ଏପ୍ରିଲ ପହିଲା- ଉକ୍ରଳ ଦିବସ

  • 17/09/2015

୧୬-୩୦ ଏପ୍ରିଲ, ୨୦୦୯

ନିର୍ବାଚନ କମିଶନଙ୍କର କଟକଣା ଯୋଗୁଁ ଓଡ଼ିଶା ସରକାରଙ୍କ ତରଫରୁ ଉକ୍ରଳଦିବସ ପାଳନ ହୋଇପାରିଲା ନାହିଁ । ଯାହା ଫଳରେ ଉତ୍ସବର ଚାକଚକ୍ୟ ଅନୁଭୂତ ହେଲାନାହିଁ । କିନ୍ତୁ ବିକଳ୍ପ ସନ୍ଧାନୀ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଷୋଡ଼ଶ ବାର୍ଷିକ ଅଧିବେଶନରେ ଇଂରାଜୀଭାଷାରେ ପ୍ରସ୍ତୁତ କିଛି ବୃତ୍ତଚିତ୍ରର ପ୍ରଦର୍ଶନ ଥିଲା ଏକ ବ୍ୟତିକ୍ରମ । କାରଣ ଯେଉଁମାନେ ବିକଳ୍ପ ସନ୍ଧାନୀ ମଞ୍ଚର ମୂଳ ଆଭିମୁଖ୍ୟ ସହ ପରିଚିତ ଓ ଓଡ଼ିଆଭାଷାରେ ସମୁଦାୟ ବାତାବରଣ ପ୍ରତିଧ୍ୱନିତ ହେବାସହ ଅଭ୍ୟସ୍ତ – ସେମାନଙ୍କୁ ନିଶ୍ଚିତଭାବେ ସେଦିନ ଅଡ଼ୁଆ ଅଡ଼ୁଆ ଲାଗିଛି । ଅବଶ୍ୟ ମଞ୍ଚର ଆବାହକ ବୀରେନ୍ଦ୍ର ନାୟକ ତାଙ୍କର ସ୍ୱାଗତ ଅଭିଭାଷଣରେ ଏହି ବ୍ୟତିକ୍ରମର ପୂର୍ବସୂଚନା ଦେଇଥିଲେ ହେଁ-କାହିଁକି ଏପରି ବ୍ୟତିକ୍ରମ କରିଲେ-ତାହାର ସ୍ପଷ୍ଟୀକରଣ ଦେଇନଥିଲେ । ପରେ ତାଙ୍କୁ ପଚାରିବାରେ ସେ ଯାହା କହିଲେ ତାହା ଏହିପରି :
ବିକଳ୍ପ ସନ୍ଧାନୀ ମଞ୍ଚ ଓଡ଼ିଶାଭିତରେ ବିଭିନ୍ନ ଅଞ୍ଚଳରେ ମୁଖ୍ୟଧାରାଠାରୁ ଭିନ୍ନ ଚିନ୍ତା ଭାବନା କରୁଥିବା ବ୍ୟକ୍ତିମାନଙ୍କୁ ଗୋଟିଏ ମଞ୍ଚଉପରକୁ ଆଣିବା ଓ ଜ୍ଞାନର ବିଭିନ୍ନ ଦିଗଗୁଡ଼ିକୁ ସହଜ, ସରଳ ଓଡ଼ିଆଭାଷାରେ ବ୍ୟକ୍ତକରିବା ଯେ ଏହାର ମୂଳଲକ୍ଷ୍ୟ, ଏଥିରେ ସନେ୍ଦହନାହିଁ । କିନ୍ତୁ ଓଡ଼ିଶା ଯେ ଜଗତୀକରଣ ଯୁଗରେ ବିଶ୍ୱରେ ହେଉଥିବା ଘଟଣାଦ୍ୱାରା ପ୍ରଭାବିତ ହେଉଛି-ଏହାକୁ ଅସ୍ୱୀକାର କରାଯାଇ ନପାରେ । ଜଗତୀକରଣ ଓ ଏହା ସହିତ ଉଦାରୀକରଣ ଓ ଘରୋଇକରଣର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହାର ପ୍ରତିକ୍ରିୟାରେ ସାରାବିଶ୍ୱରେ ବିକଳ୍ପ ଚିନ୍ତା ଭାବନାର