');}

Archives for: September 2015

ନବୀନ-ପ୍ୟାରୀ ଦୂରତା କମୁଛି!

ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ ଏକଦା ବିଜେଡ଼ିର ମାର୍ଗଦର୍ଶକ, ବିଜେଡ଼ି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନଙ୍କର ଉପଦେଷ୍ଟା ଓ ଇତ୍ୟବସରରେ ନିଲମ୍ବିତ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କର ପ୍ରତିଶ୍ରୁତି ଯେ ସେ ବିଜେଡ଼ି ସମର୍ଥôତ ପ୍ରାର୍ଥୀଙ୍କୁ ହିଁ ଭୋଟଦେବେ- ପ୍ୟାରୀବିରୋଧୀ ଶିବିରରେ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ପ୍ୟାରୀଙ୍କ ପ୍ରତିଶ୍ରୁତି ପରେ, ତାଙ୍କ ସହ […]

କେତେ ଆଦିବାସୀ ସାଙ୍ଗ୍ମା!

ନୀଲମ୍ ସଂଜୀବ ରେଡ୍ଡୀ ବନାମ ଭି.ଭି.ଗିରି- ରାଷ୍ଟ୍ରପତି ନିର୍ବାଚନ ପରେ -ଏତେ ବିତର୍କିତ ରାଷ୍ଟ୍ରପତି ନିର୍ବାଚନ ଦେଖାଯାଇ ନଥିଲା- ଯାହା ପ୍ରଣବ ମୂଖାର୍ଜୀ ବନାମ ପୂର୍ଣ୍ଣ ଏ.ସାଙ୍ଗ୍ମା ପ୍ରତିଦ୍ୱନ୍ଦ୍ୱିତାରେ ଦେଖାଯାଉଛି । ନିର୍ବାଚନୀ ହିସାବ ଅନୁସାରେ ପ୍ରଣବ ମୂଖାର୍ଜୀ, ପୂର୍ଣ୍ଣ ସାଙ୍ଗ୍ମାଙ୍କ ଠାରୁ ଯଥେଷ୍ଟ ଆଗରେ ଥିଲେ ମଧ୍ୟ ପୂର୍ଣ୍ଣ ସାଙ୍ଗ୍ମାଙ୍କ ଗୋଷ୍ଠୀ ପ୍ରଣବ ମୂଖାର୍ଜୀଙ୍କର ନାମାଙ୍କନ ପତ୍ରକୁ ଖାରଜ କରିଦେବାର ବିଫଳ ଉଦ୍ୟମର ଆଶ୍ରୟ ଇତ୍ୟବସରରେ ନେଇ ସାରିଛନ୍ତି । ଓଡ଼ିଶାରେ ଏହି ପ୍ରତିଦ୍ୱନ୍ଦ୍ୱିତା ଖୁବ୍ […]

ପାରିଜାତରୁ ଭୋଜିଭାତ

ସଚିବାଳୟ ବଗିଚାରେ ପାରିଜାତ ଫୁୁଲର ବାସ୍ନାକୁ ଆଘ୍ରାଣ କରି ଆନନ୍ଦରେ ବିଭୋର ନବୀନ ଟି.ଭି. ପରଦାରେ ଦୃଶ୍ୟମାନ ହେବା- ଓଡ଼ିଶାର ଦର୍ଶକମାନଙ୍କ ପାଇଁ ଏକ ବିରଳ ଦୃଶ୍ୟ । କାରଣ ଗଣମାଧ୍ୟମ ସାମ୍ନାକୁ ଆସିବା ବା ନିଜର ଲୁକ୍କାୟିତ ଲଳିତ ପ୍ରବୃତ୍ତିକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବାର ପ୍ରବଣତା ନବୀନଙ୍କଠାରେ ଏଯାବତ୍ ଦେଖାଯାଇ ନଥିଲା । ପ୍ୟାରୀଙ୍କୁ ନିଲମ୍ବନ କରିବାପରେ, ନିଜ ଭିତରେ ଲୁଚାଇ ରଖୁଥିବା ନବୀନ, ଏହି ପ୍ରବଣତାକୁ ସଚେତନ ଭାବେ ପ୍ରକାଶ୍ୟ କରିବା ‘ମୁଁ ଆଦୌ […]

ସଙ୍ଗାତ ସାଙ୍ଗ୍ମା

ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାର ଆକାଂକ୍ଷାକୁ ସାଂଗମାଙ୍କ ମନରେ ଯେ ପ୍ରଥମେ ପ୍ରଜ୍ୱଳିତ କଲେ- ସେ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ.ଆଇ.ଡି.ଏମ୍.କେ(AIDMK)ର ସୁପ୍ରିମୋ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ‘ଭଉଣୀ’ ସୁଶ୍ରୀ ଜୟଲଳିତାଙ୍କୁ ସାଂଗମାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ମନାଇ ନେଲେ । ଏବେ ବିଜେପି ଅନନ୍ୟୋପାୟ ହୋଇ ସାଂଗମାଙ୍କୁ ସମର୍ଥନ କରିଛି । ସାଂଗମାଙ୍କ ପ୍ରତି ନିଜ ସମର୍ଥନରେ ଅଟଳ ରହିବା ଓ ତାଙ୍କପାଇଁ ସମର୍ଥନ ଜୁଟାଇବା ପଛରେ ନବୀନଙ୍କର ଦୃଶ୍ୟମାନ ନିଷ୍ଠା […]

ବିଜୁ ପରିବାର

୧-୧୫ ଜୁଲାଇ ୨୦୧୨ ବିଜୁ ପରିବାରବିଜୁ ଅନୁରକ୍ତ ଓ ଏହି ଅନୁରକ୍ତିରୁ ବିଜୁ ଜନତାଦଳକୁ ଦୀର୍ଘ ବାରବର୍ଷ ଧରି ମାର୍ଗଦର୍ଶନ କରାଇ ଆସୁଥିବା ପ୍ୟାରୀମୋହନ ମହାପାତ୍ର, ବିଜେଡ଼ିରୁ ନିଲମ୍ବିତ ହେବାପରେ-ଏକ ବହୁ ଉଚ୍ଚାରିତ ପଦ ହେଉଛି ‘ବିଜୁ ପରିବାର’ । ଏହାର ବ୍ୟବହାର ପ୍ରଥମେ ବିଜେଡ଼ି ସୁପ୍ରିମୋ ବିଜୁପୁତ୍ର ନବୀନ ପଟ୍ଟନାୟକ ହିଁ କଲେ ଯେତେବେଳେ ସେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଘଉଚ)ର ଚାରିଜଣ ବିଧାୟକଙ୍କୁ ବିଜୁ ଜନତା ଦଳରେ ସାମିଲ କଲେ ଓ କହିଲେ ‘ଏବେଠାରୁ […]

କଳାକାର ସଚିନ୍

ସଚିନ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସଭ୍ୟଭାବେ ଶପଥ ଗ୍ରହଣ କରିବା ପରେ ସରକାରୀ ବାସଗୃହ ନେବେନାହିଁ ବୋଲି ଘୋଷଣା କରି ଅନେକଙ୍କୁ ଅଭିଭୂତ କରିଦେଇଛନ୍ତି । ଦି ଷ୍ଟେଟସ୍ ମ୍ୟାନ (The Statesman), ତାଙ୍କର ସମ୍ପାଦକୀୟ ‘ସାବାସ ସଚିନ’ ଶିରୋନାମାରେ, ସଚିନଙ୍କର ଏତାଦୃଶ ନିଷ୍ପତ୍ତିକୁ ସ୍ୱାଗତ କରିଛି । କାହିଁକି ନେବେ ନାହିଁ?- ତା’ର କାରଣ ଦର୍ଶାଇ ସଚିନ କୁହନ୍ତି ଯେ ସେ ଜନସାଧାରଣଙ୍କର ଟିକସର ଅପଚୟ ଚାହାନ୍ତି ନାହିଁ । କିନ୍ତୁ ସଚିନ ଯେ ଦିନେ […]

ବିଭାଜିତ ନନ୍ଦିନୀ

ନନ୍ଦିନୀ ଶତପଥୀ- ଓଡ଼ିଶାର ଏଯାବତ୍ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ- ଯଦିଓ ସେ ନିଜକୁ ଏକ ମହିଳା ଅପେକ୍ଷା ଜଣେ ବ୍ୟକ୍ତିଭାବେ ପରିଚିତ ହେବାକୁ ଅଧିକ ପସନ୍ଦ କରୁଥିଲେ । ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ନିଜକୁ ଜଣେ ଖୁବ୍ ଟାଣୁଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ କରିପାରିଥିଲେ । ସେ ଜଣେ ନିର୍ଭୀକ ନେତ୍ରୀ ଥିଲେ- ଏହା କହିବା ବାହୁଲ୍ୟ ମାତ୍ର । ତାଙ୍କର ଜନ୍ମଦିନ ଇତ୍ୟବସରରେ ପାଳିତ ହୋଇଯାଇଛି- ବିଭିନ୍ନ ଅଞ୍ଚଳରେ । କିନ୍ତୁ ଯେଉଁ ଦୁଇଟି […]

