କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ!

  • 13/04/2017

 

ସଂଖ୍ୟାଲଘୁ ଚରିତ୍ରକୁ ପ୍ରଶ୍ନ

                                                                                                                                                                      ବୀରେନ୍ଦ୍ର ନାୟକ
ଚଳିତ ବର୍ଷ ଆରମ୍ଭ ହେଉ ହେଉ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଘୋଷଣା କଲା ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଭାବେ ସରକାର ସ୍ୱୀକାର କରେ ନାହିଁ । ତା ନ ହେଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱାରଚାନ୍ଦ ଗେହଲଟ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଧନ୍ୟବାଦ ଦେଇ ଲେଖନ୍ତେ ନାହିଁ, “ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆପଣ ଯେପରି ସ୍ପଷ୍ଟ କରିଦେଇଛନ୍ତି ଯେ ଏମାନଙ୍କର ସଂଖ୍ୟାଲଘୁ ପ୍ରତିଷ୍ଠା ନାହିଁ ବରଂ ଏମାନେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।”୧
ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ (ଏ ଏମ୍ ୟୁ)

ଧର୍ମନିରପେକ୍ଷତାର ଆଳ
ଜାନୁଆରୀ ୧୧ (୨୦୧୬) ତାରିଖ ଦିନ ଭାରତର ସର୍ବୋଚ୍ଚ ଅଧିବକ୍ତା (Attorney General) ମୁକୁଲ ରୋହତାଗୀ ସୁପ୍ରିମକୋର୍ଟକୁ ଜଣାଇଲେ ଯେ “ଏହା ଭାରତ ସରକାରଙ୍କର ବିଚାର ଯେ ଏ ଏମ୍ ୟୁ ଏକ ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟ ନୁହେଁ । କେନ୍ଦ୍ରରେ ଏକ କାର୍ଯ୍ୟନିର୍ବାହୀ ସରକାର ଭାବେ ଆମେ  ଦେଖା ଯିବାକୁ ଚାହୁଁ ନା ଯେ ଆମେ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସଂଖ୍ୟାଲଘୁ ଅନୁଷ୍ଠାନର ସ୍ଥାପନା କରୁଛୁ  ।”୨ ଏହି ବକ୍ତବ୍ୟରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ର ବିରୁଦ୍ଧରେ ଧର୍ମନିରପେକ୍ଷତାକୁ ବର୍ତ୍ତମାନର ବିଜେପି ନେତୃତ୍ୱରେ ଏନଡିଏ ସରକାର ଉପଲକ୍ଷ କରିବା ବାସ୍ତବିକ ବିସ୍ମୟକର । କାରଣ କିଏ ବା ପାଶୋର ହୋଇଛି ୨୦୧୫ ମସିହା ଗଣତନ୍ତ୍ର ଦିବସରେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞାପନରେ ପ୍ରକାଶିତ ସମ୍ବିଧାନର ପ୍ରସ୍ତାବନା(preamble)ରୁ ‘ସମାଜବାଦ’(socialist) ଓ ‘ଧର୍ମନିରପେକ୍ଷ’(secular) ପଦ ଦ୍ୱୟ ବାଦ ପଡିବା? କିଏ ବା ନ ଜାଣେ ସରକାରେ ଥିବା  ଭାଗୁଆଳୀ ଦଳ ଶିବ ସେନା, ହିନ୍ଦୁ ରାଷ୍ଟ୍ର ଭାରତରେ ଧର୍ମନିରପେକ୍ଷତା ଅପ୍ରାସଂଗିକ ବୋଲି ଯୁକ୍ତି କରିବା ଓ ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦ’ ତଥା ‘ଧର୍ମନିରପେକ୍ଷ’ ପଦ ଦ୍ୱୟକୁ ସବୁ ଦିନ ପାଇଁ ବାଦ ଦେବାର ପ୍ରସ୍ତାବ ଦେବା?୩  ଏହି ଭଳି ପୃଷ୍ଠଭୂମିରେ ରୋହତାଗୀ ମହାଶୟ ତାଙ୍କର ବୟାନରେ “ଧର୍ମନିରପେକ୍ଷ” ପଦର ବ୍ୟବହାର କରି  ଏହାକୁ  ବିଦ୍ରୁପ କରୁନାହାନ୍ତି ତ?  ଯେହେତୁ ପ୍ରସଂଗ ଅଦାଲତରେ ଅଛି କେବଳ ଆଇନକୁ ଆଶ୍ରା କରି ହିଁ ଯୁକ୍ତିର ପରିବେଷଣ ହେଉ ଓ ଯାହା ମାନ୍ୟବର ଅଦାଲତ ରାୟ ଶୁଣାଇବେ ତାହାହିଁ ଗ୍ରହଣୀୟ ହେଉ । କହିବା ବାହୁଲ୍ୟ ଯେ ବର୍ତ୍ତମାନ ସରକାରଙ୍କ ଯୁକ୍ତି ସହ ବହୁ ଆଇନଜ୍ଞ ଏକମତ ନୁହନ୍ତି ।୪
ସଂଖ୍ୟାଲଘୁ ଚରିତ୍ର ସପକ୍ଷରେ ଇତିହାସ
ସେମାନଙ୍କ ବିଚାରରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଏକ ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟ । ଏହା ସପକ୍ଷରେ ଆଇନ ଅଛି ଓ ଏହା ସପକ୍ଷରେ ଇତିହାସ ମଧ୍ୟ ଅଛି । ପ୍ରସିଦ୍ଧ ଐତିହାସିକ ତାରାଚାନ୍ଦଙ୍କ ଭାଷାରେ, “ଏହା ଭାରତର ଇତିହାସକୁ ମିଥ୍ୟା ପ୍ରତିପାଦନ କଲା ଭଳି ହେବ ଯଦି କୈାଣସି ମହଲରୁ ଏପରି ଦାବି ହୁଏ ଯେ ଏଏମ୍ୟୁ ମୁସଲମାନଙ୍କ ଦ୍ୱାରା ସ୍ଥାପନା ହୋଇ ନ ଥିଲା, ମୂଳତଃ ଭାରତରେ ମୁସଲମାନମାନଙ୍କର ଶିକ୍ଷାରେ ପ୍ରଗତି ପାଇଁ ।”୫  ଏହା ତ ସର୍ବବିଦିତ ଯେ ସାର୍ ସୟଦ ଅହମଦ ଖାନ୍ଙ୍କ ଦ୍ୱାରା ୧୮୭୭ ମସିହାରେ ପ୍ରତିଷ୍ଠିତ Muhammadan Anglo Oriental College ହିଁ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ପୂର୍ବାବସ୍ଥା । କିନ୍ତୁ ୧୯୨୦ରେ ଏହି ରୂପାନ୍ତରଣକୁ ଦେଖିବା ପାଇଁ ସାର୍ ସୟଦ ଅହମଦ ଖାନ୍ ଜୀବିତ ନ ଥିଲେ । ୧୮୯୮ ମସିହାରେ ଯେତେବେଳେ ସାର୍ ସୟଦଙ୍କର ଦେହାନ୍ତ ହୋଇଗଲା ସେତେବେଳେ ତାଙ୍କର ଶୋକ ସଭାରେ କୁହାଯାଇଥିଲା ଯେ Muhammadan Anglo Oriental College ଯଦି ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇପାରିବ ,ତାହାହିଁ ସାର୍ ସୟଦଙ୍କୁ ଉପଯୁକ୍ତ ଶ୍ରଦ୍ଧାଂଜଳୀ ହେବ ।୬ ଏହା ହିଁ କାରଣ ଯେ ସାର୍ ସୟଦ ଅହମଦ ଖାନ୍ଙ୍କୁ ଗତ ପ୍ରାୟ ଏକ ଶତାବ୍ଦୀ ହେଲା ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଭାବେ ସମ୍ମାନ ପ୍ରଦର୍ଶନ କରାଯାଉଛି ।
ସରକାରୀ ଅସ୍ୱୀକୃତିର ଘୋଷଣା ପରେ
