');}

ବିମୁଦ୍ରାୟନ, ବିଶେଷଜ୍ଞ ଓ ବିଦ୍ରୂପ

print

                                                                                                                                                                    ବୀରେନ୍ଦ୍ର ନାୟକ
ମୁଦ୍ରା ଅଚଳ ନିଷ୍ପତ୍ତି ବା ବିମୁୁଦ୍ରାୟନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ଶେଷକୁ ସଂସଦର ପଟଳ ଉପରେ ବିମୁଦ୍ରାୟନ ସମ୍ପର୍କରେ କିଛି କହିଲେ । ଉଲ୍ଲେଖ ଯୋଗ୍ୟ ଯେ ୮ ନଭେମ୍ବର ୨୦୧୬ ଦିନ ବିମୁଦ୍ରାୟନର ଘୋଷଣା ପରେ ୭ଜାନୁଆରୀ ୨୦୧୭ ଦିନ ସଂସଦରେ ଏହା ଥିଲା ବିମୁଦ୍ରାୟନ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ । ଏହା ମଝିରେ ଶୀତକାଳୀନ ଅଧିବେଶନ ପଛକେ ସମ୍ପୂର୍ଣ୍ଣ କୈାଣସି ସଂସଦୀୟ କାର୍ଯ୍ୟ ସମାପନ ନ ହୋଇ ଧୋଇଗଲା, ମୋଦୀ ମହାଶୟ ତାଙ୍କ ଜିଦରେ ଅଟଳ ରହିଲେ, ମୁଦ୍ରା ଅଚଳ ନିଷ୍ପତ୍ତି ଉପରେ ତାଙ୍କର କୈାଣସି ବକ୍ତବ୍ୟ ରଖିଲେ ନାହିଁ । ଯଦିଓ ଏ ସମ୍ପର୍କରେ ମତ ମନ୍ତବ୍ୟ ସେ ବେଧଡକ ରଖୁଥିଲେ ବିଭିନ୍ନ ସଭା ସମିତିରେ, ମନ କି ବାତ୍ ରେ । ତେଣୁ ଏହା ସଂସଦୀୟ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିର ବିଷୟ ଯେ ଗୃହର ନେତା ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଟି ଉପରେ ବିଳମ୍ବରେ ହେଉପଛେ କିଛି କହିଲେ । ଆମେ ଏହି ଭ୍ରମରେ ରହିବା ଉଚିତ ନୁହେଁ ଯେ ବିମୁଦ୍ରାୟନ ଉପରେ ବିତର୍କ ହେଉଥିଲା ଓ ମୋଦୀ ମହାଶୟ ତାଙ୍କର ମତ ରଖୁଥିଲେ । ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ସାମିଲ ହୋଇ ସେ ବିମୁଦ୍ରାୟନ ଉପରେ ତାଙ୍କର ମତ ରଖୁଥିଲେ(ଲୋକସଭାଓ ରାଜ୍ୟସଭାରେ ଯଥାକ୍ରମେ ୭ ଓ ୮ ଫେବୃଆରୀ ୨୦୧୭ ଦିନ) । ଅବଶ୍ୟ ସେମାନେ ନିରାଶ ହୋଇଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଣିବାକୁ ଚାହୁଁ ଥିଲେ ଏକ ସାଂଖ୍ୟିକ ଆକଳନ ଯେ ବିମୁଦ୍ରାୟନ ଫଳରେ କେତେ କଳା ଟଙ୍କା  ଧରା ପଡିଛି, ଯେଉଁ ଉଦ୍ଦେଶ୍ୟରେ ସେ ଏହି ନିଷ୍ପତ୍ତି ନେଇଥିଲେ ତାହା କେତେଦୂର ସଫଳ ହୋଇଛି ବା ଶୁଣିବାକୁ ଚାହୁଁଥିଲେ ଏହି ନିଷ୍ପତ୍ତି ଫଳରେ ଅସୁବିଧା ଭୋଗୀ ଥିବା ଲୋକଙ୍କ ପ୍ରତି, ବିଶେଷତଃ ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମବେଦନା ।
ମୋଦୀଙ୍କର ମୁଁହ ଟାଣ ଉତ୍ତର
ତେବେ ସେମାନେ ତାଙ୍କଠାରୁ ଶୁଣିଲେ  ଯେ ତାଙ୍କର ଏହି ନିଷ୍ପତ୍ତି ଭଳି “ବିଶ୍ୱରେ କେଉଁଠି ଏତେ ବଡ, ଏତେ ବ୍ୟାପକ ନିଷ୍ପତ୍ତି କେଭେଁ ନିଆଯାଇ ନାହିଁ । ଏଥିପାଇଁ ବିଶ୍ୱର ଅର୍ଥଶାସ୍ତ୍ରୀଙ୍କ ପାଖରେ ମଧ୍ୟ ଏହାର ଆକଳନ କରିବାର କୈାଣସି ମାପଦଣ୍ଡ ନାହିଁ । ଏହା ବିଶ୍ୱର ଅର୍ଥଶାସ୍ତ୍ରୀଙ୍କ ପାଇଁ, ବିଶ୍ୱବିଦ୍ୟାଳୟ ପାଇଁ ଏକ ବହୁତ ବଡ ମବଗ୍ଦର ଗ୍ଦଗ୍ଧଙ୍କୟଚ୍ଚ  ହୋଇ ପାରିବ ।”; ଶୁଣିଲେ ଯେ ଲୋକଙ୍କର “କିଛି କଷ୍ଟ ହୋଇଛି, ହୋଇଥାଇପାରେ ମଧ୍ୟ । କିନ୍ତୁ  ଆମେ ଗର୍ବ କରିବାର କଥା ଆମ ଦେଶର ନାଗରିକ ଏପରି ଯେ ନିଜ ଭିତରରେ ଥିବା ଦୋଷ ବିରୋଧରେ ଲଢିବା ପାଇଁ ସେମାନେ କଷ୍ଟ ସହିବାକୁ ପ୍ରସ୍ତୁତ ଅଛନ୍ତି ।” ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ ହୋଇଥିଲେ ମଧ୍ୟ ଟ୍ରକ/ବସ ଜଳାଇ ନାହାନ୍ତି କି ହିଂସାର ଆଶ୍ରୟ ନେଇ ନାହାନ୍ତି; ଶୁଣିଲେ ଯେ ସେ ଠିକ ସମୟରେ ହିଁ ନିଷ୍ପତ୍ତି ନେଇଛନ୍ତି କାରଣ “ତୁମେ କେତେବେଳେ ଅପରେସନ କରିଥାଅ ? ଯେତେବେଳେ ଶରୀର ସୁସ୍ଥ ଥାଏ । ଅର୍ଥନୀତି ଭଲ କରୁଥିଲା । ତେଣୁ ଆମର ନିଷ୍ପତ୍ତି ଠିକ ସମୟରେ ନିଆଯାଇଛି ”; ଶୁଣିଲେ ଯେ “ଦୀପାବଳୀ ପର ସମୟ ବ୍ୟବସାୟ ପାଇଁ ମାନ୍ଦା ସମୟ ।”ତେଣୁ ଦୀପାବଳୀ ପରେ ନିଷ୍ପତ୍ତି ନେବା ଠିକ ହୋଇଛି  ; ଶୁଣିଲେ ଯେ ଇନ୍ଦିରା ଗାନ୍ଧୀ ବିମୁଦ୍ରାୟନ ନିଷ୍ପତ୍ତି ନେଇ ନ ଥିଲେ । ମୋଦୀଙ୍କର ଏହି ବକ୍ତବ୍ୟରେ ସେମାନେ ଶୁଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ବିଦ୍ରୂପାତ୍ମକ ମନ୍ତବ୍ୟ ଯେ ତାଙ୍କ କାର୍ଯ୍ୟକାଳରେ “କେତେ ଘୋଟାଲାର କଥା