୧୬-୩୧ ଡିସେମ୍ବର ୨୦୧୧
ଏହି ଶିରୋନାମାରେ ପ୍ରକାଶ ପାଇଛି ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କର ସୁପ୍ରିମକୋର୍ଟରେ ବିଜୟ ଖବର । (ସମ୍ବାଦ-୧୦/୧୨/୨୦୧୦) ସମ୍ପ୍ରତି ଓଡ଼ିଶା ରାଜନୀତିରେ ଯାହାଙ୍କୁ ଚାଣକ୍ୟ କୁହାଯାଉଛି ସେ ହେଉଛନ୍ତି ଯୁବାବସ୍ଥାରେ ବାମପନ୍ଥୀ, ବୃତ୍ତିରେ ପ୍ରଶାସକ ଓ ଅବସର ପରେ ଅଙ୍କଲ ଭାବେ ପରିଚିତ, ସକ୍ରିୟ ସାଂସଦ ପ୍ୟାରୀମୋହନ ମହାପାତ୍ର । ଅଭିଯୋଗ ଯେ ତାଙ୍କର ରାଜନୈତିକ ‘କୌଶଳ’ ଯୋଗୁଁ ନିଜ ଦଳର ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଗଲା-ରାଜା ୨୦୦୯ ନିର୍ବାଚନରେ ଅଂଶଗ୍ରହଣ କରିବାରୁ ବଞ୍ଚôତ ହେଲେ । ରାଜାଙ୍କର ଉଦ୍ୟମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିବା ବିଶ୍ୱସ୍ତ ରମେଶ ରାଉତ ଓରଫ ଚକ୍ରଧର ଶେଷକୁ ପ୍ୟାରୀଙ୍କ ଆକର୍ଷଣରେ ବିଜେଡ଼ିର ଅତ୍ୟନ୍ତ ପିଆରା ବ୍ୟକ୍ତି ହୋଇଗଲେ ଓ ଏକଦା ଖାମିନ୍ଦ ରାଜାଙ୍କର ବିରୋଧୀଭାବେ ଅବତୀର୍ଣ୍ଣ ହେଲେ । ପ୍ରାର୍ଥୀତ୍ୱ ନାକଚ ହେବାକୁ ବିରୋଧ କରି ରାଜା ସ୍ୱାଇଁ- ଯେ ମାମଲା ଆରମ୍ଭ କଲେ- ତାହାର ସୁଫଳ ପାଇବାକୁ ଅଢ଼େଇ ବର୍ଷ ଲାଗିଗଲା । ପ୍ରାର୍ଥୀତ୍ୱ ନାକଚ କରାଯିବା ବେଆଇନ ବୋଲି ମାନ୍ୟବର ସୁପ୍ରିମକୋର୍ଟ ରାୟଦେଇ ରମେଶ ରାଉତଙ୍କର ନିର୍ବାଚନକୁ ଅସିଦ୍ଧବୋଲି ଘୋଷଣା କରି, ଆଠଗଡ଼ରେ ସାନିନିର୍ବାଚନର ଯେଉଁ ନିଦେ୍ର୍ଧଶ ଦେଲେ- ତାହା ପ୍ୟାରୀଙ୍କ ପାଇଁ ଯେ ଏକ ନିଶ୍ଚିତ ପରାଜୟ, ଏଥିରେ ସନେ୍ଦହ ନାହିଁ । କିନ୍ତୁ ଏକ ବ୍ୟାପକ ଦୃଷ୍ଟିରୁ ଦେଖିଲେ ଏହା ଗତ ଏକ ଦଶନ୍ଧି ଧରି ଓଡ଼ିଶାରେ ଚାଲିଥିବା ବିଶ୍ୱାସଘାତକତାର ରାଜନୀତିକୁ ଶକ୍ତ ଆଘାତ । ବିଜୟ ମହାପାତ୍ର ଏହି ରାଜନୀତିର ପ୍ରଥମ ଶିକାର ହେଲାବେଳେ, ଯଦି ଦଳରେ ଥିବା ପ୍ରକୃତ ବିଜୁ ଅନୁଯାୟୀମାନେ (ରାଜାଙ୍କ ସମେତ) ସ୍ୱର ଉତ୍ତୋଳନ କରିଥାନ୍ତେ-ତା’ହେଲେ ଏହି ରାଜନୀତିର ନିର୍ବାପନ ଅଙ୍କୁରୋଦଗମ୍ ଅବସ୍ଥାରେ ହିଁ ହୋଇଯାଇଥାନ୍ତା । ବିଜୟ ମହାପାତ୍ରଙ୍କ ପରେ ଯେଉଁ ‘ସିରିଅଲ କିଲିଂ’ (Serial Killing) ଆରମ୍ଭ ହେଲା-ତାହା ହୋଇନଥାନ୍ତା । ରାଜାଙ୍କୁ ଅଢ଼େଇବର୍ଷର ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିନଥାନ୍ତା । ତେବେ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ବିଶ୍ୱାସ -ଘାତକତାର ରାଜନୀତିି କରିବାକୁ ପ୍ରବର୍ତ୍ତାଇଥିଲେ- ଏପରି ନଜିର ତ କାହିଁକି ଇତିହାସରୁ ମିଳେ ନାହିଁ । -ଶୁଦ୍ରକ