କିଏ ବିଶ୍ୱାସ କରିବ ଯେ ଏପରି ଏକ ଉଦ୍ୟମ ଏକଦା ହୋଇଥିଲା, ତାହା ପୁଣି ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ୧୯୨୯ ମସିହାରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ।
ନ୍ୟୁୟର୍କ ରାଜ୍ୟର ଇଥାକା ସହରରେ ଥିବା ମୈାଳିକ ବିଦ୍ୟାଳୟ ସମୁହର ତତ୍ତ୍ୱାବଧାରକ ଫ୍ରାଙ୍କ ଡି ବୟଣ୍ଟନ (Frank D Boynton) ଅନ୍ୟ ଅଂଚଳ ମାନଙ୍କରେ ଥିବା ବିଦ୍ୟାଳୟ ସମୁହ ଗୁଡିକର ତତ୍ତ୍ୱାବଧାରକ ମାନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଥିଲେ ଯେ ମୈାଳିକ ଶିକ୍ଷା ପାଠ୍ୟକ୍ରମରେ ପ୍ରତ୍ୟେକ ବର୍ଷ ନୂଆ ନୂଆ ବିଷୟ ପଶୁଛି, କିନ୍ତୁ କୈାଣସି ବିଷୟକୁ ବାଦ୍ ଦିଆଯାଉ ନାହିଁ । ଏହାଦ୍ୱାରା ସ୍କୁଲ ସମୟ ସଂପୂର୍ଣଭାବେ ପାଠପଢାରେ ହିଁ ଅତିବାହିତ ହେଉଛି, କୈାଣସି ଗୋଟିଏ ବିଷୟରେ ଗଭୀର ଚିନ୍ତା କରିବାର ଅବକାଶ ମିଳୁନାହିଁ । ତେଣୁ ଏହି ପତ୍ରରେ ବୟଣ୍ଟନଙ୍କର ଆହ୍ୱାନ ଥିଲା ଯେ ‘ମୋତେ କୁହ କେଉଁ ବିଷୟଟିକୁ ବାଦ୍ ଦିଆଯାଇ ପାରେ?’ (I defy you to show me how we can cut out any of this material) ଏହା ଅବଶ୍ୟ ସେହି ସମୟର କଥା ଯେତେବେଳେ ଅଭିଭାବକ ମାନେ ବିଶ୍ୱାସ କରୁଥିଲେ ଯେ ‘ପିଲାର ସବୁ ସମୟ ସ୍କୁଲ ପାଠ ପ୍ରସ୍ତୁତିରେ ଅତିବାହିତ ହେବା ଉଚିତ ନୁହେଁ । ବରଂ ସେ ଖେଳିବା ଉଚିତ, ଘର କାମରେ ହାତ ଲଗାଇବା ଉଚିତ, ପରିବାର ସହିତ ସମୟ ଅତିବାହିତ କରିବା ଉଚିତ ।’ ଯେତେବେଳେ ଏହି ଭଳି ଏକ ଧାରଣା ପିଲାଙ୍କ ଶିକ୍ଷା ସଂପର୍କରେ ସମାଜରେ ଥିଲା ବଦ୍ଧମୂଳ, ସେତେବେଳେ ମୈାଳିକ ଶିକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମାନେ ନୂଆ ନୂଆ ବିଷୟ ଯୋଡି ହୋଇ ଓଜନିଆ ହୋଇଯାଉଥିବା ସ୍କୁଲ ପାଠ୍ୟକ୍ରମରୁ କିଛି କିଛି ବିଷୟ ବାଦ୍ ପଡିବା ଉଚିତ ବୋଲି ଭାବିବା ସ୍ୱଭାବିକ । ବୟଣ୍ଟନଙ୍କର ପତ୍ରର ଉତ୍ତର ଦେଲେ ନ୍ୟୁହାମ୍ପସାୟାର ରାଜ୍ୟର ମାନ୍ଚେଷ୍ଟର ସହରରେ ଥିବା ମୈାଳିକ ବିଦ୍ୟାଳୟ ସମୁହର ତତ୍ତ୍ୱାବଧାରକ ଏଲ.ପି.