');}

Archives for: December 2014

ଲୋକଙ୍କ ରାଷ୍ଟ୍ରପତି

୧-୧୬ ଜୁଲାଇ ୨୦୦୭ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା ବିତର୍କରେ ରାଷ୍ଟ୍ରପତି ଏ.ପି.ଜେ. କାଲାମ ମଧ୍ୟ ଟାଣି ହୋଇପଡ଼ିଛନ୍ତି । କଂଗ୍ରେସ ନେତୃତ୍ୱାଧିନ ଉପା, ବି.ଜେ.ପି. ନେତୃତ୍ୱାଧିନ ଏନ୍.ଡି.ଏ. ଯଥାକ୍ରମେ ପ୍ରତିଭା ପାଟିଲ ଓ ଭୈରୋସିଂହ ଶେଖାୱତଙ୍କୁ ରାଷ୍ଟ୍ରପତି ପଦ ପାଇଁ ସେମାନଙ୍କର ମନୋନୀତ ପ୍ରାର୍ଥୀ ଭାବେ ପେଶ୍ କଲାବେଳେ ଚନ୍ଦ୍ରବାବୁ ନାଇଡୁ, ମୁଲାୟମ ସିଂହ ଆଦିଙ୍କ ନେତୃତ୍ୱରେ ତୃତୀୟ ସାମୁଖ୍ୟ ଏ.ପି.ଜେ. ଅବଦୁଲ୍ କାଲାମଙ୍କୁ ନିଜର ପ୍ରାର୍ଥୀ ଭାବେ ପେଶ୍ କରିବାକୁ ଚାହିଁଲେ […]

ମାୟାରେ ମାୟାୱତୀ

୧-୧୬ ଜୁନ୍ ୨୦୦୭ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସବୁ ଭବିଷ୍ୟବାଣୀକୁ ମିଥ୍ୟା ବୋଲି ପ୍ରମାଣିତ କରିଛି । ଝୁଲା ବିଧାନସଭାକୁ ଅପେକ୍ଷା କରିଥିବା ଜ୍ୟୋତିଷମାନେ ହତାଶ ହୋଇଛନ୍ତି । ଦୀର୍ଘ ୧୪ବର୍ଷ ପରେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି ବୋଲି ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହେଉଛି । ମାୟାୱତୀଙ୍କର ନେତୃତ୍ୱରେ ବହୁଜନ ସମାଜପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି କୁହାଯାଉଥିଲେ ହେଁ ଏହା ଯେ ଉଚ୍ଚବର୍ଗର ଲୋକ ବିଶେଷତଃ ବ୍ରାହ୍ମଣମାନଙ୍କୁ ବହୁଜନ […]

କ୍ଷୁଦ୍ର ଋଣଦ୍ୱାରା ଦାରିଦ୍ର୍ୟ ବୃଦ୍ଧି! ସ୍ୱୟଂ ସହାୟକ ଗୋଷ୍ଠୀକୁ ସାବଧାନ!

୧-୧୬ ମଇ ୨୦୦୭ କ୍ଷୁଦ୍ରଋଣର ଧାରଣା ବଙ୍ଗଳାଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କର । ଏହି ଧାରଣାର ସ୍ରଷ୍ଟା ହୋଇଥିବାରୁ ତାଙ୍କୁ ଏବେ ଦିଆଯାଇଛି ନୋବେଲ ଶାନ୍ତି ପୁରସ୍କାର । କ୍ଷୁଦ୍ରଋଣ ସମ୍ପର୍କରେ ପ୍ରଚାର ଯେ ଏହାଦ୍ୱାରା ଗରିବ ଲୋକଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଏହିଭଳି ଋଣ ବଙ୍ଗଳାଦେଶରେ ଦିଏ ଗ୍ରାମୀଣ ବ୍ୟାଙ୍କ । ଏଯାବତ୍ ବଙ୍ଗଳାଦେଶର ୪୦ଲକ୍ଷ ପରିବାର ବା ଜନସଂଖ୍ୟାର ଶତକଡ଼ା ୧୫ଭାଗ ଲୋକଙ୍କୁ କ୍ଷୁଦ୍ର ଋଣ ଦ୍ୱାରା ବାନ୍ଧି ଦିଆଯାଇ ପାରିଛି […]