କିନ୍ତୁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ଇତ୍ୟବସରରେ ଏହାକୁ ଅସ୍ୱୀକାର କରିଛି ।୭ ସରକାର ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟ ଭାବେ ଅସ୍ୱୀକାର କରିବା ଜଣା ପଡିବା ପରେ ସାର୍ ସୟଦ ଅହମଦ ଖାନ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନୁହନ୍ତି ବୟାନ ଏ ବି ଭି ପି ତରଫରୁ ଆସିବା ତାତ୍ପର୍ଯ୍ୟ ପୂର୍ଣ୍ଣ ।  କେବଳ ସେତିକି ନୁହେଁ ସରକାରଙ୍କର ଅସ୍ୱୀକୃତି ପ୍ରକାଶିତ ହେବା ପରେ ପରେ ବିଶ୍ୱବିଦ୍ୟାଳୟ ପରିସରରେ ଗୋମାଂସ ଭକ୍ଷଣ ହେଉଛି ବୋଲି ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହୁଏ ।୮  କିନ୍ତୁ ଏହି ଅଭିଯୋଗ ଯେ ଭିତ୍ତିହୀନ ଥିଲା ତାହା ମଧ୍ୟ ପୁଲିସ ଅନୁସନ୍ଧାନରୁ ଜଣା ପଡେ ।୯  ଆଲିଗଡର ବିଜେପି ସାଂସଦ ସତୀଶ ଗୈାତମ ବିଶ୍ୱବିଦ୍ୟାଲୟର କୁଳପତିଙ୍କୁ ଅତି କଠୋର ଶବ୍ଦରେ ପତ୍ର ଲେଖି ସତର୍କ କରାନ୍ତି ଯେ ବିଶ୍ୱବିଦ୍ୟାଳୟ ପରିସରରେ ଏପରି କୈାଣସି କାର୍ଯ୍ୟକ୍ରମ ହେବା ଉଚିତ ନୁହେଁ ଯାହା ରାଷ୍ଟୀୟ ସ୍ୱଂୟ ସେବକ ସଂଘ ଓ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ବିରୁଦ୍ଧରେ ଯାଉଥିବ । ଏହି ଭଳି କାର୍ଯ୍ୟକ୍ରମକୁ ରାଷ୍ଟ୍ର ବିରୋଧୀ ବୋଲି ଧାରଣା ଦିଅନ୍ତି ଗୈାତମ ମହାଶୟ ଯେତେବେଳେ ସେ ଲେଖନ୍ତି,“ଏହା ଆପଣଙ୍କ ଠାରୁ ଆଶା କରାଯାଏ ଯେ କାମ୍ପସରେ ଆପଣ କୈାଣସି ରାଷ୍ଟ୍ର ବିରୋଧୀ ଏବଂ ସରକାର ବିରୋଧୀ କାର୍ଯ୍ୟକ୍ରମକୁ ଅନୁମତି ଦେବେ ନାହିଁ”.ା୧୦ କହିବା ବାହୁଲ୍ୟ ଯେ ସରକାର ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ପ୍ରତିଷ୍ଠାକୁ ଅସ୍ୱୀକାର କରିବା ପରେ ପରେ ଏହି ବିଶ୍ୱବିଦ୍ୟାଳୟ ଉପରେ ବିଭିନ୍ନ ପ୍ରକାର ପ୍ରତିକୂଳ ମନ୍ତବ୍ୟର ଯେପରି ପେଡି ଫିଟି ଯାଇଛି ।
ଅପଦସ୍ଥ କୁଳପତି?
ଆଲିଗଡ ବାହାରେ ଥିବା ଏହି ବିଶ୍ୱବିଦ୍ୟାଳୟର କେତୋଟି ଶିକ୍ଷା ପରିସର ଯାହା ମୁସଲମାନଙ୍କ ଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରପତି ପରିଦର୍ଶକଙ୍କ ଦ୍ୱାରା ଅନୁମୋଦିତ ଓ ଉଦ୍ଘାଟିତ ତଥା ଗତ ୫ବର୍ଷରୁ ଉଦ୍ଧ୍ୱର୍ କାଳ ଧରି କାର୍ଯ୍ୟ କରି ଆସୁଛି ।୧୧  ତାହାକୁ ଆଜିର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଅବୈଧ ବୋଲି ଅଭିହିତ କରନ୍ତି ଓ ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦିଅନ୍ତି । ଏହି ଧମକର ଶରବ୍ୟ ହୋଇଛନ୍ତି ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର କୁଳପତି ଜମିରୁଦ୍ଦିନ ଶାହ (Zameer Uddin Shah)  । ସେ ମଧ୍ୟ ଏହି ଅବସରରେ ଅପଦସ୍ଥ ହୋଇଛନ୍ତି ; ସ୍ମୃତି ଇରାନୀ ତାଙ୍କ ଅଫିସ କୋଠରୀରୁ କୁଲପତି ମହୋଦୟଙ୍କୁ ବାହାରି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି ।୧୨ ଉଲ୍ଲେଖ ଯୋଗ୍ୟ ଯେ କୁଳପତି ଜମିରୁଦ୍ଦିନ ଶାହ ଜଣେ ଅବସର ପ୍ରାପ୍ତ ସାମରିକ ଅଧିକାରୀ, ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ସେନାଧ୍ୟକ୍ଷ ଓ ହିନ୍ଦି ସିନେମା ଜଗତର ପ୍ରସିଦ୍ଧ ଅଭିନେତା ନସୀରୁଦ୍ଦିନ ଶାହଙ୍କର ବଡ ଭାଇ । ଏହି ଭଳି ଜଣେ ବ୍ୟକ୍ତିତ୍ୱକୁ ଏପରି ବ୍ୟବହାର ଅନେକଙ୍କୁ ବ୍ୟଥିତ କରିଛି ।୧୩ କିନ୍ତୁ ଶାହ ମହୋଦୟ ଏହାକୁ ଅପଦସ୍ଥ ବୋଲି ମନେ କରି ନାହାନ୍ତି ଯଦିଓ କହିଛନ୍ତି ଯେ ସ୍ମୃତି ଇରାନୀ  ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟୁର ଅଭିବୃଦ୍ଧିକୁ ବାଧା ଦେଉଛନ୍ତି ।୧୪
ସୁବ୍ରମଣିଅନ ସ୍ୱାମୀ ଓ ରାମ ଜେଠମଲାନୀଙ୍କର ସଂଖ୍ୟାଲଘୁ ଚରିତ୍ରକୁ ସମର୍ଥନ
ଏଠାରେ ସ୍ମରଣ କରିବା ବେଶ ରୋଚକ ହେବ ଯେ ତକ୍ରାଳୀନ ଜନତା ପାର୍ଟିର ନେତା ଓ ଆଜିର ବିଜେପି ନେତା ସୁବ୍ରମଣିଅନ ସ୍ୱାମୀ ଏହି ବିଧେୟକ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି  ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ର ସମର୍ଥନରେ କ’ଣ କହିଥିଲେ । ତାଙ୍କରି ଭାଷାରେ , “ଆମେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟକୁ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ବୋଲି ବିଚାର କରୁ …..ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ମୂଳ ବିନ୍ଦୁ ଦୁଇଟି ହେଲା ଏହାର ସଂଖ୍ୟାଲଘୁ ଚରିତ୍ର ଓ ସ୍ୱାୟତ୍ତତା । ବର୍ତ୍ତମାନ, ଏହି ୧୮ ବର୍ଷ (୧୯୬୫-୮୧) ମଧ୍ୟରେ ଏହି ଦୁଇଟି କ୍ରମକ୍ଷୟଷ୍ଣୁ ପ୍ରକ୍ରିୟା ଦେଇ ଗତି କରୁଛି ।” ସେ ପ୍ରସ୍ତାବ ଦେଇଥିଲେ ସଂଶୋଧନରେ ଅନ୍ତର୍ଭୁକ୍ତ କରିବାକୁ ଯେ “ଅଦାଲତର ରାୟ ବା ଆଦେଶ ଯାହା ହେଉ ନା କାହିଁକି ଏହି ବିଶ୍ୱବିଦ୍ୟାଳୟ ସମ୍ବିଧାନର ଧାରା ୩୦(୧) ଅନୁସାରେ ଏକ ସଂଖ୍ୟାଲଘୁ ଅନୁଷ୍ଠାନ ବୋଲି ଘୋଷଣା କରାଗଲା ।” ତକ୍ରାଳୀନ ବିଜେପିର ଉପସଭାପତି ରାମ ଜେଠମାଳାନୀ ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଳଘୁ ଚରିତ୍ର ସମର୍ଥନରେ ଏକ ଘରୋଇ ବିଧେୟକ ମଧ୍ୟ ଆଗତ କରିଥିଲେ ।୧୭
