');}

Category: Law

ବିଦ୍ୟୁତ ବିଲ, ସଂଯୋଗ ବିଚ୍ଛିିନ୍ନ ନୋଟିସ ଓ ଅଦାଲତ

ଏଯାବତ୍ ନାମହୀନ ହୋଇ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିଥିବା ଦୁର୍ନୀତି ବିରୋଧରେ ଭାରତ କର୍ତ୍ତୃକ ରାଜନୈତିକ ଦଳର ନେତା ଅରବିନ୍ଦ କେଜରିୱାଲ, ବିଦ୍ୟୁତ୍ ବିଲ ପଇଠ ନକରିବାକୁ ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେବା (ଗାନ୍ଧୀଙ୍କର ବିଦେଶୀ ବସ୍ତ୍ର ବର୍ଜନ ତାଳରେ), ପଇଠ ନକରିଥିବା ଉପଭୋକ୍ତାଙ୍କର  ବିଚ୍ଛିନ୍ନ ବିଦ୍ୟୁତ୍ ସଂଯୋଗକୁ ବିଦ୍ୟୁତ୍ ଖୁଣ୍ଟରେ କେଜରିୱାଲ ଚଢି ବିଚ୍ଛିନ୍ନ ସଂଯୋଗକୁ ଯୋଡିବା, କେଜରିୱାଲଙ୍କର ଏତାଦୃଶ ଆଚରଣର ୱଚିତ୍ୟ ଉପରେ ଟି.ଭି. ଚ୍ୟାନେଲରେ ହେଉଥିବା ଆଲୋଚନାରେ (N.D.T.V, 10PM, 08-10-2012)) ବିଜୁ […]

‘ଗାନ୍ଧୀଗିରି’ – ବିଭିନ୍ନ ବିଚାର

‘ଲଗେ ରହୋ ମୁନ୍ନା ଭାଇ’ ଏକ ହିନ୍ଦୀ ସିନେମା, ଯାହା ଆଜି ବହୁଳଭାବେ ଚର୍ଚ୍ଚିତ । କୁହାଯାଉଛି ଯେ ଯୁବସମାଜ ଏହି ସିନେମା ଦେଖି ଗାନ୍ଧୀଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ବହୁତ । କ୍ରମଶଃ ବିସ୍ମୃତ ହୋଇଯାଉଥିବା, ମୁଖ୍ୟତଃ ଯୁବ ମାନସରୁ, ଗାନ୍ଧୀ ଏହି ସିନେମା ଦ୍ୱାରା ପୁନଶ୍ଚ ଯୁବ ମାନସକୁ ଫେରିଆସିବେ ଓ ‘ଗାନ୍ଧୀଗିରି’ କରିବେ । ‘ଗାନ୍ଧୀଗିରି’ ଶବ୍ଦକୁ ବିଶୁଦ୍ଧ ଗାନ୍ଧୀବାଦୀମାନେ ନାପସନ୍ଦ କରନ୍ତି । ଏହା ‘ଦାଦାଗିରି’ର ବ୍ୟବହାର ପରି […]

ଗଣିତ ଅଧ୍ୟାପକଙ୍କର କ୍ରୋଧ

ଦକ୍ଷିଣ କୋରିଆର ଏକ ବୃତ୍ତ ହରାଇଥିବା ଗଣିତ ଅଧ୍ୟାପକ ଚହଳ ପକାଇଛନ୍ତି । ତାଙ୍କର ସ୍ୱପ୍ରକାଶିତ ପୁସ୍ତକ ‘udges, Who do You Think You Are?’(ବିଚାରପତିଗଣ, ତୁମେ ନିଜକୁ କ’ଣ ଭାବୁଛ?) ଦକ୍ଷିଣ କୋରିଆର ନ୍ୟାୟପାଳିକା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଠିଆ କରିଛି । ଏହି ଅଧ୍ୟାପକଙ୍କ ନାଁ ହେଉଛି କିମ ମୁ୍ୟଙ୍ଗ-ହୋ(Kim Myung-ho) । ବୃତ୍ତ ହରାଇଥିବା ଅବସ୍ଥାରେ ଏକ ଦିୱାନୀ (civil) ମାମଲାରେ ହାରିଯିବା ପରେ ସେ ବିଚାରପତିଙ୍କ ସାମ୍ନା କଲେ […]

ରାସ୍ତାକଡ଼ରେ ମଦ୍ୟପାନ !

