୧୬-୩୧ ମେ, ୨୦୧୧
ଜୟରାମ ରମେଶ କେନ୍ଦ୍ର ସରକାରଙ୍କର କୁହାଳିଆ ପରିବେଶମନ୍ତ୍ରୀ ଇତ୍ୟବସରରେ ଓଡ଼ିଶା ଆସିଥିଲେ । ଫେରିଯାଇ ସହସା ପୋସ୍କୋକୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଦେଲେ । ସେ ଅପେକ୍ଷା କଲେନାହିଁ ବୁଝାମଣାପତ୍ରର ନବୀକରଣ ପର୍ଯ୍ୟନ୍ତ-ଅପେକ୍ଷା କଲେନାହିଁ ଖଣ୍ଡାଧାର ଖଣି ପ୍ରସଙ୍ଗରେ ସୁପ୍ରିମକୋର୍ଟର ନିଷ୍ପତ୍ତ ପର୍ଯ୍ୟନ୍ତ- ଯଦିଓ ସେ କରିପାରିଥାନ୍ତେ ବୋଲି ସ୍ୱୀକାର କରନ୍ତି । ତାଙ୍କରି ଭାଷାରେ, ‘ମୁଁ ବୁଝାମଣା ପତ୍ରର ନବୀକରଣ ଓ ସୁପ୍ରିମକୋର୍ଟର ଶେଷନିଷ୍ପତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିପାରିଥାନ୍ତି । କିନ୍ତୁ ଏହା ପ୍ରକଳ୍ପକୁ ଅଟକାଇ ରଖିବାର ଏକ ବାହାନା ବୋଲି ମନେ ହୋଇଥାନ୍ତା ।’
(‘I would have waited for the MOU to be renewed and for a final decision of the Supreme Court, that would have smocked of fili bustering’- ‘POSCO finally gets green signal’- The New Indian Express, dtd 3rd May 2011). ‘filibuster’ର person who obstructs the making of decisions in meetings, parliament etc. by eg. making long speeches.. ଅର୍ଥାତ ଦୀର୍ଘ ଭାଷଣ ଦେଇ ଯିଏ କୌଣସି ସଭାରେ ବା ସଂସଦରେ ନିଷ୍ପତ୍ତ ନେବା ଦିଗରେ ପ୍ରତିବନ୍ଧକ ସୃଷ୍ଟିକରନ୍ତି-ତାଙ୍କୁ filibuster(ଫିଲିବଷ୍ଟର) କୁହାଯାଏ । କହିବା ବାହୁଲ୍ୟ ଯେ ଜୟରାମ ଫିଲିବଷ୍ଟର ହେବାକୁ ମନା କରିବାକୁ ଯାଇ ସ୍ୱୀକାର କରିଛନ୍ତି ଯେ ଏଯାବତ୍ରେ ଯେଉଁ ଭାଷଣବାଜି କରୁଥିଲେ, ବିଭିନ୍ନ କମିଟିମାନ ପଠାଇ-ସେମାନଙ୍କର ପ୍ରକଳ୍ପବିରୋଧୀ ମନ୍ତବ୍ୟଗୁଡ଼ିକୁ ଆଧାର କରି ତୁମ୍ବିତୋଫାନ କରୁଥିଲେ-ତାହା ସବୁfilibustering ହିଁ ଥିଲା । ତାଙ୍କଦ୍ୱାରା ପ୍ରେରିତ ଏନ୍.ସି.ସାକ୍ସେନା କମିଟି, ମୀନାଗୁପ୍ତା କମିଟିର ସଂଖ୍ୟାଗରିଷ୍ଠ ମତ ଓଡ଼ିଶା ସରକାରଙ୍କର ସୂଚନା ଓ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ, ଓଡ଼ିଶା ଗସ୍ତ ସାରି ଜୟରାମ ହଠାତ୍ ରାଜ୍ୟ ସରକାରଙ୍କର ସୂଚନା ଓ ଯୁକ୍ତି ଉପରେ ଆସ୍ଥା ସ୍ଥାପନ କରିବା ଓ ପୋସ୍କୋକୁ ସବୁଜ ସଙ୍କେତଦେବା ନିଶ୍ଚିତ ରହସ୍ୟମୟ ମନେ ହୁଏ । କିନ୍ତୁ ମୂଳତଃ ଆଇ.ଆଇ.ଟି ଇଞ୍ଜିନିୟରି (ମାଲକାନଗିରି ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଭଳି) ଜୟରାମ ରମେଶ ତାଙ୍କର ଏତାଦୃଶ ବ୍ୟବହାର ସପକ୍ଷରେ ଏକ ସାମ୍ବିଧାନିକ ଯୁକ୍ତି ବାଢ଼ିଛନ୍ତି । ତାଙ୍କରି ଭାଷାରେ ‘ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କର ମତାମତର ଦୃଢ଼ଭୂମିକା ରହିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ହୋଇଥିବା ସରକାରଙ୍କର ମତାମତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇ ନ ପାରେ’(ଧରିତ୍ରୀ-୩/୫/୨୦୧୧)ଭାରତର ସଂଘୀୟ ବ୍ୟବସ୍ଥା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କର ମତାମତର ନିରଙ୍କୁଶତା ଇତ୍ୟାଦି ବୁଝିବାକୁ ଯେ ଜୟରାମ ରମେଶଙ୍କୁ ଏତେ ଦିନ ଲାଗିଲା-ତାହା ସ୍ମରଣ କରାଇଦିଏ ନିମ୍ନୋକ୍ତ କେତୋଟି ପଂକ୍ତି ।
‘ଖୋସାମତି ବିକେ ଯେଉଁ ଦରେ
ପ୍ରତିବାଦ ବିକେ ତା’ଠୁ ଅଧିକରେ
ଦୁଇ ଆଡ଼ୁ ଲାଭ ହୋଇପାରେ
ନାଁ ହୁଏ, ପ୍ରତିଷ୍ଠା ବି ମିଳେ
ପ୍ରତିବାଦୀ ମଣିଷ ଭାବରେ,
ମୂଲ୍ୟ ମିଳେ
ପୁଞ୍ଜି ପଶେ ବେପାର ଭିତରେ’
(ଦ୍ରଷ୍ଟବ୍ୟ:‘ପଣ୍ୟ ପସରାରେ ପ୍ରତିବାଦ’- ବେଳେବେଳେ କବିତା, ବୀରେନ୍ଦ୍ର ନାୟକ)
ଓଡ଼ିଶା ସରକାରରେ ନିଷ୍ପତ୍ତ ନେବାର ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ପୋସ୍କୋ ପ୍ରକଳ୍ପ ସପକ୍ଷରେ ଥାଇ ଯେତେଦୂର ଅନୁଗୃହୀତ ହୋଇଥିବେ, ଜୟରାମ ପ୍ରତିବାଦର ନାଟକକରି ପୋସ୍କୋ ପାଇଁ ଅଧିକ ଗେହ୍ଲା ହୋଇଯାଇଥିବେ, ଏଥିରେ ସନେ୍ଦହ ନାହିଁ । ତେବେ ଯେଉଁମାନେ ଜୟରାମ ରମେଶଙ୍କର ନିଷ୍ପତ୍ତ ନେବାର କୌଶଳ ସହ ପରିଚିତ, ସେମାନେ ପୋସ୍କୋକୁ ସର୍ବଶେଷରେ ସବୁଜସଙ୍କେତ ମିଳିବା ସମ୍ବାଦରେ ଆଦୌ ଆଶ୍ଚର୍ଯ୍ୟ ହୋଇନାହାନ୍ତି । ପ୍ରକଳ୍ପ ବିରୋଧରେ ଜନଅସନ୍ତୋଷ ସହ ତାଳମିଳାଇ କିଛି ପଥ ଅତିକ୍ରମ କରିବାପରେ ପ୍ରକଳ୍ପସପକ୍ଷରେ ନିଷ୍ପତ୍ତ ନେବା ତାଙ୍କର ପ୍ରାୟ ଦ୍ୱିତୀୟ ଅଭ୍ୟାସ ହୋଇଛି । ୨୦୦୯ରେ ନୱୀ ମୁମ୍ବାଇ ପ୍ରକଳ୍ପକୁ ଜୋରଦାର ବିରୋଧ କରି-ସର୍ବଶେଷରେ, ୨୦୧୦ରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ସେ ଦେଇଛନ୍ତି ସ୍ୱୀକୃତି । ୮ଟି ଜଳବିଦୁ୍ୟତ ପ୍ରକଳ୍ପକୁ ଗୋଟିଏ ବର୍ଷ ଭିତରେ ସେ ଅନୁମତି ଦେଇଛନ୍ତି । ୨୦୦୯ରୁ ୨୦୧୦ ଭିତରେ ଅନୁମତି ଅପେକ୍ଷାରେ ଥିବା ୪୯ଟି ତାପଜ ବିଦୁ୍ୟତ ପ୍ରକଳ୍ପରୁ ମାତ୍ର ଗୋଟିଏ ଅନୁମତି ପାଇପାରି ନାହିଁ । ଗୋଟିଏହେଲେ କୋଇଲାଖଣି ପ୍ରକଳ୍ପ ପ୍ରତ୍ୟାଖ୍ୟାନର ଶରବ୍ୟ ହୋଇନାହିଁ । ସୂଚନା ଅଧିକାର ଆଇନ ବଳରେ ହାସଲ କରାଯାଇଥିବା ଏକ ସୂଚନା ଅନୁଯାୟୀ ଅଗଷ୍ଟ ୨୦୦୯ରୁ ଜୁଲାଇ୨୦୧୦ ଭିତରେ ମାତ୍ର ୬ଟି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀରୁ ବଞ୍ଚôତ କରାଯାଇଥିବା ବେଳେ, ୨୦୦୬ରୁ ୨୦୦୮ଭିତରେ ୧୪ଟି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀରୁ ବଞ୍ଚôତ କରାଯାଇଛି । ଅର୍ଥାତ ଜୟରାମ ରମେଶ ତାଙ୍କର ପୂର୍ବରୁ ଥିବା ପରିବେଶ ମନ୍ତ୍ରୀଙ୍କ ଅପେକ୍ଷା ପରିବେଶ ମଞ୍ଜୁରୀଦେବାରେ ଅଧିକ ତପôରତା ଦେଖାଇଛନ୍ତି । କୁହାଳିଆ ଜୟରାମ ଯେ କହୁଥିବା ବାକ୍ୟଗୁଡ଼ିକ ତାଙ୍କର ଆନ୍ତରିକତା ବା ନିଷ୍ଠା ବହନ କରେନାହିଁ-ତାହାର ପ୍ରମାଣହେଉଛି ଉପରୋକ୍ତ ଉଦାହରଣ । ପୋସ୍କୋପ୍ରସଙ୍ଗ ସେ ତାଲିକାରୁ ବାଦ୍ ପଡ଼ନ୍ତା କିପରି? ସ୍ତମ୍ଭକାର ରବିଶଙ୍କରଙ୍କର ଦୃଷ୍ଟିରେ ‘ଜୟରାମ ରମେଶଙ୍କର ମତଲବ ତାଙ୍କ କ୍ୟାରିଅରର ନିରନ୍ତର ବିକାଶରେ । ରାଜନୈତିକ ଖ୍ୟାତି ତ’ମାଟିରେ ମିଶିବା ଭଳି ଜିନିଷ’(As far as Jairam is concerned, it is the sustainable development of his career that is important. Political reputations are biodegradable- The Eco friendly career of Green Lanterns, Ravi Shankar, The New Indian Express, 8 May 2011) । ଆଉ ଜଣେ ସମ୍ମାନାସ୍ପଦ ସାମ୍ବାଦିକ ଓ ସ୍ତମ୍ଭକାର ସାମ ରାଜପ୍ପାଙ୍କ ଦୃଷ୍ଟିରେ ‘ରମେଶ ବୁଝିବା ଉଚିତ ଯେ ତାଙ୍କର ଆଦର୍ଶ ଆଜି ତିହାର ଜେଲ୍ରେ’ (Ramesh must realise his role model is now in Tihar Jail’- Forced clearance of POSCO, Sam Rajappa, The Statesman, 7 May, 2011)) । ରାଜପ୍ପା ଇଙ୍ଗିତ କରୁଛନ୍ତି ଏ.ରାଜାଙ୍କ ଆଡ଼କୁ । ରାଜପ୍ପାଙ୍କ ଅନୁସାରେ ପୋସ୍କୋ ପ୍ରକଳ୍ପକୁ ସବୁଜ ସଙ୍କେତ ଦେବା ଦ୍ୱାରା ୨ଜି-ସ୍ପେକ୍ଟ୍ରମ୍ ଦୁର୍ନୀତିଠାରୁ ଏକ ବଡ଼ ଧରଣର ଦୁର୍ନୀତିର ସମ୍ଭାବନା ସୃଷ୍ଟିହୋଇଛି । ଏକ ହିସାବ କରି ସାମ ରାଜପ୍ପା ଦର୍ଶାଇଛନ୍ତି ଯେ ପୋସ୍କୋ ତା’ର ୬୦ କୋଟି ଟନ୍ ଲୁହାପଥରର ବାର୍ଷିକ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବାର୍ଷିକ ୬୦,୦୦୦କୋଟି ଟଙ୍କା ଖର୍ଚ୍ଚ କଲାବେଳେ (୧୦୦୦ଟଙ୍କା ଟନ୍ ପିଛା ଖର୍ଚ୍ଚ ହାରରେ), ବାର୍ଷିକ ଲାଭ କରିବ(କେବଳ ଲୁହାପଥର ଉପରେ)ବାର୍ଷିକ ୨,୪୦,୦୦୦କୋଟି ଟଙ୍କା କାରଣ ଆନ୍ତର୍ଜାତୀୟ ବଜାରରେ ଲୁହାପଥରର ଟନ୍ ପିଛା ମୂଲ୍ୟହେଉଛି ୫୦୦୦ଟଙ୍କା । ୨ଜି ସ୍ପେକ୍ଟ୍ରମ୍ ବିତରଣ ଯେପରି କମ୍ମୂଲ୍ୟରେ କରିଦିଆଯାଇ ଏ.ରାଜା ଓ ତାଙ୍କର ସହଯୋଗୀମାନେ ଦେଶର ରାଜସ୍ୱକୁ କ୍ଷତି ପହଞ୍ଚାଇଲେ-ତା’ଠାରୁ ଅଧିକ କ୍ଷତି ପୋସ୍କୋ ପ୍ରକଳ୍ପଦ୍ୱାରା ହେବ ବୋଲି ସାମ୍ ରାଜପ୍ପାଙ୍କର ଯୁକ୍ତି । ତାଙ୍କମତରେ ପୋସ୍କୋକୁ ଏହି ପରିମାଣରେ ସୁବିଧା ସୁଯୋଗ ଯୋଗାଇବା ଦୁର୍ନୀତି ନିବାରଣ ଆଇନ (Prevention of corruption Act)ର ଧାରା ୧୩(୧)(ଡି)(ସ) ଏବଂ (ସସସ)କୁ ଉଲ୍ଲଂଘନ କରିବା । ଏହାଛଡ଼ା ଏହା ମଧ୍ୟ ଉଲ୍ଲଂଘନ କରୁଛି ସମ୍ବିଧାନର ଧାରା ୩୯(ବି) ଏବଂ (ସି) ।
(The decision makes involved in bestowing this largesse on posco at the cost of the public are guilty of violation of section 13(1)(d)(i) and (iii) of the prevention of corruption Act. Their action also violates Article 39(b) and (c) of the constitution).