ପୁନର୍ବାର ଅଦାଲତ ଓ ୧୯୮୧ ସଂଶୋଧନ କୁ ପ୍ରଶ୍ନ
୧୯୮୧ରୁ ୨୦୦୫ ଯାଏ ଦୀର୍ଘ ୨୫ ବର୍ଷ ଧରି ସଂଖ୍ୟାଲଘୁ ଅନୁଷ୍ଠାନ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ର ଉପରେ ପୁଣି ପ୍ରଶ୍ନ ଚିହ୍ନ ଲାଗିଯାଏ । ୨୦୦୩-୪ରେ ତକ୍ରାଳୀନ ବିଜେପି ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମୁରଲୀ ମନୋହର ଯୋଷୀ ଜାମିଆ ହମଦର୍ଦ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟକୁ ବୈଷୟିକ ପାଠ୍ୟକ୍ରମରେ ଶତକଡା ୫୦ ଭାଗ ସ୍ଥାନ ସଂରକ୍ଷଣର ଅନୁମତି ଦେଇଦେବା ପରେ  ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଏହାକୁ ଏକ ପୂର୍ବ ଦୃଷ୍ଟାନ୍ତ  (precedence) ଦର୍ଶାଇ ନିଜ ଅଧୀନସ୍ଥ ମେଡିକାଲ କଲେଜରେ ମୁସଲମାନ ଛାତ୍ରଙ୍କ ପାଇଁ ସ୍ଥାନ ସଂରକ୍ଷଣର ପ୍ରସ୍ତାବ କଂଗ୍ରେସ ନେତୃତ୍ୱରେ ସଦ୍ୟ କ୍ଷମତାସୀନ ହୋଇଥିବା ଉପା ସରକାରଙ୍କ ଠାରେ ରଖନ୍ତି ଯାହାକୁ ଉପା ସରକାରଙ୍କର ତକ୍ରାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅର୍ଜ୍ଜୁନ ସିଂହ ଅନୁମୋଦନ କରିଦିଅନ୍ତି ।୧୮ ଏହାର ବିଜ୍ଞପ୍ତିକୁ ବିରୋଧ କରି ଯେଉଁ ମାମଲା ଅହ୍ଲାବାଦ ଉଚ୍ଚନ୍ୟାୟାଳୟରେ ଦାଏର ହୁଏ ତାହାର ରାୟ (୫ ଜାନୁଆରୀ ୨୦୦୬ ) ବିଶ୍ୱବିଦ୍ୟାଳୟ ଆଇନର ୧୯୮୧ ସଂଶୋଧନରେ ଧାରା ୨ (ଏଲ୍) ଓ ଧାରା ୫(୨)(ସି)କୁ ଅବୈଧ ଘୋଷଣା କରେ, ଅର୍ଥାତ୍ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ନୁହେଁ , ତେଣୁ ସଂରକ୍ଷଣ ଅସାମ୍ବିଧାନିକ ବୋଲି ଘୋଷଣା କରାଯାଏ ।୧୯ ଉଲ୍ଲେଖଯୋଗ୍ୟ ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟରେ ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ପ୍ରତିଷ୍ଠାକୁ ଉପଲକ୍ଷ କରି ମୁସଲମାନ ଛାତ୍ରଙ୍କ ପାଇଁ ସଂରକ୍ଷଣର ଦାବି ବହୁବାର ହୋଇଛି । କିନ୍ତୁ ଏହାର ବିରୋଧ ମଧ୍ୟ ବିଶ୍ୱବିଦ୍ୟାଳୟ ଭିତରୁ ହୋଇଛି । ବିଶ୍ୱବିଦ୍ୟାଳୟର ବାମପନ୍ଥୀ ଅଧ୍ୟାପକ ମାନେ ତ ଏହାର ସବୁବେଳେ ବିରୋଧ କରି ଆସିଛନ୍ତି । ବିଶ୍ୱବିଦ୍ୟାଳୟ ଇତିହାସରୁ ଯାହା ଜଣାଯାଏ ଏହି ଭଳି ଦାବିକୁ ବିରୋଧ କରି କୁଳପତି ଅଲି ୟାୱର ଜଂଗ (Ali Yawar Jung) ଷାଠିଏ ଦଶକ (୧୯୬୪)ରେ ମୈାଳବାଦୀଙ୍କର ଆକ୍ରମଣର ଶିକାର ହୋଇଛନ୍ତି । ସତୁରୀ ଦଶକରେ ନୁରୁଲ ହାସନଙ୍କର ମଧ୍ୟ ଏହି ଦଶା ହୋଇଛି ।୨୦ ସଂରକ୍ଷଣକୁ ବିରୋଧ କରୁଥିବା ଗୋଷ୍ଠୀ  ସବୁବେଳେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସାର୍ ସୟଦ ଅହମଦ ଖାନ୍ଙ୍କର ସ୍ୱପ୍ନକୁ  ସ୍ମରଣ କରାଇ ଦେବାକୁ ଚାହିଁଛନ୍ତି । ସାର୍ ସୟଦ ଅହମଦ ଖାନ୍ ୧୮୮୩ ମସିହାରେ ଲାହୋରରେ Muhammadan Anglo Oriental College  ସମ୍ପର୍କରେ ଗର୍ବର ସହ କହିଥିଲେ, “ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ କୈାଣସି ଭେଦଭାବ ଏଠାରେ ନାହିଁ ।” ( “There is no discrimination between Hindus and Muslims.”) ।୧୮ ତେବେ ଅହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଉପରୋକ୍ତ ରାୟ ବିରୋଧରେ ଉଭୟ ତକ୍ରାଳୀନ କେନ୍ଦ୍ର ସରକାର ଓ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ । ଉଚ୍ଚତମ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟର ରାୟ ଉପରେ ସ୍ଥଗିତାଦେଶ ଜାରି କରିଦେଲେ । ଅବଶ୍ୟ ବିଶ୍ୱବିଦ୍ୟାଳୟ ଠାରୁ ଏକ ପ୍ରତିଶୃତି ନେଲେ ଯେ ସେମାନେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବେ ନାହିଁ  । ଏହି ସ୍ଥଗିତାଦେଶ ଅଦ୍ୟାବଧି ବଜାୟ ରହିଛି । ଅର୍ଥାତ୍ ୧୯୮୧ ସଂଶୋଧନ ଅନୁସାରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ପ୍ରତିଷ୍ଠା ବଜାୟ ରହିଛି ।୨୧ ଗତ ଦଶ ବର୍ଷ ହେଲା ସୁପ୍ରିମକୋର୍ଟରେ ଏହି ମାମଲା ରହିବା ପରେ ଏହି ବର୍ଷ ଆରମ୍ଭରୁ ବର୍ତ୍ତମାନର କେନ୍ଦ୍ର ସରକାର ତାଙ୍କର ମତ ସ୍ପଷ୍ଟ କରିଛନ୍ତି  । ସର୍ବଶେଷ ସ୍ଥିତି ହେଉଛି ଯେ ଆଜିର ବିଜେପି ନେତୃତ୍ୱରେ ଏନଡିଏ ସରକାର ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ପ୍ରତିଷ୍ଠାକୁ ସମର୍ଥନ କରନ୍ତି ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟକୁ ଜଣାଇ ଦେଇଛନ୍ତି ଓ ଉଚ୍ଚନ୍ୟାୟାଳୟର ରାୟ ବିରୋଧରେ ପୂର୍ବ ଉପା ସରକାର କରିଥିବା ଆବେଦନକୁ ଫେରାଇ ନେବାକୁ ଚାହିଁଛନ୍ତି ।୨୨ କିନ୍ତୁ ଯାହା ତାତ୍ପର୍ଯ୍ୟ ପୂର୍ଣ୍ଣ ତାହା ହେଉଛି ସରକାରଙ୍କର ଉପରୋକ୍ତ ଫେରାଇ ନେବାର ନିଷ୍ପତ୍ତିର କିଛି ମାସ ପୂର୍ବରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ମୋର୍ଚ୍ଚା ନାମକ ଏକ ସଂଗଠନ ତରଫରୁ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଛାତ୍ରଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେଉ ବୋଲି ଦାବି ଉଠିଥିଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା ।୨୩  ଏହା ଭିନ୍ନ କଥା ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟରେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଏଯାବତ୍ ଧର୍ମାଧାରିତ ହୋଇନାହିଁ ।