ଏକଦା ରକ୍ଷଣଶୀଳ ଓଡ଼ିଆ ସମାଜ ଯେ ଆଧୁନିକ ହୋଇଚାଲିଛି, ତା’ର ସଦ୍ୟତମ ପ୍ରମାଣ ହେଉଛି ରାସ୍ତାକଡ଼ ମଦଦୋକାନ ପାଖରେ ମଦ୍ୟପାନ କରିବା ପାଇଁ ଅନୁମତି । ପୂର୍ବରୁ ଅବକାରୀ ବିଭାଗ ଏହାକୁ ନିଷେଧ କରିଥିଲା । କିନ୍ତୁ ମଦ୍ୟାସକ୍ତ ବ୍ୟକ୍ତି/ଯୁବକମାନେ ଏହି ନିଷେଧାଜ୍ଞାକୁ ଅବମାନନା କରି ପୁଲିସ ଦ୍ୱାରା ଅପମାନିତ ହେବା, ଜୋରିମାନା ଦେବା ଅବକାରୀ ଦ୍ୱାରା ସହ୍ୟ ହେଲାନାହିଁ । ବରଂ ଏହି ନିଷେଧାଜ୍ଞା ଉଠାଇଦେବାରେ ସେମାନେ ରାଜସ୍ୱ ଆୟର ଏକ ବିରାଟ ସୁଯୋଗ ଦେଖିଲେ […]

ନବ୍ୟ ଉଦାର ଭାରତ

୧୮-୧୯ ଡିସେମ୍ବର ୨୦୧୦, ଦୁଇ ଦିନ ବ୍ୟାପି ଏକ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା ‘ନବ୍ୟ ଉଦାର ଭାରତରେ ଗ୍ରାମୀଣ ଶ୍ରମିକ’ ଏହି ଶିରୋନାମାରେ ଗ୍ରାମୀଣ ଶ୍ରମିକର ସ୍ଥିତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଦେଶ ଭିତରୁ ଓ ବିଦେଶରୁ ଅନେକ ଗବେଷକ ଯୋଗ ଦେଇଥିଲେ ଓ ସମାଜକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହାର […]

ଗାନ୍ଧୀ ଜୟନ୍ତୀ

ଗାନ୍ଧୀଙ୍କର ପ୍ରାସଙ୍ଗିକତା କେବଳ ଅଧ୍ୟୟନ, ଅଧ୍ୟାପନ ଓ ପ୍ରବଚନ ପାଇଁ ରହିଛି । ଏହା ସ୍ପଷ୍ଟ ହୁଏ ତାଙ୍କଉପରେ ହେଉଥିବା ବିଭିନ୍ନ ସଭା, ସେମିନାରରୁ । ସେ ଯେ ଆଦୌ ପ୍ରୟୋଗ କ୍ଷେତ୍ରରେ ପ୍ରାସଙ୍ଗିକ ନୁହନ୍ତି ତାହାକୁ କାର୍ଯ୍ୟରେ ବାରମ୍ବାର ପ୍ରମାଣ କରୁଛନ୍ତି ଆମ ଦେଶର ରାଜନେତା ଓ ସମାଜପତିମାନେ । ଗାନ୍ଧୀ ଏକ ବ୍ରାଣ୍ଡ୍ ଭଳି ବ୍ୟବହାର ହେଲେଣି- ଅନେକ ଦିନଠାରୁ । ତାଙ୍କ ନାଁକୁ ଯୋଡ଼ି ଅନୁଷ୍ଠାନ କଲେ ବହୁ ଅର୍ଥ ସମାଗମ ହେବାର […]

ନ୍ୟାୟପାଳିକା ଓ ଦୁର୍ନୀତି

୧-୧୫/୧୬-୩୦ ଅକ୍ଟୋବର, ୨୦୧୦ ୧୬ଜଣ ପୂର୍ବତନ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ୮ଜଣ ନିଶ୍ଚିତଭାବରେ ଦୁର୍ନୀତିଗ୍ରସ୍ତ (definitely corrupt) ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଶାନ୍ତିଭୂଷଣ ଏକ ସତ୍ୟପାଠ ଜରିଆରେ ଘୋଷଣା କରିଛନ୍ତି । ସେମାନେ କିଏ-ତାହା ସେ ଗଣମାଧ୍ୟମକୁ ଜଣାଇନଥିଲେ ମଧ୍ୟ-ଏକ ବନ୍ଦ ଲଫାଫାରେ ଏହି ନାଁଗୁଡ଼ିକୁ ସେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସେହି ବିଚାରପତିମାନଙ୍କର ଅବଗତି ପାଇଁ ଯେଉଁମାନେ ପ୍ରଶାନ୍ତ ଭୂଷଣଙ୍କ ବିରୁଦ୍ଧରେ ଚାଲିଥିବା କୋର୍ଟ ଅବମାନନାର ଶୁଣାଣି କରୁଛନ୍ତି । […]

