');}

ଦୁସରା ବନବାସ

print
ମୂଳ ରଚନା:ଭାଷା ଉର୍ଦ୍ଦୁ
ଦୁସରା ବନବାସ

କୈଫୀ ଆଜମୀ

ରାମ ବନବାସ ସେ ଜବ ଲୈାଟକର ଘର ମେଁ ଆୟେ
ୟାଦ୍ ଜଂଗଲ ବହୁତ ଆୟା ଜୋ ନଗର ମେଁ ଆୟେ
ରକ୍ସେ ଦୀବାନଗୀ ଆଂଗନ ମେଁ ଜୋ ଦେଖା ହୋଗା
ଛହ ଦିସମ୍ବର କୋ ଶ୍ରୀରାମ ନେ ସୋଚା ହୋଗା
ଇତନେ ଦୀବାନେ କହାଁ ସେ ମେରେ ଘର ମେଁ ଆୟେ

ଜଗମଗାତେ ଥେ ଜହାଁ ରାମ କେ କଦମୋଂ କେ ନିଶାଂ
ପ୍ୟାର କି କହକଶାଁ ଲେତୀଥି ଅଂଗଡାଇ ଜହାଁ
ମୋଡ ନଫରତ କେ ଉସୀ ରାହଗୁଜର ମେଁ ଆୟେ

ଧର୍ମ କ୍ୟା ଉନକା ହୈ, କ୍ୟା ଜାତ ହୈ ୟେ ଜାନତା କୈାନ
ଘର ନା ଜଲତା ତୋ ଉନ୍ହେଁ ରାତ ମେଁ ପହଚାନତା କୈାନ
ଘର ଜଲାନେ କୋ ମେରା, ଲୋଗ ଜୋ ଘର ମେଁ ଆୟେ

ଶାକାହାରୀ ହୈ ମେରେ ଦୋସ୍ତ, ତୁମହାରେ ଖଂଜର
ତୁମନେ ବାବର କେ ତରଫ ଫେକେ ଥେ ସାରେ ପଥର
ହୈ ମେରେ ସର କି ଖତା, ଜଖମ ଜୋ ସର ମେଁ ଆୟେ

ପାଓଁ ସରଯୂ ମେଁ ଅଭି ରାମ ଧୋଏ ଭି ନ ଥେ
କି ନଜର ଆୟେ ୱାହାଁ ଖୁନ କେ ଗହରେ ଧବ୍ୱେ
ପାଓଁ ଧୋୟେ ବିନା ସରଯୂ କେ କିନାରେ ସେ ଉଠେ
ରାମ ୟେ କହତେ ହୁଏ ଅପନେ ଦୁଆରେ ସେ ଉଠେ
ରାଜଧାନୀ କୀ ଫଜା ଆଈ ନହିଁ ରାସ ମୁଝେ
ଛହ ଦିସମ୍ବର କୋ ମିଲା ଦୁସରା ବନବାସ ମୁଝେ

    ଓଡିଆ ଅନୁବାଦ

    ଦ୍ୱିତୀୟ ବନବାସ

ଯେତେବେଳେ ବନବାସରୁ ଘରକୁ ଫେରିଲେ ରାମ
ଡିସେମ୍ବର ଛ’ ତାରିଖ ଦିନ
ବହୁତ ପଡିଲା ମନେ ନଗରରେ ଜଂଗଲର ଦିନ

ଏହା ଆସିଥିବ ମନକୁ ତାଙ୍କର
ଯେତେବେଳେ ତାଙ୍କ ଘର ଅଗଣାରେ ସେ ଦେଖିଥିବେ ଉନ୍ମାଦ ତାଣ୍ଡବ
ଓ ଭାବିଥିବେ ଏତେ ଉନ୍ମତ୍ତ ମୋ ଘରକୁ ଆସିଲେ କେଉଁଠୁ

ଯେଉଁଠି ଝକମକ କରୁଥିଲା ଦିନେ ରାମଙ୍କର ପାଦଚିହ୍ନ
ଯେଉଁଠି ଭାଂଗୁଥିଲା ଅଳସ ପ୍ରେମର ତାରକା ପୁଂଜ
ସେ ରାସ୍ତାରେ ଆଜି ହିଂସା ଓ ବିଦ୍ୱେଷର ଯାତ୍ରା

କ’ଣ ତାଙ୍କର ଧର୍ମ, ଜାତି ଅବା କ’ଣ, ଜାଣିଥାନ୍ତା କିଏ
ଘର ଯଦି ଜଳିନଥାନ୍ତା, ତାଙ୍କୁ ରାତିରେ ଚିହ୍ନିଥାନ୍ତା କିଏ
ଘର ଜଳାଇବା ପାଇଁ ଯେ ଏତେ ଲୋକ ଆସିଥିଲେ ମୋ ଘରକୁ

ସାଂଗ ମୋର , ଶାକାହାରୀ ଅଟେ ତୋର ଏହି ହତିଆର
ତୁ ବାବର ଉପରେ ଯେତେ ନିକ୍ଷେପ କରିଲୁ ପଥର
ଏ ମୋ ମଥାର ଦୋଷ ଯେ ମୋ ମଥା ହିଁ ଜଖମ ହେଲା

ସରଯୂରେ ରାମ ପାଦ ଧୋଇ ବି ନ ଥିଲେ
ଦେଖିଲେ ସେ ରକ୍ତର ବହଳ ଦାଗ ତାର ଜଳରେ
ପାଦ ନ ଧୋଇ ରାମ ଉଠିଲେ ସରଯୂ କୂଳରୁ
ଏହା କହି ଉଠିଲେ ନିଜ ଘର ଦୁଆର ମୁହଁରୁ
ରାଜଧାନୀର ଜଳବାୟୁ ଆଉ ଅନୁକୂଳ ହେଉ ନାହିଁ ମୋତେ
ଛ’ ଡିସେମ୍ବର ଦିନ ମିଳିଲା ଦ୍ୱିତୀୟ ବନବାସ ମୋତେ
(ଅନୁବାଦକ:ବୀରେନ୍ଦ୍ର ନାୟକ)

Comments are closed.