ସଂରକ୍ଷିତବର୍ଗ ସାବଧାନ

୧-୧୬ ମଇ ୨୦୦୭ ଗୁଜରାଟର ଜଣେ ଆଦିବାସୀ ସାଂସଦ ବାବୁଭାଇ କଟାରା ଜଣେ ପଞ୍ଜାବୀ ମହିଳାଙ୍କୁ ନିଜର ପନôୀ ଓ ଏହି ମହିଳାଙ୍କର ସମ୍ପର୍କୀୟଙ୍କୁ ନିଜର ପୁଅ ବୋଲି କହି ସେମାନଙ୍କୁ ସାଙ୍ଗରେ ନେଇ କାନାଡ଼ା ଯିବାପାଇଁ ଉଦ୍ୟତ ହେବାବେଳେ ବିମାନ ବନ୍ଦରଠାରେ ଗିରଫ ହେବା ଗଣମାଧ୍ୟମରେ ବାରମ୍ବାର ଖୁବ୍ ବିସ୍ତାରର ସହିତ ପ୍ରଚାରିତ ହେଉଛି । ଝାଡ଼ଖଣ୍ଡର ଆଦିବାସୀ ନେତା ଶିବୁ ସୋରେନ ନରସିଂହ ରାଓଙ୍କଠାରୁ ଲାଞ୍ଚନେବା ଓ ପରେ ନିଜ ସଚିବଙ୍କୁ ହତ୍ୟା କରିବା […]

ରାହୁଳ ଉବାଚ

୧-୧୬ ଏପ୍ରିଲ ୨୦୦୭ ରାହୁଳ ଗାନ୍ଧୀ ଭାରତର ଭାବି ପ୍ରଧାନମନ୍ତ୍ରୀ । ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରସଭାମାନଙ୍କରେ ତାଙ୍କୁ ସେହିଭଳି ହିଁ କଂଗ୍ରେସ ଦଳ ପରିବେଷଣ କରୁଛି । ଏହା ହେଲେ ନେହେରୁ-ଗାନ୍ଧୀ ପରିବାରର ଚାରିପୁରୁଷ ଭାରତକୁ ଶାସନ କରିବାର ଖ୍ୟାତି ଅର୍ଜନ କରିବେ । ତେଣୁ ଯେଉଁ ସମୟରେ ତାଙ୍କ ପରିବାର କ୍ଷମତାରେ ନାହିଁ-ସେତେବେଳେ କୌଣସି ଅଘଟଣ ପାଇଁ – ତାହା ତାଙ୍କର ଦଳ କରୁପଛେ – ସେଥିପାଇଁ ତାଙ୍କ ପରିବାର କିପରି ଦାୟୀହେବେ? ସେଥିପାଇଁ […]

ସବା ତଳ ଲୋକ ବିଚାରରେ ରହୁ

ଭିଟାମାଟି ଛାଡ଼ିବେ ନାହିଁ । ସରକାର ତାଙ୍କୁ କିନ୍ତୁ କରୁଛନ୍ତି ବାଧ୍ୟ । ସେମାନେ ବହୁତ ନେହୁରା ହେଲେ – ଗୁହାରୀ କଲେ । ଦୁର୍ବଳ ହିଁ ତ ନେହୁରା, ଗୁହାରୀ କରେ – ଭାବିଲେ ସରକାର । ତା’ପରେ କମ୍ପାନୀ ଆରମ୍ଭକଲା ଦଖଲ ଅଭିଯାନ । ସଂଘର୍ଷ ହେଲା । କମ୍ପାନୀ ପାଇଁ ଲୋକ ପ୍ରତିନିଧି ସରକାରଙ୍କ ତରଫରୁ ଲୋକଙ୍କ ଉପରେ ଗୁଳି ଚାଲିଲା – ଜଣେ ନୁହେଁ ଦୁଇଜଣ ନୁହେଁ; ୧୩ଜଣ ଆଦିବାସୀ ଟଳିପଡ଼ିଲେ […]