ଏକ ବିଡମ୍ବନା    
ଏହା ବାସ୍ତବିକ ଏକ ବିଡମ୍ବନା ଯେ ଯେଉଁ ବିଜେପି ଆଜି ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ରକୁ ମାନିବାକୁ ପ୍ରସ୍ତୁତ ନୁହେଁ ସେହି ବିଜେପିର ପୁର୍ବ ଅବତାର ଭାରତୀୟ ଜନସଂଘ ଉତ୍ତର ସତୁରୀ ଦଶକରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ରକୁ ସେହି ବିଜେପିର ପୁର୍ବ ଅବତାର ଭାରତୀୟ ଜନସଂଘ ଉତ୍ତର ସତୁରୀ ଦଶକରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ରକୁ ପ୍ରତିଷ୍ଠିତ କରିବାର ପ୍ରତିଶୃତି ଦେଇଥିଲେ । ଏପରିକି ଏହି ସଂଖ୍ୟାଲଘୁ ଚରିତ୍ରକୁ ସାବ୍ୟସ୍ତ କରିବା ପାଇଁ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ (ସଂଶୋଧନ)ବିଧେୟକ ମଧ୍ୟ ମୋରାରଜୀ ଦେଶାଇଙ୍କ ପ୍ରାଧାନମନ୍ତ୍ରୀତ୍ୱ ସମୟରେ (୧୯୭୭ ମାର୍ଚ୍ଚ-୧୯୭୯ ଜୁଲାଇ) ସଂସଦରେ ଆଗତ କରାଯାଇଥିଲା । କିନ୍ତୁ ଏହା ଉପରେ ଆଲେଚନା ସମ୍ଭବ ହେଲା ନାହିଁ କାରଣ ଏହି ମନ୍ତ୍ରୀମଣ୍ଡଳ ଭାଂଗି ଯାଇଥିଲା ।୨୪ ଏହା ଉଲ୍ଲେଖ କରିବା ଅନାବଶ୍ୟକ ଯେ  ସେତେବେଳେ ଜନତା ପାର୍ଟିରେ ଭାରତୀୟ ଜନସଂଘକୁ ପ୍ରତିନିଧିତ୍ୱ କରୁଥିବା  ଅଟଳବିହାରୀ ବାଜପେୟୀ , ଲାଲକୃଷ୍ଣ ଆଦୱାନୀ ମନ୍ତ୍ରୀମଣ୍ଡଳର ସଭ୍ୟ ଭାବେ ଏହି ବିଧେୟକ ପ୍ରସ୍ତୁତିରେ ବେଶ ସକ୍ରିୟ ଥିବେ । ପରବର୍ତ୍ତୀ କାଳରେ ଏହି ଦୁଇ ବ୍ୟକ୍ତିଙ୍କର ନେତୃତ୍ୱରେ ହିଁ ପ୍ରତିଷ୍ଠିତ ହେଲା ବିଜେପି । ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ରର ସ୍ୱୀକୃତି ସ୍ୱରୂପ ବିଶ୍ୱବିଦ୍ୟାଳୟ ଆଇନରେ ୧୯୮୧ ମସିହାରେ ହୋଇଥିବା ସଂଶୋଧନ ମଧ୍ୟ ବିଜେପିର ପାଇଥିଲା ବଳିଷ୍ଠ ସମର୍ଥନ । ବିଜେପି ତରଫରୁ ସେତେବେଳେ ବକ୍ତବ୍ୟ ରଖିଥିବା ରାମ ଜେଠମଲାନୀ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଚରିତ୍ର ପ୍ରତି ତାଙ୍କର ସମର୍ଥନ ଆଜି ମଧ୍ୟ କାଏମ ରଖିିଛନ୍ତି । ସୁପ୍ରିମ କୋର୍ଟରେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ତରଫରୁ ଏହାର ସଂଖ୍ୟାଲଘୁ ପ୍ରତିଷ୍ଠା ସମର୍ଥନରେ ମାଗଣା ମକଦମା ଲଢିବେ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।୨୫ କିନ୍ତୁ  ଏହି ପ୍ରସଂଗରେ ସୁବ୍ରମଣିଅନ ସ୍ୱାମୀ  ତାଙ୍କର ପୂର୍ବ ମତରେ ଯେ ପରିବର୍ତ୍ତନ କରିଲେଣି ତାହାର ସୂଚନା ମିଳେ ଯେତେବେଳେ  ସେ ଏବେ ରାଜ୍ୟ ସଭାରେ କୁହନ୍ତି, “ଦେଶର କୈାଣସି ସଂଖ୍ୟାଲଘୁ ଅନୁଷ୍ଠାନକୁ ମୋର ବିରୋଧ ନାହିଁ । କିନ୍ତୁ ରାଷ୍ଟ୍ରର ଅନୁଦାନରେ ସଂଖ୍ୟାଲଘୁ ଅନୁଷ୍ଠାନ ପରିଚାଳିତ ହେବାକୁ ସମ୍ବିଧାନର ଧାରା ୨୭ ନିଷିଦ୍ଧ କରିଛି ।”୨୬  ପ୍ରଶ୍ନ ସ୍ୱାଭାବିକ ଉଠିପାରେ ଯେ ସୁବ୍ରମଣିଅନ ସ୍ୱାମୀ ଯେତେବେଳେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟକୁ ସମ୍ବିଧାନର ଧାରା ୩୦(୧) ଅନୁସାରେ ସଂଖ୍ୟାଲଘୁ ପ୍ରତିଷ୍ଠା ଦେବା ସପକ୍ଷରେ ଦୃଢ ଯୁକ୍ତି ବାଢୁଥିଲେ ସେତେବେଳେ ସେ କଣ ଧାରା ୨୭ ସମ୍ପର୍କରେ ଅବଗତ ନ ଥିଲେ ନା ଜାଣି ନ ଥିଲେ ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ସରକାରଙ୍କ ଅନୁଦାନ ପ୍ରାପ୍ତ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ? ଅବଶ୍ୟ ସେ ସମୟରେ ସେ ଥିଲେ ଜନତା ପାର୍ଟିରେ, ଗତ ତିନି ବର୍ଷ ହେଲା ଅଛନ୍ତି ବିଜେପିରେ ଓ ମାତ୍ର କେଇ ଦିନ ହେଲା ହୋଇଛନ୍ତି ରାଜ୍ୟ ସଭା ସାଂସଦ ଭାବେ ବିଜେପି ଦ୍ୱାରା ଅନୁଗୃହୀତ ।
ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା
ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ବେଶ ପ୍ରତିକୂଳ ପ୍ରତିକ୍ରିୟା ବିରୋଧୀ ରାଜନୈତିକ ମହଲରେ ସୃଷ୍ଟି କରିଛି ।୨୭ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ର ଗୋଷ୍ଠୀ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ପ୍ରତିଷ୍ଠାକୁ ରକ୍ଷା କରିବା ପାଇଁ ଯତପରୋନାସ୍ତି ପ୍ରଚେଷ୍ଟା କରିବେ ବୋଲି ଶପଥ ନେଇଛନ୍ତି ।୨୮ କୁଳପତି ତ ଏହାକୁ ଜୀବନ ମରଣ ସମସ୍ୟା ବୋଲି ଅଭିହିତ କରିଛନ୍ତି ।୨୯ ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ  ଏହି ପ୍ରସଂଗରେ ସାକ୍ଷାତ କରି ନିଜର ଉଦବେଗ ପ୍ରକାଶ କରିଛି ।୩୦ ଏ ସବୁ ଉଦ୍ୟମ ସତ୍ତେ୍ୱ ସମସ୍ତେ ଅପେକ୍ଷା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟଙ୍କର ରାୟକୁ । ବିଶ୍ୱବିଦ୍ୟାଳୟ କୁଳପତିଙ୍କର ତ ସମ୍ପୂର୍ଣ୍ଣ ବିଶ୍ୱାସ ନ୍ୟାୟପାଳିକା ଉପରେ ରହିଛି ଓ ସେ ମଧ୍ୟ ସମସ୍ତଙ୍କୁ ଏହା ଉପରେ ଆସ୍ଥା ରଖିବା ପାଇଁ ନିବେଦନ କରିଛନ୍ତି ।୩୧
ସରକାରଙ୍କ ନିଷ୍ପତ୍ତି ପଛରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ?
