ଅନିଶ୍ଚିତ ଆନ୍ନା

  • 25/03/2017

ଇତ୍ୟବସରରେ ଏକ ତିନି ଦିନିଆ ଗସ୍ତରେ (୨୯ନଭେମ୍ବର ୨୦୧୨ରୁ ୦୧ଡିସେମ୍ବର ୨୦୧୨) ଆନ୍ନା ହଜାରେ ଓଡିଶା ଆସି ଫେରିଯାଇଛନ୍ତି । ଯଦିଓ ଆନ୍ନା ହଜାରେଙ୍କର ଏହି ଗସ୍ତ ପାଇଁ ଦାୟୀ ଓଡିଶା ନବନିର୍ମାଣ ସମିତିର ମୁଖ୍ୟ ଓ ସଦ୍ୟ ଗଠିତ ଆନ୍ନା ଟିମର ମଞ୍ଜ କମିଟି (Core Committee)ର ସଦସ୍ୟ ଅକ୍ଷୟ କୁମାର ଆନ୍ନାଙ୍କର ଏହି ଗସ୍ତକୁ ପ୍ରଥମ ଓଡିଶା ଗସ୍ତ ବୋଲି ସୂଚନା ଦେଇଛନ୍ତି (‘The three day visit is significant as Anna Hazare is coming to Odisha for the first time’ -\âÁaý  www.dnaindia.com/India/report-anna-hazare-on-three-day-odisha-visit-from-thursday-1770916;Nov28,2012), ଏହା ଆନ୍ନାଙ୍କର ପ୍ରଥମ ଓଡିଶା ଗସ୍ତ ନୁହେଁ ବୋଲି ସେମାନେ ଜାଣନ୍ତି ଯେଉଁମାନେ ଖବର ରଖିଛନ୍ତି ଯେ ଆନ୍ନା ୧୬ଅଗଷ୍ଟ ୨୦୧୦ଦିନ ଭୁବନେଶ୍ୱର ସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ (KIIT) ଓ ସଂଲଗ୍ନ କିସ (KISS) ଆସି ଛାତ୍ର ଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଉଦ୍ବୋଧନ ଦେବାର ପରଂପରାକୁ ଆନ୍ନା ଏହି ଗସ୍ତ କାଳରେ ମଧ୍ୟ ପାଳନ କରିଛନ୍ତି । ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଛାତ୍ରୀଙ୍କୁ ୨୯ନଭେମ୍ବର ଦିନ ଉଦ୍ବୋଧନ ଦେଇଛନ୍ତି । ତେବେ ପୋସ୍କା ପ୍ରତିଷ୍ଠାକୁ ବିରୋଧ କରି ଆସୁଥିବା ନବନିର୍ମାଣ ସମିତିର ମୁଖ୍ୟ ଅକ୍ଷୟ କୁମାର ଧନ୍ୟବାଦର ପାତ୍ର ଯେ ସେ ଆନ୍ନାଙ୍କୁ ଜଗତସିଂହପୁରର କୃଷକ ମାନଙ୍କ ଗହଣକୁ ନେଇଯାଇପାରିଲେ ଓ ପୋସ୍କୋ ପ୍ରତିଷ୍ଠା ବିରୁଦ୍ଧରେ ବକ୍ତବ୍ୟ ରଖିବା ପାଇଁ ତାଙ୍କୁ ପ୍ରବର୍ତ୍ତାଇ ପାରିଲେ । କହିବା ବାହୁଲ୍ୟ ଯେ ଏତଦ୍ ଦ୍ୱାରା ପ୍ରସ୍ତାବିତ ପୋସ୍କା ଅଞ୍ଚଳକୁ ଆସୁଥିବା ପରିବ୍ରାଜକ ବିରୋଧୀ ମାନଙ୍କର ତାଲିକା ଅଧିକ ଆକର୍ଷଣୀୟ ହୋଇପାରିଲା । ଏହା ଭିନ୍ନ କଥା ଯେ ଆନ୍ନା ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବା ପରେ ପରେ ତାଙ୍କ ପାଖକୁ ଲାଗି ଆସି ଫଟୋ ଉଠାଇବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତିର ଦୃଶ୍ୟ ଆନ୍ନାଙ୍କୁ ବିରକ୍ତ କରଦେଇଥିଲା ଓ ତାଙ୍କୁ କହିବା ପାଇଁ ବାଧ୍ୟ କରିଥିଲା ଯେ ‘‘ଯେଉଁମାନେ କ୍ୟାମେରା ସାମନାକୁ ଆସିବା ପାଇଁ ଏପରି ବ୍ୟାକୁଳ ସେମାନେ କଦାପି ଅନ୍ୟକୁ ସାହାଯ୍ୟ କରିପାରିବେ ନାହିଁ ।’’ ନିଜର ଉଦାହରଣ ଦେଇ କହିଥିଲେ, ‘‘ମୋ ଜୀବନରେ ମୁଁ କେବେହେଁ କ୍ୟାମେରା ସାମନାକୁ ଆସିବାକୁ ଚେଷ୍ଟା କରିନାହିଁ । ସେଇଥିପାଇଁ ଆଜି ମୁଁ ଏହି ସ୍ତରରେ ପହଞ୍ôଚପାରିଛି । (“In my life I have never tries to come before the camera that is why I have reached this stage. Those who fight for camera attention, they can not help others”- \âÁaý www.eng.chauthiduniya.com/odisha-anna-unveils-future-roadmap/;10thDec2012) । କିନ୍ତୁ ଆନ୍ନାଙ୍କ ସହ ଫଟୋ ଉଠାଇବା ପାଇଁ ଆଗ୍ରହୀଙ୍କ ଠାରୁ ଏକାକୀ ଫଟୋ ପାଇଁ ୫୦୦ଟଙ୍କା ଓ ଗୋଷ୍ଠୀ ଫଟୋ (ସର୍ବାଧିକ ୪ଜଣ ଥିବା) ପାଇଁ ୧୦୦୦ଟଙ୍କା ସଂଗ୍ରହ କରିବା ଏବଂ ଏହି ସଂଗୃହିତ ଅର୍ଥରୁ ଅକ ଅଂଶ ଆନ୍ନାଙ୍କୁ ଦାନ କରିବା- ଏକ ଦୁର୍ନୀତି ବିରୋଧରେ ଭାରତର କର୍ମୀ ମାନଙ୍କର ସାଧାରଣ ପ୍ରଥା (usual practice) ଯଦି ହୋଇଥାଏ (ଦ୍ରଷ୍ଟବ୍ୟ http://rti4citizens.blogspot.in/2012/12/re–iac-press-release-anna-hazare…;3rd Dec,2012) ତାହାଲେ ଆନ୍ନାଙ୍କର ଉପରୋକ୍ତ ଉକ୍ତି ଯେ ପୁର୍ନବିଚାର ଅପେକ୍ଷାରେ- ଏହା କହିବା ଅଯୋକ୍ତିକ ହେବ ନାହିଁ । ଶିଷ୍ୟ ଅରବିନ୍ଦ କେଜରିୱାଲଙ୍କ ଠାରୁ ଭିନେ ହୋଇଯିବା ପରେ, ଅରବିନ୍ଦଙ୍କର ‘ଆମ ଆଦମୀ ପାର୍ଟି’ ସଂପର୍କରେ, ସ୍ୱଭାବିକ ଗଣମାଧ୍ୟମ ତରଫରୁ ଆନ୍ନା ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି । ସେ ‘ଆମ ଆଦମୀ ପାର୍ଟି’କୁ ସର୍ତ୍ତମୂଳକ ସମର୍ଥନ ଦେବେ ବୋଲି ଓଡିଶା ଗସ୍ତ କାଳରେ ଘୋଷଣା କରିଥିଲେ । ‘ଆମ ଆଦମୀ ପାଟ’ର୍ି ଦେଇଥିବା ପ୍ରାର୍ଥୀଙ୍କର ପୃଷ୍ଠଭୂମିର ପରୀକ୍ଷା କରି ଯଦି ସେମାନେ ଭଲ ବୋଲି ସେ ଜାଣିବେ, ତାହାଲେ ସେମାନଙ୍କୁ ସେ ସମର୍ଥନ ଦେବେ, ଏପରିକି ତାଙ୍କ ପାଇଁ ପ୍ରଚାର ମଧ୍ୟ କରିବେ ବୋଲି ସେ ପ୍ରତିଶୃତିବଦ୍ଧ ବୋଲି ଇଙ୍ଗିତ ଦେଇଥିଲେ । ‘ଆମ ଆଦମୀ ପାର୍ଟି’ ସପକ୍ଷରେ ଏହିଭଳି ଏକ ଅନୁକୂଳ ଘୋଷଣାର  ମାତ୍ର ସପ୍ତାହେ ନ ପୁରୁଣୁ, ସେ ତାଙ୍କର ମତ ପରିବର୍ତ୍ତନ କରିଦେଲେ ଓ କହିଲେ ‘‘ ମୁଁ ଭାବୁଥିଲି ଯେ ମୁଁ ‘ଆମ ଆଦମୀ ପାର୍ଟି’କୁ ଭୋଟ ଦେବି । କିନ୍ତୁ ଏହା ବର୍ତ୍ତମାନ ସମ୍ଭବ ନୁହେଁ, କାରଣ ଯାହା ଦେଖାଯାଉଛି ଏହି ପାର୍ଟି ‘ଅର୍ଥ ଜରିଆରେ କ୍ଷମତା ଓ କ୍ଷମତା ଜରିଆରେ ଅର୍ଥ’ ମାର୍ଗରେ ଅଗ୍ରସର ହେଉଛି । ମୁଁ ସେମାନଙ୍କର ପାଖା ପାଖି କେଉଁଠି ହେଲେ ରହିବି ନାହିଁ । ’’ (‘‘I thought I will (vote for AAP) but now I find it difficult because it is being seen that it is moving towards the path of ‘money through power and power through money’, I will not any where near them” – \âÁaý www.indianexpress.com/news/anna-hazare-says-he-will-not-vote-for-arvind-kejriwals-party/1041307; Dec 06,2012) । ଆନ୍ନାଙ୍କର କ୍ଷୋଭ ଯେ ତାଙ୍କର ପ୍ରାକ୍ତନ ଶିଷ୍ୟ ଅରବିନ୍ଦ କେଜରିୱାଲ କ୍ଷମତାଲିପ୍ସୁ ହୋଇପଡିଛନ୍ତି । ଅରବିନ୍ଦଙ୍କୁ ବିଦ୍ରୁପ କରି ଆନ୍ନା  କୁହନ୍ତି ଯେ ‘‘ଅରବିନ୍ଦ ଯଦି ଭାବୁଛନ୍ତି ଯେ ମୁଁ ତାଙ୍କୁ ସମର୍ଥନ କରିବି, ତାହାଲେ ସେ ସ୍ୱପ୍ନ ଦେଖୁଛନ୍ତି’’ । ‘ଆମ ଆଦମୀ ପାର୍ଟି’ ଗଠନ ହେବାପରେ ଅରବିନ୍ଦ କେଜରିୱାଲ – ଆନ୍ନାଙ୍କର ସମର୍ଥନ କାମନା କରି ଗଣମାଧ୍ୟମରେ କୌଣସି ବିବୃତ୍ତି ଦେବା ଯେତେବେଳେ ଦୃଶ୍ୟ ହୁଏ ନାହିଁ – ସେତେବେଳେ ଅରବିନ୍ଦ ଏହି ସମର୍ଥନ କାମନା ସ୍ୱପ୍ନରେ କରୁଥିବେ ବୋଲି ଅନୁମାନ କରି – ଏହା କଦାପି ଘଟିବ ନାହିଁ ବୋଲି ଜନସାଧାରଣଙ୍କୁ ଜଣାଇବା- ଦର୍ଶାଏ ଯେ ଅନ୍ୟ ରାଜନୈତିକ ଦଳ ମାନେ ‘ଆମ ଆଦମୀ ପାର୍ଟି’ ବିରୋଧରେ ପ୍ରଚାର ଆରମ୍ଭ କରିବା ପୂର୍ବରୁ – ଆନ୍ନା ଏହିଭଳି ପ୍ରଚାର ପ୍ରକାରାନ୍ତରେ ଆରମ୍ଭ କରିଦେଇଛନ୍ତି । ‘ଆମ ଆଦମୀ ପାର୍ଟି’କୁ ନେଇ ଆନ୍ନାଙ୍କର ଅନିଶ୍ଚିତତା – ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ ।

Print Friendly, PDF & Email