ଉଠିଲା, କିନ୍ତୁ ତାଙ୍କ ଦେହରେ ଦାଗଟିଏ ବି ଲାଗିଲା ନାହିଁ । ବିଶେଷ ଭାବରେ ଆମ, ରାଜନେତାମାନଙ୍କର ଡକ୍ଟର ସାହେବଙ୍କଠାରୁ ଅନେକ କଥା ଶିଖିବାର ଅଛି । ଗାଧୁଆ ଘରେ ବର୍ଷାତି(Raincoat) ପିନ୍ଧି ଗାଧୋଇବାର କଳା କେବଳ ଡକ୍ଟର ସାହେବ ହିଁ ଜାଣନ୍ତି ଆଉ କେହି ନୁହେଁ ।” ଶୁଣିଛନ୍ତି ଉତ୍ତରାଖଣ୍ଡରେ ହୋଇଥିବା ସଦ୍ୟ ଭୂମିକମ୍ପ (୬ ଫେବୃଆରୀ ୨୦୧୭) ପ୍ରସଂଗରେ ରାହୁଳ ଗାନ୍ଧୀଙ୍କ ପ୍ରତି କଟାକ୍ଷ ଯେ୧ “ଗତକାଲି  ଭୂମିକମ୍ପ ହେଲା । ମୁଁ ଆଶ୍ଚର୍ଯ୍ୟ ହେଉଥିଲି କାହିଁକି ଏବେ ଭୂମିକମ୍ପ ଆସିଲା । ଧମକ ତ ବହୁ ଦିନ ତଳେ ଦିଆଯାଇଥିଲା । ନିଶ୍ଚିତ ଏକ କାରଣ ଥିବ କାହିଁକି ପୃଥିବୀ ମା ଏତେ ରାଗିଲେ ।”  ମୋଦୀଙ୍କର ଇଂଗିତ ଥିଲା ଡିସେମ୍ବର ୯,୨୦୧୬ ଦିନ ରାହୁଳ ଗାନ୍ଧୀ କରିଥିବା ଦାବି ଯେ  ସଂସଦରେ ସେ କହିଲେ ଭୂମିକମ୍ପ ହୋଇଯିବ୨ ; ଶୁଣିଛନ୍ତି ଆମ ଆଦମୀ ପାର୍ଟିର ସାସଂଦ ଭଗୱତ ମାନ୍ଙ୍କ ପ୍ରତି ମୋଦୀଙ୍କର ତୀର୍ଯ୍ୟକ ଯେ ଚାର୍ବାକ ଆଜିକା ଦିନରେ ଋଣକରି ଘିଅ ନୁହେଁ ଆଉ କିଛି ପିଇବା ପାଇଁ କହିଥାନ୍ତେ ।  ଉଲ୍ଲେଖ ଯୋଗ୍ୟ ଯେ ମାନ୍ ମଦ୍ୟପାନ କରି ସଂସଦକୁ ଆସୁଛନ୍ତି ବୋଲି ଏକଦା ଅଭିଯୋଗ ହୋଇଥିଲା । କହିବା ବାହୁଲ୍ୟ ଯେ ମୋଦୀ ମହାଶୟଙ୍କର ସଂସଦରେ ଉପସ୍ଥାପନା ବେଶ ରୋଚକ ହୋଇଥିଲା ତାଙ୍କର ନିର୍ବାଚନୀ ଭାଷଣ ଭଳି । ଏହା ସ୍ମରଣ କରାଇଦେଉଥିଲା ରୋହିତ ଭେମୁଲା ପ୍ରସଂଗରେ ତକ୍ରାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମହୋଦୟାଙ୍କ ସଂସଦୀୟ ଉପସ୍ଥାପନାର ନାଟକୀୟକତାକୁ  । ଏହା ତ ଭିନ୍ନ କଥା ଯେ ବିରୋଧୀ ଦଳ ତାଙ୍କର ଏହି ଭଳି ଭାଷଣ, ପ୍ରଧାନମନ୍ତ୍ରୀ ପଦବୀର ମର୍ଯ୍ୟାଦା ଅନୁକୂଳ ଭାଷଣ ନୁହେଁ ବୋଲି ତୀବ୍ର ପ୍ରତିକ୍ରିୟା କରୁଥିଲେ ।