ଏକ ଉଜାଣି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଚିନ୍ତାଭାବନା ସହ ଓଡ଼ିଶାର ବିକଳ୍ପସନ୍ଧାନୀ ପରିଚିତ ହେବା ଦରକାର । ବିଶ୍ୱସ୍ତରରେ ଘଟୁଥିବା ଘଟଣାଗୁଡ଼ିକୁ ବିକଳ୍ପ ଚିନ୍ତା କରୁଥିବା ଭିନ୍ନ ଭିନ୍ନ ରାଷ୍ଟ୍ରର ବ୍ୟକ୍ତିମାନେ କିପରି ଦେଖୁଛନ୍ତି – ତାହାର ଜ୍ଞାନ ଓଡ଼ିଶାର ବିକଳ୍ପସନ୍ଧାନୀମାନେ ଆହରଣ କରିବା ଦରକାର । ଯେକୌଣସି ଭାଷାରେ କୁହାଯାଉଥିବା ସତ୍ୟକୁ ଶୁଣିବାପାଇଁ ଆମେ ପ୍ରସ୍ତୁତ ହେବା ଦରକାର । ଓଡ଼ିଆ ଭାଷାରେ କୁହା ନହେଲେ ଶୁଣିବେ ନାହିଁ ବୋଲି ରକ୍ଷଣଶୀଳ ମାନସିକତାରେ ଆକ୍ରାନ୍ତ ହୋଇଥିବା ମଣିଷ ସତ୍ୟ ଜାଣିବାରୁ ବଞ୍ଚôତ ହୋଇପାରେ, ବିପଦର ଆଗୁଆ ସୂଚନା ପାଇବାରୁ ବଞ୍ଚôତ ହୋଇପାରେ । ନିଜଭାଷାକୁ ଭଲ ପାଇବାର ଅର୍ଥ ନୁହେଁ ଅନ୍ୟଭାଷାରେ କୁହାଯାଉଥିବା ବା କୁହାଯାଉଥିବା ଭଲ କଥାଗୁଡ଼ିକୁ ନଶୁଣିବା । ଶୁଣିଲାପରେ ହିଁ ତ ଯାଇ ତା’ର ଓଡ଼ିଆଅନୁବାଦ ପାଇଁ ସ୍ପୃହା କାହା କାହାଠାରେ ଜାଗ୍ରତ ହେବ ଓ ସାଧାରଣ ଓଡ଼ିଆଙ୍କ ଭିତରେ ପ୍ରଚାର କରିବାର ଉଦ୍ୟମ ଆରମ୍ଭହେବ । ନିଜକୁ ମାଟିର ସନ୍ତାନ (Son of the Soil) ବୋଲି ଦାବି କରୁଥିବା ଆମ ରାଜ୍ୟର ୯ବର୍ଷ ପୂରାତନ ମୁଖ୍ୟମନ୍ତ୍ରୀ ନବୀନବାବୁ ଓଡ଼ିଆ ନକହି ଓଡ଼ିଶା ରାଜ୍ୟର ପରିଚାଳନା କରିପାରୁଛନ୍ତି ଓ ଏହାକୁ ଓଡ଼ିଆଜାତି ଉଦାରତାର ସହ ଗ୍ରହଣ କରିନେଇଛି – ସେହି ମାଟିରେ ଉକ୍ରଳ ଦିବସ ଅବସରରେ ଇଂରାଜୀ ଭାଷାରେ କେତୋଟି ଶିକ୍ଷଣୀୟ ବୃତ୍ତଚିତ୍ରର ପ୍ରଦର୍ଶନକୁ ଓଡ଼ିଆ ଜାତି କଦାପି ଏକ ଆକର୍ଷଣୀୟ ବ୍ୟତିକ୍ରମ ବୋଲି ଭାବିବ ନାହିଁ ।
ବୀରେନ୍ଦ୍ରବାବୁଙ୍କର ଏହି ସ୍ପଷ୍ଟୀକରଣ ନିଶ୍ଚିତ ଭାବେ ସମୁଦାୟ ପ୍ରସଙ୍ଗ ଉପରେ ଭାବିବା ପାଇଁ କିଛି ଖୋରାକ ଯୋଗାଉଛି ।

Print Friendly, PDF & Email