କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ!

  • 07/04/2017

                                                                                                                                                                 ବୀରେନ୍ଦ୍ର ନାୟକ
ସରକାରୀ ଅନୁଦାନରେ ପରିଚାଳିତ ବିଶ୍ୱବିଦ୍ୟାଳୟ ବା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଗତ କିଛି ଦିନ ହେବ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ଏହି ଅନୁଷ୍ଠାନ ଗୁଡିକ ଏଯାବତ୍ ଶୁଣି ନ ଥିବା ଅଭିଯୋଗର ଶରବ୍ୟ ହେବା ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ଏହି ଅନୁଷ୍ଠାନ ଗୁଡିକ ରାଷ୍ଟ୍ର ବିରୋଧୀ ତତ୍ତ୍ୱମାନଙ୍କର ଏକ ଅଭୟାରଣ୍ୟ ହୋଇଛି ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି । ତା ନ ହେଲେ ଆମେ କାହିଁକି ଦେଖନ୍ତେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଦାବି କରୁଥିବାର ସମ୍ବାଦ ଯେ ସରକାର ବିଶ୍ୱବିଦ୍ୟାଳୟମାନଙ୍କରେ ଚାଲିଥିବା ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ୧ । ଏହା ମନେ ପକାଇଦେବାର ଆବଶ୍ୟକତା ନାହିଁ ଯେ ବର୍ତ୍ତମାନ କେନ୍ଦ୍ରରେ ଥିବା ସରକାରଙ୍କର ବୈଚାରିକ ପୃଷ୍ଠପୋଷକ ହେଉଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ବା ସଂକ୍ଷେପରେ ଆର୍ ଏସ୍ ଏସ୍ । ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଗୁଡିକ ରାଷ୍ଟ୍ର ବିରୋଧୀ ଗତିବିଧିର କେନ୍ଦ୍ର, ଏହାର ଛାତ୍ର ଓ ଶିକ୍ଷକ ରାଷ୍ଟ୍ର ବିରୋଧୀ, ଏପରି ଧାରଣା ସୃଷ୍ଟି କରିବାର ଏକ ସଂଗଠିତ ଉଦ୍ୟମର ଦୃଷ୍ଟାନ୍ତ ବିଜେପି ନେତୃତ୍ୱରେ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପୂର୍ବରୁ କେଭେ ଦେଖାଯାଇ ନାହିଁ । ଏହା ପୂର୍ବରୁ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡିଏ ସରକାର ପ୍ରାୟ ୧୯୯୮ରୁ ୨୦୦୪ ଯାଏ ଚାଲିଥିଲା ସେତେବେଳେ ମଧ୍ୟ ଏପରି ଅଭିଯୋଗ ହୋଇ ନ ଥିଲା । ଉପା ସରକାରଙ୍କର ୧୦ ବର୍ଷ କାର୍ଯ୍ୟକାଳ ସମୟରେ ଏହିଭଳି ଅଭିଯୋଗ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ବିଜେପି କରିଥିବାର କାଁ ଭାଁ ଦୃଷ୍ଟାନ୍ତ ଯେ ନାହିଁ ସେପରି ନୁହେଁ, ଅନ୍ତତଃ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଏହି ଅଭିଯୋଗର ଦୃଷ୍ଟାନ୍ତ ରହିଛି୨ । କିନ୍ତୁ କୈାଣସି ସମୟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପ୍ରତ୍ୟକ୍ଷ ଭାବରେ ଅଭିଯୋଗ କରିବ, ଏହା ବିଜେପି ନେତୃତ୍ୱରେ ୨ୟ ଏନଡିଏ ସରକାର ଆସିବା ପରେ ହିଁ ଦେଖାଯାଉଛି । ଏହା ଅବଶ୍ୟ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ଯେ ସାଂସ୍କୃତିକ ଅନୁଷ୍ଠାନ ଭାବେ ବାହ୍ୟ ପରିଚିତି ବହନ କରୁଥିବା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିକୁ ବିଜୟୀ କରିବା ପାଇଁ ଖୋଲାଖୋଲି ଭାବେ ପ୍ରଚାର କରିଥିଲା । ସ୍ୱାଭାବିକ ବିଜେପିର ଅଭୂତପୂର୍ବ ସଂଖ୍ୟାଗରିଷ୍ଠତା ହାସଲ ପରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପତିଆରା ଦୃଶ୍ୟମାନ ହେଉଛି । ବିଜେପି ସରକାର କ୍ଷମତାସୀନ ହେବାର ମାତ୍ର ଚାରି /ପାଂଚ ମାସ ମଧ୍ୟରେ ସଂଘ ପ୍ରମୁଖ ମୋହନ ଭାଗୱତଙ୍କର ବିଜୟା ଦଶମୀ ବା ଦଶହରା ଅବସରରେ (ଯାହା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରତିଷ୍ଠା ଦିବସ ) ଅଭିଭାଷଣ ସରକାରୀ ଦୁରଦର୍ଶନ ମାଧ୍ୟମରେ ପ୍ରସାରିତ ହୋଇଛି୩ । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ତାଗିଦରେ ଅନୁଷ୍ଠିତ ହୋଇଛି ସମନ୍ୱୟ ବୈଠକ ଯେଉଁଠାରେ ସରକାରରେ ଥିବା ବିଜେପି ମନ୍ତ୍ରୀମାନେ ସେମାନଙ୍କର୧୫ ମାସ ଭିତରେ କରିଥିବା କାର୍ଯ୍ୟକୁ ସଂଘର ନେତୃତ୍ୱ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି୪ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସମର୍ଥକ ମାନଙ୍କର ଦାବି ହୋଇଛି ଯେ ସଂଘର ପ୍ରମୁଖ, ସରସଂଘଚାଲକ ମୋହନ ଭାଗୱତ ମହାଶୟଙ୍କୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେବା ପାଇଁ ନିମନ୍ତ୍ରଣ କରାଯାଉ୫ । କହିବା ବାହୁଲ୍ୟ ଯେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଏତାଦୃଶ ପତିଆରା ବୃଦ୍ଧିକୁ କେହି କେହି ରାଜନୈତିକ ପର୍ଯ୍ୟବେକ୍ଷକ ଓ ବିଦ୍ୱାନ ବିଜେପି ଓ ଆର ଏସ୍ ଏସ୍ ମଧ୍ୟରେ ଥିବା ପ୍ରଭେଦ ବିଲୀନ ହେଉଛି ବୋଲି ମନ୍ତବ୍ୟ କରିଛନ୍ତି ୬ । ସେମାନଙ୍କ ମତରେ ସଂପ୍ରତି କ୍ଷମତାର ପରିପାଟି ଏପରି ହୋଇଛି ଯେ ବିଜେପି ଓ ଆର ଏସ୍ ଏସ ମଧ୍ୟରେ କୈାଣସି ଭିନ୍ନତା ଦେଖାଯାଉ ନାହିଁ । ସରକାରୀ ଅନୁଷ୍ଠାନ ଗୁଡିକ ଆର ଏସ୍ ଏସ୍ ଦ୍ୱାରା ନିୟନ୍ତ୍ରିତ ହେଉଛି ଓ ଏହାର ସ୍ୱଂୟସେବକମାନେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସଦସ୍ୟ ହୋଇଛନ୍ତି । ମୋହନ ଭାଗୱତ ସମସ୍ତ କ୍ଷମତାର ଅପ୍ରତିଦ୍ୱନ୍ଦୀ ଭଣ୍ଡାର ଭାବେ ପ୍ରକଟିତ ହୋଇଛନ୍ତି । (‘Contemporary power arrangements demonstrate how there is no distinction