ବାରରେ ଝଡ଼

  • 12/09/2015

ବାର (Bar) ଏକ ଇଂରାଜୀ ଶବ୍ଦ ଯାହା ପାନଶାଳା ପାଇଁ ବ୍ୟବହାର ହୁଏ ଓ ଆଇନବୃତ୍ତ ପାଇଁ ମଧ୍ୟ ବ୍ୟବହାର ହୁଏ । ଏଭଳି କୌଣସି ବିଷୟ ନାହିଁ ଯାହାର ଆଲୋଚନା ପାନଶାଳାରେ ହୋଇପାରେନା ବା ଆଇନ ବୃତ୍ତଧାରୀମାନେ କରିପାରନ୍ତି ନାହିଁ । ତେଣୁ ଚୁମ୍ବନ ବା ଆଲିଙ୍ଗନ ଉପରେ ଆଲୋଚନା ହେବା ଆଦୌ ଅସ୍ୱାଭାବିକ ନୁହେଁ । କିନ୍ତୁ ଝଡ଼ ଉଠିଛି ଅଦାଲତର ଏକ ନିଦେ୍ର୍ଧଶକୁ ନେଇ । ନିଦେ୍ର୍ଧଶଟି ହେଉଛି ହଲିଉଡ଼ ଅଭିନେତା ରିଚାର୍ଡ଼ ଗେରଙ୍କୁ ଗିରଫ କରିବା ପାଇଁ । ନିଦେ୍ର୍ଧଶ ଦେଇଛନ୍ତି ଜୟପୁର ସ୍ଥିତ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ଅଭିଯୋଗ ହେଉଛି ଯେ ବିଦେଶୀ ରିଚାର୍ଡ଼ ଗେର ଦେଶୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁ ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ନିବିଡ଼ ଆଲିଙ୍ଗନ ଓ ଚୁମ୍ବନ କରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି ଯାହା ଆଇନ ଦୃଷ୍ଟିରେ ଗ୍ରହଣୀୟ ନୁହେଁ । ଏଠାରେ ସ୍ମରଣ କରଯାଇପାରେ ଯେ, ଏଡସ୍ ସଚେତନତା ପ୍ରସାର କରିବାକୁ ଯାଇ ଆୟୋଜିତ କାର୍ଯ୍ୟକ୍ରମରେ ଏହିଭଳି ଘଟଣା ଘଟିଥିଲା ଓ ଏହା ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ଓ ପ୍ରଦର୍ଶିତ ହୋଇ ଦର୍ଶକ ଓ ପାଠକ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।
କିନ୍ତୁ ବିଡ଼ମ୍ବନା ଯେ, ସାଧାରଣ ଲୋକର ଶୀଳବୋଧ ପ୍ରତି କୁଠାରଘାତ କରିଥିବା ଏହି ଦୃଶ୍ୟ ପାଇଁ ଯେତେବେଳେ ରିଚାର୍ଡ଼ ଗେରଙ୍କୁ ଗିରଫ କରିବା ପାଇଁ ଅଦାଲତ ନିଦେ୍ର୍ଧଶ ଦିଅନ୍ତି ସେତେବେଳେ ଭାରତରେ କେତେକ ଖ୍ୟାତନାମା ଆଇନଜୀବୀ ଏହି ନିଦେ୍ର୍ଧଶକୁ ଏକ ଅଶୋଭନୀୟ ବିଚାର (Judicial Indecency) (ଦ୍ରଷ୍ଟବ୍ୟ-The Times of India, 28.4.2007) ବୋଲି ଆଖ୍ୟାୟିତ କରନ୍ତି । ଏହି ଆଇନଜୀବୀମାନଙ୍କୁ ଆମେ ଜାଣିବା ଉଚିତ । ସେମାନେ ହେଲେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମୁକୁଲ ସୋହତାଗୀ, କେ.ଟି.ସି.ତୁଲସୀ, ଦୁଷ୍ମନ୍ତ ଦୁବେଙ୍କ ଭଳି ପ୍ରତିଭାଶାଳୀ ଆଇନଜୀବୀ । ସେମାନେ ଦାବି କରିଛନ୍ତି ଯେ, ଏହିଭଳି ନିଦେ୍ର୍ଧଶକୁ ଖାରଜ କରିବା ପାଇଁ-ଏହିଭଳି ଦାବି କରିବା ଅଦାଲତର ବାହାରେ ଉଭୟ ନ୍ୟାୟପାଳିକାର ଅବମାନନା ଓ ଏହାକୁ ପ୍ରଭାବିତ କରିବାର ପ୍ରୟାସ ବୋଲି ଏହି ବରିଷ୍ଠ ଆଇନଜୀବୀମାନେ କ’ଣ ବୁଝିପାରୁନାହାନ୍ତି? ନା, ତଳିଆ ଅଦାଲତ ପ୍ରତି ତାଚ୍ଛଲ୍ୟ ମନୋଭାବର ଏହା ହେଉଛି ପରିପ୍ରକାଶ? ନା, ଏଭଳି ବକ୍ତବ୍ୟ ଦେଇ ରିଚାର୍ଡ଼ ଗେରଙ୍କର ଓକିଲ ହୋଇ ମୋଟା ଅଙ୍କର ଫିସ୍ ଆଦାୟ କରିବାର ଏହା ଏକ ରଣନୀତି । କାରଣ ଏହି ଆଇନଜୀବୀମାନେ ରିଚାର୍ଡ଼ ଗେରଙ୍କର ଗିରଫ ପରୱାନାକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି । ସେଭଳି ବ୍ୟସ୍ତତା ତାଙ୍କଠାରେ ତ କାହିଁକି ଦେଖାଯାଇ ନାହିଁ-ଯେତେବେଳେ ଆଇନର ଅର୍ଗଳିରେ ସାଧାରଣ ଲୋକର ଜୀବନଜୀବିକା ଅପହୃତ ହୁଏ-ସାଧାରଣ ଲୋକ ଅସହାୟ ହୋଇପଡ଼େ?
କହିବା ବାହୁଲ୍ୟ ଯେ ଏହି ବରିଷ୍ଠ ଆଇନଜୀବୀ ମାନେ ତାଙ୍କର ପ୍ରତିପତ୍ତର ଆଧାର କରିଛନ୍ତି – ଧନ ଓ ଗ୍ଲାମରକୁ । ଏହାହିଁ ତାଙ୍କର ଔଦ୍ଧତ୍ୟର ଆଧାର । ସାଧାରଣ ଲୋକର ଆବେଗ, ତାର ଶୀଳବୋଧ, ତାର ସଂସ୍କୃତି ତାର ଜୀବନ ଜୀବିକା କେବେବି ଏମାନଙ୍କର ଚିନ୍ତାଭାବନା ମଧ୍ୟରେ ନାହିଁ । ଇନ୍ଦ୍ରସଭାର ସଭ୍ୟ ଏମାନେ । ସବୁ ମୁକ୍ତ ଦୃଶ୍ୟ ଏମାନଙ୍କର ଉପଜୀବ୍ୟ ।

Print Friendly, PDF & Email