ଉପରୋକ୍ତ ଅବତାରଣାରୁ ସ୍ପଷ୍ଟ ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଲୟର ସଂଖ୍ୟାଲଘୁ ପ୍ରତିଷ୍ଠାର ଇତିହାସ ବେଶ ଘଟଣା ବହୁଳ ଓ ଜଟିଳ । ଏହା ମଧ୍ୟ ସ୍ପଷ୍ଟ ଯେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଲୟର ସଂଖ୍ୟାଲଘୁ ପ୍ରତିଷ୍ଠା ପ୍ରତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ଆଭିମୁଖ୍ୟ ଅଟଳ ବିହାରୀଙ୍କ ନେତୃତ୍ୱରେ ବିଜେପିର ଆଭିମୁଖ୍ୟର ସମ୍ପୂର୍ଣ୍ଣ ବିପରୀତ । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ଆଭିମୁଖ୍ୟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପ୍ରତି ପ୍ରତିକୂଳ ମନୋଭାବର ପ୍ରତିଫଳନ ହିଁ ଦେଖାଯାଉଛି । ଗଣମାଧ୍ୟମରେ ସମ୍ବାଦ ଯେ ସଂଖ୍ୟାଲଘୁ ପ୍ରତିଷ୍ଠା ପାଇଁ ସମ୍ପ୍ରତି ବ୍ୟବହାର ହେଉଥିବା ମାନଦଣ୍ଡକୁ ପ୍ରଶ୍ନ କରିବା ପାଇଁ ଓ ଏକ ନୂତନ ପରିଭାଷା ସ୍ଥିର କରିବା ପାଇଁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଏହାର ଅଧୀନସ୍ଥ ଶିକ୍ଷା ସଂଗଠନ ‘ଭାରତୀୟ ଶିକ୍ଷଣ ମଣ୍ଡଳ’ କୁ ନିୟୋଜିତ କରିଛି । “କିନ୍ତୁ ପ୍ରକୃତ କଥା ହେଉଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ କୈାଣସି ସଂଖ୍ୟାଲଘୁ ଅନୁଷ୍ଠାନ ଚାହେଁ ନା । ପୂର୍ଣ୍ଣଚ୍ଛେଦ ।”୩୨
ଜାମିଆ ମିଲିଆ ଇସ୍ଲାମିଆ
ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ପ୍ରତିଷ୍ଠାକୁ କେନ୍ଦ୍ର ସରକାର ସ୍ୱୀକାର କରେ ନାହିଁ ବୋଲି ସରକାରଙ୍କ ଆଟର୍ଣ୍ଣି ଜେନେରାଲ ବା ସର୍ବୋଚ୍ଚ ଅଧିବକ୍ତା ଉଚ୍ଚତମ ନ୍ୟାୟାଳୟକୁ ଜଣାଇବାର ମାତ୍ର ଚାରି ଦିନ ପରେ (୧୫/୦୧/୨୦୧୬) ଜାମିଆ ମିଲିଆ ଇସ୍ଲାମିଆକୁ ସଂଖ୍ୟାଲଘୁ ଅନୁଷ୍ଠାନ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆଇନ ବିଭାଗକୁ ଜାମିଆ ମିଲିଆ ଇସ୍ଲାମିଆର ସଂଖ୍ୟାଲଘୁ ପ୍ରତିଷ୍ଠା ଉପରେ ମତ ଚାହିଁ ଥିଲେ । ଆଇନ ବିଭାଗ ଏହା ଉପରେ ମତ ଲୋଡିଥିଲେ ଆଟର୍ଣ୍ଣି ଜେନେରାଲଙ୍କର । ଆଟର୍ଣ୍ଣି ଜେନେରାଲଙ୍କ ମତରେ ୧୯୬୭ ମସିହାରେ ସୁପ୍ରିମ କୋର୍ଟ ଯେଉଁ କାରଣରୁ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ପ୍ରତିଷ୍ଠାକୁ ଖାରିଜ କରିଥିଲା ସେହି କାରଣରୁ ଜାମିଆ ମିଲିଆ ଇସ୍ଲାମିଆକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ କୁହାଯାଇପାରିବ ନାହିଁ ।୩୩ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାମିଆ ମିଲିଆ ଇସ୍ଲାମିଆ ୧୯୬୨ରୁ ଧରି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ (deemed university) ଭାବେ କାର୍ଯ୍ୟ କରିବା ପରେ ୧୯୮୮ରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେଲା । କିନ୍ତୁ ୨୦୧୧ ମସିହାରେ ଏହାକୁ ସଂଖ୍ୟାଲଘୁ ଅନୁଷ୍ଠାନ ବୋଲି ମାନ୍ୟତା ମିଳିଳା । ଏହି ମାନ୍ୟତା ଦେଲା ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଜାତୀୟ କମିଶନ (National Commission for Minority Educational Institutions (NCMEI)) । କମିଶନର ଭାଷାରେ , “ଆମର କୈାଣସି ଦ୍ୱିଧା ନାହିଁ ଗ୍ରହଣ କରିବାରେ ଯେ ଜାମିଆ ମୁସଲମାନମାନଙ୍କର ହିତ ପାଇଁ ମୁସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଓ ସଂଖ୍ୟାଲଘୁ ମୁସ୍ଲିମ ଶିକ୍ଷାନୁଷ୍ଠାନ ଭାବେ ଏହା ନିଜର ଚରିତ୍ରକୁ କସ୍ମିନ କାଳେ ହରାଇ ନାହିଁ । ଏହି କାରଣରୁ ଜାମିଆ ମିଲିଆ ଇସ୍ଲାମିଆ ସମ୍ବିଧାନର ଧାରା ୩୦(୧) ଓ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଜାତୀୟ କମିଶନ ଆଇନର ଧାରା ୨(ଜି) ଅନୁସାରେ ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଟେ ବୋଲି ଆମେ ବିଚାର କରୁ । ଏହି ମର୍ମରେ ଏକ ପ୍ରମାଣ ପତ୍ର ଦିଆଯାଉ ।”