between the BJP and the RSS. Government institutions and agencies are controlled by the RSS and its own Swayamsevaks are members of the Council of Ministers at the Centre. Mohan Bhagwat is the unchallenged repository of all power’) । ତେଣୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଦାନ ପାଉଥିବା ସାହିତ୍ୟ-ସଂସ୍କୃତି ପ୍ରତିଷ୍ଠାନ ଗୁଡିକରେ ଏହି ସଂଗଠନର ପ୍ରଭାବ ଦେଖାଯିବା ଓ ଏହାଦ୍ୱାରା ଏହି ଅନୁଷ୍ଠାନ ଗୁଡିକର ସ୍ୱାୟତ୍ତତା ବିପନ୍ନ ହେଲାଣି ବୋଲି ଅନେକ ସଚେତନ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିବା ଅସ୍ୱାଭାବିକ ନୁହେଁ୭ା ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ପରିଭାଷିତ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିବଦ୍ଧତା ଆଜି ଆଉ ଗୋପନୀୟ ନୁହେଁ ୮ । ଗୋପନୀୟ ମଧ୍ୟ କେଭେ ନ ଥିଲା ସେମାନଙ୍କର ଏହି ଧାରଣା ଯେ ଭାରତ ପ୍ରତି ଆଭ୍ୟନ୍ତରୀଣ ବିପଦ ରହିଛି ମୁସଲମାନ, ଖ୍ରୀଷ୍ଟିଆନ ଓ କମ୍ୟୁନିଷ୍ଟଙ୍କ ଆଡୁ୯ । ଗୋପନୀୟ ମଧ୍ୟ ନୁହେଁ ସେମାନଙ୍କର ବିଶ୍ୱାସ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପରାକାଷ୍ଠାରେ ଅର୍ଥାତ୍ ଜାତି ବ୍ୟବସ୍ଥାରେ । ଏହି ଆଭ୍ୟନ୍ତରୀଣ ବିପଦ ପ୍ରତି ସଚେତନ କରାଇବାକୁ ଯାଇ ଗୁରୁ ଗୋଲୱାଲକରଜୀ ତ ସ୍ପଷ୍ଟ କହିଛନ୍ତି, “ପୃଥିବୀର ବହୁ ଦେଶର ଇତିହାସରୁ ଏହି ଦୁଖଦ ଶିକ୍ଷା ଆମେ ପାଇଛୁ ଯେ ବାହ୍ୟ ଆକ୍ରମଣକାରୀଙ୍କ ଅପେକ୍ଷା ଦେଶ ଭିତରେ ଥିବା ଶତ୍ରୁ ଆଡୁ ରାଷ୍ଟ୍ରର ନିରାପତ୍ତା ପ୍ରତି ବିପଦ ଅଧିକ ।” ( “It has been the tragic lesson of the history of many a country in the world that the hostile elements within the country pose a far greater menace to national security than aggressors from outside” ।) ତେଣୁ ସଂଖ୍ୟାଲଘୁ ଓ କମ୍ୟୁନିଷ୍ଟ ମାନଙ୍କ ସମ୍ପର୍କରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ପ୍ରତିକୂଳ ମନୋଭାବ ପୋଷଣ କରିବା ବା ଜାତିବାଦକୁ ପ୍ରଶ୍ନ କରୁଥିବା ଶକ୍ତିମାନଙ୍କୁ ବିରୋଧ କରିବା ଅପ୍ରତ୍ୟାଶିତ ନୁହେଁ । ଏହାର ହିଁ ଏକ ଆକ୍ରାମକ ପ୍ରତିଫଳନ  ସମ୍ପ୍ରତି ଦେଖିବାକୁ ମିଳୁଛି  ଶିକ୍ଷାନୁଷ୍ଠାନର ସଂଖ୍ୟାଲଘୁ ଚରିତ୍ର ସନ୍ଦର୍ଭରେ, ଶିକ୍ଷାନୁଷ୍ଠାନରେ ବାମପନ୍ଥୀ ଚିନ୍ତାଧାରାର ପ୍ରଭାବ  ସନ୍ଦର୍ଭରେ ଓ ଶିକ୍ଷାନୁଷ୍ଠାନରେ ଜାତିବାଦକୁ ପ୍ରଶ୍ନ କରୁଥିବା ସଂଗଠନ ଗୁଡିକର ଆଚରଣ ସନ୍ଦର୍ଭରେ । ଏହି ସନ୍ଦର୍ଭ ଗୁଡିକୁ ଉପଲକ୍ଷ କରି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ବିଶ୍ୱବିଦ୍ୟାଳୟ ଓ ଶୈକ୍ଷିକ ଅନୁଷ୍ଠାନ ଗୁଡିକରେ ନିଜର ଉପସ୍ଥିତ ଜାହିର କରିବାକୁ ଉଦ୍ୟମ କରୁଛି,  ମୋଦୀ ସରକାରଙ୍କର କାର୍ଯ୍ୟକାଳରେ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହିଁ । ଏହି ଅନୁଷ୍ଠାନ ଗୁଡିକୁ ନିଜର ନିୟନ୍ତ୍ରଣରେ ରଖିବା ପାଇଁ ସମଭାବାପନ୍ନ ବ୍ୟକ୍ତିଙ୍କୁ କୁଳପତି ପଦରେ ନିଯୁକ୍ତି ଦେବା ଓ  ସମଭାବାପନ୍ନ ବ୍ୟକ୍ତିଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକୁ ସେମାନଙ୍କ ଦ୍ୱାରା (କୁଳାଧିପତି ଭାବେ) ନିୟନ୍ତିତ କରିବାର କେନ୍ଦ୍ର ସରକାରଙ୍କର ଉଦ୍ୟମ ବେଶ ସ୍ପଷ୍ଟ ହୋଇଯାଇଛି୧୦ । (“With Prime Minister Narendra Modi at the helm, the RSS is determined not to let go of this opportunity to develop its own indelible imprimatur on the university campuses and academic institutions.In the HRD ministry, search committees for vice-chancellors unfailingly zeroed in on those with rightist credentials and appointed them as vice-chancellor…..n states like UP, Bihar and West Bengal ruled by rival parties, the institution of governor is being to appoint of VC’s with “ right credentials”to lead the universities”)
ଆଇଆଇଟି ଓ ଆଇଆଇଏମ
ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଇଂରାଜୀ ମୁଖପତ୍ର Organiser ରେ ଏପରି ନିବନ୍ଧ ସ୍ଥାନ ପାଉଛି ଯେଉଁଠି କୁହାଯାଉଛି ଯେ ଆଇଆଇଟି ଓ ଆଇଆଇଏମ୍ ଗୁଡିକୁ ଭାରତ ବିରୋଧୀ, ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେଉଛି ୧୧ା  ଅବଶ୍ୟ ଏହି ଭଳି ମନ୍ତବ୍ୟ ପ୍ରକାଶ ପାଇବା ପୂର୍ବରୁ ଆଇ ଆଇ ଟି ମାଡ୍ରାସରେ ଏକ ଘଟଣା ଘଟିଥିଲା । ଏହି ଅନୁଷ୍ଠାନରେ ସକ୍ରିୟ ଆମ୍ବେଦକର-ପେରିଆର ସ୍ଟଡି ସର୍କଲର କାର୍ଯ୍ୟକଳାପ ବିରୋଧରେ ଏକ ବେନାମୀ ଅଭିଯୋଗ  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଲୟ ଠାରେ ହୋଇଥିଲା ଯେ ଏହି ସଂଗଠନ ଅନୁସୂଚିତ ଜାତି ଓ ଉପଜାତିର ଛାତ୍ରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଲୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ କରିବାପାଇଁ ସଂଗଠିତ କରୁଛି ଓ ପ୍ରଧାନମନ୍ତ୍ରୀ ତଥା ହିନ୍ଦୁଙ୍କ ବିରୋଧରେ ଘୃଣା ପ୍ରସାର କରୁଛି ।