୩ କିନ୍ତୁ ଏହି ଅବସରରେ ନିଜକୁ ଭାରତୀୟ ରାଜନୈତିକ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ ଭାବେ ସାବ୍ୟସ୍ତ କରିବାର ପ୍ରବଣତା ମୋଦୀ ମହାଶୟଙ୍କ ଠାରେ ବେଶ ପ୍ରକଟିତ ହେଉଥିଲା । ଶକ୍ତିଶାଳୀ ଇନ୍ଦିରା ଗାନ୍ଧୀ ଯାହା କରିପାରି ନ ଥିଲେ ସେ ତାହା କଲେ, ଯାହା ସେ କଲେ ତାହାକୁ ଆକଳନ କରିବା ପାଇଁ ବିଶ୍ୱର ଅର୍ଥଶାସ୍ତ୍ରୀଙ୍କ ପାଖରେ ମାପଦଣ୍ଡ ନାହିଁ , ଏହା ନିଜ ମୁହଁରେ ଟାଣ ଦେଇ କହିବା, ଏହି ପ୍ରବଣତାର ଦୃଷ୍ଟାନ୍ତ । ଯେଉଁମାନେ ତାଙ୍କର ବିମୁଦ୍ରାୟନ ନିଷ୍ପତ୍ତିର ସମୟକୁ ପ୍ରଶ୍ନ କଲେ ସେମାନଙ୍କୁ ଛିଗୁଲେଇବା ଯେ “ଭାବ ନାହିଁ ଯେ ମୋଦୀ ତରବରରେ କୈାଣସି କାର୍ଯ୍ୟ କରେ । ସେଥିପାଇଁ ତୁମକୁ ମୋଦୀର ଅଧ୍ୟୟନ କରିବାକୁ ହେବ ।” ଓ ସୁସ୍ଥ ଅର୍ଥନୀତିରେ ବିମୁଦ୍ରାୟନ ନିଷ୍ପତ୍ତିକୁ ସୁସ୍ଥ ଶରୀର ଉପରେ ଅପରେସନ କରୁଥିବା ଡାକ୍ତରଙ୍କର ନିଷ୍ପତ୍ତି ସହ ତୁଳନା କରିବା ମଧ୍ୟ ଏହି ପ୍ରବଣତାର ଅଭିବ୍ୟକ୍ତି ।
ରକ୍ତକ୍ଷୟକୁ ଅଣଦେଖା   
ବୋଧହୁଏ ଏହି ତୁଳନା ବେଳେ ମୋଦୀ ମହାଶୟ ଅପରେସନ ସମୟରେ ରକ୍ତକ୍ଷୟର ଅବଶ୍ୟମ୍ଭାବୀ ସମ୍ଭାବନାକୁ ଅଣଦେଖା କରିଦେଇଛନ୍ତି ଓ ରକ୍ତକ୍ଷୟର ପରିମାଣକୁ କମ କରିବା ଉପରେ ଯେ ଡାକ୍ତରର ଦକ୍ଷତା ଓ ଅପରେସନର ସଫଳତା ନିର୍ଭର କରେ ତାହା ପାଶୋରି ଯାଇଛନ୍ତି । ବୋଧହୁଏ ସେ ଏହି ତୁଳନା ବେଳେ ସଚେତନ ହୋଇ ନାହାନ୍ତି ଚିକିତ୍ସା ଶାସ୍ତ୍ରର ସତର୍କ ବାଣୀ ପ୍ରତି ଯେ ଶରୀର ସୁସ୍ଥ ହେଉ ବା ଅସୁସ୍ଥ ହେଉ କୈାଣସି ପ୍ରାପ୍ତ ବୟସ୍କ ବ୍ୟକ୍ତିର ଶରୀରରେ ପ୍ରବାହିତ ସମୁଦାୟ ରକ୍ତର ଶତକଡା ୪୦ଭାଗରୁ ଅଧିକ ରକ୍ତକ୍ଷୟ ଶରୀରର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରେ, ଆଉ ଯଦି ଅପରେଶନ ଏପରି ହୁଏ ଯେ ଶତକଡା ୮୫-୮୬ ଭାଗ ରକ୍ତ  ର ସହସା କ୍ଷୟ ହୁଏ, ଓ ତାହାହେଲେ ତ ଶରୀରର ଅବସ୍ଥା ଅନୁମେୟ । ସ୍ୱାଭାବିକ କୈାଣସି ବିଜ୍ଞ ଓ ଅଭିଜ୍ଞ ଡାକ୍ତର ଏପରି ଅପରେସନ କରିବ ନାହିଁ  । ମୋଦୀ ମହାଶୟ ଯେତେବେଳେ ୫୦୦ ଓ ୧୦୦୦ଟଙ୍କା ଅଚଳ ହୋଇଗଲା ବୋଲି ଘୋଷଣା କରିଦେଲେ ସେତେବେଳେ ସେ ପ୍ରଚଳନରେ ଥିବା ସମସ୍ତ ମୁଦ୍ରାର ମୂଲ୍ୟର ଶତକଡା ୮୫-୮୬ ଭାଗ ମୂଲ୍ୟର ମୁଦ୍ରାକୁ ହିଁ ପ୍ରଚଳନରୁ କାଢି ନେଲେ । ଅର୍ଥନୀତିରେ ମୁଦ୍ରାର ସଂଚାଳନ, ଶରୀରରେ ରକ୍ତ ସଂଚାଳନ ସଦୃଶ । ତେଣୁ ମୋଦୀଙ୍କର ବିମୁଦ୍ରାୟନ ନିଷ୍ପତ୍ତିକୁ ଯଦି ଶରୀରର ଅପରେସନ ସହ ତୁଳନା କରାଯାଏ ତାହାହେଲେ  ଅର୍ଥନୀତିରେ ଏକ ଅଭାବନୀୟ ରକ୍ତହୀନତା ହିଁ ବିମୁଦ୍ରାୟନର ପରିଣତି, ଏକ ଦୁର୍ବଳ  ଅର୍ଥନୀତି ହିଁ ପରିଣତି ିି । ତେଣୁ ମୋଦୀଙ୍କର ‘ସୁସ୍ଥ ଅର୍ଥନୀତିରେ ବିମୁଦ୍ରାୟନ’ ପାଇଁ ‘ସୁସ୍ଥ ଶରୀର ଉପରେ ଅପରେସନ’ ଉପମା ଏକ ଆତ୍ମଘାତୀ ଉପମା । ପୁନଶ୍ଚ ଯଦି ବିମୁଦ୍ରାୟନ ପଛରେ ମୂଳ କାରଣ, ଯାହା ମୋଦୀଙ୍କ ଘୋଷଣାରେ ଥିଲା ଯେପରି କଳାଟଙ୍କା, ଜାଲି ଟଙ୍କା ଓ ଆତଙ୍କୀ ଟଙ୍କାର ମୂଳୋତ୍ପାଟନ ତାହାହେଲେ ଏ ଗୁଡିକ ପ୍ରଚଳିତ ଅର୍ଥନୀତିର ବିକୃତି ନୁହେଁ କି? ଏହି ଭଳି ବିକୃତି ଦ୍ୱାରା ଗ୍ରସ୍ତ ଅର୍ଥନୀତି ପାଇଁ  ମୋଦୀଙ୍କ ଦ୍ୱାରା ବିଶେଷଣ ‘ସୁସ୍ଥ’ର ପ୍ରୟୋଗ ଯଥାର୍ଥ କି? କହିବା ବାହୁଲ୍ୟ ଯେ ମୋଦୀ ମହାଶୟଙ୍କର ବକ୍ତବ୍ୟରେ ଅନେକ ବିସଂଗତି ରହିଛି, ତାହା ଉପମାର ପ୍ରୟୋଗରେ ହେଉ ବା ବିଶେଷଣର ବ୍ୟବହାରରେ ହେଉ । କିନ୍ତୁ ଏହା ଅସ୍ୱୀକାର କରି ହେବ ନାହିଁ ଯେ ସମସ୍ତ ବିସଂଗତି ସତ୍ତେ୍ୱ ମୋଦୀଙ୍କର ବକ୍ତବ୍ୟରେ ଭ୍ରମ ସୃଷ୍ଟି କରିବାର ଯଥେଷ୍ଟ ଚାତୁରୀ ରହିଛି ।
ବିଶେଷଜ୍ଞଙ୍କ ମଗଜକୁ ପ୍ରଶ୍ନ
ବିମୁଦ୍ରାୟନ ପ୍ରସଂଗରେ ରାଷ୍ଟ୍ରର ଅର୍ଥନୀତିକୁ ମଣିଷ ଶରୀର ସହ ତୁଳନା କରିବା ନରେନ୍ଦ୍ର ମୋଦୀଙ୍କର ଆବିଷ୍କାର ନୁହେଁ । ଅର୍ଥଶାସ୍ତ୍ରୀମାନେ  ଏହିପରି ତୁଳନା କରିଛନ୍ତି । କିନ୍ତୁ ମୋଦୀ ରକ୍ତକ୍ଷୟର ସମ୍ଭାବନାକୁ ଅଣଦେଖା କରିଥିବା ବେଳେ, ଅର୍ଥଶାସ୍ତ୍ରୀମାନେ, ବିବେକୀ ଓ ଅଭିଜ୍ଞ ଡାକ୍ତରଙ୍କ  ଭଳିି, ରକ୍ତକ୍ଷୟର ସମସ୍ୟାକୁ ହିଁ ଅଗ୍ରାଧିକାର ଦେଇଛନ୍ତି । ଯେପରି କଳା ଅର୍ଥନୀତି ଉପରେ ପ୍ରାୟ ଦୁଇ ଦଶନ୍ଧି ଧରି ଗବେଷଣା କରିଥିବା ଓ ପୁସ୍ତକ The Black Economy in India (Penguin, 1999)ର ପ୍ରଣେତା ଅର୍ଥନୀତିଜ୍ଞ ପ୍ରଫେସର ଅରୁଣ କୁମାରଙ୍କ ଭାଷାରେ୪  “ଯଦି ତୁମେ ମନୁଷ୍ୟର ଶରୀରରୁ  ୮୫ ପ୍ରତିଶତ ରକ୍ତ କାଢିନେବ ଓ ତା ସ୍ଥାନରେ  ୫ ପ୍ରତିଶତ ହିଁ ରକ୍ତ ଧୀରେ ଧୀରେ ପୁରାଇବ, ତାହାହେଲେ ମଣିଷଟିର କଣ ହେବ? ସେ ମରିବ । ସେହିଭଳି ତୁମେ ଯେତେବେଳେ ଅର୍ଥନୀତିରୁ  ୮୫ ପ୍ରତିଶତ ନଗଦ ଟଙ୍କା (liquidity )କାଢି ନେବ ଓ ତା ସ୍ଥାନରେ ଧୀରେ ଧୀରେ  ୫ ପ୍ରତିଶତ ନଗଦ ଟଙ୍କା ପୁରାଇବ ସେତେବେଳେ ଆୟର ପ୍ରଚଳନ(Circulation) ନିମ୍ନଗାମୀ ହେବ ।”  ମଣିଷ ଶରୀରରେ ରକ୍ତ ସହ ଅର୍ଥନୀତିରେ ନଗଦ ମୁଦ୍ରାକୁ ତୁଳନା କରି କେହି କେହି ବିଶେଷଜ୍ଞ ବିମୁଦ୍ରାୟନକୁ ଏକ ଅସଫଳ ବିତ୍ତିୟ ଡାୟାଲିସସ (dialysis) ବୋଲି ଆଖ୍ୟାୟିତ କରିଛନ୍ତି ।୫ ବିଶେଷଜ୍ଞ ଅର୍ଥାତ୍ ଅର୍ଥଶାସ୍ତ୍ରୀମାନେ ଅର୍ଥନୀତିର ଏହି ସମ୍ଭାବ୍ୟ ନିମ୍ନଗାମୀ ପର୍ଯ୍ୟାୟ ଉପରେ ହିଁ ନିଜର ଚିନ୍ତା ବ୍ୟକ୍ତ କରୁଥିଲେ । ମାସାଚ୍ୟୁସେଟ ଇନଷ୍ଟିଚ୍ୟୁଟ ଅଫ ଟେକନୋଲେଜି(MIT)ର ପ୍ରଫେସର ଓ poor economics ସହପ୍ରଣେତା ଅଭିଜିତ ବିନାୟକ ବାନାର୍ଜି କୁହନ୍ତି, “ମୁଁ ସ୍ପଷ୍ଟ ନୁହେଁ କାହିଁକି ବିମୁଦ୍ରାୟନ କରାଗଲା । ମୁଁ ମଧ୍ୟ ସ୍ପଷ୍ଟ ନୁହେଁ ଯେ ଏହା ଦ୍ୱାରା କି ଲାଭ ହେବ । କିନ୍ତୁ ଏହା ଦ୍ୱାରା କେଉଁ ଭଳି କ୍ଷତି ହେବ ସେ ବିଷୟରେ ମୁଁ ବେଶ ସ୍ପଷ୍ଟ ।”(Cash recall mystifies economist , The Telegraph ,January 6, 2017,https://www.telegraphindia.com/1170106/jsp/frontpage/story_128847.js.) ୨୦୦୮ର ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ପଲ କୃଗମାନ(Paul Krugman) କୁହନ୍ତି୬, “ମୁଁ ଏହା କରିବା ପଛରେ ଅଭିପ୍ରାୟ ବୁଝୁଛି । କିନ୍ତୁ ଏଭଳି କରିବା ଅତ୍ୟନ୍ତ ବିଘ୍ନକାରୀ (disruptive) । ଏହା ଦ୍ୱାରା ସେ ଭଳି କୈାଣସି ଦୀର୍ଘକାଳୀକ ଲାଭର ସମ୍ଭାବନା  ମୁଁ  ଦେଖୁନାହିଁ । କିନ୍ତୁ ନିଶ୍ଚିତ ଭାବରେ, ସାମୟିକ ହେଲେ ମଧ୍ୟ, ଏଥି ପାଇଁ ବେଶ ମୂଲ୍ୟ ଦେବାକୁ ପଡିବ ।”  