୩୪  ଜାମିଆ ମିଲିଆ ଇସ୍ଲାମିଆ ସଂଖ୍ୟାଲଘୁ ପ୍ରତିଷ୍ଠା ପାଇବା ବେଶ ଅପ୍ରତ୍ୟାଶିତ ଥିଲା । ଯଦିଓ ଏହି ପ୍ରତିଷ୍ଠା ପାଇଁ କିଛି ସଂଗଠନ ଦାବି ଜଣାଇଥିଲେ ତଥାପି ଏହାର ବିରୋଧରେ ସ୍ୱର ବିଶ୍ୱବିଦ୍ୟାଳୟ ଭିତରୁ ହିଁ ଉଠିିଲା । ଏପରିକି ତକ୍ରାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଲ ସିବଲ ମଧ୍ୟ ପ୍ରସ୍ତୁତ ନ ଥିଲେ NCMEI ର ନିଷ୍ପତ୍ତି ପାଇଁ । ସେ ଚାହୁଁ ଥିଲେ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଉପରେ ସୁପ୍ରିମ କୋର୍ଟର ରାୟ ଆସିଲା ପରେ  NCMEI ନିଷ୍ପତ୍ତି ନେଉ । କିନ୍ତୁ ସଂଖ୍ୟାଲଘୁ ମନ୍ତ୍ରଣାଳୟର ମନ୍ତ୍ରୀ ସଲମାନ ଖୁର୍ସିଦ ଅପେକ୍ଷା କରିବାକୁ ପ୍ରସ୍ତୁତ ନ ଥିଲେ । ସେ ଚାହୁଁ ଥିଲେ ଶୀଘ୍ର ନିଷ୍ପତ୍ତି । ଜାମିଆ ମିଲିଆ ଇସ୍ଲାମିଆ ସଂଖ୍ୟାଲଘୁ ପ୍ରତିଷ୍ଠା ପାଇବା ପରେ ମୁସଲମାନ ଛାତ୍ରଛାତ୍ରୀଙ୍କ ପାଇଁ ଶତକଡା ପଚାଶ ଭାଗ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ପ୍ରଚଳନ ହେଲା ଅନୁସୂଚିତ ଜାତି, ଉପଜାତି ଓ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ଉଚ୍ଛେଦ କରିଦିଆଗଲା । ବର୍ତ୍ତମାନର ବିଜେପି ନେତୃତ୍ୱରେ ଏନଡିଏ ସରକାର ଜାମିଆ ମିଲିଆ ଇସ୍ଲାମିଆର ସଂଖ୍ୟାଲଘୁ ପ୍ରତିଷ୍ଠାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି । କିନ୍ତୁ କିପରି ପ୍ରତ୍ୟାହାର କରିବେ ତାହା ଆଗାମୀ ଦିନମାନଙ୍କରେ ଜଣା ପଡିବ । କିନ୍ତୁ ଏହାକୁ ଅଣଦେଖା କରାଯାଇ ନ ପାରେ ଯେ ନରେନ୍ଦ୍ର ମୋଦି ଜାମିଆ ମିଲିଆ ଇସ୍ଲାମିଆ ପ୍ରତି କଦାପି ଅନୁକୂଳ ମତ ପୋଷଣ କରୁ ନଥିଲେ । ୨୦୦୮ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ସେ ଏକ ନିର୍ବାଚନୀ ସଭାରେ କହିଥିଲେ,“ଦୀଲ୍ଲୀରେ ଗୋଟିଏ ବିଶ୍ୱବିଦ୍ୟାଳୟ ଅଛି ଯାହାର ନାଁ ଜାମିଆ ମିଲିଆ ଇସ୍ଲାମିଆ । ଏହି ଅନୁଷ୍ଠାନ ସର୍ବସାଧାରଣରେ ଘୋଷଣା କରିଛି ଯେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କର ଅଦାଲତ ଖର୍ଚ୍ଚ ବହନ କରିବ । ଯାଅ, ବୁଡି ମର । ଏହି ଜାମିଆ ମିଲିଆ ସରକାରୀ ପଇସାରେ ଚାଲେ । ଏହି ପଇସାକୁ ଆତଙ୍କବାଦୀଙ୍କୁ ଜେଲରୁ ମୁକଳାଇବା ପାଇଁ ଓକିଲଙ୍କ ଉପରେ ଖର୍ଚ୍ଚ କରିବାର ଆସ୍ପର୍ଦ୍ଧା ସେମାନେ କରିଛନ୍ତି । କେବେ ଏହି ଭୋଟ ବ୍ୟାଙ୍କ ରାଜନୀତିର ପରିସମାପ୍ତି ହେବ?”୩୫ କିନ୍ତୁ ସରକାରୀ ଅର୍ଥ ଖର୍ଚ୍ଚ କରିବାର ଅଭିଯୋଗ ଭିତ୍ତିହୀନ-ଏହା ତକ୍ରାଳୀନ ଜାମିଆ କୁଳପତି ସ୍ପଷ୍ଟ କରି ଦେଇଥିଲେ ।୩୬  ଏହି ଖର୍ଚ୍ଚ ସରକାରୀ ଅର୍ଥରୁ ନୁହେଁ ବରଂ ଜାମିଆର ଛାତ୍ର-ଶିକ୍ଷକ-କର୍ମଚାରୀ ସମ୍ପ୍ରଦାୟଙ୍କ ଦାନରେ ତିଆରି ପାଣ୍ଠିରୁ ହିଁ ହେବ ବୋଲି ପ୍ରଥମରୁ ହିଁ ଘୋଷଣା କରାଯାଇଥିଲା ।୩୭ କାରଣ ଜାମିଆ ମିଲିଆ ଇସ୍ଲାମିଆର ଦୁଇ ଜଣ ଛାତ୍ରଙ୍କୁ ବାଟଲା ହାଉସ ଏନକାଉଣ୍ଟର ମାମଲାରେ  ଗିରଫ କରାଯାଇଥିଲା  । ତେଣୁ ଯେତେବେଳେ ଜାନୁଆରୀ ୧୯ (୨୦୧୬) ରେ ନିର୍ଦ୍ଧାରିତ ଜାମିଆ ମିଲିଆ ଇସ୍ଲାମିଆର ସମାବର୍ତ୍ତନ ଉତ୍ସବକୁ ନରେନ୍ଦ୍ର ମୋଦୀଙ୍କୁୁ ନିମନ୍ତ୍ରଣ କରାଗଲା ସେତେବେଳେ ତାଙ୍କର ‘ବୁଡି ମର’ ମନ୍ତବ୍ୟକୁ ସ୍ମରଣ କରାଇ ବିରୋଧ କରାଗଲା ।୩୮ ଯଦିଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗୋଟିଏ ଗୋଷ୍ଟୀ ଏପରି ବିରୋଧକୁ ଯଥାର୍ଥ ବୋଲି ବିଚାର କରୁ ନଥିଲେ , ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଯୁକ୍ତି ବାଢିଥିଲେ  ଓ ବିଶ୍ୱବିଦ୍ୟାଲୟ କର୍ତ୍ତୃପକ୍ଷ ତାଙ୍କର ନିମନ୍ତ୍ରଣ ନିଷ୍ପତ୍ତିରେ ଅଟଳ ଥିଲେ୩୯ , ତଥାପି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଦେଲେ ଯେ ସମୟ ଅଭାବ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ।୪୦ ସ୍ୱାଭାବିକ ଏତଦ୍ ଦ୍ୱାରା ଏକ ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇ ପାରିଲା । କିନ୍ତୁ ଏହି ବିରୋଧ ପରେ ପରେ ଜାମିଆ ମିଲିଆ ଇସ୍ଲାମିଆର ସଂଖ୍ୟାଲଘୁ ପ୍ରତିଷ୍ଠାକୁ ସରକାର ଅସ୍ୱୀକାର କରି କେଉଁ ସମ୍ବାଦ ଦେଲେ? ପ୍ରତିଶୋଧ ନୁହେଁ ତ?
