୧-୧୬ଜୁଲାଇ, ୨୦୧୦
ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗତ ୧୩ଜୁନ୍ ୨୦୧୦ଦିନ ଆଲୋଚନା କରିବା ଓ ନବୀନ ପଟ୍ଟନାୟକଙ୍କ ଠାରୁ ଅଞ୍ଚଳ ପରିଦର୍ଶନ ପାଇଁ ପ୍ରତିଶ୍ରୁତି ଆଣିବା ପାଇଁ ସରକାରଙ୍କ ଦ୍ୱାରା ସର୍ଭେ କାର୍ଯ୍ୟର ଆରମ୍ଭ ହେବାକୁ ରାଜି ହୋଇଯିବା-୫ବର୍ଷ ଧରି ଚାଲିଥିବା ଆନେ୍ଦାଳନ ଉପରେ ଯବନିକା ପଡ଼ିଲା ବୋଲି ଏକ ଧାରଣା ବିିଭିନ୍ନ ମହଲରେ ସୃଷ୍ଟି ହୋଇଛି । ୧୭ଜୁନ୍ରେ ସର୍ଭେକାର୍ଯ୍ୟ ଆରମ୍ଭ ହେବା ପରେ ଏହି ଧାରଣା ବଳବତ୍ତର ହୋଇଛି । ୨୧ଜୁନ୍ ୨୦୧୦ତାରିଖର ଇଂରାଜୀ ଦୈନିକ ଦି ଷ୍ଟେଟସ୍ମ୍ୟାନ ((The Statesman)) ତାଙ୍କର ସମ୍ପାଦକୀୟ-‘ପୋସ୍କୋ ସ୍ଥିତିରେ ଉନ୍ନତି: ବଙ୍ଗଳା ଶିକ୍ଷା ଲାଭକରିବ କି?’ (Progress on Posco: Will Bengal derive a lesson?’) ରେ ଏହିଭଳି ଧାରଣାକୁ ପ୍ରତିଫଳିତ କରି ଲେଖିଛନ୍ତି: ‘ଏହା ଓଡ଼ିଶା ସରକାରଙ୍କର ଯେପରି ସଫଳତା, ଆନେ୍ଦାଳନକାରୀଙ୍କର ମଧ୍ୟ ସେହିପରି-ଯାହାଠାରୁ ଯଥାକ୍ରମେ ବଙ୍ଗ ସରକାର ଓ ଆନେ୍ଦାଳନକାରୀମାନେ ଶିକ୍ଷା ନେବା ଉଚିତ । ଦକ୍ଷିଣ କୋରିଆର ଲୌହ (Steel Giant) ପୋସ୍କୋ ସହିତ ବୁଝାମଣା ପତ୍ର ଦସ୍ତଖତ ହେବାର ୫ବର୍ଷ ପରେ ଜାରିଥିବା ଅବରୋଧର ସମାପ୍ତ ଘଟିଛି ଗତ ଗୁରୁବାର ଦିନ, ପ୍ରୋଜେକ୍ଟ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବା ପରେ । ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଞ୍ଚଳ ହିଁ ଜମି ଅଧିଗ୍ରହଣ ବିରୋଧରେ ଆନେ୍ଦାଳନର କେନ୍ଦ୍ର । ଏହା ସରକାର, ରାଜନୈତିକ ବିରୋଧୀଦଳ ତଥା ପୋସ୍କା ପ୍ରତିରୋଧ ସଂଗ୍ରାମ ସମିତିର କୃତିତ୍ୱ ଯେ ସେମାନେ ସର୍ଭେ ସପକ୍ଷରେ ଏକମତ ହୋଇପାରିଲେ ଯାହା (ପୁଞ୍ଜି)ନିବେଶକର ପ୍ରବେଶ ପାଇଁ ଏକ ଆବଶ୍ୟକୀୟ, ପ୍ରାରମ୍ଭିକତା । ଅସଲରେ ମଇ ୧୫ତାରିଖ ଦିନ ହିଁ ଅବରୋଧ ପାଇଲା ଆଘାତ ଯେତେବେଳେ ବାଲିତୁଠକୁ ଆନେ୍ଦାଳନକାରୀଙ୍କ କବଳରୁ ମୁକ୍ତ କରିଦିଆଗଲା । ଯଦିଓ ଇତ୍ୟବସରରେ ପାଞ୍ଚବର୍ଷ ବିଳମ୍ବ ହୋଇଯାଇଛି, ତଥାପି ଏକ ନିରବଚ୍ଛିନ୍ନ ଓ ମିଳିତ ପ୍ରୟାସ ଦ୍ୱାରା ଏହା ପ୍ରତିପାଦିତ ହେଉଛି ଯେ ବିରୋଧୀଦଳ ଅନିର୍ଦ୍ଧିଷ୍ଟ କାଳପାଇଁ ବିକାଶକୁ ଅଟକାଇ ରଖିପାରିବେ ନାହିଁ- ଯାହାର ପରିଣତି ପ୍ରଶାସନ ପାଇଁ ବିନାଶକାରୀ । ପ୍ରକୃତରେ, ପାଞ୍ଚବର୍ଷ ଭିତରେ ପ୍ରଥମଥର ପାଇଁ ଶାସକ ବିଜେଡ଼ି ଓ ସିପିଆଇ, ମୁଖ୍ୟତଃ ଏ.ବି.ବର୍ଦ୍ଧନଙ୍କ ଦ୍ୱାରା ଏକ ରାଜନୈତିକ ପଦକ୍ଷେପ ନିଆଗଲା-ଏହି ଅବରୋଧକୁ ଭାଙ୍ଗିବା ପାଇଁ । ଏହା ବଙ୍ଗଳାର ଦୁର୍ଭାଗ୍ୟ ଯେ ୨୦୦୭-୮ରେ ଏହିଭଳି ଉଦ୍ୟମ ଦେଖାଗଲା ନାହିିଁ । ଶିଳ୍ପୀକରଣର ଏକ ଗ୍ରହଣୀୟ ରାଜିନାମାରେ ପହଞ୍ଚôବା ତ’ଦୂରର କଥା-ଷଣ୍ଢମୁଣ୍ଡିଆ ମୁଖ୍ୟମନ୍ତ୍ରୀ-ମାତିଥିବା ବାଘୁଣୀ ସହ ମୁକାବିଲା କରିବାକୁ ବାହାରି ପଡ଼ିଲେ । ଓଡ଼ିଶାର ଅଭିଜ୍ଞତାରୁ ଜଣାଯାଏ ଯେ, ବିକାଶକୁ ରାଜନୈତିକ ବିରୋଧ କରିବାରେ ବଙ୍ଗ ହିଁ ଏକକ ରାଜ୍ୟ । ତେଣୁ ଏହା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଭୁବନେଶ୍ୱରରେ ପ୍ରଶାସନ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା କ୍ଷେତ୍ରରେ ବେଶ ସଫଳତା ହାସଲ କରିଛି ।
ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସହ ନବୀନ ପଟ୍ଟନାୟକଙ୍କର ଆଲୋଚନାରୁ ଆଭାସ ମିଳୁଛି ଯେ ଉଭୟ ପକ୍ଷ ଅଧାଅଧା ବାଟ ଆସିବାପାଇଁ ରାଜି । ଜିଲ୍ଲା ଅଧିକାରୀ ମାନଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ପାଇଁ ଅଞ୍ଚଳ ଭିତରକୁ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଆନେ୍ଦାଳନକାରୀମାନେ ମାନି ନେଇଛନ୍ତି । ବାସ୍ତବିକତା କ’ଣ ଯାହାଫଳରେ ଏ ପାଞ୍ଚବର୍ଷ ଧରି ଅବରୋଧ ଚାଲିଛି-ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଅଞ୍ଚଳ ଗସ୍ତ କରିବେ ବୋଲି ରାଜି ହୋଇଛନ୍ତି । ଅନ୍ୟତମ ରିହାତି ହେଉଛି ଯେ ସର୍ଭେ ସମୟରେ ପୋଲିସ ଉପସ୍ଥିତ ରହିବେ ନାହିଁ । ଏହି ଦୃଶ୍ୟ ତୁଳନାରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସିଙ୍ଗୁର ଓ ନନ୍ଦିଗ୍ରାମରୁ ଯଥାସମ୍ଭବ ଦୂରରେ ରହିବା ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ । ବର୍ତ୍ତମାନ ସୂଚନାନୁସାରେ ପରିସ୍ଥିତି ଉତ୍ସାହଜନକ । ଆଶା,ଜଗତସିଂହପୁରର ଆନେ୍ଦାଳନକାରୀମାନେ ଆନେ୍ଦାଳନରୁ ଓହରିଯିବେ ଯଦିଓ ୩୦୦୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଏକ କଣ୍ଟକିତ ବିଷୟ ହୋଇ ରହିବ ।’
(It is an achievement of the Orisa government as much as of agitators and with a lesson to be derived by counterparts of both entities in West Bengal. Five Years after the state signed MOU with the South Korean steel giant, POSCO, the stalemate has ended with last thursday’s survey of the project area. The site, at Dhinkia in Jagatsinghpur district, has been the nerve centre of the agitation over land acquisition. It redounds to the credit of the government, the political opposition and the POSCO Pratirodh Sangrama Samiti (PPSS) that they were able to reach a consensus on the survey as are essential prelude to the entry of the investor. Indeed, the ice was broken on 15May when the Balitutha approach bridge was cleared of agitators. The concerted initiative, if delayed by five years, reaffirms that development cannot be stalled indefinitely by the opposition and with destructive implication for the administration. Indeed, this it the first time in five years that the political initiative has been taken by the ruling BJD and the CPI, pre-eminently AB Bardhan, to break the dead lock. It is Bengal’s misfortune that no such seriousness of purpose was manifest in 2007-08. Far from a palatable consensus on industrialisation, a bullheaded Chief Minister had to contend with a rampaging tigress. The experience in Orissa illustrates that Political Opposition to development is uniquely Bengal. Small wonder why the administration in Bhubaneswar has fared commendably in attracting investment.
