୧୬-୩୦ଜୁଲାଇ ୨୦୦୭
ଯାହା ଏବେ ଘଟୁଛି ବା ଯେଉଁ ପ୍ରସ୍ତାବ ଏବେ ଆସୁଛି ଲୋକେ ତାକୁ ପ୍ରଶ୍ନ କଲେଣି-କାହାପାଇଁ? ଯେପରି ୨୦୧୦ରେ ଭାରତରେ ରାଜ୍ୟଗୋଷ୍ଠୀ ଖେଳକୁଦ (Commonwealth Sports) ହେବାର ପ୍ରସ୍ତାବକୁ ମୁଖ୍ୟଧାରାର ଏକ ଖବରକାଗଜ ପ୍ରଶ୍ନ କରିଛି-ଏହା କାହାପାଇଁ? (The Statesman 25/6/2007) । ଏସ୍.ଇ.ଜେଡ଼୍. ସ୍ଥାପନା ହେଉଛି-ଲୋକ ପଚାରୁଛନ୍ତି କାହାପାଇଁ? ଶିଳ୍ପାୟନ ହେଉଛି – ପ୍ରଶ୍ନ କାହାପାଇଁ? ଆଇ.ଆଇ.ଟି. ହେବାର ପ୍ରସ୍ତାବ ଆସୁଛି – ପ୍ରଶ୍ନ ହେଉଛି କାହାପାଇଁ? ଏହି ‘କାହାପାଇଁ’ ପ୍ରଶ୍ନ ଏବେ ବେଶ୍ ମୁଖର ହୋଇଛି-ଏହା ଯେତେ ବ୍ୟାପକ ହେବ-ପ୍ରତ୍ୟେକ ପ୍ରସ୍ତାବ ପଛରେ ଅସଲ ଉଦେ୍ଧଶ୍ୟ ଗୁଡ଼ିକ ସେତେ ସ୍ପଷ୍ଟ ହୋଇଯିବ । ଏହି ପ୍ରଶ୍ନ ଭିତରେ ନିଶ୍ଚିତ ନିହିତ ରହିଛି ଯେ ଯାହା ହେଉଛି-ତାହା ସମସ୍ତଙ୍କ ପାଇଁ ନୁହେଁ-ସାଧାରଣ ଲୋକଙ୍କ ପାଇଁ ନୁହେଁ-ହେଇ ହେଇ ଅଳ୍ପସଂଖ୍ୟକ କେତେ ଜଣଙ୍କ ପାଇଁ ବା ଗୋଟିଏ ପ୍ରଭାବଶାଳୀବର୍ଗ ପାଇଁ । ତେଣୁ ସରକାର ବା ସମାଜପତିମାନଙ୍କର ସମସ୍ତ ଘୋଷଣା ଆଜି ସନେ୍ଦହର ଘେର ଭିତରକୁ ଆସିଛି । ସେମାନେ ଯଦିଓ ସବୁ କାର୍ଯ୍ୟକ୍ରମକୁ ଲୋକଙ୍କସ୍ୱାର୍ଥରେ କରାଯାଉଛି ବୋଲି ଘୋଷଣା କରୁଛନ୍ତି-ଲୋକେ କାହାପାଇଁ ବୋଲି ପ୍ରଶ୍ନ କରି ଏହିଭଳି ଘୋଷଣା ଲୋକଙ୍କ ପ୍ରତି ପ୍ରବ‚ନା ବୋଲି ଦର୍ଶାଇ ଦେଉଛନ୍ତି ।
କିନ୍ତୁ ଆଜିଯଦି ଏହି ପ୍ରଶ୍ନ କାହା ଭିତରେ ବିଶେଷ ଭାବରେ ଉଠୁଥିବାର ଆମେ ଦେଖିଲୁ-ତାହା ଶିକ୍ଷିତ ମଧ୍ୟମ ବର୍ଗ ଭିତରେ ଯେତେ ନୁହେଁ-ସାଧାରଣ ଲୋକଙ୍କ ଭିତରେ ତା’ଠାରୁ ବହୁ ଅଧିକ । ବୋଧହୁଏ ଯାହା ଘଟୁଛି ବା ଯେଉଁସବୁ ପ୍ରସ୍ତାବ ଆସୁଛି-ତାହା ମଧ୍ୟମବର୍ଗକୁ ଏବେ ସୁହାଉଛି-ସେଇଥିପାଇଁ-ଏ ପ୍ରଶ୍ନରେ ସେ ଏତେଟା ମୁଖର ନୁହେଁ । କିନ୍ତୁ ସମୁଦାୟ ଧନର ଅଂଶୀଦାର ଭାବେ ମଧ୍ୟମବର୍ଗର ଅଂଶ ଯେଉଁ ପରିମାଣରେ ହ୍ରାସପାଉଛି ଓ ଏହା ଉଚ୍ଚ ଧନୀବର୍ଗ ହାତକୁ ଚାଲିଯାଉଛି- ତାହା ଦେଖିଲେ ମଧ୍ୟମବର୍ଗ ଯଦି ଆଜିଠାରୁ ‘କାହାପାଇଁ’ ପ୍ରଶ୍ନ ନଉଠାଏ ଓ ସତର୍କ ନହୁଏ ତା’ହେଲେ ତା’ପାଇଁ ଦୁର୍ଦ୍ଧିନ ଯେ ବେଗବାନ ହୋଇ ମାଡ଼ିଆସିବ ଏଥିରେ ସନେ୍ଦହ ନାହିଁ ।