ଉପସଂହାର
ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆ ଭଳି ପ୍ରତିଷ୍ଠିତ  ଶିକ୍ଷାନୁଷ୍ଠାନର  ସଂଖ୍ୟାଲଘୁ ପ୍ରତିଷ୍ଠାକୁ ଅସ୍ୱୀକାର କରିବା ରାଜନେତିକ ଦୃଷ୍ଟିରୁ ଏକ ସାହାସିକ ଘୋଷଣା ବୋଲି ମନେ ହୋଇପାରେ । କିନ୍ତୁ ଏହି ଘୋଷଣା କେତେ ଦୂର ବାସ୍ତବରେ ପରିଣତ ହେବ, ବିଶେଷତଃ ଯେତେବେଳେ  ଏହି ପ୍ରତିଷ୍ଠା ପ୍ରତ୍ୟାହାର ହେବା ପଥରେ ଆଇନର ରହିଛି ବହୁ ପ୍ରତିବନ୍ଧକ ଯାହାକୁ ଅତିକ୍ରମ କରିବା ଏତେ ସହଜ ନୁହେଁ, ବହୁ ସମୟ ସାପେକ୍ଷ । ସରକାର ଯେ ଏହି ବିଷୟରେ ସଚେତନ ନ ଥିବେ ସେପରି ନୁହେଁ । ତେଣୁ  ଏତାଦୃଶ ଘୋଷଣାରେ କେହି କେହି ହୁଏତ ଶାସକ ଦଳର ରାଜନୈତିକ ଚାଲର ପଦଧ୍ୱନି ଶୁଣୁଛନ୍ତି : ଯେପରି ବିଜେପି ନେତୃତ୍ୱରେ ସରକାର ଏହି ଘୋଷଣା ଜରିଆରେ ସଂଖ୍ୟାଲଘୁଙ୍କୁ କହୁଛି ତୁମେ ଯଦି ଶାସକ ଦଳକୁ ବିରୋଧ କରିବା ଜାରି ରଖ ତାହାହେଲେ ତୁମେ ତୁମ ନିଜର ହିଁ କ୍ଷତି କରିବ ।୪୧ କେହି କେହି ଏହି ପ୍ରସଂଗରେ  ଆହ୍ୱାନ ଦିଅନ୍ତି ଶାସକ ଦଳ ବିଜେପିକୁ ଯେ ପ୍ରମାଣ କର ତୁମେ ବିଦ୍ୱେଷ ପ୍ରଣୋଦିତ ହୋଇ ସଂଖ୍ୟାଲଘୁ ପ୍ରତିଷ୍ଠାକୁ ପ୍ରତ୍ୟାଖ୍ୟାନ କରୁ ନାହଁ , ବରଂ ନିଦା ଆଇନ ଭିତ୍ତିରେ ଯାହା ହେବା କଥା ତାହାହିଁ କରୁଛ ।୪୨ ଏହା ବୁଝିବା ପ୍ରୟୋଜନ ଯେ କେବଳ ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆର ସଂଖ୍ୟାଲଘୁ ପ୍ରତିଷ୍ଠା ଉପରେ ଆଜି ପ୍ରଶ୍ନ ସୀମିତ ନୁହେଁ । ବିଜେପିର ବୈଚାରିକ ପୃଷ୍ଠପୋଷକ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସହବନ୍ଧିତ ସଂଗଠନ ଭାରତୀୟ ଶିକ୍ଷଣ ମଣ୍ଡଳ ଗତ ଏକ ବର୍ଷ ହେଲା ସଂଖ୍ୟାଲଘୁ ଅବଧାରଣା ଉପରେ ପ୍ରଶ୍ନ କରିବା ଆରମ୍ଭ କରିଛି ଓ ଏହାର ପରିଭାଷାରେ ପରିବର୍ତ୍ତନ ଦାବି କରୁଛି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ସ୍ମାରକପତ୍ର  ଦେଇଛି, କରିବା ଆରମ୍ଭ କରିଛି ଓ ଏହାର ପରିଭାଷାରେ ପରିବର୍ତ୍ତନ ଦାବି କରୁଛି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ସ୍ମାରକପତ୍ର  ଦେଇଛି, ଉଚ୍ଚତମନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଯୋଜନା କରୁଛିି ।୪୩ ଯେଉଁ ନିରନ୍ତରତାର ସହ ଏହି ସଂଗଠନ ସଂଖ୍ୟାଲଘୁ ଅବଧାରଣା ଉପରେ ନିଜ ବିଚାରକୁ ପେଶ କରି ଚାଲିଛି ତାହା ସ୍ମରଣ କରାଇ ଦେଉଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କର୍ମକର୍ତ୍ତାମାନଙ୍କର ସଂରକ୍ଷଣ ଉପରେ  ପ୍ରକଟିତ ବିଚାରର ନିରନ୍ତରତା । ‘ସଂଖ୍ୟାଲଘୁ’ ଓ ‘ସଂରକ୍ଷଣ’ ଏ ଦୁଇଟି ପଦକୁ ଅନ୍ତସାରଶୂନ୍ୟ କରିବା ଯେପରି ଆଜିର ଶାସକ ଦଳ ଓ ତାର ବୈଚାରିକ ପୃଷ୍ଠପୋଷକଙ୍କର ମୂଳ ଲକ୍ଷ୍ୟ । କିଏ ବା ଅସ୍ୱୀକାର କରିବ ଯେ ସଂଖ୍ୟାଲଘୁ ଓ ସଂରକ୍ଷଣର ହିତାଧିକାରୀ ମାନେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଶ୍ୟେନଦୃଷ୍ଟିରେ ମୂଳରୁ ରହି ଆସିଛନ୍ତି ।
ବ୍ୟବହୃତ ଉପାଦାନ ସୂଚୀ

1.Thaawarchand Gehlot thanks Smriti Irani for clearing govt stand on AMU, Jamia , Ashutosh Bhardwaj ,The Indian Express ,January 19, 2016 ,http://indianexpress.com/article/india/india-news-india/thaawarchand-gehlot-thanks-smriti-irani-
2.Government shifts stand, against minority tag for Aligarh Muslim University,Dhananjay Mahapatra | TNN | Jan 12, 2016, http://timesofindia.indiatimes.com/india/Government-shifts-stand-against-minority-tag-for-Aligarh-Muslim-University/articleshow/5053950
3.Shiv Sena demands removal of ‘secular’from Constitution ,By: Express News Service| Mumbai | Updated: January 29, 2015,http://indianexpress.com/article/india/politics/shiv-sena-demands-removal-of-secular-from-const…
4.Attorney General has got it all wrong about Aligarh Muslim University minority status: Ex-registrar,Ajaz Ashraf ,Jan 16, 2016 ,http://scroll.in/article/801890/attorney-general-rohatgi-has-got-it-all-wrong-about-aligarh-muslim-university-former-registrar
5.History backs AMU’s claim as a Muslim university ,Mohammad Sajjad ,http://www.rediff.com/news/column/history-backs-amus-claim-as-a-muslim-university/20160216.htm
6.Attorney General has got it all wrong about Aligarh Muslim University minority status: Ex-registrar,Ajaz Ashraf ,Jan 16, 2016 ,http://scroll.in/article/801890/attorney-general-rohatgi-has-got-it-all-wrong-about-aligarh-muslim-university-former-registrar
7.Syed Ahmed was not AMU founder: ABVP,Rajiv Srivastava | TNN | Mar 20, 2016 ,http://timesofindia.indiatimes.com/city/lucknow/syed-ahmed-was-not-amu-founder-abvp/articleshow/51476658.cms
8.Beef Biryani in AMU canteen? BJP leaders demand strict action; varsity claims it was buffalo meat ,ANI.,February 21, 2016 ,http://zeenews.india.com/news/india/beef-biryani-in-amu-canteen-bjp-leaders-demand-strict-action-varsity-claims-it-was-buffalo-m
9No evidence to prove cow meat in biryani at AMU: Police , February 21, 2016 ,http://zeenews.india.com/news/india/no-evidence-to-prove-cow-meat-in-biryani-at-amu-police_1857751.html.
10.BJP MP warns AMU against hosting ‘anti-Sangh’events ,Mohammad Ali ,The Hindu , February 25, 2016 ,http://www.thehindu.com/news/cities/Delhi/bjp-mp-warns-amu-against-hosting-antisangh-events..
