୧୬-୩୦ ନଭେମ୍ବର, ୨୦୦୭
ଜଣେ ରାଜନୈତିକ ବ୍ୟକ୍ତିଙ୍କର ପନôୀଙ୍କ ଦଶାହରୁ ଫେରି ବନ୍ଧୁ ମୋର କହିଲେ ‘ଆଶ୍ଚର୍ଯ୍ୟ କଥା ଯେ ସେଠାରେ ଶୋକର କୌଣସି ଗନ୍ଧ ହିଁ ନଥିଲା । ମନେ ହେଉଥିଲା ଯେପରି ସଦ୍ୟ ବିପନôୀକ ହୋଇପଡ଼ିଥିବା ଏହି ରାଜନୈତିକ ବ୍ୟକ୍ତିଙ୍କୁ ତାଙ୍କର କ୍ରମଶଃ କ୍ଷୀଣ ହୋଇପଡ଼ୁଥିବା ରାଜନୈତିକ ପ୍ରଭାବକୁ ପୁନର୍ଜୀବିତ କରିବା ପାଇଁ ଏକ ଅପୂର୍ବ ଅବସରଟିଏ ମିଳିଯାଇଛି ।’ ମୁଁ କହିଲି ଏବେ ତ ସବୁ ହେଉଛି ଚ.ଜ.ଙ୍ଗକ୍ଟକ୍ସଳ ଲୋକସମ୍ପର୍କ ଯୋଜନା ତାହା ଦଶାହ ହେଉ, ମରିଯାଇଥିବା ଲୋକର ସ୍ମାରକୀ ବକ୍ତୃତା ହେଉ, ବାହାଘର, ବ୍ରତଘର, ଏକୋଇଶିଆ, ଜନ୍ମଦିନ ସବୁ ଗୋଟିଏ ଗୋଟିଏ ଅବସର ମାତ୍ର, ଧନୀ, କ୍ଷମତାସୀନ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ନିଜର ପ୍ରଭାବକୁ ଦର୍ଶାଇବା ପାଇଁ । କିନ୍ତୁ ଏହି ପ୍ରବଣତା ଇତ୍ୟବସରରେ ଏପରି ଗ୍ରାସ କଲାଣି ଯେ, ସାମାନ୍ୟ ସୌଜନ୍ୟ ପାଶୋର ହୋଇଗଲାଣି । ତା’ ନହେଲେ ସାହିତ୍ୟ ଏକାଡ଼େମୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବକ୍ତା ମନୋଜ ଦାସ ଭାଷଣ ଦେଉଦେଉ ଅଟକି ଯାଇ ମଞ୍ଚରେ ବସିଥିବା ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅନାଇ କାହିଁକି କହିଥାନ୍ତେ, ‘ମନ୍ତ୍ରୀ ମହୋଦୟ-ଦୟାକରି ମତେ ଡିଷ୍ଟର୍ବ କରନ୍ତୁ ନାହିଁ । ଭାଷଣ ବେଳେ ପାଟିତୁଣ୍ଡ କଲେ ମୋର ଏକାଗ୍ରତା ନଷ୍ଟ ହୁଏ ଏବଂ ମୁଁ ମୋର ଯାହା କହିବା କଥା ତାହା ଭୁଲିଯାଏ । ତେଣୁ ଆପଣ ଯଦି ଆଲୋଚନା ବନ୍ଦ ନକରିବେ, ତେବେ ମୁଁ ଭାଷଣ ବନ୍ଦ କରିଦେବି ।’ (ଦ୍ରଷ୍ଟବ୍ୟ – ସାହିତ୍ୟ ଏକାଡ଼େମୀରେ ସରକାରୀକରଣ – ବରେନ୍ଦ୍ର କୃଷ୍ଣ ଧଳ, ଧରିତ୍ରୀ, ତା-୬/୧୧/୨୦୦୭) ।