ଏହି ଅଭିଯୋଗ ଉପରେ ମନ୍ତବ୍ୟ ଦେବାପାଇଁ  ନିର୍ଦ୍ଦେଶ ମାନବ ସମ୍ବଳ ବିକାଶ ମନ୍ତ୍ରଣାଲୟରୁ ଆସିିବା ପରେ ଆଇଆଇଟି କତର୍୍ୃପକ୍ଷ ଏହି ସଂଗଠନକୁ ନିଷିଦ୍ଧ ଘୋଷଣା କରିଥିଲେ୧୨ ।   କିନ୍ତୁ  ଆଇଆଇଟି ବିରୋଧୀ ମନ୍ତବ୍ୟ ଫଳରେ  ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତୀବ୍ର ସମାଲେଚନାର ଶରବ୍ୟ ହେବା ଦ୍ୱାରା ଯେ ବେଶ ବିବ୍ରତ ହୋଇ ପଡିଛି ଏଥିରେ ସନ୍ଦେହ ନାହିଁ । ତା ନ ହେଲେ ଏହି ମନ୍ତବ୍ୟ ଠାରୁ ନିଜକୁ ଦୂରେଇ ନେବାକୁ ଯାଇ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କହି ପକାନ୍ତେ   ନାହିଁ ଯେ Organiser ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖପତ୍ର ନୁହଁ ଓ ଆଇଆଇଟି ବିରୋଧୀ ମନ୍ତବ୍ୟ ଜଣେ ଲେଖକଙ୍କର, ଯିଏ ଆଇଆଇଟିରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଯେଉଁ ଅଭିଜ୍ଞତା ହୋଇଥିଲା ତାହାହିଁ ସେ ବୟାନ କରିଛନ୍ତି୧୪ା ଏହା ତ ଭିନ୍ନ କଥା ଯେ Organiser ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପତ୍ର ବୋଲି ସର୍ବବିଦିତ । ଏତଦ୍ ବ୍ୟତିତ ନିବନ୍ଧ ଲେଖକଙ୍କର ଯୋଗ୍ୟତା ଓ ଅଭିଜ୍ଞତା ସମ୍ପର୍କରେ ଯେଉଁ ତଥ୍ୟ ମିଳୁଛି ସେଥିରେ ସେ କୈାଣସି ଆଇଆଇଟିରେ ପଢିଥିବା ବା କାର୍ଯ୍ୟ କରିଥିବାର ନଜିର ମିଳୁନାହିଁ୧୫ା  ଏହିଭଳି ଆଇଆଇଟି ବିରୋଧୀ ମନ୍ତବ୍ୟ ସତ୍ତେ୍ୱ ବିଜେପି ସରକାର ବଜେଟ ୨୦୧୬-୧୭ରେ ଆଇଆଇଟି ଗୁଡିକ ପାଇଁ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ଉଲ୍ଲେଖ ନ କରିବା ଅନ୍ୟାୟ ହେବ୧୬ । ଅବଶ୍ୟ ୨୦୧୫-୧୬ ବଜେଟରେ ଯେପରି ନୂତନ ଆଇଆଇଟି ପ୍ରତିଷ୍ଠାର ପ୍ରବଣତା ଦେଖାଯାଇଥିଲା, ୨୦୧୬-୧୭ ବଜେଟରେ କୈାଣସି ନୂତନ ଆଇଆଇଟି ପ୍ରତିଷ୍ଠାର ଘୋଷଣା ନ ହେବା ଉପରୋକ୍ତ ପ୍ରତିକୂଳ ମନ୍ତବ୍ୟର ପ୍ରଭାବ ବୋଲି କେହି କହିପାରନ୍ତି ।
ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ
ଆଇଆଇଟି ମାଡ୍ରାସରେ ଆମ୍ବେଦକର-ପେରିଆର ସ୍ଟଡି ସର୍କଲର କାର୍ଯ୍ୟକଳାପ ବିରୋଧରେ ଯେପରି ଏକ ବେନାମୀ ଅଭିଯୋଗ ପତ୍ରକୁ ଆଇଆଇଟି କର୍ତ୍ତୃପକ୍ଷ ବିଚାର କରନ୍ତୁ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା ଓ ବିଚାରର ପରିଣତି ହୋଇଥିଲା ଏହି ସଂଗଠନ ଉପରେ ନିଷେଧାଜ୍ଞା, ଠିକ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ । କିନ୍ତୁ ଏଠାରେ ଆମ୍ବେଦକର ସ୍ଟୁଡେଣ୍ଟସ୍ ଆସୋସିଏସନ ବିରୋଧରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ । ତାଙ୍କର ଅଭିଯୋଗ ଥିଲା ଯେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଜାତିଆଣ, ଚରମପନ୍ଥୀ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପର ଏକ ଆଡଡ୍ାରେ (‘den of casteist, extremist and anti-national politics’) ପରିଣତ ହେଲାଣି, ଏହାର ପ୍ରତିକାର କରାଯାଉ । ସେ ମଧ୍ୟ  ଅଭିଯୋଗ କରିଥିଲେ କିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାନୀୟ ଛାତ୍ରନେତାଙ୍କ ଉପରେ  ଆମ୍ବେଦକର ସ୍ଟୁଡେଣ୍ଟସ୍ ଆସୋସିଏସନର କର୍ମୀମାନେ ଆକ୍ରମଣ କରିଛନ୍ତି  । ହସ୍ତକ୍ଷେପର ପରିଣତି ହୋଇଥିଲା ଅତ୍ୟନ୍ତ ଦୁଃଖଦ । ଆମ୍ବେଦକର ସ୍ଟୁଡେଣ୍ଟସ୍ ଆସୋସିଏସନର ସଦସ୍ୟ ଦଳିତ ଛାତ୍ର ରୋହିତ ଭେମୁଲା ଆତ୍ମହତ୍ୟା କରିଥିଲେ ଯାହା ସାରା ଦେଶରେ ଚହଳ ପକାଇଲା । ଏହା ତ ଭିନ୍ନ କଥା ଯେ ଭେମୁଲା ଆତ୍ମହତ୍ୟା ପୂର୍ବରୁ ଯେଉଁ ପତ୍ରଟି ଛାଡିଯାଇଛନ୍ତି ସେଥିରେ ସବା ଶେଷରେ (‘ଜୟ ଭୀମ’  ଲେଖି ସାରିବା ପରେ) ଔପଚାରିକତା ରକ୍ଷା କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି । ତେଣୁ ତାଙ୍କର ଶତ୍ରୁ ବା ମିତ୍ର କାହାରିକି ଏଥିପାଇଁ ହଇରାଣ କରା ନ ଯାଉ । (‘I forgot to write the formalities. No one is responsible for my this act of killing myself. No one has instigated me, whether  I forgot to write the formalities. No one is responsible for my this act of killing myself. No one has instigated me, whether by their acts or by their words to this act..This is my decision and I am the only one responsible for this. Do not trouble my friends and enemies on this after I am gone’)  ତଥାପି ଏହି ସ୍ଥିତି ପାଇଁ ବନ୍ଦାରୁ ଦତ୍ତାତ୍ରେୟ ଓ କୁଳପତି ଆପ୍ପାରଓଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଛି୧୭ା ଏବେ ମଧ୍ୟ ଅବସ୍ଥା ସେଠାରେ ଉତ୍ତେଜନା ପୂର୍ଣ୍ଣ ରହିଛି୧୮ । ଅଥଚ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ଘଟଣା ପଛରେ ‘ଜିହାଦୀ’ (ଏହା ଏକ ଇସଲାମୀୟ ଶବ୍ଦ ଯାହା ସେହିମାନଙ୍କ ପାଇଁ ପ୍ରୟୋଗ ହୁଏ  ଯେଉଁମାନେ ଇସଲାମ ଧର୍ମକୁ ବଜାୟ ରଖିବାକୁ ଏକ ଧାର୍ମିକ କର୍ତ୍ତବ୍ୟ ବୋଲି ଭାବନ୍ତି ଓ ଏଥିପାଇଁ ପ୍ରଚେଷ୍ଟାରତ ଥାନ୍ତି) ଓ ‘ଚରମ ବାମପନ୍ଥୀ’ ତତ୍ତ୍ୱଙ୍କର ଭୂମିକା ରହିଛି ବୋଲି ସଦ୍ୟ ବୟାନ ଦେଇଛନ୍ତି ୧୯ା
