ଏହା ଏକ ସୁଖକର ଦୃଶ୍ୟ ଯେ, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଦ୍ୱାରା ଅନୁଷ୍ଠିତ କଳାଦିବସ (୨୨/୬/୨୦୧୨)ରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି । ଦ୍ୱିତୀୟ ସୁଖକର ଦୃଶ୍ୟ ହେଲା ପୋସ୍କୋ ବିରୋଧୀ ଆନେ୍ଦାଳନ ସପକ୍ଷରେ ବାହାରି କାରାବରଣ କରିଥିବା ରାଜ୍ୟସ୍ତରୀୟ ସିପିଆଇ ନେତା ନାରାୟଣ ରେଡ୍ଡୀ ଓ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳଙ୍କୁ, ସଂଗ୍ରାମ ସମିତିର ସଭାପତି ତଥା ଦୁଇ ଦୁଇବାର କାରାବରଣ କରିଥିବା ଅଭୟ ସାହୁଙ୍କ ସହ- ଏହି ଅବସରରେ ସମ୍ମାନିତ କରିବା (ଧରିତ୍ରୀ-୨୩/୬/୨୦୧୨) ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ନେତା ସଦାଶିବ ଦାଶ ଯିଏ କି ଆନେ୍ଦାଳନ ସପକ୍ଷରେ ଯାଇ କାରାବରଣ କରିଥିଲେ, ତାଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇ ପାରିଥାନ୍ତା । ନବୀନଙ୍କ ନେତୃତ୍ୱରେ ବିଜେଡ଼ି ସଂଗ୍ରାମର ପୋସ୍କୋପ୍ରକଳ୍ପ ବିରୋଧରେ ସକ୍ରିୟ ନେତୃତ୍ୱକୁ ଗିରଫ କରି, ଦୀର୍ଘଦିନ କାରାଗାରରେ ରଖି ଆନେ୍ଦାଳନକୁ ଦବାଇବାରେ ବିଫଳ ହେବା- ସ୍ଥାନୀୟ ଅଧିବାସୀଙ୍କର ପୋସ୍କୋବିରୋଧୀ ସଂକଳ୍ପକୁ ପ୍ରମାଣିତ କରୁଛି । ପ୍ରକଟିତ ନେତୃତ୍ୱର ସାମୟିକ ଅବର୍ତ୍ତମାନ ସ୍ଥାନୀୟ ଅଧିବାସୀମାନଙ୍କୁ ହତୋତ୍ସାହିତ ନକରିପାରିବା ବୋଧହୁଏ ଦର୍ଶାଉଛି ଅପ୍ରକଟିତ ନେତୃତ୍ୱର ଉପସ୍ଥିତି ଯାହା ବେଶ୍ ବ୍ୟାପକ ଓ ବିକେନ୍ଦ୍ରିତ । ସତେ ଯେପରି ପ୍ରତ୍ୟେକ ସ୍ଥାନୀୟ ଅଧିବାସୀ ପୋସ୍କୋବିରୋଧୀ ଆନେ୍ଦାଳନର ଗୋଟିଏ ଗୋଟିଏ ନେତା ଓ ଏହାହିଁ ଆନେ୍ଦାଳନର ଶକ୍ତି । ତେଣୁ ପୋସ୍କୋ ପ୍ରକଳ୍ପବିରୋଧୀ ଆନେ୍ଦାଳନ ଆଉ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ବା ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିର ନେତୃତ୍ୱରେ ସୀମିତ ନରହି-ବିଭିନ୍ନ ରାଜନୈତିକ ଦଳର ସହଭାଗିତା ପାଇଁ ଯେ ଏକ ସୁଯୋଗ ସୃଷ୍ଟି କରୁଛି-ତାହା ବାସ୍ତବିକ ଆନେ୍ଦାଳନ ପାଇଁ ଶୁଭଙ୍କର । ତୃତୀୟ ସୁଖକର ଦୃଶ୍ୟ ହେଲା ଏହି କଳାଦିବସ ପାଳନ ଅବସରରେ ସିପିଆଇ ଓ ସିପିଏମ୍ ଦଳର ସର୍ବଭାରତୀୟ ନେତାଙ୍କ ଉପସ୍ଥିତି । ସିପିଆଇର ଏ.ବି.ବର୍ଦ୍ଧନ ବିଭିନ୍ନ ସମୟରେ ଏହି ଅଞ୍ଚଳକୁ ଆସିବାର ନଜିର ରହିଛି । କିନ୍ତୁ କୌଣସି ସମୟରେ ସିପିଏମ୍ର ସର୍ବଭାରତୀୟ ନେତା ଏହି ଅଞ୍ଚଳକୁ ଆସିଥିବା ସ୍ମରଣ ହେଉନାହିଁ । ତେଣୁ ଏ.ବି.ବର୍ଦ୍ଧନ ଓ ବାସୁଦେବ ଆଚାର୍ଯ୍ୟ ଏହି କଳାଦିବସରେ ଏକାଠି ହେବା-ଯଦିଓ ସ୍ୱାଗତଯୋଗ୍ୟ; ତଥାପି ଏହା ପଛରେ ଏକ ବୃହତ୍ତର ରାଜନୈତିକ ଉଦେ୍ଧଶ୍ୟ ଯେ ନାହିଁ-ଏହା କହିହେବ ନାହିଁ ।
ପ୍ୟାରୀମୋହନ ମହାପାତ୍ରଙ୍କର ବିଜେଡ଼ିରୁ ଅପସାରଣ ହେବା ପରେ, ୨୦୧୪ନିର୍ବାଚନରେ ବିଜେଡ଼ି, କଂଗ୍ରେସ ଓ ବିଜେପି ସହ କୌଣସି ମେଣ୍ଟ କରିବ ନାହିଁ ବୋଲି ସଦ୍ୟ ମୁଖର ହୋଇପଡ଼ିଥିବା ନବୀନ ଘୋଷଣା କଲାପରେ, ରାଜ୍ୟସ୍ତରୀୟ ସିପିଏମ୍ ନେତାମାନେ ନବୀନ ନିବାସ ଯାଇ ନବୀନଙ୍କ ସହ ଯେଉଁଭଳି ସହାସ୍ୟ ଆଳାପ କରିଛନ୍ତି (ଏହା ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି) ଓ ତାଙ୍କ ପଛେ ପଛେ ସିପିଆଇ ନେତାମାନେ ଯେପରି ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି, ତାହାରି ପୃଷ୍ଠଭୂମିରେ ଉପରୋକ୍ତ ଦୁଇ ସର୍ବଭାରତୀୟ ନେତାଙ୍କର ଓଡ଼ିଶାରେ ଉପସ୍ଥିତି ତାପôର୍ଯ୍ୟପୂର୍ଣ୍ଣ ମନେ ହେବା ଅସ୍ୱାଭାବିକ ନୁହେଁ ।
କିନ୍ତୁ ଯେଉଁମାନେ ଜାଣନ୍ତି ଯେ ବିଜେଡ଼ି ଓ ସିପିଆଇ ମଧ୍ୟରେ, ୨୦୦୯ନିର୍ବାଚନ ବେଳେ, ମେଣ୍ଟ କରାଇବାରେ ପ୍ରାକ୍ତନ କମୁ୍ୟନିଷ୍ଟ ଓ ବିଜେଡ଼ିର ତକ୍ରାଳୀନ ମାର୍ଗଦର୍ଶକ ପ୍ୟାରୀମୋହନ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ସି.ପି.ଆଇର ପଥ ପ୍ରଶସ୍ତ କରିଥିଲେ, ତାଙ୍କର ବିଜେଡ଼ିରୁ ଅପସାରଣ ପରେ- ସିପିଆଇ ଓ ବିଜେଡ଼ି ମଧ୍ୟରେ ପୂର୍ବବତ ମେଣ୍ଟ କେତେଦୂର ସମ୍ଭବ- ତାହାନେଇ ମନରେ ସନେ୍ଦହ ଉପୁଜିବା ସ୍ୱାଭାବିକ । ଏହି ଫାଙ୍କରେ ସିପିଏମ୍ ସହ ବିଜେଡ଼ି ମେଣ୍ଟର ସମ୍ଭାବନାକୁ ଯେ ସିପିଏମ୍ ଅନାଇ ବସିନାହିଁ, କିଏ କହିବ? -ଶୁଦ୍ରକ