ବେନେଜେଟ(L.P.Benezet) । ବେନଜେଟ ଲେଖିଲେ ଯେ ତାଙ୍କ ମତରେ ଗଣିତ କୁ ପାଠ୍ୟକ୍ରମରୁ ବାଦ୍ ଦିଆଯାଉ । ଏହା ଥିଲା ଏକ ସ୍ତବ୍ଧ କରିଦେଲା ଭଳି ପ୍ରସ୍ତାବ । ବେନେଜେଟଙ୍କର ଯୁକ୍ତି ଥିଲା ଯେ ପ୍ରାଥମିକ ଶ୍ରେଣୀରେ ଗଣିତ ଶିକ୍ଷା ସମୟର ଅପଚୟ ମାତ୍ର । ଏତେ ତଳ ସ୍ତରରୁ ‘ଗଣିତ ଶିକ୍ଷାର ପ୍ରଭାବରେ ପିଲାଟିର ଯୁକ୍ତି କରିବାର ସାମର୍ଥ୍ୟ ନିସ୍ତେଜ ହୋଇଯାଏ, କ୍ଲୋରୋଫର୍ମର ପ୍ରଭାବରେ ଶରୀର ନିସ୍ତେଜ ହୋଇଯିବା ପରି ।’ (‘the early introduction of arithmetic had been to dull and almost chloform child’s reasoning faculties’ ) ଗଣିତ ଶିକ୍ଷାରେ ଅଙ୍କ କଷିବା ବା ଅଭ୍ୟାସ କରିବା ଉପରେ ଗୁରୁତ୍ୱ ଦିଆଯାଏ । ବେନଜେଟଙ୍କ ମତରେ ଏହିଭଳି ଅଭ୍ୟାସ, ସଂଖ୍ୟା ଓ ଅଙ୍କକୁ ସାଧାରଣଜ୍ଞାନଠାରୁ ବିଛିନ୍ନ କରିଦିଏ । ବାରମ୍ବାର ଅଭ୍ୟାସ କରି ଶିଖିଥିବା କୈାଶଳକୁ ପ୍ରୟୋଗ କରି ପିଲାଟି ଅଙ୍କଟିର ସଠିକ ସମାଧାନ ସିନା କରିଦେଇ ପାରେ, କିନ୍ତୁ କ’ଣ କରୁଛି ସେ ଜାଣେ ନା । ଏହାର ପ୍ରୟୋଗ କିପରି ବ୍ୟବହାରିକ କ୍ଷେତ୍ରରେ ହୋଇପାରିବ, ତାହା ତା ମୁଣ୍ଡକୁ ଜୁଟେ ନା । ତେଣୁ ବେନେଜେଟଙ୍କର ପ୍ରସ୍ତାବ ଥିଲା ଯେ ୭ମ ଶ୍ରେଣୀରେ ପ୍ରବେଶ ନ କରିବା ଯାଏ ପିଲାଙ୍କୁ ଅଙ୍କ ପଢା ନ ଯାଉ । ତାଙ୍କର ବିଶ୍ୱାସ ଥିଲା ଯେ ଏହି ଶ୍ରେଣୀରୁ ଅଙ୍କ ପଢା ହେଲେ, ପିଲାମାନେ ଅଲ୍ପ ସମୟରେ ଅଙ୍କ ଶିଖି ପାରିବେ ଓ ଅଧିକ ବୁଝାମଣାର ସହ ଶିଖିବେ । ତାଙ୍କ ଭାଷାରେ , “ମୁଁ ଭାବେ ଯେ ଗୋଟିଏ ଆଠ ବର୍ଷର ପିଲାକୁ ଗଣିତ ଅଭ୍ୟାସ କରାଇବା ସଂପୂର୍ଣ ଅଯୈ।କ୍ତିକ । ଗୋଟିଏ ଦଶ ବର୍ଷର ପିଲା ପାଇଁ ବଡ ସଂଖ୍ୟାର ଦୀର୍ଘ ହରଣ ଜାଣିବାର କି ଆବଶ୍ୟକତା ଅଛି ? ସମୁଦାୟ ଗଣିତ ଶିକ୍ଷାକୁ ସପ୍ତମ ଶ୍ରେଣୀରେ ପ୍ରବେଶ କରିବା ଯାଏ ସ୍ଥଗିତ ରଖାଯାଇ ପାରେ । ଯେ କୈାଣସି ପିଲା ସମୁଦାୟ ଗଣିତକୁ ମାତ୍ର ଦୁଇ ବର୍ଷ ଭିତରେ ଅକ୍ତିଆର କରିପାରେ ।” ଏହିଭଳି ଏକ ସ୍ତବ୍ଧକାରୀ ପ୍ରସ୍ତାବ ଦେଇ ଚୁପ ହୋଇ ବସିଯାଇ ନ ଥିଲେ ବେନେଜେଟ । ସେ ଏହି ପ୍ରସ୍ତାବ ଉପରେ ଅମଳ କରିବାକୁ ଚାହିଁଲେ । କିନ୍ତୁ ସେ ସଚେତନ ଥିଲେ ଯେ ତାଙ୍କ ପ୍ରସ୍ତାବ ସେ ସବୁ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ, ଯେଉଁଠାରେ ପଢୁଥିବା ପିଲାମାନଙ୍କର ଅଭିଭାବକ ଶିକ୍ଷିତ ଓ ସ୍ୱଚ୍ଛଳ । ତେଣୁ ସେ ସହରର ଦରିଦ୍ର ଅଂଚଳ ଗୁଡିକରେ ଥିବା ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କୁ ତାଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରବର୍ତ୍ତାଇଲେ ଓ ସଫଳ ହେଲେ । ତାଙ୍କ ପ୍ରସ୍ତାବକୁ ଟିକିଏ କୋହଳ ମଧ୍ୟ କଲେ- ସପ୍ତମ ଶ୍ରେଣୀରୁ ଆରମ୍ଭ କରିବା ପରିବର୍ତ୍ତେ ଷଷ୍ଠ ଶ୍ରେଣୀରୁ ଗଣିତ ଶିକ୍ଷା ଆରମ୍ଭ କରାଯାଇପାରେ ବୋଲି ସଂଶୋଧିତ ପ୍ରସ୍ତାବ ରଖିଲେ । ଗଣିତ ନ ପଢାଇ ତା ସ୍ଥାନରେ ପିଲାଙ୍କୁ ସଠିକ ଆବୃତ୍ତିରେ ତାଲିମ ଦେବା ଉପରେ ଗୁରୁତ୍ୱ ଦେଲେ । ମୈାଳିକ ଶିକ୍ଷାରେ ପାରମ୍ପରିକ ଭାବେ ଗୁରୁତ୍ୱ ପାଉଥିବା ‘ଥ୍ରୀ ଆର’(Three Rs), ‘ରିଡିଂ’(Reading(ପଢା)), ‘ରାଇଟିଂ’(Reading (ଲେଖା)) ଓ ‘ଏରିଥମେଟିକ’ (Arithmetic(ଗଣିତ))କୁ ହିଁ ବୁଝାଏ । କିନ୍ତୁ ବେନଜେଟ ଯେତେବେଳେ ଗଣିତ ଅର୍ଥାତ୍ ‘ଏରିଥମେତିକ’ କୁ ବାଦ ଦେବା ପାଇଁ ପ୍ରସ୍ତାବ ଦେଲେ ସେତେବେଳେ ‘ରେସିଟେସନ’(Recitation (ଆବୃତ୍ତି)) ପାଇଁ ତୃତୀୟ ‘ଆର’(R) ବ୍ୟବହାର କଲେ । ବେନଜେଟ ଆବୃତ୍ତିର ଏକ ବ୍ୟାପକ ଅର୍ଥ କରିଥିଲେ । ଆବୃତ୍ତି କହିଲେ ସାଧାରଣତଃ ବୁଝାଯାଏ ଯେ ଶିକ୍ଷକ ଯେପରି କହିଥିବେ ବା ବହିରେ ଯେପରି ଥିବ, ଅବିକଳ ସେହିପରି ପିଲାଟି କହିବ । ବେନଜେଟଙ୍କ ପ୍ରସ୍ତାବିତ ଆବୃତ୍ତିର ଧାରଣା ଥିଲା ଭିନ୍ନ ଓ ବ୍ୟାପକ । ତାଙ୍କ ପାଇଁ ଆବୃତ୍ତି ଥିଲା – ‘ପିଲାଟି ତାକୁ ଯେଉଁ ବିଷୟଟି ଭଲ ଲାଗୁଥିବ, ସେହି ବିଷୟ ଉପରେ ଇଂରାଜୀରେ କହିବ, ତାର କୈାଣସି ଅଭିଜ୍ଞତା ବଖାଣିବ, ଦେଖିଥିବା ଚଳଚିତ୍ର ସଂପର୍କରେ କହିବ ବା ସେହି ବିଷୟ ଉପରେ କହିବ ଯାହା କଥୋପକଥନ ଓ ଆଲୋଚନାକୁ ଜୀବନ୍ତ କରିଦେବ ।’ ବେନଜେଟ ଭାବୁ ଥିଲେ ଯେ ଏହିଭଳି ଆବୃତ୍ତି ପିଲାଙ୍କର ତର୍କ କରିବାର ସାମର୍ଥ୍ୟକୁ ବୃଦ୍ଧି କରିବ ଓ ଯୁକ୍ତିର ସହିତ କଥୋପକଥନ କରିବାର ଦକ୍ଷତା ବଢାଇବ । ଇଂରାଜୀ ଭାଷାରେ ଦୁର୍ବଳତା ଯୋଗୁ ପିଲା ମାନେ ତାଙ୍କ ମନରେ ଆସୁଥିବା ନୂତନ ଧାରଣା ଗୁଡିକୁ ଯେ ଇଂରାଜୀରେ ଅନୁବାଦ କରିବାରେ ଅସମର୍ଥ ହେଉଛନ୍ତି, ସେ ବିଷୟରେ ସେ ସଚେତନ ଥିଲେ ଓ ତାଙ୍କ ପ୍ରସ୍ତାବିତ ଆବୃତ୍ତି ଏହାର ସମାଧାନ ହୋଇପାରେ ବୋଲି ସେ ଭାବୁଥିଲେ । ସେ ଅବଶ୍ୟ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ୍ପିଲାମାନଙ୍କୁ ମାପଚୁପ ଓ ଗଣନ ସମ୍ବନ୍ଧୀୟ ଶିକ୍ଷା ଦେବା ପାଇଁ ଯାହା ଫଳରେ ସେମାନେ ସଂଖ୍ୟାର ବ୍ୟବହାରିକତା ସହ ପରିଚିତ ହୋଇପାରିବେ ।
ବେନେଜେଟଙ୍କର ପ୍ରୟୋଗ ବୋଷ୍ଟନ ବିଶ୍ୱବିଦ୍ୟାଳୟର ପ୍ରଫେସର ଗାଏ ଉଇଲସନ (Professor Guy Wilson)ଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଓ ସେ ପରୀକ୍ଷା କରିବାକୁ ଚାହିଁଲେ ଏହାର ସଫଳତା । ଏଥି ପାଇଁ ସେ ନିୟୋଜିତ କଲେ ତାଙ୍କର ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ । ବେନେଜେଟଙ୍କ ପରୀକ୍ଷା ମୂଳକ ବିଦ୍ୟାଳୟରୁ ୯୮ ଓ ପାରମ୍ପାରିକ ବିଦ୍ୟାଳୟରୁ ୧୦୨ ଜଣ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ନେଇ ତିନୋଟି ପର୍ଯାୟରେ ଗଣିତ ପରୀକ୍ଷା କଲେ । ପ୍ରଥମ ପରୀକ୍ଷାରେ ପାରମ୍ପରିକ ବିଦ୍ୟାଳୟର ଛାତ୍ରମାନେ ପରୀକ୍ଷା ମୂଳକ ବିଦ୍ୟାଳୟର ଛାତ୍ରଙ୍କ ଅପେକ୍ଷା ବେଶ ଭଲ କଲେ କାରଣ ପରୀକ୍ଷା ମୂଳକ ବିଦ୍ୟାଳୟର ଛାତ୍ରମାନେ ଗଣିତ ଶିକ୍ଷା ଆରମ୍ଭ କରୁଥିବା ବେଳେ, ପାରମ୍ପରିକ ବିଦ୍ୟାଳୟର ଛାତ୍ରମାନେ ତଳ ଶ୍ରେଣୀରୁ ମିଶାଣ, ଫେଡାଣ, ଗୁଣଣ ଓ ହରଣ ଶିକ୍ଷା କରି ଆସିଥିଲେ । କିନ୍ତୁ କିଛିମାସ ପରେ ଆୟୋଜିତ ଦ୍ୱିତୀୟ ପରୀକ୍ଷା ଫଳରୁ ଦେଖାଗଲା ଯେ ପାରମ୍ପରିକ ବିଦ୍ୟାଳୟ ଓ ପରୀକ୍ଷା ମୂଳକ ବିଦ୍ୟାଳୟର ଛାତ୍ରଙ୍କ ମଧ୍ୟରେ କୈାଣସି ଫରକ ନାହିଁ । ଆଉ କିଛି ମାସପରେ ଅନୁଷ୍ଟିତ ହେଲା ତୃତୀୟ ପରୀକ୍ଷା । ଦେଖାଗଲା ଯେ ପରୀକ୍ଷା ମୂଳକ ବିଦ୍ୟାଳୟର ଗୋଟିଏ ଛାତ୍ର ଗୋଷ୍ଠୀ ଏହି ପରୀକ୍ଷାରେ ସବୁଠାରୁ ଆଗୁଆ ରହିଛି । ଏଥିରୁ ଜଣା ପଡିଲା ଯେ ପାରମ୍ପରିକ ବିଦ୍ୟାଳୟର ଛାତ୍ରମାନେ ଯେଉଁ ଗଣିତ ସାଢେ ତିନି ବର୍ଷରେ (ତୃତୀୟ ଶ୍ରେଣୀରୁ) ବାରମ୍ବାର ଅଭ୍ୟାସ କରି ଶିକ୍ଷା କରିଥିଲେ, ତାହାକୁ ପରୀକ୍ଷା ମୂଳକ ବିଦ୍ୟାଲୟର ଛାତ୍ରମାନେ ଏକ ବର୍ଷରେ ଶିକ୍ଷା କରି ସମାନ ସ୍ତରରେ
ପହଂଚି ପାରିଲେ । ବେନେଜେଟଙ୍କ ଭାଷାରେ, “In other words these children, by avoiding the early drill on combinations, tables, and that sort of things, had been able, in one year, to attain the level of accomplishment which the traditionally taught children had reached after three and one-half years of arithmetical drill.” ଅପର ପକ୍ଷରେ ଗଣିତ ସ୍ଥାନରେ ଆବୃତ୍ତିର ପ୍ରଚଳନ ଫଳରେ ପରୀକ୍ଷା ମୂଳକ ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଙ୍କର ଇଂରାଜୀ ଭାଷାରେ ଜ୍ଞାନ ବେଶ ବିକଶିତ ହୋଇଥିଲା; ଏପରିକି ପାରମ୍ପରିକ ବିଦ୍ୟାଳୟରେ ପଢୁଥିବା ଛାତ୍ର ମାନଙ୍କ ଠାରୁ ମଧ୍ୟ ଅନେକ କ୍ଷେତ୍ରରେ ଅଧିକ ଥିଲା । ବେନେଜେଟ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଦର୍ଶାନ୍ତି ଯେ ପାରମ୍ପରିକ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀର ପିଲା ପଚରା ଯାଇଥିବା ଏକ ବିଷୟ ଉପରେ ଲେଖିଥିବା ପ୍ରବନ୍ଧରେ ମାତ୍ର ୪୦ଟି ବିଶେଷଣ ବ୍ୟବହାର କରିଥିବା ବେଳେ ପରୀକ୍ଷା ମୂଳକ ବିଦ୍ୟାଳୟର ସମାନ ଶ୍ରେଣୀର ଛାତ୍ର ସମାନ ବିଷୟ ଉପରେ ଲେଖିଥିବା ପ୍ରବନ୍ଧରେ ବ୍ୟବହାର କରିଥିଲେ ୧୨୮ ଟି ବିଶେଷଣ । (….we analysed the paper and counted the number of adjectives used by the traditionally taught pupils.There were forty all told: nice, pretty, blue, green, cold etc.We then counted the adjectives used by other