ଏହା ଉଲ୍ଲେଖ କରିବା ବାହୁଲ୍ୟ ଯେ ଆଇଆଇଟି ମାଡ୍ରାସରେ ଆମ୍ବେଦକର-ପେରିଆର ସ୍ଟଡି ସର୍କଲ ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଆମ୍ବେଦକର ସ୍ଟୁଡେଣ୍ଟସ୍ ଆସୋସିଏସନ ଆମ୍ବେଦକରଙ୍କ ଚିନ୍ତାଧାରା ଓ ଆଦର୍ଶ ଉପରେ ପ୍ରତିଷ୍ଠିତ ଦୁଇଟି ସଂଗଠନ । ସ୍ୱାଭାବିକ ଏହି ସଂଗଠନ ଦର୍ଣ୍ଣାଶ୍ରମ ବ୍ୟବସ୍ଥାକୁ ବା ଜାତି ବ୍ୟବସ୍ଥାକୁ ପ୍ରଶ୍ନ କରିଥାନ୍ତି ଯାହାର ପରାକାଷ୍ଠାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ କିନ୍ତୁ ବିଶ୍ୱାସ କରେ । (କ୍ରମଶଃ)
ବ୍ୟବହୃତ ଉପାଦାନ ସୂଚୀ

1. RSS calls for strict action against ‘anti-national’forces in universities,Mahim Pratap Singh, The Indian Express, March 12, 2016 , http://indianexpress.com/article/india/india-news-india/govt-should-check-anti-nationals-in-univ.
2Pitched battle over ‘people’s war’ at JNU,Manash Pratim Gohain | TNN | Apr 11, 2010 ,http://timesofindia.indiatimes.com/india/Pitched-battle-over-peoples-war-at-JNU/articleshow/5783093.cms;Dantewada massacre: BJP condemns ‘celebrations’ in JNU , IANS , Apr 10, 2010,http://www.sify.com/news/dantewada-massacre-bjp-condemns-celebrations-in-jnu-news-national-kekqaecjbdcsi.html; JNU: An oasis for Maoists and Naxalites! ,Amit Srivastava , 12 April, 2010,http://www.merinews.com/article/jnu-an-oasis-for-maoists-and-naxalites/15803839.shtml
3.Doordarshan faces criticism for broadcasting RSS chief Mohan Bhagwat’s speech,Nistula Hebbar, ET Bureau Oct 4, 2014, http://articles.economictimes.indiatimes.com/2014-10-04/news/54626540_1_mohan-bhagwat-b.
4.RSS Reviews Modi Government Performance, PM Likely to Attend Meeting by Rahul Shrivastava,  September 02, 2015 ,http://www.ndtv.com/india-news/at-key-rss-bjp-meet-an-assessment-of-narendra-modi-governm…; Mentors and agendas, EDITORIAL, The Hindu, September 7, 2015 , http://www.thehindu.com/opinion/editorial/the-relationship-between-bjp-and-the-rss/article762.