ଭାରତ ସରକାରଙ୍କର ଅର୍ଥମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିଷ୍ଠାନ  National Institute of Public Finance and Policy ର ଅର୍ଥଶାସ୍ତ୍ରୀ ପ୍ରଫେସର ଆର୍ କବିତା ରାଓ କୁହନ୍ତି୭, “ସାଧାରଣତଃ ସବୁ ଅର୍ଥଶାସ୍ତ୍ରୀ ବିଶ୍ୱାସ କରିବେ ଯେ ବିମୁଦ୍ରାୟନ ଅର୍ଥନୀତିର କ୍ଷତି କରିବ । …….ବିମୁଦ୍ରାୟନର ପୀଡା ଦୀର୍ଘକାଳକୁ ଅନୁଭୂତ ହେବ ।” ଭାରତ ସରକାରଙ୍କର ଏକଦା ମୁଖ୍ୟ ଅର୍ଥ ପରାମର୍ଶଦାତା ପ୍ରଫେସର କୈାଶିକ ବସୁ କୁହନ୍ତି ୮, “ଏଯାବତ୍ ବିମୁଦ୍ରାୟନର ପ୍ରଭାବ ମଧ୍ୟମ ବର୍ଗ, ନିମ୍ନ-ମଧ୍ୟମ ବର୍ଗ ଓ ଗରିବ ଜନସାଧାରଣଙ୍କ ପାଇଁ ବିନାଶକାରୀ ହିଁ ହୋଇଛି । ଏବଂ ଆଗକୁ ଆହୁରି ଖରାପ ସମୟ ଆସୁଛିି ।”   ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥଶାସ୍ତ୍ରୀ ମନମୋହନ ସିଂହ ବିମୁଦ୍ରାୟନର କଟ୍ଟର ସମାଲୋଚକ ଆମ ଆଦମୀ ପାର୍ଟିର ସାଂସଦ ଭଗୱତ ମାନ୍ଙ୍କୁ କଟାକ୍ଷ କରି ମୋଦୀ ଏହାହିଁ କରିଛନ୍ତି । କ୍ଷେତ୍ରରେ ଉପୁଜୁ ଥିବା ବାସ୍ତବ ସ୍ଥିତିକୁ ଦେଖିବା ପାଇଁ ସେ ଯେପରି ମନା କରି ଦେଉଛନ୍ତି । ଅହିଂସକ ପ୍ରତିବାଦକୁ ପ୍ରତିବାଦ ବୋଲି ଗ୍ରହଣ କରିବା ପାଇଁ ସେ ଯେପରି ପ୍ରସ୍ତୁତ ନୁହନ୍ତି । ମୋଦୀଙ୍କର ଏତାଦୃଶ ମାନସିକତା ଓ ଆଚରଣର ଏକ ଉପଯୁକ୍ତ ବର୍ଣ୍ଣନା ଦେଖିବାକୁ ମିଳେ ଭାରତୀୟ ଜନତା ପାର୍ଟିର ସହେଯାଗୀ ଶିବସେନାର ମୁଖପତ୍ର ‘ସାମନା’ ର ସମ୍ପାଦକୀୟରେ ଯେତେବେଳେ ଏଥିରେ ଲେଖାଯାଏ୧୬, “ବିମୁଦ୍ରାୟନ ଦ୍ୱାରା ସୃଷ୍ଟ ବିଭ୍ରାଟକୁ ମୋଦୀ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ତାଙ୍କର ନିଜସ୍ୱ ବିଜ୍ଞାପନ ଓ ପ୍ରଚାର କଳ ସରକାରଙ୍କର ସମସ୍ତ ଭୁଲ ନୀତିକୁ ଲୁଚାଇ ଦେବାର ଉଦ୍ୟମ କରୁଛି ଓ କଂଗ୍ରେସକୁ ଆକ୍ରମଣ କରିବାର କୈାଣସି ସୁଯୋଗକୁ ହାତଛଡା କରୁ ନାହିଁ । ମୋଦୀ ଏହି ଭଳି ନକାରାତ୍ମକ ଧାରଣାରୁ ବର୍ତ୍ତମାନ ମୁକୁଳିବା ଉଚିତ ।”
ବ୍ୟବହୃତ ଉପାଦାନ ସୂଚୀ

1Modi’s quake jibe at Rahul ,J.P. YADAV ,The Telegraph, February 8, 2017,https://www.telegraphindia.com/1170208/jsp/nation/story_134678.jsp..
