଗୁଡ଼ିକର ଘରୋଇକରଣରେ ରହିଛି ବୋଲି ଯୁକ୍ତି ବାଢ଼ିଛନ୍ତି । ଆମର ମାନ୍ୟବର ମାନବସମ୍ବଳ ବିକାଶ ମନ୍ତ୍ରୀ କୁହାଳିଆ କପିଳ ସିବଳ- […]