ଏହି ପ୍ରସଙ୍ଗରେ ସାମ ରାଜପ୍ପା ସୂଚନା ଦିଅନ୍ତି ଯେ, ବାଙ୍ଗାଲୋରର ଏ.କେ.ଅଗ୍ରୱାଲ ମୁଖ୍ୟ ଭିଜିଲାନ୍ସ କମିଶନର(ସିଭିସି-ମଙ୍ଖମ)ଙ୍କ ନିକଟରେ କେନ୍ଦ୍ର ଇସ୍ପାତମନ୍ତ୍ରୀ ବୀରଭଦ୍ର ସିଂହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି ଯେ ୫୦୦୦କୋଟି ଡଲାର (ବା ପ୍ରାୟଃ ଅଢ଼େଇଲକ୍ଷ କୋଟି ଟଙ୍କା) ମୂଲ୍ୟ ଖଣିଜ ଦ୍ରବ୍ୟର ଚାଲିଥିବା ଲୁଟ୍କୁ ଅଟକାଇବା ପାଇଁ ପଦକ୍ଷେପ ନିଅନ୍ତୁ ।
ସବୁଜ ସଙ୍କେତ ମିଳିଯିବା ପରେ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ମଇ ଅଠର ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ପୋସ୍କୋ ସପକ୍ଷବାଦୀ ମାନେ ଏହି ସବୁଜସଙ୍କେତକୁ ସ୍ୱାଗତ କରିଥିବା ବେଳେ ସେମାନେ କେତେକ ଦାବୀ ରଖି-ତାହା ପୂରଣ ନହେଲେ ଜମି ଅଧିଗ୍ରହଣକୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ପୋସ୍କା ପ୍ରତିରୋଧ ସଂଗ୍ରାମସମିତି ପାଇଁ ଅନୁକୂଳ ହୋଇପାରେ । ଜବରଦସ୍ତ ଜମିଦଖଲ ବିସ୍ଥାପିତଙ୍କୁ ଯେ କିପରି ହିଂସ୍ର କରିଦେଉଛି ତାହାର ନଗଦାନଗଦ ନମୂନା ନୋଏଡ଼ା ଓ ଆଗ୍ରାରେ ଦୃଶ୍ୟ ହୋଇଛି ଯାହା ଗଣମାଧ୍ୟମରେ ବେଶ୍ ପ୍ରସାରିତ ହୋଇଛି । ଏହି ଦୃଶ୍ୟର ପୃଷ୍ଠଭୂମିରେ ‘ଧରିତ୍ରୀ’ ତାଙ୍କ ସମ୍ପାଦକୀୟ ‘ନୋଏଡ଼ାରୁ ନେଭାଡ଼ା’ରେ ଲେଖନ୍ତି, ‘ଓଡ଼ିଶା କଥା ଦେଖିଲେ ନୋଏଡ଼ା ଭଳି ସମାନକଥା ଆମ ଘର ପଛପଟରେ ଘଟିଚାଲିଛି । ଜଗତସିଂହପୁରରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଲାଗି ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ଏବେ ସରକାରୀ ବଡ଼ ଅଧିକାରୀମାନେ ଘୋଷଣା କରିଛନ୍ତି ଆସନ୍ତା ୧୮ତାରିଖରେ ସମ୍ପୃକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ ପୁଣି ଆରମ୍ଭ ହେବ । ଢଢଢ ତେଣୁ ଏବେଠାରୁ ସଜାଗ ନହେଲେ ଓଡ଼ିଶା ନୋଏଡ଼ା ଭଳି ପରିସ୍ଥିତି ସାମ୍ନାକରିବ’ (ଦ୍ରଷ୍ଟବ୍ୟ: ଧରିତ୍ରୀ, ୯ମଇ ୨୦୧୧)
ଜୟରାମ ରମେଶଙ୍କର ପୋସ୍କୋକୁ ସବୁଜ ସଙ୍କେତ, ସେ ଅଞ୍ଚଳର ସବୁଜିମାକୁ ରକ୍ତରଞ୍ଜିତ କରିବାର ସମ୍ଭାବନା ସୃଷ୍ଟି କରିଛି- ସ୍ୱାଭାବିକ, ତେଣୁ ପାଟିରୁ ବାହାରି ପଡ଼ିଛି ‘ରାମ ରାମ-ଏ’ କି କଲ ଜୟରାମ’ ।
ଙ୍ଖଶୁଦ୍ରକଙ୍କ ଲେଖାଟି ଆମର ହସ୍ତଗତ ହେଇସାରିଲା ପରେ ଖବରରେ ଦେଖିବାକୁ ମିଳୁଛି ଯେ, ଶ୍ରୀ ଭିନିଲ୍ କ୍ରିଷ୍ଣା ଜୟରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇପାରନ୍ତି
୧-୧୫/ ୧୬-୩୧ ଜୁନ୍, ୨୦୧୧