5.RSS supporters want Mohan Bhagwat to attend university convocations,Dharmendra Jore ,11th August 2015,: http://www.mid-day.com/articles/rss-supporters-want-mohan-bhagwat-to-attend-university-convocations/16443197#sthash.4vtOYbsE.dpuf
6.Boundaries between RSS & BJP dissolve, C.P.Bhambri, The Tribune, Oct 6, 2015,  http://www.tribuneindia.com/article/news_print.aspx?story_id=141962&catid=35&mid=)
7.How the Sangh Parivar is taking over education and culture institutions , Praful Bidwai, Scroll.in, December 25,2014,http://scroll.in/article/695730/how-the-sangh-parivar-is-taking-over-education-and-culture-institutions ; Saffronising culture and education: What’s next on the Sangh’s agenda,Praful Bidwai, Scroll.in, December 26,2014,
8.India is a Hindu Rashtra: Bhagwat , Mohammad Ali ,The Hindu , February 9, 2015 , http://www.thehindu.com/news/national/other-states/india-is-a-hindu-rashtra-bhagwat/article68…; India is our Hindu rashtra: RSS chief,TNN | Dec 21, 2014 , http://timesofindia.indiatimes.com/india/India-is-our-Hindu-rashtra-RSS-chief/articleshow/45590219.cms
9.Chapter XVI: Internal Threats, Bunch of Thoughts, M.S.Golwalkar
10.The RSS is coming to a campus near you: That’s what the JNU slugfest over Afzal and HCU scrap over Yakub means, Firstpost, Feb 12, 2016,http://www.firstpost.com/printpage.php?idno=2621670&sr_no=0
11.FTII Row : Making Boards Accountable, Sandeep Singh, Organiser, July 19, 2015,  http://organiser.org//Encyc/2015/7/13/FTII-Row—Making-Boards-Accountable.aspx; RSS Organ Accuses IITs, IIMs of “ Anti-India, Anti-Hindu”Activities, The Wire, 19/7/2015,http://thewire.in/2015/07/19/rss-organ-accuses-iits-iims-of-anti-india-anti-hindu-activities-6846/..
12.IIT-Madras derecognises student group,Sruthisagar Yamunan ,The Hindu ,May 28, 2015 ,http://www.thehindu.com/news/national/tamil-nadu/iitmadras-derecognises-student-group/articl..
13Organiser (newspaper) – Wikipedia, thefree encyclopedia https://en.wikipedia.org/wiki/Organiser_(newspaper)
14.On IITs being anti-Hindu, RSS says Organiser not mouthpiece of Sangh,Vineet Upadhyay., The Times of India, July 22, 2015,http://timesofindia.indiatimes.com/india/On-IITs-being-anti-Hindu-RSS-says-Organiser-not-mouthpiece-of-Sangh/articleshow/48167583.cms
15.SWASTIK Swadeshi School for Training in Indian Knowledge http://www.swastik.net.in/sandeep_singh_profile.php
16.Budget 2016: Higher education likely to graduate with distinction,Ritika Chopra , Indian Express, March 1, 2016,http://indianexpress.com/article/india/india-news-india/budget-2016-higher-education-likely-to-…
17.Hyderabad University suicide: Rohith Vemula hangs himself in campus, student unions protest,Firstpost,January 19,2016,http://www.firstpost.com/printpage.php?idno=2588166&sr_no=0
18.Rohith Vemula Memorial To Go? New Flashpoint Builds Up At Hyderabad University,Uma Sudhir, NDTV March 31, 2016,http://www.ndtv.com/hyderabad-news/rohith-vemula-memorial-to-go-new-flashpoint-builds-up-..
19.JNU, Hyderabad University Events Involved ‘Jihadis’: Arun Jaitley,Press Trust of India, NDTV, : March 28, 2016, http://www.ndtv.com/india-news/hyderabad-university-jnu-were-ultra-left-movements-arun-jaitl…           ..

Print Friendly, PDF & Email