ବିସ୍ଥାପନକୁ ସମସ୍ତଙ୍କର ବିରୋଧ

ଓଡ଼ିଶା ହାଇକୋର୍ଟରେ ଇତ୍ୟବସରରେ ଓକିଲମାନେ ଆନେ୍ଦାଳନ କରିଛନ୍ତି ବିଚାରପତିଙ୍କର ବଦଳି ବିରୋଧରେ । ସେମାନଙ୍କର ଯୁକ୍ତିହେଉଛି ଯେ ତାଙ୍କର ବାର୍ ଆସୋସିଏସନ୍ ଚାହେଁ ନା ଯେ ତାଙ୍କ ହାଇକୋର୍ଟରୁ କୌଣସି ବିଚାରପତି ଯାଆନ୍ତୁ ବା ବାହାରୁ କେହି ଆସନ୍ତୁ, କେବଳ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ । ଆନେ୍ଦାଳନର ଡାକରା ଦିଆ ହୋଇଥିଲା ଏହି ଖବର ଶୁଣି ଯେ, ଓଡ଼ିଶା ହାଇକୋର୍ଟରୁ କେତେକ ବିଚାରପତିଙ୍କର ବଦଳିହେଉଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଏସ୍.ଏଚ୍ କପାଡ଼ିଆ ଜନସ୍ୱାର୍ଥ ଦୃଷ୍ଟିରୁ […]

ମାଓବାଦୀଙ୍କୁ ସମର୍ଥନ କଲେ ଦଣ୍ଡ

୧୬-୩୧ ମେ, ୨୦୧୦ ଏହି ଶିରୋନାମାରେ ପ୍ରକାଶିତ ଏକ ସମ୍ବାଦ (ଦ୍ରଷ୍ଟବ୍ୟ-ଧରିତ୍ରୀ, ମେ ୯, ୨୦୧୦)ରେ କୁହାଯାଇଛି, ‘ମାଓବାଦୀ ସଙ୍ଗଠନକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀ ଓ ନେତାମାନଙ୍କୁ କେନ୍ଦ୍ର ସରକାର କଡ଼ା ଚେତାବନୀ ଦେଇଛନ୍ତି । ଏଣିକି ସନ୍ତ୍ରାସବାଦ କାର୍ଯ୍ୟକଳାପରେ ନିୟୋଜିତ ସଙ୍ଗଠନଗୁଡ଼ିକୁ ସମର୍ଥନ କରି ଏବଂ ସେମାନଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ଏହି ସମର୍ଥନକୁ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ର ଧାରା ୩୯ […]

ଏବେ ଜେଲ୍

ଭାରତ ସରକାରଙ୍କର ବାୟୋ-ଟେକ୍ନୋଲୋଜି ବିଭାଗ ଏକ ଚିଠା ବିଧେୟକ ପ୍ରସ୍ତୁତ କରିଛନ୍ତି ଯାହାର ଶିରୋନାମା ହେଉଛି Biotechnology Regulatory Authority Bill(BARB)of 2009.ସଂସଦର ଚଳିତ ଅଧିବେଶନରେ ଏହି ବିଲ୍କୁ ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ୁଛି । ଏହା ଯଦି ଗୃହୀତ ହୋଇ ଆଇନରେ ପରିଣତ ହୋଇଯାଏ; ତା’ହେଲେ ଜିଏମ୍ ଶସ୍ୟ, ଫଳ, ପରିବା ଆଦିକୁ ବିରୋଧ ବେଆଇନ ହୋଇଯିବ । ଏହାକୁ ଉଲ୍ଲଂଘନ କଲେ ୬ମାସରୁ ବର୍ଷେ ପର୍ଯ୍ୟନ୍ତ କାରାଦଣ୍ଡ ଓ ୨ଲକ୍ଷ ଟଙ୍କା ଜୋରିମାନା ଦେବ […]