11.Aligarh Muslim University || AMU Special Centre (Malappuram) http://www.amu.ac.in/malappuram/12(Smriti Irani threatens to shut down AMU off campus centres, questions authority of VC ,IndiaToday.in  New Delhi, February 29, 2016 , http://indiatoday.intoday.in/education/story/smriti-irani-education/1/608176.html
13.If I say how Smriti Irani treated AMU V-C, it will trigger a big row: Ghulam Nabi Azad,Manoj C G ,:The Indian Express,March 6, 2016 ,: http://indianexpress.com/article/india/india-news-india/if-i-say-how-smriti-irani-treated-amu-v-c-it-will-trigger-a-big-row-says-azad/#sthash.gKA6e4BW.dpuf
14.Wasn’t Insulted But Smriti Irani is Hampering AMU’s Growth: VC,Rishika Baruah , TheQuint,March 4, 2016,http://www.thequint.com/india/2016/03/01/exclusive-amu-vc-lt-gen-retd-zameer-uddin-shah-op.
15.S. Azeez Basha And Anr vs Union Of India on 20 October, 1967 https://indiankanoon.org/doc/1801897/
16.H.M. Seervai, Constitutional Law of India, Universal Law Publishing Co. Pvt. Ltd, Fourth Edition, 1993. Reprint 2007
17.AMU minority status: Jan Sangh, Swamy once batted for it , Haider Naqvi, Hindustan Times, Apr 06, 2016 , http://www.hindustantimes.com/india/amu-minority-status-jan-sangh-swamy-once-batted-for-it/story-QZVacOxUFglS05oK7pPSYJ.html
18.Religion Based Reservation At Aligarh Muslim University ,Irfan Habib ,People’s Democracy ,Vol. XXIX ,No. 23 ,.June 05, 2005
19.50 % Muslims Reservation in AMU Rejected ,http://bhindibazaar.asia/50-muslims-resrvation-in-amu-rejected/
20.Seat of contention ,Shyamlal Yadav ,May 30, 2005 ,http://indiatoday.intoday.in/story/aligarh-muslim-university-50percent-quota-for-muslims-creates-a-storm/1/193559.html
21.AMU MINORITY CHARACTER: THE JUDICIAL RESPONSE ,Mushtaq Ahmad , The Milli Gazette,.16-30 June 2015,http://www.milligazette.com/news/12529-amu-minority-character-the-judicial-response 22.(Aligarh Muslim University row: Centre withdraws appeal, will not challenge non-minority status ,Mriganka Sen ,IndiaToday.in , April 4, 2016 ,http://indiatoday.intoday.in/story/amu-row-centre-to-withdraw-upas-appeal-push-for-non-minority-status/1/634704.html
23.Now, Hindu students seek reservation at AMU ,Eram Agha | TNN | Sep 10, 2015, 10.51 PM IST , http://timesofindia.indiatimes.com/city/agra/Now-Hindu-students-seek-reservation-at-AMU/articleshow/48904999.cms
24.Politics and AMU A. G. NOORANI , Frontline , March 2, 2016 , http://www.frontline.in/the-nation/politics-and-amu/article8300069.ece?css=print ; In 1977, Jana Sangh batted for AMU’s minority status ,Mohammad Ali ,The Hindu ,February 29, 2016 , http://www.thehindu.com/news/cities/Delhi/in-1977-jana-sangh-batted-for-amus-minority-status/…
25.Ram Jethmalani offers free services to AMU on minority status case ,PTI ,Thursday, February 25, 2016 ,http://zeenews.india.com/news/uttar-pradesh/ram-jethmalani-offers-free-services-to-amu-on-minority-status-case_1859306.html
26.Subramanian Swamy sparks ruckus in House again, warned of action for unnecessary provocation ,By: Express News Service , The Indian Express ,: April 29, 2016 , http://indianexpress.com/article/india/india-news-india/subramanian-swamy-rajya-sabha-sonia-
27.Opposition unites against Centre’s move to strip minority staus of AMU, JMI , PTI , The Hindu ,January 22, 2016 ,http://www.thehindu.com/news/national/opposition-unites-against-move-to-strip-amu-jmi-of-min…
28.AMU minority status: Student leaders form action committee ,PTI ,Tuesday, February 2, 2016 , http://zeenews.india.com/news/education/amu-minority-status-student-leaders-form-action-committee_1851576.html
29.Minority status matter of life and death: AMU VC ,Eram Agha | TNN | Jan 11, 2016,http://timesofindia.indiatimes.com/city/agra/Minority-status-matter-of-life-and-death-AMU-VC/articleshow/50536874.cms
30.AMU VC meets PM Modi, seeks support on ‘minority’ status ,PTI, Saturday, March 5, 2016 ,http://zeenews.india.com/news/india/amu-vc-meets-pm-modi-seeks-support-on-minority-status_1862803.html
31.Have faith in judiciary: AMU VC on minority status ,PTI ,The Hindu ,January 16, 2016 ,http://www.thehindu.com/news/national/other-states/have-faith-in-judiciary-aligarh-muslim-univ…
32.But the the RSS has a different agenda. It doesn’t want any minority institutions. Full stop)û  (Why RSS is wrong on minority educational institutions ,FIRSTPOST, July 12, 2015,http://www.firstpost.com/printpage.php?idno=2338508&sr_no=0.
33.Jamia Millia Islamia Is Not A Minority Institution:Attorney General ,PTI , Huffington Post ,15/01/2016 ,http://www.huffingtonpost.in/2016/01/15/jamia-milia-islamia_n_8987346.htm
34.Jamia debate ,PURNIMA  S. TRIPATHI ,Frontline ,Volume 28 – Issue 06 :: Mar. 12-25, 2011 ,http://www.frontline.in/static/html/fl2806/stories/20110325280604000.htm
35.Amid uproar by alumni over invitation to PM, Modi declines to attend Jamia Milia Islamia convocation ,News18.December 30, 2015 ;WATCH: Narendra Modi’s speech on Batla House encounter that irked Jamia students ,Tuesday, December 1, 2015.http://zeenews.india.com/news/india/watch-narendra-modis-speech-on-batla-house-encounter-that-irked-jamia-students_1828884
36.Arjun backs Jamia’s help for blasts accused , HT Correspondent, Hindustan Times ,Sep 26, 2008,http://www.hindustantimes.com/delhi/arjun-backs-jamia-s-help-for-blasts-accused/story-0zuguBUMZ23NZIjNAT2MkK.html)
37.Jamia demands judicial probe into Batla House encounter , Outlook ,25 SEPTEMBER 2008 ,http://www.outlookindia.com/newswire/story/jamia-demands-judicial-probe-into-batla-house-e..
38.Jamia Millia Islamia must withdraw convocation invite to Modi ,Mohammad Behzad Fatmi ,DailyO ,30-11-2015 , http://www.dailyo.in/politics/jamia-millia-islamia-convocation-invite-to-modi-mushirul-hasan-batla-house-encounter/story/1/7669. html
39Jamia University Alumni Divided Over Convocation Invite to PM Narendra Modi , Press Trust of India ,NDTV, December 03, 2015 ,http://www.ndtv.com/india-news/jamia-university-alumni-divided-over-convocation-invite-to-pm-narendra-modi-1250387
40.This is why PM Narendra Modi won’t attend Jamia Millia Islamia’s convocation , Zee News, December 30, 2015 ,http://zeenews.india.com/news/india/this-is-why-pm-narendra-modi-wont-attend-jamia-millia-islamias-convocation_1839726.html
41.Minority status: Has AMU become a political football, or is there more to it? ,NR Mohanty ,Firstpost ,Jan 18, 2016 ,http://www.firstpost.com/printpage.php?idno=2588120&sr_no=0.
42.AMU minority status: On firm ground legally, but BJP has to prove it meant no malice , Firstpost.,Apr 6, 2016 ,http://www.firstpost.com/printpage.php?idno=2714208&sr_no=0
43 Need new definition of minority institutions, may go to SC: RSS education wing ,Liz Mathew , The Indian Express, July 9, 2015 ,http://indianexpress.com/article/india/india-others/rss-claims-minority-educational-institutions-a…

Print Friendly, PDF & Email