ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଖ୍ୟାରେ ଚିଠି କେନ୍ଦ୍ରକୁ ଲେଖିଛନ୍ତି କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ଓ ଆମର ବିଜେଡ଼ି ସାଂସଦ ଓ ବିଧାୟକ ଅନେକ ସମୟରେ ଯେଉଁ ପ୍ରକାର ପ୍ରଦର୍ଶନ ମାନ କେନ୍ଦ୍ରର ଅବହେଳା ବିରୁଦ୍ଧରେ କରୁଛନ୍ତି- ସେଥିରୁ ଏହା ସ୍ପଷ୍ଟ ଯେ ଓଡ଼ିଶା ଯେ କେନ୍ଦ୍ର ଦ୍ୱାରା ସର୍ବୋଚ୍ଚ ଅବହେଳିତ ରାଜ୍ୟ । କିନ୍ତୁ ଯେଉଁ କେନ୍ଦ୍ର ଏହିଭଳି ଅବହେଳା ପ୍ରଦର୍ଶନ କରୁଛି- ସେହି କେନ୍ଦ୍ରର ଜନବିରୋଧୀ ନିଦେ୍ର୍ଧଶକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଏତେ ଆଗ୍ରହୀ କାହିଁକି? ଜଗତସିଂହପୁର ଠାରେ ପୋସ୍କୋ ପ୍ରକଳ୍ପକୁ ନେଇ ବିଧାନସଭାରେ ଉଠିଥିବା ବିତର୍କରେ ଭାଗନେଇ ନବୀନ କୁହନ୍ତି, ‘କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ସରକାର ଏହି ପ୍ରକଳ୍ପପାଇଁ ଆମ ଉପରେ ଚାପ ପକାଉଥିବା ବେଳେ, ଏଠାରେ କଂଗ୍ରେସର ବିରୋଧ ମୋତେ ଆଶ୍ଚର୍ଯ୍ୟ କରୁଛି ।’ (‘‘The congress led government at the centre is insistent on the project, but here the congress seems to object to it, this puzzles me’- Orissa Plus, The statesman, 17Dec 2011) ଅର୍ଥାତ ପୋସ୍କୋ ସ୍ୱାର୍ଥରେ କେନ୍ଦ୍ରର ନିଦେ୍ର୍ଧଶକୁ ଅକ୍ଷରେ ଅକ୍ଷରେ ପାଳନ ପାଇଁ ନବୀନ ଆଦୌ କୁଣ୍ଠିତ ନୁହନ୍ତି । କେନ୍ଦ୍ର ଅବହେଳା ଦ୍ୱାରା ଯେତେ ଅପଦସ୍ଥ ହେଲେ ମଧ୍ୟ ଜୟଲଳିତା ଯେପରି କୋଡ଼ାକୁଲମ ଠାରେ କେନ୍ଦ୍ର ସରକାରଙ୍କ ଆଣବିକ ପ୍ରକଳ୍ପକୁ ବିରୋଧ କରୁଛନ୍ତି, ସେହିଭଳି ବିରୋଧ ଯଦି ନବୀନଙ୍କ ଠାରେ ପୋସ୍କୋ ପ୍ରକଳ୍ପ ବିରୋଧରେ ଦୃଶ୍ୟମାନ ହୁଅନ୍ତା- ତା’ହେଲେ କେନ୍ଦ୍ରର ଅବହେଳା ବିରୋଧରେ ତାଙ୍କର କ୍ଷୋଭର ଆନ୍ତରିକତା ଜଣାପଡ଼ନ୍ତା ।
-ଶୁଦ୍ରକ

Print Friendly, PDF & Email