group[the number of papers was approximately same] and found 128,including magnificent, awe-inspiring, unique, majestic, etc.) ଏହି ସଫଳତା ଦ୍ୱାରା ଉତ୍ସାହିତ ହୋଇ ବେନେଜେଟ ତାଙ୍କ ଅଧୀନସ୍ଥ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନଙ୍କ ସହ ବସି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ଗଣିତ ଶିକ୍ଷା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କଲେ ଯେଉଁଥିରେ ଔପଚାରିକ ଗଣିତ ଶିକ୍ଷା ଷଷ୍ଠ ଶ୍ରେଣୀରୁ ଦିଆଯିବାର ସୁପାରିସ କରାଯାଇଥିଲା । କିନ୍ତୁ ଏହି ପାଠ୍ୟକ୍ରମ ବିରୋଧରେ ସାରା ସହରରେ ଆରମ୍ଭ ହୋଇଯାଇଥିଲା ଗୁଂଜରଣ । ବୋର୍ଡ ମିଟିଂରେ ଏହି ପାଠ୍ୟକ୍ରମକୁ ଖାରିଜ କରିଦେବାର ପ୍ରସ୍ତାବ ଆସିଲା ଯାହା ଅବଶ୍ୟ ୯-୪ ଭୋଟରେ କାଟ୍ ଖାଇଗଲା । କିନ୍ତୁ ପ୍ରସ୍ତାବିତ ପାଠ୍ୟକ୍ରମ କୁ ଅଧିକ ସତର୍କତାର ସହ ଯାଂଚ କରିବା ପାଇଁ ଏକ କମିଟି ଗଠନ କରାଗଲା । ଏହି କମିଟିର ଦୁଇ ସଦସ୍ୟ ଏବଂ ଗୋଟିଏ ସ୍ଟେ୍ଟନୋଗ୍ରଫର କୁ ନେଇ ବେନେଜେଟ ଚାରୋଟି ସ୍କୁଲ ବୁଲାଇଥିଲେ ଏବଂ ତାଙ୍କର ପ୍ରୟୋଗର ସଫଳତାକୁ ଦର୍ଶାଇଥିଲେ । କହିବା ବାହୁଲ୍ୟ ଯେ ବେନେଜେଟଙ୍କର ଏତାଦୃଶ ଅଣପାରମ୍ପରିକ ପ୍ରୟୋଗର ସୁଫଳ ଦ୍ୱାରା ପରିଦର୍ଶକ ମାନେ ବେଶ ପ୍ରଭାବିତ ହୋଇଥିଲେ ଓ ତାରିଫ କରିଥିଲେ । କିନ୍ତୁ ଏହି ପ୍ରୟୋଗ ଆଜି ପ୍ରାୟ ବିସ୍ମୃତ ଯେତେବେଳେ କି ଗଣିତ ପ୍ରତି ପିଲା ମନରୁ ଭୟ ଦୂର କରିବା ଆଜି ମଧ୍ୟ ଶିକ୍ଷାବିଦ୍ ମାନଙ୍କ ପାଇଁ ଏକ ଅସମାଧିତ ସମସ୍ୟା ହୋଇ ରହିଛି । ବେନେଜେଟଙ୍କ ପ୍ରୟୋଗରେ ଉକ୍ତ ସମସ୍ୟାର ସମାଧାନ ସମ୍ଭବ ବୋଲି ହୃଦବୋଧ କରନ୍ତି ବୋଷ୍ଟନ କଲେଜର ଗବେଷକ ପ୍ରଫେସର ଓ ଲବ୍ଧପ୍ରତିଷ୍ଠ ମନସ୍ତତ୍ତ୍ୱବିଦ ପିଟର ଗ୍ରେ (Peter Dray) ତାଙ୍କରି ଭାଷାରେ, “ଆଜି କା ସମୟରେ ଏହା ସ୍ପଷ୍ଟ ଯେ ମୋ÷÷ଳିକ ବିଦ୍ୟାଳୟ ମାନଙ୍କରେ ଗଣିତ ଶିକ୍ଷା ଉପକାର ଅପେକ୍ଷା ଅଧିକ ଅନିଷ୍ଟ କରୁଛି । ମୁଁ ତେଣୁ ବେନେଜେଟଙ୍କ ସହିତ ଅଛି । ଆମେ ଏହା (ଗଣିତ) ପଢାଇବା ବନ୍ଦ କରିବା ଉଚିତ ।” (At the present time it seems clear that we are doing more damage than good by teaching math in elementary schools. Therefore, I’m with Benezet. We should stop teaching it.) ମାତ୍ର ଫେବୃଆରୀ ୨୦୧୦ ପରେ ବେନେଜେଟଙ୍କ ଅଭିନବ ପ୍ରୟୋଗ ସମ୍ପର୍କରେ ଅବଗତ ହୋଇଥିବା ପ୍ରଫେସର ଗ୍ରେ ସ୍ୱାଭାବିକ ବିସ୍ମିତ ଯେ ଏହି ପ୍ରୟୋଗ ସଂପର୍କରେ ପ୍ରାୟ ଶିକ୍ଷକ କାହିଁକି ଆଜି ଅଜ୍ଞ ଓ କାହିଁକି ବେନେଜେଟଙ୍କୁ ଆଜି ସର୍ବସାଧାରଣ ଶିକ୍ଷାର ଏକ ଅସାଧାରଣ ପ୍ରତିଭା ଭାବେ ସ୍ୱୀକୃତି ଦିଆଯାଉ ନାହିଁ ? (‘Why have almost no educators heard of this experiment? Why isn’t Benezet now considered to be one of the geniuses of public education?’ ) ବେନେଜେଟଙ୍କର ପ୍ରୟୋଗ ତ ହୋଇଥିଲା ଅବହେଳିତ,ଦରିଦ୍ର ଓ ପ୍ରାୟ ଅଶିକ୍ଷିତ ଅଂଚଳରେ ଯାହାର ସୁଫଳ ପାଇଥିଲେ ସେହି ଅଂଚଳର
ପିଲା !
ଗଣିତ ପ୍ରତି ଭୟ ନ ରହୁ, ପ୍ରତ୍ୟେକ ଛାତ୍ର ଗଣିତ ଶିକ୍ଷା ପାଉ, ଗଣିତ ଶିକ୍ଷା ସର୍ବସାଧାରଣ ହେଉ ବୋଲି ଯେଉଁମାନେ ପ୍ରକୃତରେ ଆଗ୍ରହୀ ସେମାନଙ୍କୁ ବେନେଜେଟଙ୍କର ପ୍ରୟୋଗ ନିଶ୍ଚିତ ଭାବେ ରୋମାଂଚିତ କରିବ -ଏଥିରେ ସନ୍ଦେହ ନାହିଁ । କିନ୍ତୁ କାହିଁକି ଏପରି ଲୋକଶିକ୍ଷାନୁକୂଳ ପ୍ରୟୋଗ କୁ ଲୋକଲୋଚନର ଅନ୍ତରାଳରେ ରଖି ଦିଆଗଲା ଓ ଏହାର ସମସ୍ତ ପ୍ରାସଂଗିକତା ସତ୍ୱେ ଏହାକୁ ଇତିହାସ କରିଦିଆଗଲା ତାହା ଗବେଷଣା ସାପେକ୍ଷ । ଅବଶ୍ୟ ବେନେଜେଟଙ୍କ ପ୍ରୟୋଗରେ ଥିଲା ପିଲାଙ୍କୁ ଯନ୍ତ୍ରବତ ଗଣିତ ଅଭ୍ୟାସ ନ କରାଇ ‘ଆବୃତ୍ତି’ ଜରିଆରେ ସେମାନଙ୍କର ତର୍କ ସାମର୍ଥ୍ୟ ବୃଦ୍ଧିର ପ୍ରସ୍ତାବ, ଯାହା ଶାସକ ଶ୍ରେଣୀର ଭବିଷ୍ୟତ ପାଇଁ ଆଦୈାି ଅନୁକୂଳ ନୁହେଁ । ଏହା ଛଡା ଶାସକ ଶ୍ରେଣୀ ତ ସବୁ ସମୟରେ ସଚେତନ ଉଦ୍ୟମ କରିଥାଏ ଭଲ ଉଦାହରଣ ଗୁଡିକୁ ନିଶ୍ଚିହ୍ନ କରିଦେବା ପାଇଁ । ବେନେଜେଟଙ୍କର ପ୍ରସ୍ତାବ ଏହି ଭଳି ଉଦ୍ୟମର ଶିକାର ହେଲା କି ?