2.Demonetisation: My speech will cause earthquake, says Rahul Gandhi ,IndiaToday.in  | Edited by Prabhash K Dutta , New Delhi, December 9, 2016 ,http://indiatoday.intoday.in/story/rahul-gandhi-demonetisation-biggest-scam-i-will-bring-earthquake-with-my-speech/1/830634.html
3.Narendra Modi’s remarks against Manmohan ‘unbecoming of a PM’: Congress, The Economic Times,Feb 08, 2017, http://economictimes.indiatimes.com/news/politics-and-nation/narendr…
4.‘It’s like taking 85% of the blood out of someone’s body’: Economist Arun Kumar on demonetisation ,Nov 29, 2016 · 10:30 am   Updated Jan 03, 2017 · 03:02 pm Inderjit Badhwar &  Meha Mathur ,https://scroll.in/article/822718/its-like-taking-85-of-blood-out-of-someones-body-economist-arun-kumar-on-demonetisation
5.Demonetisation: A Failed Financial Dialysis ,V. Mathew Kurian,Mainstream, VOL LV No 6 New Delhi January 28, 2017 ,http://www.mainstreamweekly.net/article6947.html
6.Demonetisation may not deliver long term benefits to India:Paul Krugman ,Live Mint,Dec 03 2016,http://www.livemint.com/Politics/6WQRkoCktgAJdagFSkcIVN/.
7.Demonetisation to hurt economy in long term: Experts ,By IANS | Updated: Dec 05, 2016 ,http://economictimes.indiatimes.com/news/economy/policy/demonetisat..
8.Top economists are divided on demonetisation:Who said what?,BT Online   New Delhi     Last Updated: December 5, 2016,http://www.businesstoday.in/current/economy-politics/top-economists-are-divided-on-demonetisation-who-said-what/story/241412.ht
9.Arun Shourie attacks PM Modi’s demonetisation move, says it is not a strike on black money,By : FE Online| New Delhi | Published: November 18, 2016 … http://www.financialexpress.com/economy/arun-shourie-attacks-pm-nare..
10.Sangh’s arm adds job jolt , December 9, 2016, The Telegraph,http://epaper.telegraphindia.com/print/230223-161816861.htm
11.Business Standard, Bhubaneswar, 14th February 2017
12President Pranab Mukherjee Welcomes Demonetisation Of Rs.1,000, Rs.500 Notes , Press Trust of India|  Updated: November 09, 2016 , http://www.ndtv.com/india-news/president-pranab-mukherjee-welcome. .
13.President Pranab Mukherjee’s speech on why demonetisation is bad news for India , http://indiatoday.intoday.in/story/president-pranab-mukherjee-demonetisation-pm-modi-indian-economy-pluralistic-economy/1/850502
14.Why President Pranab Mukherjee’s views on demonetisation are echoing Manmohan Singh’s ,Mausami Singh ,06-01-2017 ,http://www.dailyo.in/politics/manmohan-singh-modi-pranab-mukherjee-congress-demonetisation/story/1/14951.html
15.Nitish Kumar takes U-turn on demonetisation, calls it monumental mismanagement ,NARADA DESK | Updated On : February 10, 2017 ,http://naradanews.com/2017/02/nitish-kumar-takes-u-turn-on-demonetis…
16.Sena praises previous Congress governments, says Modi not ready to ad… http://naradanews.com/2017/02/sena-praises-previous-congress-gover..

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>