ସୁବର୍ଣ୍ଣ ଯୁଗ ଫେରିବ

‘ବିଦେଶୀ ନାଗରିକ ଜିଲ୍ଲାପାଳ ହେବେ’ – ଧରିତ୍ରୀ (ତା ୨୫/୨/୨୦୦୭) ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଶିରୋନାମା ଅନେକେ ଦେଖିଥିବେ । ଯେଉଁମାନେ ଏବେବି ବ୍ରିଟିଶ ଶାସନ ଭଲଥିଲା, ଗୋରା ସାଇବମାନେ ଭଲଥିଲେ, କଡ଼ା ଥିଲେ, ଶାସନ କ’ଣ ଜାଣିଥିଲେ ବୋଲି ରୋମନ୍ଥନ କରନ୍ତି ବା ଏହିଭଳି ପୂର୍ବଜଙ୍କ ଦ୍ୱାରା ପ୍ରଭାବିତ ବର୍ତ୍ତମାନ ପିଢ଼ିର ଲୋକେ ଏହିଭଳି ଶାସନର ଜୟ ଜୟ ଗାନ କରନ୍ତି, ସେମାନଙ୍କ ପାଇଁ ଏହି ଖବର ଅତ୍ୟନ୍ତ ସୁଖକର ହୋଇଥିବ, ଏଥିରେ ସନେ୍ଦହ […]

ସମତା ବିଚାର

ଧନୀ ଗରିବ ଭିତରେ ପାର୍ଥକ୍ୟକୁ କମାଇବା ହିଁ ସମତା ବିଚାରର ମୂଳ କଥା ବୋଲି ତତ୍ତ୍ୱବିଦ୍ମାନେ କହନ୍ତି । କିନ୍ତୁ ଏଥିପାଇଁ ଯେ ସମତାର ଆବଶ୍ୟକତା ରହିଛି ଚିନ୍ତା, ଉଚ୍ଚାରଣ ଓ ଆଚରଣ ଭିତରେ – ତାହା ପ୍ରାୟ କୁହାଯାଉ ନାହିଁ । ଆଧୁନିକ ମଣିଷ ଯାହା ଚିନ୍ତା କରୁଛି – ଯାହା ଉଚ୍ଚାରଣ କରୁଛି ଓ ଯେପରି ଆଚରଣ କରୁଛି – ତାହା ମଧ୍ୟରେ ପାର୍ଥକ୍ୟ ଦେଖିଲେ – ଅନେକ ସମୟରେ ମଣିଷ ହୋଇପଡ଼ୁଛି ନୈରାଶ୍ୟଗ୍ରସ୍ତ […]

କାହାର ପ୍ରିୟ?

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନୀତିଶଙ୍କୁ ପଛରେ ପକାଇ ନବୀନ ନମ୍ବର ୱାନ ବୋଲି ସମ୍ବାଦ (ଧରିତ୍ରୀ – ୨୪/୧/୨୦୦୭) ବେଶ୍ ଚର୍ଚ୍ଚିତ ହେଉଛି । ବିହାର ଓ ଓଡ଼ିଶା ଦୁଇ ରାଜ୍ୟ ମଧ୍ୟରେ ସବୁ ସମୟରେ ହୋଇ ଆସିଛି ଦରିଦ୍ରତମ ବିଶେଷଣ ପାଇଁ ପ୍ରତିଦ୍ୱନ୍ଦିତା । କେତେବେଳେ ଓଡ଼ିଶା ଦରିଦ୍ରତମ ତ କେତେବେଳେ ବିହାର ଦରିଦ୍ରତମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ମଧ୍ୟ ଏହି ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି – ତାହା ଆମକୁ ଆମୋଦିତ […]

ମଦ-ମୋଦୀ-ମେଦିନୀ

ମଦ ଉପରେ କଟକଣାକୁ ଶେଷରେ ଗୁଜୁରାଟର ମୋଦୀ ସରକାର କୋହଳ କଲେ । ରାଜ୍ୟର ଶିଳ୍ପ ମନ୍ତ୍ରୀ ଅନୀଲ ପଟେଲ ଏତ୍ଦ୍ୱାରା ଖୁବ୍ ଉଲ୍ଲସିତ । ଏହାଦ୍ୱାରା ଯେଉଁମାନେ ଅଭିଯୋଗ କରୁଥିଲେ ଯେ ରାଜ୍ୟର ଏତାଦୃଶ କଟକଣା ପୁଞ୍ଜିନିବେଶ କ୍ଷେତ୍ରରେ ଅନ୍ତରାୟ କରେ, ସେମାନେ ନିଶ୍ଚିତ ଭାବରେ କିଛିଟା ଆଶ୍ୱସ୍ତ ହେଉଥିବେ । (For those who have been complaining that the states prohibition policy was acting as a hurdle in […]