ପ୍ୟାରୀମୋହନ ଓ ଜ୍ଞାନ ପଟ୍ଟନାୟକ

୨୦୦୯ରୁ ତାଙ୍କ ବିରୋଧୀମାନେ ସକ୍ରିୟ ହେଲେଣି ବୋଲି ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରମାନଙ୍କରେ କହି ଆସୁଛନ୍ତି । ଏହା ପୂର୍ବରୁ ସେମାନେ ଯେ ଚେଷ୍ଟା କରୁନଥିଲେ- ସେପରି ନୁହେଁ । କିନ୍ତୁ ନବୀନଙ୍କୁ ପ୍ରଭାବିତ କରିବାରେ ସେମାନେ ସଫଳ ହେଉନଥିଲେ । ଅଥଚ ୨୦୦୯ପରେ ସେମାନେ ସଫଳ ହେଉଥିଲେ ଓ ୨୦୧୨ରେ ସେମାନେ ସମ୍ପୂର୍ଣ୍ଣ ସଫଳ ହେଲେ- ପ୍ୟାରୀଙ୍କୁ ଦଳରୁ ନିଲମ୍ବନକଲେ ନବୀନ । କାହିଁକି ୨୦୦୯ଯାଏଁ ପ୍ୟାରୀ ବିରୋଧୀମାନେ ସଫଳ ହେଉନଥିଲେ- ଅଥଚ ୨୦୦୯ ପରେ […]

ବିଶ୍ୱାସଘାତକ ରାଜନୀତିର ପ୍ରଣେତା କିଏ?

ଜୁନ୍ ପହିଲା ୨୦୧୨, ବିଜୁ ଜନତା ଦଳରେ ଥିଲା ଏକ ବିରାଟ ପରିବର୍ତ୍ତନର ଦିନ । ଏହି ଦିନ ଦଳର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି, ବିଜୁ ଜନତା ଦଳକୁ ଏକ ଦଶନ୍ଧି ଧରି କ୍ଷମତାସୀନ କରାଇଥିବା ଓ ତାହାର ଉତ୍ତରୋତ୍ତର ଶକ୍ତି ବୃଦ୍ଧି କରିଥିବା, ଦଳୀୟ କର୍ମୀଙ୍କ ପାଇଁ ପ୍ରଭୁ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ‘ଅଙ୍କଲ୍’ ପ୍ୟାରୀମୋହନ ଦଳରୁ ନିଲମ୍ବିତ ହେଲେ । ଏତଦ୍ଦ୍ୱାରା ଦ୍ୱିତୀୟ କ୍ଷମତା କେନ୍ଦ୍ରର ପତନ ହେଲା । ଏହାତ […]

ନାୟକ-ନବୀନ, ଖଳନାୟକ – ପ୍ୟାରୀମୋହନ

୧୬-୩୦ ଜୁନ୍ ୨୦୧୨ ନବୀନ ବାବୁ ଜଣେ ଲେଖକ । ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟା ଜଣେ ପ୍ରତିଷ୍ଠିତ ଲେଖିକା । ତାଙ୍କର ଭିଣୋଇ ସନ୍ନି ମେହେଟ୍ଟା ଥିଲେ ଏକ ବୃହତ ମାର୍କିନ ପ୍ରକାଶନୀ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ । ତାଙ୍କର ଜେଜେବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଥିଲେ ଓଡ଼ିଶାରେ ଗଠିତ ପ୍ରଥମ ପ୍ରକାଶକ ସଙ୍ଗଠନର ଜଣେ ମୁଖ୍ୟ କର୍ମକର୍ତ୍ତା । କହିବା ବାହୁଲ୍ୟ ଯେ ନବୀନଙ୍କର ଏକ ସୃଜନୀ ପୃଷ୍ଠଭୂମି ରହିଛି । ତେଣୁ ଓଡ଼ିଶାର ଜନସାଧାରଣ […]