The contours of Naveen Pattnaik’s agreement with the PPSS suggest that both sides were willing to reach a halfway house. The agitators acceded to the Chief Minister’s request to allow district officials to conduct the survey. As a quid pro quo Mr. Pattnaik has agreed to visit the site to acquaint himself with the ground reality that has provoked a five year movement. The other concession is not to deploy the police during the survey. In contrast, one recalls how Budhadeb Bhattacharjee had stayed away from Singur and Nadigram for as long as he could; at any rate, till the worst was over. The indicators are now fairly positive. Hopefully, the agitators of Jagatsinghpur will call off their movement though the planned diversion of 3000 acres of forest cover is likely to remain a thorny issue.’
ଏହିଭଳି ଏକ ଧାରଣା ସାର୍ବଜନୀନ ହେଉଥିବା ବେଳେ ଜୁନ୍ ୨୨ତାରିଖଠାରୁ ଗଣମାଧ୍ୟମରେ ପୁଣି ପୋସ୍କୋ ପ୍ରତିରୋଧୀଙ୍କର ହୁଙ୍କାର ପ୍ରତିଧ୍ୱନିତ ହେବା ସମସ୍ତଙ୍କୁ ଚକିତ କରିଦେଇଛି । ସର୍ଭେ କାର୍ଯ୍ୟ ପାଇଁ ସଂଗ୍ରାମସମିତିର ନେତୃତ୍ୱ ପ୍ରଶାସନକୁ ଅନୁମତି ଦେବା ପଛରେ ଆନେ୍ଦାଳନକାରୀଙ୍କର କ୍ରମକ୍ଷୟିଷ୍ଣୁ ପ୍ରତିରୋଧ ଶକ୍ତିକୁ କାରଣ ବୋଲି ଯେଉଁମାନେ ଦର୍ଶାଉଥିଲେ, ସେମାନଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ସେ ଅଞ୍ଚଳର ଅଧିବାସୀ । ନବୀନବାବୁଙ୍କ ସହ ଆଲୋଚନା କରି ସର୍ଭେ କାର୍ଯ୍ୟ ପାଇଁ ଅନୁମତି ଦେଇଥିବା ସଂଗ୍ରାମ ସମିତିର ନେତୃବର୍ଗଙ୍କୁ ଏହି ଗ୍ରାମବାସୀମାନେ ବାଧ୍ୟ କରିଛନ୍ତି କହିବାକୁ ଯେ ପୋସ୍କୋ(ଦକ୍ଷିଣ କୋରିଆ)ଫେରିବା ଯାଏଁ ଆନେ୍ଦାଳନ ଚାଲିବ । ପୋସ୍କୋ ସହ ଓଡ଼ିଶା ସରକାରଙ୍କର ଚୁକ୍ତିର ୫ବର୍ଷ ଶେଷ ହେଉଥିବା ଅବସରରେ ପାଳିତ କଳାଦିବସ (୨୨ଜୁନ୍)ରେ ସଂଗ୍ରାମ ସମିତିର ସଭ୍ୟମାନେ ପ୍ରତ୍ୟକ୍ଷ ଏହି ଆହ୍ୱାନ ଦେଇଛନ୍ତି । (ଦ୍ରଷ୍ଟବ୍ୟ -ଧରିତ୍ରୀ, ୨୩/୬/୨୦୧୦) । ଏହାଦ୍ୱାରା ଆନେ୍ଦାଳନକାରୀ ମାନେ ପ୍ରମାଣିତ କରିଛନ୍ତି କୌଣସି ବ୍ୟକ୍ତିବିଶେଷର ନେତୃତ୍ୱ ସେମାନଙ୍କ ଊଦ୍ଧ୍ୱର୍ରେ ନୁହେଁ । ପୂର୍ବରୁ ସେମାନେ ତ ପ୍ରମାଣିତ କରିସାରିଛନ୍ତି ଯେ ସେମାନଙ୍କର ବହୁ ପ୍ରଚାରିତ ନେତା ଶ୍ରୀ ଅଭୟ ସାହୁ ମାସ ମାସ ଧରି କାରାବାସରେ ଥିବା ସମୟରେ ମଧ୍ୟ ସେମାନେ ଆନେ୍ଦାଳନର ବଳିଷ୍ଠତାକୁ ଅବ୍ୟାହତ ରଖିପାରିଥିଲେ । ତେଣୁ କ୍ଷେତ୍ର ବାହାରେ ଥିବା ଆନେ୍ଦାଳନର ସନ୍ଦର୍ଶନରେ ରୋମାଞ୍ଚôତ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କୌଣସି ବ୍ୟକ୍ତିବିଶେଷକୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦେବାର ପ୍ରବଣତାକୁ ସମ୍ବରଣ କରିବା ଉଚିତ ।
-ଶୁଦ୍ରକ