ଆମ ଆଦମୀ

  • 24/03/2017

‘ଆମ ଆଦମୀ’ ପଦର ପ୍ରକାର ଭେଦ
ଓଡିଆ ଭାଷାରେ ‘ସାଧାରଣ ଲୋକ’ ର ପ୍ରୟୋଗ ଯେଉଁ ଅର୍ଥରେ ହୁଏ ହୀନ୍ଦୀ ଭାଷାରେ ‘ଆମ ଆଦମୀ’ ସେହି ଅର୍ଥରେ ହୋଇଥାଏ । ଗଣତନ୍ତ୍ରରେ  ‘ଆମ ଆଦମୀ’ ସବୁ ରାଜନୈତିକ ଦଳ ପାଇଁ ଖାସ ହୁଏ ବିଶେଷତଃ ନିର୍ବାଚନର ଅବ୍ୟବହିତ ପୂର୍ବରୁ ।  କିନ୍ତୁ ଏହି ପଦର ପ୍ରୟୋଗ ଯେ ଏକ ରାଜନୈତିକ ସ୍ଲୋଗାନ ଭାବେ କରାଯାଇପାରେ ଓ ସଫଳତା ହାସଲ କରାଯାଇ ପାରେ ତାହା ଜଣା ପଡିଲା ୨୦୦୪ ସାଦାରଣ ନିର୍ବାଚନ ପୂର୍ବରୁ, ଯେତେବେଳେ ନିର୍ବାଚନୀ ଚିହ୍ନ ‘ପାପୁଲି’ ର ଅଧିକାରୀ କଂଗ୍ରେସ ଦଳ ସ୍ଲୋଗାନ ଦେଲା – ‘କଂଗ୍ରେସ କା ହାଥ, ଆମ ଆଦମୀ କେ ସାଥ’ । ଏହି ସରଳ, ନିରୀହ ସ୍ଲୋଗାନଟି ଯେ ତକ୍ରାଳୀନ କ୍ଷମତାସୀନ ବିଜେପି ର ବହୁ ଆଡମ୍ବର ଯୁକ୍ତ ‘ଇଣ୍ଡିଆ ସାଇନିଂ’ କୁ ବ୍ୟର୍ଥ କରିଦେଇଥିଲା ତାହାର ପୁନରାବୃତ୍ତି କରିବାର ଆବଶ୍ୟକତା ନାହିଁ ।  ୨୦୦୯ ନିର୍ବାଚନରେ ମଧ୍ୟ ‘ଆମ ଆଦମୀ’ର ସ୍ଲୋଗାନ କଂଗ୍ରେସକୁ ଦେଲା ସଫଳତା ।  ମନେ ହେଲା ଯେପରି ‘ଆମ ଆଦମୀ’ ଉଚ୍ଚାରଣରେ  ରହିଛି କ୍ଷମତା ପ୍ରାପ୍ତିର ପ୍ରତିଶୃତି,  ‘ଓଁ’ ଶବ୍ଦର ଉଚ୍ଚାରଣରେ ବ୍ରହ୍ମତ୍ୱ ପ୍ରାପ୍ତିର ପ୍ରତିଶୃତି ଥିବା ଭଳି ।  ‘ଆମ’ ଶବ୍ଦର ଅର୍ଥାନ୍ତର କରି କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ଜାମାତା ରବର୍ଟ ଭଦ୍ରା ଯେତେବେଳେ  ‘ଆମ ଆଦମୀ’ କୁ ‘Mango People’ ବୋଲି ଭାଷାନ୍ତର କରି ବିଦ୍ରୁପ କଲେ, ସେତିକିବେଳେ ଆନ୍ନା ହଜାରେଙ୍କ ଅନୁଯାୟୀ, ପୂର୍ବତନ ଆୟକର କମିଶନର, ବିଶାଳ ଏନ.ଜି.ଓ ଦୁଇଟିର କର୍ତ୍ତା, ମାଗାସେସେ ପୁରସ୍କାର ବିଜେତା, ଆଇ.ଆଇ.ଟି ସ୍ନାତକ, ପଇଂଚାଳିଶ ବର୍ଷୀୟ ଅରବିନ୍ଦ କେଜରୀଓ୍ୟାଲ ଘୋଷଣା କଲେ ଏକ ରାଜନୈତିକ ଦଳ ଯାହାର ନାଁ ଦେଲେ ‘ଆମ ଆଦମୀ ପାର୍ଟି’ । ଅର୍ଥାତ୍ ଏଯାବତ୍ ଜାତି ବାଚକ ବିଶେଷ୍ୟ (Common Noun) ଭାବେ ବ୍ୟବହୃତ ‘ଆମ ଆଦମୀ’କୁ ନାମ ବାଚକ ବିଶେଷ୍ୟ (Proper Noun)ରେ ପରିଣତ କରିଦେଲେ ଚତୁର ଅରବିନ୍ଦ କେଜରୀଓ୍ୟାଲ ଓ ତାଙ୍କର ସାଥୀ ମାନେ । ଏହା କି ଭଳି ଭାବରେ କଂଗ୍ରେସ ଜାହାଜର ପାଲ(Sail)ରୁ ପବନ କାଢି ନେଇଛି ତାହାର ଆଭାସ ମିଳେ   ND TV (ହିନ୍ଦୀ)ରେ ପ୍ରଦର୍ଶିତ ‘My Name is ମୁଖ୍ୟମନ୍ତ୍ରୀ’କାର୍ଯ୍ୟକ୍ରମ (ପ୍ରସାରିତ-୨/୧୧/୨୦୧୩, ରାତ୍ର ୧୦ ଘଟିକା ) ର ପରିଚାଳକ (ଶରଦ ଶର୍ମା)ଙ୍କ ଶେଷ ବକ୍ତବ୍ୟରୁ ଯେତେବେଳେ ସେ  ଅରବିନ୍ଦ କେଜରୀଓ୍ୟାଲଙ୍କୁ କୁହନ୍ତି ଯେ ‘ଆପଣଙ୍କ ଦଳ ଗଠନ ପୂର୍ବରୁ ମୁଁ ମୋ ନିଜକୁ ଆମ ଆଦମୀ ବୋଲି କହୁଥିଲି । କିନ୍ତୁ ଏବେ ସମସ୍ୟା ହେଉଛି ଯେ ମୁଁ ଏବେ ଯେତେବେଳେ ନିଜକୁ ଆମ ଆଦମୀ କହୁଛି, ସେତେବେଳେ ଲାଗୁଛି ମୁଁ ଯେପରି ଆପଣଙ୍କର ସମର୍ଥକ ହୋଇଗଲିଣି-ଆପଣଙ୍କ ପାର୍ଟିରେ ଯୋଗ ଦେଲିଣି ।’ ଅର୍ଥାତ୍ କେହି ବ୍ୟକ୍ତି ଯଦି ନିଜକୁ ‘ଆମ ଆଦମୀ’ କହେ ତାହାହେଲେ ସେ ଯେପରି ‘ଆମ ଅଦମୀ ପାର୍ଟିର ସଭ୍ୟ’, ଏହି ଭଳି ଏକ ଧାରଣା ଶୁଣିବା ଲୋକ ମନରେ ସୃଷ୍ଟି ହୋଇପାରେ । ସତେ ଯେପରି ଭାରତର ପ୍ରତ୍ୟେକ ‘ଆମ ଆଦମୀ’  ‘ଆମ ଅଦମୀ ପାର୍ଟି’ର ସଭ୍ୟ । ଆଉ କଂଗ୍ରେସ ଯଦି ଏବେ କୁହେ ଯେ ‘କଂଗ୍ରେସ କା ହାଥ, ଆମ ଆଦମୀ କେ ସାଥ’ ତାହାହେଲେ କ’ଣ ବୁଝାଯିବ-କଂଗ୍ରେସ ଦଳ ଆମ ଆଦମୀ ପାର୍ଟିର ସମର୍ଥକ ! ‘ଆମ ଆଦମୀ’ ପଦଟିର କେଜରିଓ୍ୟାଲ ଓ ତାଙ୍କର ସାଥୀ ମାନଙ୍କ ଦ୍ୱାରା ଏତାଦୃଶ    ଆତ୍ମସାତ୍ କଂଗ୍ରେସକୁ କିପରି ବିବ୍ରତ କରିଛି ତାହା ଜଣା ପଡେ ଯେତେବେଳେ ୨୬ନଭେମ୍ବର ୨୦୧୨ ଦିନ ‘ଆମ ଆଦମୀ ପାର୍ଟି’ ର ପ୍ରତିଷ୍ଠା ଘୋଷଣା ହେବା ପରେ ପରେ ୨୭ ନଭେମ୍ବର ଦିନ କଂଗ୍ରେସ ଦଳ ଏକ ନୂତନ ସ୍ଲୋଗାନ ଦିଏ- ‘ଆପ କା ପୈସା, ଆପ କେ ହାଥ ।’  କହିବା ବାହୁଲ୍ୟ ଯେ ଏତାଦୃଶ ଆତ୍ମସାତ୍  କେଜରିଓ୍ୟାଲ ଓ ତାଙ୍କର ସାଥୀ ମାନଙ୍କର ଅସମାନ୍ୟ ଚତୁରତାର ପରିଚୟ ଦିଏ ଯଦିଓ ଏହା କେଜରିଓ୍ୟାଲଙ୍କ ବୈାଦ୍ଧିକ ଦେବାଳିଆପଣକୁ ପ୍ରତିଫଳିତ କରୁଛି ବୋଲି କଂଗ୍ରେସ ନେତା ଦିଗବିଜୟ ସିଂହ ଅଭିଯୋଗ କରନ୍ତି । ତେବେ ଚତୁର ଅରବିନ୍ଦ କେଜରୀଓ୍ୟାଲ ଓ ତାଙ୍କର ସାଥୀ ମାନଙ୍କ ଦ୍ୱାରା ଏତାଦୃଶ ଆତ୍ମସାତ୍ ତ୍ସେମାନଙ୍କୁ ଆଦୈା ଚକିତ କରିବ ନାହିଁ ଯେଉଁମାନେ ଅବଗତ ଯେ ଯେଉଁ ଯେଉଁ ବିଷୟ ବା ସମସ୍ୟା ଅରବିନ୍ଦ କେଜରୀଓ୍ୟାଲ ଓ ତାଙ୍କର ସାଥୀ ମାନେ  ବିଭିନ୍ନ ସମୟରେ ଉଠାଇଛନ୍ତି ସେଗୁଡିକ ମୂଳତଃ ସେମାନଙ୍କର ଉଦଭାବନ ନୁହେଁ ; ପୂର୍ବରୁ ଅନ୍ୟମାନେ ବିଭିନ୍ନ ସାଂବିଧାନିକ ଅନୁଷ୍ଠାନ ସମ୍ମୁଖରେ ଉଠାଇଛନ୍ତି; ଫରକ ଏତିକି ଯେ ସେମାନେ ଲୋକଙ୍କ ସମ୍ମୁଖକୁ ସେହି ବିଷୟ ବା ସମସ୍ୟାକୁ ଆଣିଛନ୍ତି ବଡ ସାମିୟାନା ଟାଂଗି, ଚାଂଚଲ୍ୟ ସୃଷ୍ଟି କରି ପାରିଛନ୍ତି, ଉନ୍ମାଦନା ସୃଷ୍ଟି କରିପାରିଛନ୍ତି, ଗଣ ମାଧ୍ୟମକୁ ଖୁବ ସଫଳତାର ସହ ବ୍ୟବହାର କରିପାରିଛନ୍ତି । ବିଭିନ୍ନ ସାଂବିଧାନିକ ଅନିଷ୍ଠାନ ଉପରେ କ୍ରମକ୍ଷୟମାଣ ଆସ୍ଥାର କ୍ଷୟକୁ ତ୍ୱରାନ୍ୱିତ କରିଛନ୍ତି । ଏହି ଭଳି ଆତ୍ମସାତ୍ର ପ୍ରବଣତା, ଯାହା ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବୈାଦ୍ଧିକ ସ୍ତରରେ ରହିଛି, ଯଦି ଅବ୍ୟାହତ ରହେ ତାହେଲେ  ‘ଆମ ଅଦମୀ ପାର୍ଟି’କୁ କ୍ଷମତା ମିଳିଲେଅରବିନ୍ଦ କେଜରୀଓ୍ୟାଲ ଓ ତାଙ୍କର ସାଥୀ ମାନେ ଯେ ବିଷୟାସକ୍ତ ହୋଇ ନ ପଡିବେ, ତାହାର ପ୍ରତିଶୃତି କିଏ ଦେଇପାରିବ? ଅବଶ୍ୟ ଅରବିନ୍ଦ କେଜରୀଓ୍ୟାଲ ନିର୍ବାଚନ ପ୍ରଚାର ସମୟରେ ବାରମ୍ବାର କହୁଛନ୍ତି ଯେ ସେ ଆୟକର କମିଶନର ପଦବୀକୁ ତ୍ୟାଗ କରି ଆସିଛନ୍ତି, ଯେଉଁଠାରେ ଆୟକର ଇନସପେକ୍ଟର ବାର୍ଷିକ କୋଟି କୋଟି ଟଙ୍କା ରିସ୍ୱତ ନେଇ ରୋଜଗର କରିଥାଏ । ଅର୍ଥାତ୍ କୋଟି କୋଟି ଟଙ୍କାର ପ୍ରଲୋଭନକୁ ଏଡାଇ ଦେବାର କ୍ଷମତା ତାଙ୍କର ଅଛି, ତେଣୁ ତାଙ୍କ ଦଳ କ୍ଷମତାକୁ ଆସିଲେ ଭ୍ରଷ୍ଟାଚାର ହେବା ସଂଭବ ନୁହେଁ । ଅବଶ୍ୟ ସେ ଏହା କହିଲାବେଳେ କହୁ ନାହାନ୍ତି ଯେ ତାଙ୍କର କମିଶନର ଭାବେ କାର୍ଯ୍ୟକାଳରେ  ସେ କେତେଜଣ ଏହି ଭଳି ଦୁର୍ନୀତିଗ୍ରସ୍ତ ଇନିସପେକ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା କହିଲେ ଜଣାପଡନ୍ତା ଯେ ସେ କ୍ଷମତାରେ ରହିଲେ ତଳିହା କର୍ମଚାରୀମାନେ ଦୁର୍ନୀତି କରିବାକୁ ସାହାସ କରିବେ ନାହିଁ ଓ ଆମର ସମାଜ ଏକ ଭ୍ରଷ୍ଟାଚାର ମୁକ୍ତ ସମାଜ ଦିଗରେ ଆଗେଇ ପାରିବ । କିନ୍ତୁ ‘ଆମ ଆଦମୀ’ ପଦଟି ତାଙ୍କ ରାଜନୈତିକ ଦଳର ନାଁ ହୋଇଥିବାରୁ, ଏହି ଦଳର ପ୍ରତିନିଧି  ଭାବେ ଯେଉଁମାନେ ବିଧାନସଭା ବା ସଂସଦରେ ବସିବେ, ସେମାନେ ସମସ୍ତେ ‘ଆମ ଆଦମୀ’ ବୋଲି  ହିଁ ସମ୍ବୋଧିତ ହେବେ । ଧାରଣା ହେବ ଯେପରି ଆମ ଆଦମୀ ଅର୍ଥାତ ସାଧାରଣ ଲୋକ  ହିଁ ବିଧାନସଭା ବା ସଂସଦରେ ବସିଛି ।

‘ଆମ ଆଦମୀ ପାର୍ଟି’ ର ଖାସ ଆଦମୀ
ପଦ୍ମଲୋଚନ ନାଁ ରେ ପରିଚିତ ବ୍ୟକ୍ତିର ଆଖି ପେଜୁଆ ବା କାଳିଆ ନାଁ ରେ ସମ୍ବୋଧିତ ବ୍ୟକ୍ତି ତୋଫା ଗୋରା ହୋଇଥିବା ଆମ ସମାଜରେ ଆଦୈା ଅଗ୍ରହଣୀୟ ନୁହେଁ । ତେଣୁ ‘ଆମ ଆଦମୀ ପାର୍ଟି’ର ସଭ୍ୟ ହୋଇଥିବାରୁ ‘ଆମ ଆଦମୀ’ ବୋଲି ପରିଚିତ ବ୍ୟକ୍ତି ପ୍ରକୃତରେ ଖାସ ଆଦମୀ ହୋଇଥିବାରେ ଅସ୍ୱାଭାବିକତା କିଛି ନାହିଁ । ପୂର୍ବରୁ ତ ଆମେ ଦେଖିଛେ,  ‘ଜନତା ପାର୍ଟି’, ‘ଜନତା ଦଳ’ ଭଳି ନାମ ବହନ କରୁଥିବା ରାଜନୈତିକ ଦଳମାନଙ୍କରେ ନେତୃତ୍ୱ ଓ ପ୍ରକୃତ ଜନତା ମଧ୍ୟରେ ଥିବା ବ୍ୟବଧାନ । ତଥାପି ଯେତେବେଳେ (୧୯୭୭ ମସିହା) ଏହି ନାମ ଧାରଣ କରି ଦଳ ଗୁଡିକ ପ୍ରକଟିତ ହେଲେ ଓ ନିର୍ବାଚନରେ ସଫଳତା ହାସଲ କଲେ ସେତେବେଳେ ଏହି ଲେଖକ ଭଳି ଅନେକେ ଭାବିଲେ ଯେ ଜନତା ଏବେ ବ୍ୟବସ୍ଥାପକ ହେଲା-ଯାହା ପରବର୍ତ୍ତୀ ସମୟରେ ନିର୍ବୋଧର ପ୍ରତ୍ୟାଶା ବୋଲି ପ୍ରମାଣିତ ହେଲା । ବ୍ୟବହାରିକ ରାଜନୀତିରେ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ବ୍ୟବଧାନ ତେଣୁ ଏକ ଦେହସୁହା ଅଭିଜ୍ଞତା । କିନ୍ତୁ ଅରବିନ୍ଦ କଜେରୀଓ୍ୟାଲ ଯେତେବେଳେ ତାଙ୍କ ଆମ ଆଦମୀ ପାର୍ଟି କୁ ସେହି ମାନଙ୍କର ଦଳ ବୋଲି କହୁଛନ୍ତି ଯେଉଁମାନେ ରାଜନୀତି କରୁଥିବା ବ୍ୟକ୍ତିଙ୍କ ପ୍ରତି ବିତସ୍ପୃହ  (‘This party is for common men and women and children of the country who are tired of politicians’,http://www.hindustantimes.com/india-news/newdelhi/congress-objects-to…..24th November 2012), ସେତେବେଳେ ସେ ବୋଧହୁଏ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଆମ ଆଦମୀ ପାର୍ଟିର ରାଜନୈତିକ ନେତୃତ୍ୱ ଠାରେ ପାରମ୍ପରିକ ରାଜନୈତିକ ବ୍ୟକ୍ତିଙ୍କର ଚରିତ୍ର ଦୃଶ୍ୟ ହେବ ନାହିଁ ଯାହା ପ୍ରତି ରହିଛି ବିତସ୍ପୃହ ଭାବ । ନୂଆ ନୂଆ ରାଜନୀତି ରେ ପାଦ ରଖୁଥିବା, ବିଭିନ୍ନ ବୃତ୍ତି ବା ପେଶାର ପୃଷ୍ଠଭୂମିରୁ ଆସିଥିବା ଅଣରାଜନୈତିକ ପୃଷ୍ଠଭୂମିର ବ୍ୟକ୍ତିମାନେ ସ୍ୱଗଠିତ ରାଜନୈତିକ ଦଳ ପ୍ରଚଳିତ ରାଜନୈତିକ ଦଳଠାରୁ ଭିନ୍ନ ହେବ ଓ ଏହି ଦଳ ମାନଙ୍କରେ ପରିଲକ୍ଷିତ ସମସ୍ତ ଦୋଷ, ତୃଟି ଓ ବିକୃତିରୁ ମୁକ୍ତ ରହିବ ବୋଲି ଦାବି କରିବା ସ୍ୱଭାବିକ । ସେମାନଙ୍କ ପ୍ରତିଶୃତିର ତାଲିକାରେ ‘ସ୍ୱରାଜ’, ‘ପୂର୍ଣ ଆଜାଦୀ’, ‘ଭ୍ରଷ୍ଟାଚାର ମୁକ୍ତ ଭାରତ’ ଭଳି ଆଦର୍ଶ ପ୍ରତିଶୃତି ମାନ ସ୍ଥାନ ପାଇବା ସ୍ୱଭାବିକ । ଏହି ପ୍ରତିଶୃତି ଗୁଡିକରେ କେହି କେହି, ବିଶେଷତଃ ଭାରତର ଜାତୀୟ ଓ ପ୍ରାଦେଶିକ ସ୍ତରରେ ଥିବା ରାଜନୈତିକ ଇତିହାସ ସଂପର୍କରେ ଅବଗତ ବ୍ୟକ୍ତି , ହୁଏତ ଗତ ଶତାବ୍ଦୀ ର ମଧ୍ୟ ସତୁରୀ ଦଶକରେ ଜୟପ୍ରକାଶ ନାରାୟଣଙ୍କର ‘ସମ୍ପୁର୍ଣ କ୍ରାନ୍ତି’ ବା ଗତ ଶତାବ୍ଦୀ ର ମଧ୍ୟ ଷାଠିଏ ଦଶକରେ ପବିତ୍ରମୋହନ ପ୍ରଧାନଙ୍କର ‘ଦୁର୍ନୀତିର ମୂଳୋତ୍ପାଟନ ଓ ନିର୍ମଳ ଶାସନ’ ର ପ୍ରତିଧ୍ୱନି ଶୁଣୁଥିବେ । ଏବଂ ସ୍ମରଣ କରୁଥିବେ ଏହିଭଳି ଆହ୍ୱାନର ଯୁବ ସଂପ୍ରଦାୟ ପ୍ରତି ଅହେତୁକ ଆକର୍ଷଣ । ଏହାତ ଭିନ୍ନକଥା ଯେ ଆକୃଷ୍ଟ ଯୁବକମାନେ ପରବର୍ତ୍ତୀ ଅବସ୍ଥାରେ ହୋଇଗଲେ ଦୁର୍ନୀତିଗ୍ରସ୍ତ । ତେବେ ଜୟପ୍ରକାଶ ନାରାୟଣ ଓ ପବିତ୍ରମୋହନ ପ୍ରଧାନ ଥିଲେ ରାଜନୈତିକ ପୃଷ୍ଠଭୂମି ସମ୍ପନ୍ନ ବ୍ୟକ୍ତି ଯାହା ଅରବିନ୍ଦ କେଜରୀଓ୍ୟାଲ ଓ ତାଙ୍କର ସାଥୀ ମାନଙ୍କର ନାହିଁ । ଯେଉଁ ୨୩ ଜଣଙ୍କୁ ନେଇ ଆମ ଆଦମୀ ପାର୍ଟିର ଜାତୀୟ ଏକଜ୍ୟୁକୁଟିଭ (National Executive) ର ଗଠନ ହୋଇଛି ସେମାନଙ୍କର ପୃଷ୍ଠଭୂମି ଉପରେ ନଜର ପକାଇଲେ (http://www.aamaadmiparty.org/page/national-executive) ଏହା ସ୍ପଷ୍ଟ ଯେ ଏଥିରେ ସଂଖ୍ୟାଗରିଷ୍ଠଙ୍କର କୈ÷ାଣସି ରାଜନୈତିକ ପୃଷ୍ଠଭୂମି ନାହିଁ , ସେମାନେ ମୁଖ୍ୟତଃ ଜଣାଶୁଣା ଏନ.ଜି.ଓ ପରିଚାଳକ ସାମାଜିକ କର୍ମୀ, ଅଧ୍ୟାପକ, ସାମ୍ବାଦିକ, ଓକିଲ, ଓ ଅରବିନ୍ଦ କେଜରୀଓ୍ୟାଲଙ୍କ ପରି ସ୍ୱେଚ୍ଛାକୃତ ଅବସର ନେଇଥିବା ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ । ଅବଶ୍ୟ ଏହି ତାଲିକାରେ ଥିବା ଗୋପାଳ ରାଏ ଏକ ବାମପନ୍ଥୀ ବିପ୍ଳବୀ ରାଜନୈତିକ ଦଳର ଛାତ୍ର ସଂଗଠନରେ ସକ୍ରିୟ ଥିଲେ; ଇଲିଆସ ଆଜମୀ ଦୁଇ ଦୁଇ ବାର ଉତ୍ତରପ୍ରଦେଶରୁ ସାଂସଦ ହୋଇଥିଲେ ; ପ୍ରେମ ସିଂହ ପାହାରି ବିଭିନ୍ନ ରାଜନୈତିକ ଦଳ ସହ ସଂପୃକ୍ତ ଥିଲେ ; ଜେ.ଏନ୍.ୟୁ ପ୍ରଫେସର ଆନନ୍ଦ କୁମାର ତାଙ୍କ ଛାତ୍ର ଜୀବନରେ ସମାଜବାଦୀ ରାଜନୀତିରେ ଖୁବ ସକ୍ରୀୟ ଥିଲେ । ମୋଟ ଉପରେ ଏମାନେ ସମସ୍ତେ ହେଉଛନ୍ତି ଆମ ସମାଜର ବ୍ୟବସ୍ଥା ସ୍ୱୀକୃତ ଜଣେ, ଜଣେ ଖାସ ବ୍ୟକ୍ତି ଯେଉଁ ମାନେ ‘ଆମ ଆଦମୀ’ର ପରିଚ୍ଛେଦ ପରିଧାନ କରି ଏକ ସୁଖକର ଦୃଶ୍ୟଟିଏ ସୃଷ୍ଟି କରିଛନ୍ତି । ଏହି ରାଜନୈତିକ ଦଳ ଯେଉଁ ପ୍ରାର୍ଥୀ ଦେଇଛନ୍ତି ସେମାନଙ୍କର ପୃଷ୍ଠଭୂମି ମଧ୍ୟ ସେ ଭଳି ‘ଆମ’ ବା ସାଧାରଣ ନୁହେଁ ବୋଲି ଗଣମାଧ୍ୟମର ଅନୁସନ୍ଧାନ କୁହେ (http://www..indianexpress.com/news/notsoaam-aadmi-party-aap-list-has-crorepatis-others-with-political-links , 30th June 2013) । ଯେପରି ମାଟିଆଲ ବିଧାନ ସଭା ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ଗୁଲାବ ସିଂହ ଯାଦବ, ବାଓ୍ୟାନାରୁ ପ୍ରାର୍ଥୀ ଗଜାନନ୍ଦ,  ନୂଆଦୀଲ୍ଲୀରୁ ପ୍ରାର୍ଥୀ ଅରବିନ୍ଦ କେଜରୀଓ୍ୟାଲ ଜଣେ ଜଣେ ସ୍ୱଘୋଷିତ କୋଟିପତି । ପତପରଗଂଜ ବିଧାନ ସଭା ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ମନୋଜ ସିସୋଡିଆ ଦୀଲ୍ଲୀ ଓ ଗାଜିଆବାଦରେ ଗୋଟିଏ ଗୋଟିଏ ଫ୍ଲାଟର ମାଲିକ ହୋଇଥିବାବେଳେ, ସେଗୁଡିକର ବଜାର ମୂଲ୍ୟ ଉଲ୍ଲେଖ ନ କରି ସେଠାରେ ପ୍ରଶ୍ନ ଚିହ୍ନ ଦେଇଛନ୍ତି । ଏଠାରେ ଉଲ୍ଲେଖ କରିବା ପ୍ରାସଂଗିକ ହେବ ଯେ ଅରବିନ୍ଦ କେଜରୀଓ୍ୟାଲ ଓ ମନୋଜ ସିସୋଡିଆ ମିଳିତ ଭାବରେ ‘କବିର’ ନାମକ ଏକ ଏନ.ଜି.ଓ ର ପ୍ରତିଷ୍ଠାତା ଯାହା ବିରୋଧରେ ଅଭିଯୋଗ ହୋଇଥିଲା ୪ଲକ୍ଷ ଆମରୀକୀୟ ଡଲାର ବିଦେଶୀ ଅନୁଦାନ (ଫୋର୍ଡ ଫାଉଣ୍ଡେଶନ ଠାରୁ) ପାଇଥିବାର ଯାହାର ପ୍ରମାଣ ଅରବିନ୍ଦ ଅଭିଯୋଗକାରୀଙ୍କ ଠାରୁ ପ୍ରଥମ ଅବସ୍ଥାରେ ଦାବି କରିଥିଲେ ହେଁ (http://www..ibtl.in/news/exclusive/1162/arvind-kejriwal-and-manish-sisodia..) ପରେ ଏହି ଅଭିଯୋଗ ସତ୍ୟ ବୋଲି ସ୍ୱୀକାର କଲେ (http://www.business-standard.com/economy-policy/claims-that-hazare’s-movement-is-us-funded-baseless, 31st August 2011) । ଗୃହ ମନ୍ତ୍ରଣାଳୟ ଏହି ସଂଗଠନ ଉପରେ ବିଦେଶରୁ ଅର୍ଥଗ୍ରହଣ ଆଇନର ଉଲଂଘନ ଅଭିଯୋଗକୁ ଭିତ୍ତି କରି ଚଢଉ ମଧ୍ୟ କରିଥିଲା (http://indiatoday.intoday.in/story/key-hazare-aide-manish-sisodias-ngo-kabir…., 22August 2012)ସେହିଭଳି ଅନେକେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ଯେଉଁ ମାନେ ବହୁ ବର୍ଷ ଧରି କଂଗ୍ରେସ ଓ ବିଜେପି ଦଳ ସହ ସଂପୃକ୍ତ ଥିଲେ । କହିବା ବାହୁଲ୍ୟ, ଅରବିନ୍ଦ କେଜରିଓ୍ୟାଲ ଓ ତାଙ୍କର ସାଥୀ ମାନେ ନିର୍ବାଚନ ଲଢେଇ ପାଇଁ ଯେ ପ୍ରଚଳିତ ବ୍ୟବାହାରିକ ଜ୍ଞାନକୁ ପ୍ରୟୋଗ କରୁଛନ୍ତି ଏହା ସେମାନଙ୍କର ପ୍ରାର୍ଥୀ ଚୟନରୁ ବୁଝାପଡୁଛି ।

‘ଆମ ଆଦମୀ ପାର୍ଟି’ କେତେ ଭିନ୍ନ?

ଆମ ଆଦମୀ ପାର୍ଟି ଯେଉଁମାନେ ଗଢିଛନ୍ତି, ସେମାନେ ମୁଖ୍ୟତଃ ଦୁର୍ନୀତି ବିରୋଧରେ ଭାରତ (India Against Corruption) ସଂଗଠନର କେତେଜଣ ଆଗ ଧାଡିର ସଭ୍ୟ । କାହିଁକି ସେମାନେ ରାଜନୀତିରେ ପ୍ରବେଶ କଲେ, ତାହା ପୁଣି ଏହି ସଂଗଠନର ପିତା ଆନ୍ନା ହଜାରେଙ୍କ ଇଚ୍ଛା ବିରୁଦ୍ଧରେ, ତାହାର ଯୁକ୍ତି ‘ଆମ ଆଦମୀ ପାର୍ଟି’ ତରଫରୁ ପ୍ରକାଶିତ ହୋଇଛି (http://www.aamaadmiparty.biz/2012/11/why-are-we-entering-politics.html) । ଆହୁରି ମଧ୍ୟ ଏହି ପାର୍ଟି ତରଫରୁ କୁହାଯାଇଛି ଯେ ସେମାନେ କିପରି ଅନ୍ୟ ରାଜନୈତିକ ଦଳ ମାନଙ୍କଠାରୁ ଭିନ୍ନ (http://www.aamaadmiparty.org/page/how-are-we-different) । କିନ୍ତୁ ବିଦେଶରେ ଥିବା ଭାରତୀୟଙ୍କ ମଧ୍ୟରେ ନିଜ ଦଳ ସପକ୍ଷରେ ସମର୍ଥନ ସୃଷ୍ଟି କରିବାର ପ୍ରବଣତା ଦୃଷ୍ଟିରୁ ଆମ ଆଦମୀ ପାର୍ଟି, କଂଗ୍ରେସ ଓ ବିଜେପି ଠାରୁ ଭିନ୍ନ ବୋଲି  ମନେହୁଏ ନାହିଁ । କଂଗ୍ରେସ ଦଳର ସମର୍ଥନରେ ଯୁକ୍ତରାଷ୍ଟ୍ର ଆମେରିକାରେ ଯେପରି ଗଢାଯାଇଛି Friends of Indian National Congress  ଓ ଏହାର ନୂତନ ସଂସ୍କରଣ Indian National Overseas Congress, USA(http://www.inocdc.org/about-us) ବା ବି.ଜେ.ପି ସମର୍ଥନରେ ଗଢାଯାଇଛି Overseas Friends of BJP (OFBJP), USA (http://theindianeye.net/narendra-modi-to-address-overseas-friends-of-bjp….) , ଠିକ ସେହିପରି ଗଢି ଉଠିଛି US supporter’s of the Aam Aadmi Party (http://usa.aamaadmiparty.org/?p=1723;http://www.indiapost.com/aam-aadmi-party-convention-attracts-many-nris, 23rd May 2013) । ଆମେରିକା ସ୍ଥିତ ଭାରତୀୟଙ୍କୁ ସମ୍ବୋଧନ କରିବାର ବ୍ୟାକୁଳତା ଦୃଷ୍ଟିରୁ ବିଜେପି ର ନରେନ୍ଦ୍ର ମୋଦି ଓ ‘ଆମ ଆଦମୀ ପାର୍ଟି’ର ଅରବିନ୍ଦ କେଜରୀଓ୍ୟାଲ ଙ୍କଠାରେ ବେଶ ସାଦୃଶ୍ୟ ଦେଖାଯାଏ ।  ନରେନ୍ଦ୍ର ମୋଦି ଯେପରି ଭାରତ ମାଟିରେ ଥାଇ ଆମେରିକା ସ୍ଥିତ ଭାରତୀୟଙ୍କୁ video conferencing ଜରିଆରେ ଉଦବୋଧନ ଦେଲେ, ଠିକ ସେହିପରି ‘ଆମ ଆଦମୀ ପାର୍ଟି’ର ଜାତୀୟ ସଂଯୋଜକ ଅରବିନ୍ଦ କେଜରୀଓ୍ୟାଲ ତାଙ୍କର ଗାଜିଆବାଦ ଅଫିସରୁ ଚିକାଗୋ ସହରରେ ଏକତ୍ରିତ ହୋଇଥିବା ଆମ ଆଦମୀ ପାର୍ଟିର ପ୍ରାୟ ୩୦୦ ଭାରତୀୟଙ୍କୁ ଉଦବୋଧନ ଦେଲେ । ୧୮ ମଇ ୨୦୧୩ ଦିନ ଅନୁଷ୍ଠିତ ଏହି ସମ୍ମେଳନରେ କିନ୍ତୁ ସଶରୀରେ ଉପସ୍ଥିତ ଥିଲେ ‘ଆମ ଆଦମୀ ପାର୍ଟି’ର ଜାତୀୟ କାର୍ଯ୍ୟକାରିଣୀର ଦୁଇ ପ୍ରଭାବୀ ସଦସ୍ୟ କବି କୁମାର ବିଶ୍ୱାସ ଓ ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ । ଏହା ପୂର୍ବରୁ ଜାତୀୟ କାର୍ଯ୍ୟକାରିଣୀର ଅନ୍ୟତମ ପ୍ରଭାବୀ ସଦସ୍ୟ ପ୍ରଫେସର ଆନନ୍ଦ କୁମାର ମଇ ପହିଲା ୨୦୧୩ ଦିନ ସେହି ଚିକାଗୋ ସହରରେ ‘ଆମ ଆଦମୀ ପାର୍ଟି’ର ସ୍ୱେଚ୍ଛାସେବକଙ୍କୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ‘ଆମ ଆଦମୀ ପାର୍ଟି’ର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଥିଲେ (What does Aam Aadmi Party expect from NRIs?-Prof. Anand Kumar Clarifies,http://usa.aamaadmiparty.org/?p=1723) । ଏହି ତିନୋଟି ପରସ୍ପର ବିରୋଧୀ ଦଳ ମଧ୍ୟରେ ପ୍ରବାସୀ ଭାରତୀୟଙ୍କୁ ଆକୃଷ୍ଟ କରିବା ପାଇଁ ସମାନ କିସମର ପ୍ରବଣତା ଭାରତର ଅନ୍ୟ କୈାଣସି ରାଜନୈତିକ ଦଳଠାରେ ଏଯାବତ୍ ଦୃଷ୍ଟି ଆକର୍ଷଣକାରୀ ହୋଇ ଦୃଶ୍ୟ ହୋଇନାହିଁ ।  ‘ଆମ ଆଦମୀ ପାର୍ଟି’ ଦ୍ୱାରା ଏହି ଉଦ୍ୟମର ଏକ ସୁପରିଣତି ହେଉଛି ଯେ ପାର୍ଟି ଏଯାବତ୍ ଯେତେ ଅର୍ଥ ବିଭିନ୍ନ ସୂତ୍ରରୁ ଦାନ ଆକାରରେ ପାଇଛି, ପରିମାଣ ଦୃଷ୍ଟିରୁ, ଆମେରିକା ଦ୍ୱିତୀୟ ସ୍ଥାନରେ ଅଛି ବୋଲି ପାର୍ଟି ଜନ ସାଧାରଣଙ୍କୁ  ସୂଚାଇ ଦେଇପାରିଛି ।

‘ଆମ ଆଦମୀ ପାର୍ଟି’ର ପାଣ୍ଠିର ଉତ୍ସ

ଦୀଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ୨୦କୋଟି ଟଙ୍କାର ସଂଗ୍ରହ କରିବା ‘ଆମ ଆଦମୀ ପାର୍ଟି’ର ଲକ୍ଷ୍ୟ ବୋଲି ଘୋଷଣା କରନ୍ତି ପାର୍ଟିର ମୁଖପାତ୍ର ମନିଷ ସିସୋଡିଆ (http://www.hindustantimes.com/india-news/new-delhi/aap-aims-for-rs-20-cr-…11th August 2013) କାରଣ ପାର୍ଟି ଯେ ୭୦ଟି ଯାକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି । ଦୀଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କର ନିର୍ବାଚନୀ ବ୍ୟୟ ମୁଣ୍ଡ ପିଛା ସର୍ବାଧିକ ୧୪ ଲକ୍ଷ ଟଙ୍କା ହେବ (http://newindianexpress.com/nation/Delhi-polls-EC-curbs-on-spending/2…) ବୋଲି ନିର୍ବାଚନ କମିଶନର କଟକଣାକୁ ବିଚାରକୁ ନିଆ ଯାଏ, ତାହାହେଲେ ‘ଆମ ଆଦମୀ ପାର୍ଟି’ ର ସମୁଦାୟ ଆଇନ ସମ୍ମତ ନିର୍ବାଚନୀ ବ୍ୟୟ ସର୍ବାଧିକ ହେବ ୯କୋଟି ୮୦ଲକ୍ଷ ଟଙ୍କା । ଅର୍ଥାତ୍ ‘ଆମ ଆଦମୀ ପାର୍ଟି’ ର ଅର୍ଥ ସଂଗ୍ରହ ଲକ୍ଷ୍ୟ ଆଇନସମ୍ମତ ନିର୍ବାଚନୀ ବ୍ୟୟର ଦୁଇଗୁଣ ଠାରୁ  ମଧ୍ୟ ଅଧିକ । ଉଲ୍ଲେଖ ଯୋଗ୍ୟ ଯେ ନିର୍ବାଚନୀ ବ୍ୟୟ ପାଇଁ ଆବଶ୍ୟକ ଅର୍ଥ ‘ଆମ ଆଦମୀ ପାର୍ଟି’ ସଂଗ୍ରହ କରିସାରିଲାଣି । ପାର୍ଟିର ସୂଚନା ଅନୁସାରେ ୨ନଭେମ୍ବର ୨୦୧୩ ସକାଳ ୮ଟା ପର୍ଯ୍ୟନ୍ତ ତାଙ୍କର ଅର୍ଥ ସଂଗ୍ରହ ହୋଇଥିଲା ୧୭ କୋଟି ୫୪ଲକ୍ଷ ୭୭ ହଜାର ୭୩୪ ଟଙ୍କା ୫୪ ପଇସା : ଭାରତରୁ ୧୨ କୋଟି ୪୩ଲକ୍ଷ ୩୭ ହଜାର ୨୯୮ଟଙ୍କା ୩୮ପଇସା, ଯୁକ୍ତ ରାଷ୍ଟ୍ର ଆମେରିକାରୁ  ୧କୋଟି ୮୫ଲକ୍ଷ ୬୪ ହଜାର ୧୮୦ ଟଙ୍କା, ହଂଗକଂଗରୁ ୧କୋଟି ୭ ଲକ୍ଷ ୮୬ହଜାର ୩୦୨ ଟଙ୍କା (ଏହା ଭିତରେ ରହିଛି ଅମିତ ଅଗ୍ରଓ୍ୟାଲ ନାମକ ଜଣେ ପ୍ରବାସୀଙ୍କର ୫୦ ଲକ୍ଷ ଟଙ୍କାର ଦାନ), ୟୁନାଇଟେଡ ଆରବ ଏମିରେଟରୁ ୫୨ଲକ୍ଷ ୧୯ହଜାର ୫୪୬ ଟଙ୍କା, ସିଂଗାପୁରରୁ ୩୭ ଲକ୍ଷ ୪ହଜାର ୪୫ ଟଙ୍କା ୧୬ ପଇସା ଓ ୟୁନାଟେଡ କିଂଗଡମରୁ ୩୫ ଲକ୍ଷ ୪୦ ହଜାର ୮୬୩ ଟଙ୍କା  (http://www.aamaadmiparty.org/donation-list; http://articles.timesofindia.indiatimes.com/2013-09-12/delhi/42007214..;http://www.facebook.com/AAPkaArvind/posts/468799009884268) ଖୁବ ଅଳ୍ପ ଦିନ ମଧ୍ୟରେ ‘ଆମ ଆଦମୀ ପାର୍ଟି’ ଦ୍ୱାରା ଏହି ପରିମାଣରେ ଅର୍ଥ ସଂଗ୍ରହ ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି । ପାଣ୍ଠିର ବର୍ଷା ହେଉଛି ବୋଲି କେହି କେହି ସଂବାଦ ପତ୍ର ଉଲ୍ଲେଖ କରିଛନ୍ତି (http://indiatoday.intoday.in/story/aam-aadmi-party-aap-arvind-kejriwal…,24.9.2013; http://defence.pk/threads/its-raining-funds-for-kejariwal.279519/) କହିବା ବାହୁଲ୍ୟ ଯେ ଭାରତୀୟ ମାନଙ୍କଠାରୁ ସଂଗୃହୀତ ଅର୍ଥର ଶତକଡା ୪୧ଭାଗ ପ୍ରବାସୀ ଭାରତୀୟ ମାନଙ୍କଠାରୁ ହିଁ ଆସିଛି । ବିଦେଶରୁ ଅର୍ଥ ସଂଗ୍ରହ କରିବାର ବୈଧତା ଉପରେ ପ୍ରଶ୍ନ କରାଯାଇ ଦୀଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ ହୋଇଛି ଯାହା ଉପରେ ମାନ୍ୟବର କୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତ କରିବା ପାଇଁ  (http://www.newsx.com/cities/item/11666-hc-seeks-centres-response-on-p…..11October2013;http://in.news.yahoo.com/hc-asks-centre-look-aaps-accounts-114803483.html, 23rd October 2013 ) ଓ ସରକାର ମଧ୍ୟ ଇତ୍ୟବସରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଦେଲେଣି । ତେବେ ଦେଶ ଭିତରୁ ସବୁଠାରୁ ବଡ, ୧ କୋଟି ଟଙ୍କାର, ଦାନ ଦେଇଛନ୍ତି ପାର୍ଟିର ଜାତୀୟ ଏକଜ୍ୟୁକୁଟିଭ ସଦସ୍ୟ ପ୍ରଶାନ୍ତ ଭୂଷଣଙ୍କ ପିତା ଶାନ୍ତି ଭୂଷଣ । ଅର୍ଥ ଦାନ ବ୍ୟତିତ ଅନ୍ୟ କିସମର ସାହାଯ୍ୟ ମଧ୍ୟ ଆମ ଆଦମୀ ପାର୍ଟିକୁ ଉପଲବ୍ଧ ହୋଇଛି ଯାହା ଦୃଷ୍ଟି ଆକର୍ଷଣକାରୀ । ଯେପରି ବହୁଦେଶୀୟ କଂପାନୀ ମାନଙ୍କର ଉପଦେଷ୍ଟା ବୋଲି ନିଜର ପରିଚୟ ଦେଉଥିବା ହରଜିତ ସିଂହ ଦୀଲ୍ଲୀର ପ୍ରସିଦ୍ଧ କନଟ ପ୍ଲେସରେ ଥିବା ତାଙ୍କର ବଜାର ମୂଲ୍ୟରେ ୩୦ କୋଟି ଟଙ୍କାର ଦ୍ୱିତଳୀୟ ଭବ୍ୟ ପ୍ରାସାଦ କୁ ମାତ୍ର ମାସିକ ୧ଟଙ୍କାରେ ଆମ ଆଦମୀ ପାର୍ଟିକୁ ଲିଜ ଦେଇଛନ୍ତି ଯାହା ବଜାର ଦରରେ ୬ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏହି ଠାରେ ପାର୍ଟିର ଅଫିସ ଚାଲିଛି । ହରଜିତଙ୍କର ସର୍ତ୍ତ ହେଉଛି କେଜରୀଓ୍ୟାଲ ‘ବିଜୟୀ ହେଲେ ତାଙ୍କ ପ୍ରତିଶୃତି ମୁତାବକ ତାଙ୍କୁ ୧୫ ଦିନ ମଧ୍ୟରେ ଜନଲୋକପାଳ ଆଣିବାକୁ ହେବ ।’ ସେହିପରି  ନିର୍ବାଚନ ପ୍ରଚାର ପାଇଁ କେହି ବ୍ୟବସାୟୀ ଗାଡି ଦେଇଛି ତ କେହି ସିଂଗାପୁରରୁ ଲାପଟପ ପଠାଇଛି । ଏହା ଅନସ୍ୱୀକାର୍ଯ୍ୟ ଯେ ଏକ ସ୍ୱଚ୍ଛଳ ମଧ୍ୟମ ବର୍ଗ ଆମ ଆଦମୀ ପାର୍ଟିକୁ ଅକୁଣ୍ଠିତ ଦାନ କରୁଛି  (http://articles.economictimes.indiatimes.com/2013-10-28/news/4346253.) । ସ୍ୱଭାବିକ, ଆବଶ୍ୟକତାରୁ ଅଧିକ ସାହାଯ୍ୟ ଉପଲବ୍ଧ ହୋଇଥିବାରୁ ଏ ଗୁଡିକର ବିନିଯୋଗରେ ଅନଭିଜ୍ଞ ‘ଆମ ଆଦମୀ ପାର୍ଟି’ ଦ୍ୱାରା ନିର୍ବାଚନ କମିଶନର ଆଚରଣ ବିଧିର ଉଲଂଘନ ହୋଇ ଯାଉଛି (Dikhsit Rips into Rs.19crore AAP kitty, New Indian Express 11th November 2013, p.9; http://www.firstpost.com/politics/aap-violates-election-code-of-conduct…,10November 2013) ଓ ଦୀଲ୍ଲୀ ନିର୍ବାଚନରେ ଏହି ଦଳ ସବୁ ଠାରୁ ବଡ ଉଲଂଘନକାରୀ ଭାବେ ପ୍ରକଟିତ ହୋଇଛି (http://www.ndtv.com/article/assembly-pools/over-200-firs-against-parties..15th October 2013) ତେବେ ଲୋକଙ୍କ ପଇସାକୁ ଉଚିତ ବାଟରେ ଉପେଯାଗ ନ କରିବାର ଅଭିଯୋଗ କେଜରୀଓାଲଙ୍କ ବିରୁଦ୍ଧରେ ପୂର୍ବରୁ ରହିଛି ଓ ଏହି ଅଭିଯୋଗ ଆନ୍ନା ହଜାରେଙ୍କ ନିକଟରେ କରିଥିଲେ କିରଣ ବେଦୀ (http://www.andhrawishesh.com/home/in-the-news/28318:kiran-bedi-wrote…,26th May 2012) । କେଉଁଠାରୁ ବା କେଉଁ ଅଂଚଳରୁ ‘ଆମ ଆଦମୀ ପାର୍ଟି’ କୁ ଦାନ ଆସୁଛି ତାହାର ଏକ ବିଶ୍ଳେଷଣ ହୋଇଛି  ଯେଉଁଥିରେ ଦର୍ଶାଯାଇଛି ଯେ ଦାନ ଦେବାରେ ପ୍ରଥମ ୫ଟି ରାଷ୍ଟ୍ର ହେଲେ ଭାରତ (୭୦.୮%), ଯୁକ୍ତରାଷ୍ଟ୍ର ଆମେରିକା (୧୦.୫%), ହଂଗକଂଗ (୬.୩%), ୟୁନାଇଟେଡ ଆରବ ଏମିରେଟ (୨.୯%), ଏବଂ ସିଂଗାପୁର (୨.୧%); ପ୍ରଥମ ୫ ଟି ରାଜ୍ୟ ହେଲେ ଦୀଲ୍ଲୀ (୨୦.୫%), ମହାରାଷ୍ଟ୍ର (୧୧.୨%), ଉତ୍ତର ପ୍ରଦେଶ (୯.୨%), କର୍ଣାଟକ (୬.୮%) ଏବଂ ହରିୟାନା (୬.୦%); ପ୍ରଥମ ୧୦ଟି ଜିଲ୍ଲା ହେଲେ ଏନ.ସି.ଆର (୩୨.୩%), ମୁମ୍ବାଇ (୬.୮%),    ବାଂଗାଲୋର(୬.୧%),ପୁନେ(୨.୪%),ହାଇଦରାବାଦ(୧.୪%),ଚେନ୍ନାଇ(୧.୩%),ଥାନେ(୦.୯%),ସମ୍ବଲପୁର(୦.୫%),
ରଂଗାରେଡ୍ଡୀ(୦.୪%), ଅହମଦାବାଦ(୦.୪%) ।  ୫୦୦ ଟଙ୍କା ଓ ତାଠାରୁ କମ ଅର୍ଥ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛନ୍ତି ଶତକଡା ୫୪ ଭାଗ ଓ ତାଙ୍କର ଦାନର ପରିମାଣ ହେଉଛି ସମୁଦାୟ ସଂଗୃହିତ ଅର୍ଥର ମାତ୍ର ଶତକଡା ୪.୮ ଭାଗ ଅପର ପକ୍ଷରେ ମାତ୍ର ୬୧ ଜଣଙ୍କର ଦାନର ପରିମାଣ (ମୁଣ୍ଡ ପିଛା୧ଲକ୍ଷ ଟଙ୍କାରୁ ଅଧିକ) ସମୁଦାୟ ସଂଗୃହିତ ଅର୍ଥର ଶତକଡା ୨୪.୦ ଭାଗ । ପ୍ରଥମ ୧୦ ଜଣ ଦାତାଙ୍କର ଦାନର ପରିମାଣ ହେଉଛି ସମୁଦାୟ ସଂଗୃହିତ ଅର୍ଥର ଶତକଡା ୧୭ ଭାଗ । ଉଲ୍ଲେଖନୀୟ ଯେ ପ୍ରଥମ ୨୨ ଜଣ ଦାତାଙ୍କ (ଯେଉଁମାନେ ୫ଲକ୍ଷ ଓ ତଦୁର୍ଦ୍ଧ ଅର୍ଥ ଦାନ କରିଛନ୍ତି) ମଧ୍ୟରେ ଶିଳ୍ପପତି ଓ ‘ଆମ ଆଦମୀ’ଙ୍କ ପାଇଁ ଅପହଂଚ ଦାମୀ ଓକିଲ ମାନେ ହିଁ ଅଛନ୍ତି (http://economictimes.indiatimes.com/news/politics-and-nation/who-is-funding-the-aam-aadmi-party?, 31October 2013) ।  ତେବେ ଏହି ସୂଚନାମାନ ସର୍ବସାଧାରଣ ଜାଣିବା ସମ୍ଭବ ହୋଇଛି ଯେହେତୁ ଏହି ସୂଚନା ଗୁଡିକୁ ‘ଆମ ଆଦମୀ ପାର୍ଟି’ ତାର େଓବ ସାଇଟ(Website)ରେ  ଉପଲବ୍ଧ କରାଇଛି । ଏହି ପାରଦର୍ଶିତା ଅନ୍ୟ ରାଜନୈତିକ ଦଳ ମାନଙ୍କର ନାହିଁ ବୋଲି ଅଭିଯୋଗ କରିଆସୁଛି ‘ଆମ ଆଦମୀ ପାର୍ଟି’ ଓ ଏହାକୁ ଭିତ୍ତି କରି ନିଜର ଅନନ୍ୟତା ସାବ୍ୟସ୍ତ କରୁଛି । ସତେ ଯେପରି େଓବ ସାଇଟ(Website) ରେ ଦେବା ହେଉଛି ପାରଦର୍ଶିତାର ନିର୍ବିବାଦ୍ୟ ପ୍ରମାଣ । ଏହା ସ୍ମରଣ କରାଇ ଦିଏ କମ୍ପୁଟର ପ୍ରଚଳନ ଆରମ୍ଭ ସମୟରେ ତିଆରିକରା ବିଶ୍ୱାସ ଯେ କମ୍ପୁଟର କୈାଣସି ଭୁଲ କରିପାରେନା । ଏତିକି ଉଲ୍ଲେଖ କରିବା ଯଥେଷ୍ଟ ହେବ ଯେ େଓବ ସାଇଟ(Website) ରେ ଯେତିକି ତଥ୍ୟ ଦିଆଯାଏ ବା ଙ୍କକ୍ଟ୍ରକ୍ଷକ୍ଟବୟ ହୁଏ ସେତିକି ତଥ୍ୟ ହିଁ ଆମକୁ ଉପଲବ୍ଧ ହୁଏ । ତେଣୁ ଯିଏ ତଥ୍ୟ େଓବ ସାଇଟ(Website) ରେ ଦେଉଛି ତାହାର ସଚ୍ଚୋଟପଣିଆ ହେଉଛି ଗୁରୁତ୍ୱପୂର୍ଣ । ପୁନଶ୍ଚ େଓବ ସାଇଟ(Website) ରେ ଦେଲେ ସର୍ବାଧିକ କେତେ ଭାରତୀୟ ଏହି ତଥ୍ୟ ଦେଖିପାରିବେ, ତାହା ନିର୍ଭର କରେ ଇଣ୍ଟରନେଟ (Internet) ବ୍ୟବହାର କରୁଥିବା ଜନସଂଖ୍ୟା ଉପରେ, ଯାହା ସାରା ଭାରତରେ ୧୪ କୋଟି ୩୨ ଲକ୍ଷ ବୋଲି ଏକ ଆକଳନରୁ ଜଣାପଡେ (http://ibnlive.in.com/news/india-has-55.48-crore-mobile-owners-14.32-crore-internet-users , 8th September 2013) । ଯଦିଓ ୨୦ ହଜାର ଟଙ୍କାରୁ ଅଧିକ ଅର୍ଥ ଦାନ ଆକାରରେ ଗ୍ରହଣ କରୁଥିବା ରାଜନୈତିକ ଦଳ ମାନଙ୍କୁ ଆୟକର ବିଭାଗ ପାଖରେ ଦାତାଙ୍କ ତାଲିକା ଦାଖଲ କରିବାକୁ ପଡିଥାଏ ବୋଲି ‘ଆମ ଆଦମୀ ପାର୍ଟି’ର ଅଭିଯୋଗର ଜବାବରେ ଅନ୍ୟ ବଡ ବଡ ଦଳ ମାନେ କହିଛନ୍ତି, ତଥାପି େଓବ ସାଇଟ(Website) ରେ ଏହି ତଥ୍ୟ ଦେଇ ଦେଲେ ଏହି ଅଭିଯୋଗ ଯେ ନିମିଷକେ ଅକାମୀ ହୋଇଯିବ ତାହା ଏହି ବଡ ବଡ ଦଳମାନେ ବୁଝିବା ଉଚିତ ।

ଜନମତ ସର୍ବେକ୍ଷଣ  ଓ ଆମ ଆଦମୀ ପାର୍ଟିର ଦାବି

ଡିସେମ୍ବର ୪ ତାରିଖ ଦିନ ଦୀଲ୍ଲୀରେ ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଝାଡୁ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା  ‘ଆମ ଆଦମୀ ପାର୍ଟି’ର ଦାବି ଯେ ସେମାନେ ୪୭ ଟି ସ୍ଥାନରେ ବିଜୟ  ହାସଲ କରିବେ, ଅର୍ଥାତ୍ ଦୀଲ୍ଲୀରେ ସରକାର ଗଢିବେ (http://www.ndtv.com/article/assembly-polls/delhi-assembly-polls-arvind-kejriwal-claims-aam-aadmi-party-will-win….; http://www.firstpost.com/delhi/why-arvind-kejriwal-is-sure-of-winning-47-seats-in-delhi, 28th October 2013) । ଏହି ସଂଖ୍ୟା ସହିତ ଅନେକେ ରାଜି ନ ହେଲେ ମଧ୍ୟ ୧୯ ରୁ ୨୫ ଟି ସ୍ଥାନରେ ଆମ ଆଦମୀ ପାର୍ଟି ବିଜୟ ହାସଲ କରିବ ବୋଲି ଜନମତ ସର୍ବେକ୍ଷଣ କରୁଥିବା ଓ ବିଶ୍ଳେଷଣ କରୁଥିବା ସଂସ୍ଥା ମାନେ ପୂର୍ବାନୁମାନ କରନ୍ତି (http://zeenews.india.com/news/delhi/aap-may-secure-19-25-seats-in-delhi-opinion-poll_887135.html, 30th Oct.2013) । ଏହି ଜନମତ ସର୍ବେକ୍ଷଣ ଗୁଡିକ ‘ଆମ ଆଦମୀ ପାର୍ଟି’ ପାଇଁ ଖୁବ ଉତ୍ସାହ ଜନକ ହୋଇଛି । ‘ଆମ ଆଦମୀ ପାର୍ଟି’ ପାଇଁ ସମର୍ଥନ ଶତକଡା ୨୦ରୁ ୨୭କୁ ମାତ୍ର ଦୁଇମାସ ଭିତରେ ବୃଦ୍ଧି ପାଇଥିବା ବେଳେ, କଂଗ୍ରେସ ପାଇଁ ସମର୍ଥନ ଶତକଡା ୩୨ରୁ ୩୦କୁ ଓ ବିଜେପି ପାଇଁ ସମର୍ଥନ ଶତକଡା ୩୬ରୁ ୩୨କୁ ହ୍ରାସ ପାଇଛି । ଏହାକୁ ଭିତ୍ତି କରି ଅନୁମାନ କରାଯାଉଛି ଯେ କଂଗ୍ରେସ ୨୪ଟି ଆସନରେ ଓ ବିଜେପି ୨୫ଟି ଆସନରେ ବିଜୟୀ ହୋଇପାରନ୍ତି । ତେବେ ଜନମତ ସର୍ବେକ୍ଷଣ ପାଇଁ ସିସେରୋ ଅସୋସିଏଟସ (Cicero Associates) ନାମକ ଏକ ସଂସ୍ଥାକୁ ‘ଆମ ଆଦମୀ ପାର୍ଟି’ ବରାଦ ଦେଇଥିବା ‘ଆମ ଆଦମୀ ପାର୍ଟି’ର େଓବ ସାଇଟରୁ ଜଣାପଡେ । କୈାଣସି ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଏକ ପେଶାଦାର ସଂସ୍ଥା ଦ୍ୱାରା ସର୍ବେକ୍ଷଣ କରାଇ ଫଳାଫଳକୁ ସର୍ବସାଧାରଣରେ ପ୍ରକାଶ କରିବା ଭାରତୀୟ ନିର୍ବାଚନ ପରମ୍ପରାରେ ଏକ ନୂତନ ଘଟଣା । ଫେବୃଆରୀ ୨୦୧୩ରୁ ପ୍ରଥମ ପର୍ଯାୟ ସର୍ବେକ୍ଷଣ ଆରମ୍ଭ କରିଥିବା ଓ ‘ଆମ ଆଦମୀ ପାର୍ଟି’ର ଗ୍ରହଣୀୟତା ବୃଦ୍ଧି ପାଉଛି ବୋଲି ଏହି ସର୍ବେକ୍ଷଣ ଜରିଆରେ ଦର୍ଶାଉ ଥିବା, ଏହି ସଂସ୍ଥାର ସଦ୍ୟତମ ସୂଚନା ହେଉଛି ଯେ ଶତକଡା ୪୭ ଭାଗ ଦୀଲ୍ଲୀ ନିବାସୀ  ‘ଆମ ଆଦମୀ ପାର୍ଟି’କୁ ଏକ ସୁଯୋଗ ଦେବାକୁ ଚାହାନ୍ତି (http://www.aamaadmiparty.org/news/aam-aadmi-party-cicero-delhi-opinion-poll) । ଏହି ବରାଦୀ ସର୍ବେକ୍ଷଣକୁ ସନ୍ଦେହ ଚକ୍ଷୁରେ ଦେଖାଗଲେ ମଧ୍ୟ ଅନ୍ୟ କେତୋଟି ସର୍ବେକ୍ଷଣ ‘ଆମ ଆଦମୀ ପାର୍ଟି’ର ନିର୍ବାଚନରେ ଉତ୍ସାହଜନକ ପ୍ରଦର୍ଶନର ସୂଚନା ଦିଅନ୍ତି । ତେବେ ଏହି ସର୍ବେକ୍ଷଣ ଗୁଡିକ ଉକ୍ତ ବରାଦୀ ସର୍ବକ୍ଷଣର ଘୋଷିତ ଫଳାଫଳ ଦ୍ୱାରା ଯେ ପ୍ରଭାବିତ ହୋଇ ନଥିବ, ତାହା କହି ହେବ ନାହିଁ ।ଏହି ଭଳି ଜନମତ ସର୍ବେକ୍ଷଣକୁ ନିଷିଦ୍ଧ କରିବା ପ୍ରସଂଗରେ ନିର୍ବାଚନ କମିଶନ ମାଗିଥିବା ମତାମତ ଉପରେ କଂଗ୍ରେସ ନିଷିଦ୍ଧ ହେବା ସପକ୍ଷରେ ମତ ଦେବା ଇତ୍ୟବସରରେ ବେଶ ବିତର୍କିତ ବିଷୟ ହୋଇଛି । ସର୍ବେକ୍ଷଣ ‘ଆମ ଆଦମୀ ପାର୍ଟି’ ସପକ୍ଷରେ ଯାଉଥିବାରୁ କଂଗ୍ରେସ ଏହାକୁ ନିଷିଦ୍ଧ କରିବାକୁ ଚାହୁଁଛି ବୋଲି ଅଭିଯୋଗ ଉଠିଛି । କିନ୍ତୁ ଏହି ଭଳି ଜନମତ ସର୍ବେକ୍ଷଣର ସଠିକତା, ନିରପେକ୍ଷତା ଉପରେ ସନ୍ଦେହ ଥିବା ବେଳେ, ଏହାର ଫଳାଫଳ ସର୍ବସାଧାରଣ ଗୋଚରାର୍ଥେ ପ୍ରକାଶ କଲେ ଏହା ଭୋଟ ଦାନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି କଂଗ୍ରେସ ଦଳ । ଏହି ଆଶଙ୍କା ଯେ ଅମୂଳକ ନୁହେଁ ତାହା ଏକ ଜଟିଳ ଗାଣିତିକ  ନିଷ୍କର୍ଷରୁ ସୂଚନା ମିଳୁଛି  (‘The Case For Banning Opinion Polls’, T.C.A.Srinivasa-Raghavan, Business Standard, 7th November 2013, http://www.business-standard.com/article/opinion/t-c-a-srinivasa-raghava…..) ।ଜନମତ ସର୍ବେକ୍ଷଣ ପାଇଁ ‘ଆମ ଆଦମୀ ପାର୍ଟି’ ପ୍ରବଣତା ଦର୍ଶାଇବାର ଏକ ବଡ କାରଣ ହୋଇପାରେ ଏହି ଦଳରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଜଣାଶୁଣା  ଜନମତ ସର୍ବେକ୍ଷଣ ବିଶେଷଜ୍ଞ ଯୋଗେନ୍ଦ୍ର ଯାଦବଙ୍କର ଉପସ୍ଥିତି ।

ଉପସଂହାର

ଡିସେମ୍ବର ୮ତାରିଖ ଦିନ ସବୁ ପୂର୍ବାନୁମାନ ଉପରେ ଯବନିକା ପଡିଯିବ, ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଯେଉଁ ପରିସଂଖ୍ୟାନ ଜନମତ ସର୍ବେକ୍ଷଣରୁ ବାହାରି ‘ଆମ ଆଦମୀ ପାର୍ଟି’ ପ୍ରତି ଦୀଲ୍ଲୀବାସୀଙ୍କର ସମର୍ଥନର ବିପୁଳତାକୁ ଦର୍ଶାଉଛି, ତାହା ରାସ୍ତା ଉପରେ ପାର୍ଟିର ଅଭିଯାନ ବେଳେ ଦୃଶ୍ୟ ହେଉନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡୁଛି । ନିର୍ବାଚନୀ ଚିହ୍ନ ଝାଡୁ ଧରି ‘ଝାଡୁ ଲଗାଓ, ବେଇମାନ ଭଗାଓ’ ସ୍ଲୋଗାନ ଦେଇ ‘ଆମ ଆଦମୀ ପାର୍ଟିିର୍ ର ସ୍ୱେଚ୍ଛାସେବକ ମାନେ ରବିବାର (୧୦ ନଭେମ୍ବର ୨୦୧୩) ଦିନ ଯେତେବେଳେ ଦୀଲ୍ଲୀର ରାଜରାସ୍ତାରେ ପଟୁଆରକରି ବାହାରନ୍ତି ତାଙ୍କ ସହ ସାଧାରଣ ଲୋକଙ୍କର ମିଶିବା ସେପରି ଉତ୍ସାହଜନକ ହୁଏ ନାହିଁ , ସର୍ବାଧିକ ୨୫୦ ଜଣ ଏହି ପଟୁଆରରେ ଥାଇପାରନ୍ତି ବୋଲି ସୂଚନା ମିଳୁଛି (‘Arvind Kejriwal’s big Delhi road show gets lukewarm response’Firstpost, 10th November 2013, http://www.firstpost.com/politics/arvind-kejriwals-big-delhi-roadshow… )  ଏହି ପଟୁଆର ସଂପର୍କରେ ମନ୍ତବ୍ୟ କରି ଜଣେ ଦୀଲ୍ଲୀ ବାସୀ କୁହନ୍ତି, “ମୁଁ ନିଶ୍ଚିତ ନୁହେଁ ଏହା ଦ୍ୱାରା ସେ(କେଜରିଓାଲ) କିଛି ହାସଲ କରିବେ ବୋଲି । ସେ ପ୍ରଥମେ ରାଜନୀତିର ବିରୋଧୀ ଥିଲେ, ଏବେ ସେ ସେଇୟା ହିଁ କରୁଛନ୍ତି ।” ଏହାର ଉତ୍ତରରେ ପାର୍ଟିର ଜଣେ ସ୍ୱେଚ୍ଛାସେବୀ ନିଜ ନାଁକୁ ପ୍ରଘଟ ନକରି କୁହନ୍ତି, “ଏହି ଭଳି କାର୍ଯ୍ୟକ୍ରମ ଦ୍ୱାରା ଆସନ ହାସଲ କରିବା ହୁଏତ ସମ୍ଭବ ନ ହୋଇପାରେ, କିନ୍ତୁ ଆମେ ଭଲ ଅଙ୍କର ଭୋଟ ପାଇବୁ ଓ ଅତି କମରେ ସବୁ ନିର୍ବାଚନ ମଣ୍ଡଳୀରେ ତ ପରିଚିତ ହୋଇଯିବୁ ।” ସ୍ୱେଚ୍ଛାସେବୀଙ୍କର ଏହି ମତଟିକୁ ପୂର୍ବେ ଅରବିନ୍ଦ କେଜରୀଓାଲ କରିଥିବା ୪୭ଟି ସ୍ଥାନରେ ବିଜୟ ହେବାର ଦାବି ବିରୋଧରେ ବିଚାର କରାଯାଇପାରେ । କ୍ଷେତ୍ରରୁ ଉପରୋକ୍ତ ଦୁଇଟି ମନ୍ତବ୍ୟ କିନ୍ତୁ ବେଶ ତାତ୍ପର୍ଯ୍ୟ ପୂର୍ଣ । ପ୍ରଥମ ମନ୍ତବ୍ୟରେ ଯେପରି ରହିଛି ଆଶଙ୍କା ଯେ ‘ଆମ ଆଦମୀ ପାର୍ଟି’ ଅନ୍ୟ ରାଜନୈତିକ ଦଳ ମାନଙ୍କ ଭଳି ହିଁ ହେବ । ଦ୍ୱିତୀୟ ମନ୍ତବ୍ୟରେ ରହିଛି ପ୍ରତ୍ୟୟ ଯେ ଦୀଲ୍ଲୀରେ ‘ଆମ ଆଦମୀ ପାର୍ଟି’ ବିଧାନ ସଭାରେ ଆସନ ହାସଲ କରୁ ବା ନ କରୁ ଏକ ରାଜନୈତିକ ଦଳ ଭାବେ ଭବିଷ୍ୟତ ଦିନରେ କାଏମ ରହିବ । ପ୍ରଥମ ମନ୍ତବ୍ୟ ପ୍ରତିଧ୍ୱନିତ କରୁଛି ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ସେହି ମାନଙ୍କର ମନେଭାବ ଯେଉଁମାନେ କୈାଣସି ରାଜନୈତିକ ଦଳ ଗଠନର ବିରୋଧ କରୁଥିଲେ ।  ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସକ୍ରିୟ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି  ସନ୍ତୋଷ ହେଗଡେ ତ କହିଲେ ଯେ ନିଛକ ଦୁର୍ନୀତି ବିରୋଧୀ ରାଜନୈତିକ ଦଳ ପାଇଁ ଭାରତର ବର୍ତ୍ତମାନ ପରିବେଶ ଅନୁକୂଳ ନୁହେଁ (http://www.thehindu.com/news/national/article3799103.ece) ଓ ‘ଆମ ଆଦମୀ ପାର୍ଟି’ ର ଗଠନରୁ ଦୂରାଇ ରହିଲେ । ଦୁର୍ନୀତି ବିରୋଧୀ ଆନ୍ଦୋଳନର ମୁଖ୍ୟ ଆନ୍ନା ହଜାରେ ତ କହିଲେ ଯେ ସେ ‘ଆମ ଆଦମୀ ପାର୍ଟି’କୁ ଭୋଟ ଦେବେ ନାହିଁ (http://www.indianexpress.com/news/anna-hazare-says-he-will-not-vote-for-arvind-kejriwals-aam-aadmi-party, 6th December 2012) ଏହି ଦୁର୍ନୀତି ବିରୋଧୀ ଗୋଷ୍ଠିର ଭୋଟ ଯେ ‘ଆମ ଆଦମୀ ପାର୍ଟି’ ଶତକଡା ଶହେ ରୁ ଶହେ ପାଇବ ନାହିଁ ଏହା ସ୍ପଷ୍ଟ, ଯଦିଓ ଏକ ସର୍ବେକ୍ଷଣ (ABP News-Nielsen Survey) ଅନୁସାରେ ଶତକଡା ୩୫ ଭୋଟରଙ୍କର ବିଶ୍ୱାସ ଯେ ‘ଆମ ଆଦମୀ ପାର୍ଟି’ ଦୁର୍ନୀତି ଉପରେ ଲଗାମ ଲଗାଇ ପାରିବ (http://www.newsbullet.in/india/34-more/46477-35-think-aap-will-curb-…15th October 2013 ) । କିନ୍ତୁ ଦୁର୍ନୀତି ବିରୋଧୀ ଅଭିଯାନରୁ ଜନ୍ମ ନେଇଥିବା ‘ଆମ ଆଦମୀ ପାର୍ଟି’ ପାଇଁ ଏହା ଏକ ଅପ୍ରତ୍ୟାଶିତ ସୂଚନା ହୋଇଥିବ ଯେ ସେମାନଙ୍କ ଦ୍ୱାରା ପ୍ରାୟୋଜିତ ସର୍ବେକ୍ଷଣ (Water, not corruption, top poll issue in Delhi: Kejriwal’s party survey’, Hindustan Times, New Delhi, 19th October 2013,  http://www.hindustantimes.com/specials/coverage/myindia-muvote/chunk) ଅନୁସାରେ ମାତ୍ର ଶତକଡା ୩ ଭାଗ ସର୍ବେକ୍ଷଣରେ ଅଂଶଗ୍ରହଣକାରୀ ଦୁର୍ନୀତିକୁ ଏକ ମୁଖ୍ୟ ନିର୍ବାଚନ ପ୍ରସଂଗ ବୋଲି ବିଚାର କରନ୍ତି । ଏହା ଠାରୁ ଅଧିକ ଅଂଶ (ଶତକଡା ୪) କାର ପାର୍କିଂ କୁ ମୁଖ୍ୟ ନିର୍ବାଚନୀ ପ୍ରସଂଗ ବୋଲି ବିଚାର କରନ୍ତି । ଜଳ ସମସ୍ୟାକୁ ସବୁଠାରୁ ଅଧିକ ଅଂଶ (ଶତକଡା ୨୮) ନିର୍ବାଚନରେ ମୁଖ୍ୟ ପ୍ରସଂଗ ବୋଲି ବିଚାର କରନ୍ତି । ତେଣୁ ଦୁର୍ନୀତିକୁ ପ୍ରାଥମିକତା ଦେଉଥିବା ‘ଆମ ଆଦମୀ ପାର୍ଟି’ ଦୀଲ୍ଲୀ ଭୋଟରଙ୍କର କେତେ ପସନ୍ଦ ଯୋଗ୍ୟ ହେବ ତାହା ନେଇ ମନରେ ସନ୍ଦେହ ଜାଗ୍ରତ ହେବା ସ୍ୱଭାବିକ । କିନ୍ତୁ ଏହି ସର୍ବେକ୍ଷଣରୁ ମଧ୍ୟ ସୂଚନା ମିଳେ ଯେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଶତକଡା ୩୭ ଭାଗ ଚାହାନ୍ତି ‘ଆମ ଆଦମୀ ପାର୍ଟି’ ଦୀଲ୍ଲୀରେ ସରକାର ଗଠନ କରୁ , ଶତକଡା ୨୯ ଭାଗ ଚାହାନ୍ତି ‘କଂଗ୍ରେସ’  ଗଠନ କରୁ ଓ ଶତକଡା ୨୪ ଭାଗ ଚାହାନ୍ତି ‘ବିଜେପି’  ଗଠନ କରୁ । ବୋଧହଏ ପ୍ରଥମ ଥର ପାଇଁ ରାଜନୀତି ରେ ପାଦ ରଖିଥିବା ‘ଆମ ଆଦମୀ ପାର୍ଟି’ ନିଶ୍ଚିତ ଭାବରେ ସେ ରାଜନୈତିକ ଦଳ ମାନଙ୍କର ତାଲିକାରେ ପ୍ରବେଶ କରି ନାହିଁ ଯେଉଁ ମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି, Transparency International ର ଏକ ସର୍ବେକ୍ଷଣ ଅନୁସାରେ, ଶତକଡା ୮୬ ଭାଗ ଭାରତୀୟ ବିଶ୍ୱାସ କରନ୍ତି (http://www.indianexpress.com/news/all-political-parties-are-corrupt-believe-…9th July 2013) । କ୍ଷମତା ରାଜନୀତିର ଦୁର୍ନୀତି ଏହି ଦଳକୁ ବ୍ୟାପିବା ପାଇଁ ସୁଯୋଗ ପାଇ ନାହିଁ । ତେଣୁ ଦୁର୍ନୀତି ଦ୍ୱାରା ଅସ୍ପର୍ଶିତ ଏହି ଦଳର ଏକ ଆବେଦନ ଭୋଟରଙ୍କ ମଧ୍ୟରେ ରହିବା ଅସ୍ୱାଭାବିକ ନୁହେଁ ଓ ଏହି ଦଳକୁ ଏକ ସୁଯୋଗ ଦିଆଯାଉ ବୋଲି ମାନସିକତା ଭୋଟରଙ୍କ ଠାରେ ଦେଖାଯିବା ମଧ୍ୟ ଅସ୍ୱାଭାବିକ ନୁହେଁ । ବାରମ୍ବାର ପ୍ରତାରିତ ହେବା ସତ୍ତେ୍ୱ ଭାରତୀୟ ଭୋଟର ଏହି ଭଳି ରିସ୍କ(Risk) ନିଏ ଠିକ ଫଟକା ବଜାରରେ (Stock Market) ଆଶାବାଦୀ ନିବେଶକଟିଏ ପରି । ମନେ ପଡୁଛି ଗତ ଶତାବ୍ଦୀ ର ନବେ ଦଶକର କଥା ଯେତେବେଳେ କ୍ଷମତାର ସ୍ୱାଦ ଚାଖି ନଥିବା ଓ ନୀତି ନୈତିକତାର କଥା କହୁଥିବା ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାକୁ ଆସିବା ପାଇଁ ସୁଯୋଗ ଦିଆଯାଉ ବୋଲି ବହୁ ବୁଦ୍ଧିଜୀବୀ ଯୁକ୍ତି କରୁଥିଲେ । ସେମାନଙ୍କର ଯୁକ୍ତି ଥିଲା ଆମେ କ୍ଷମତାରେ କଂଗ୍ରେସକୁ ଦେଖିଲେ, କଂଗ୍ରେସକୁ କ୍ଷମତାଚ୍ୟୁତ କରି ଜନତା ପାର୍ଟିକୁ ଦେଖିଲେ, ଜନତା ଦଳକୁ ଦେଖିଲେ, ଏବେ ଭାରତୀୟ ଜନତା ପାର୍ଟିକୁ ସୁଯୋଗ ଦିଆଯାଉ । ଏବଂ ସୁଯୋଗ ପାଇଲା ବିଜେପି, ହରାଇଲା ତାର ନୀତି ନୈତିକତାର ଦଳ ଭାବେ ପରିଚିତି । କ୍ଷମତା ରାଜନୀତିର ସବୁ ପ୍ରକାରର ବିକୃତି ଦିଜେପି ଠାରେ ମଧ୍ୟ ଦେଖାଗଲା । ସାଧାରଣ ଲୋକ ବା ଆମ ଆଦମୀ ପ୍ରତାରିତ ହୋଇଗଲା,  ତା ପାଇଁ ବିଜେପି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ହୋଇଗଲେ -ସମାନ କିସମର ଦୁର୍ନୀତିରେ ଲିପ୍ତ ହେଲେ । କେହି କେହି ଏହାକୁ ଗାତର ଦୋଷ ବୋଲି ରହସ୍ୟ କଲେ, ପ୍ରଚଳିତ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଭିତରେ କ୍ଷମତା ଗାତରେ ଯିଏ ପଶିଲା ସେ ଦୁର୍ନୀତିଗ୍ରସ୍ତ ହେବ ହିଁ ହେବ, ଏହି ଧାରଣା ଦେଲେ । ଆଜି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଦୁର୍ନୀତି ବିରୋଧୀ ଅଭିଯାନରୁ ଜନ୍ମ ନେଇଥିବା ‘ଆମ ଆଦମୀ ପାର୍ଟି’ କ୍ଷମତାକୁ ଆସିବା ପାଇଁ ସୁଯୋଗ ମାଗୁଛି,ପରିବର୍ତ୍ତନର ବହୁ ପ୍ରତିଶୃତି ଦେଉଛି । ଦେଖାଯାଉ କ୍ଷେତ୍ର ଉପରେ ଭାରତୀୟ ଭୋଟର ‘ଆମ ଆଦମୀ ପାର୍ଟି’କୁ କେତେ ଦୂର ଅନୁଗୃହୀତ କରୁଛି ଓ ଅରବିନ୍ଦ କେଜରୀଓ୍ୟାଲଙ୍କ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବାରେ କେତେଦୂର ସହାୟକ ହେଉଛି ।

Print Friendly, PDF & Email