ସମସ୍ତେ ତ ମନୋଜ ଦାସଙ୍କ ଭଳି ଖ୍ୟାତିସମ୍ପନ୍ନ ନୁହନ୍ତି ଯିଏ ସର୍ବସାଧାରଣରେ କ୍ଷମତାସୀନଙ୍କୁ ଏପରି କହିଦେଇ ପାରିବେ ଓ ଚୁପ୍ କରାଇଦେବେ । ଖ୍ୟାତିସମ୍ପନ୍ନ ହୋଇ ମଧ୍ୟ ମାଟିର ମଣିଷ ହୋଇ ନଥିବାରୁ ମାନ୍ନା ଦେ ତ’ ଏହା କରିପାରିଲେ ନାହିଁ । ଅକ୍ଷୟ ସମ୍ମାନ ନେବାକୁ ଆସିଥିବା ନିମନ୍ତ୍ରିତ ମାନ୍ନା ଦେ ଗୀତ ଗାଇବା ଆରମ୍ଭ କରନ୍ତେ ମୁଖ୍ୟଅତିଥି ଓ ତାଙ୍କର ଗୋଡ଼ାଣିଆମାନେ ପ୍ରେକ୍ଷାଳୟରୁ ଚାଲିଯାଉଥିବା ଦୃଶ୍ୟ ଦେଖି ତ’ ସେ କେବଳ ଅନାଇ ରହିଗଲେ ।
କହିବା ନିଷ୍ପ୍ରୟୋଜନ ଯେ, ଏହିଭଳି ଉତ୍ସବ ସବୁ ଯେଉଁ ପ୍ରକାଶ୍ୟ ଉଦେ୍ଧଶ୍ୟରେ କରାଯାଉଛି ତାହା କେବଳ ଉପଲକ୍ଷ ମାତ୍ର – ଭିତରି ଉଦେ୍ଧଶ୍ୟ ହେଉଛି ଆୟୋଜକମାନଙ୍କର ପ୍ରଭାବ ପ୍ରଦର୍ଶନ । ବଡ଼ ହଲ୍, ମଞ୍ଚବ୍ୟାକୁଳ କ୍ଷମତାସୀନ ବ୍ୟକ୍ତି, କିଛି ମୋଟା ଅଙ୍କର ଚାନ୍ଦା ଓ ଗୋଟିଏ ସାଂସ୍କୃତିକ ଉପଲକ୍ଷକୁ ଏକାଠି କରି ସଭାର ଆୟୋଜନ କରିବା ସରକାରୀ ଓ ବେସରକାରୀ ସ୍ତରରେ ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇପଡ଼ିଛି । ଏହାକୁ ଯଦି ଆୟୋଜକମାନଙ୍କର ଲୋକସମ୍ପର୍କ ଯୋଜନାର ଏକ ଅଂଶଭାବେ ବିଚାର କରାଯାଏ ତା’ହେଲେ ହତାଶ ହେବାର ସମ୍ଭାବନା ଯଥେଷ୍ଟ ହ୍ରାସ ପାଇପାରେ ।
ଉପରୋକ୍ତ ଦୁଇଟି ଉଦାହରଣରେ ଜୀବିତ ମଣିଷମାନଙ୍କ ପ୍ରତି ଅସମ୍ମାନର ସୂଚନା ମିଳୁଥିବା ବେଳେ ମୃତବ୍ୟକ୍ତିମାନଙ୍କ ପ୍ରତି ଅସମ୍ମାନର ନଜିର ମଧ୍ୟ କିଛି କମ୍ ନୁହେଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଶିଷ୍ଟ ପରିବେଶବିତ୍ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହାଙ୍କ ଉପସ୍ଥିତିରେ ନିକଟ ଅତୀତରେ ପ୍ରଦୁ୍ୟମ୍ନବଳ ସ୍ମାରକୀ ବକ୍ତୃତାର ଆୟୋଜନ ହୋଇଯାଇଛି ବହୁ ଆଡ଼ମ୍ବରରେ । ସମସ୍ତେ ଜାଣନ୍ତି ପ୍ରଦୁ୍ୟମ୍ନବାବୁ ଜଣେ ଅସହାୟ, ଅବହେଳିତ, ଦଳିତମାନଙ୍କ ପ୍ରତି ଦରଦ ଥିବା ମଣିଷ ଥିଲେ । ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣର ବିରୋଧୀ ଥିଲେ । ଯେଉଁମାନେ ଏହି ପ୍ରକ୍ରିୟାର ସମର୍ଥକ, ସେମାନଙ୍କର ସେ ଥିଲେ ଜଣେ କଠୋର ସମାଲୋଚକ । ତାଙ୍କ ଜୀବଦ୍ଧଶାରେ ପ୍ରଗତିବାଦୀ ପୃଷ୍ଠାରେ ଏହାର ରହିଛି ଅନେକ ଦୃଷ୍ଟାନ୍ତ । ସେ ଥିଲେ ବିସ୍ଥାପନ ବିରୋଧୀ ଜନଆନେ୍ଦାଳନଗୁଡ଼ିକର ନିଷ୍ଠାପର ସମର୍ଥକ । ବାଲିଆପାଳ, ଗନ୍ଧମାର୍ଦ୍ଧନ, ଚିଲିକା, ଗୋପାଳପୁର, କାଶୀପୁର ସବୁ ଅଞ୍ଚଳରେ ତାଙ୍କର ପରିଚିତି ଥିଲା ସଂଗ୍ରାମୀମାନଙ୍କ ମଧ୍ୟରେ । ସେମାନଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ଏହାର ମଧ୍ୟ ଅନେକ ଦୃଷ୍ଟାନ୍ତ ମିଳେ ତାଙ୍କ ଜୀବଦ୍ଧଶାରେ ପ୍ରକାଶିତ ପ୍ରଗତିବାଦୀର ପୃଷ୍ଠାରେ । ଆଜି ଯେଉଁଭଳି ଶିଳ୍ପୀକରଣର ପର୍ଯ୍ୟାୟ ଆରମ୍ଭ ହୋଇଛି ଓ ସାଧାରଣ ଜନତାର ଜୀବନଜୀବିକା ପ୍ରତି ଯେତେବେଳେ ପୂର୍ବାପେକ୍ଷା ବହୁଗୁଣ ଅଧିକ ବିପଦ ସୃଷ୍ଟି ହୋଇଛି – ସେତେବେଳେ ପ୍ରଦୁ୍ୟମ୍ନ ବଳ ବଞ୍ଚôଥିଲେ କେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତେ, ତାହା ସହଜରେ ଅନୁମେୟ ।
ଏହା ଓଡ଼ିଶାର ଦୁର୍ଭାଗ୍ୟ ଯେ, ଯେତେବେଳେ ତାଙ୍କର ସବୁଠାରୁ ଆବଶ୍ୟକତା, ସେ ଦିବଙ୍ଗତ । କିନ୍ତୁ ଏହା ଏକ ବିଡ଼ମ୍ବନା ଯେ, ଯେଉଁମାନେ ଆଜି ବିସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି – ନଗ୍ନ ଘରୋଇକରଣର ପୃଷ୍ଠପୋଷକ ସାଜିଛନ୍ତି ସେହିମାନଙ୍କର ଉପସ୍ଥିତିରେ, ସ୍ତୁତିଗାନର ପ୍ରାରମ୍ଭିକୀ ପରେ ପ୍ରଦାନ କରାଯାଉଛି ପ୍ରଦୁ୍ୟମ୍ନବଳ ସ୍ମାରକୀ ବକ୍ତୃତା-ତାଙ୍କର ନିର୍ଜୀବ ଫଟୋଟିକୁ ଥୋଇ । ଯଦି କେହି କୁହେ ପ୍ରଦୁ୍ୟମ୍ନବଳ ଉପଲକ୍ଷ ମାତ୍ର – ତା’ହେଲେ ତାହା ଅସତ୍ୟ ବୋଲି କୁହାଯିବ ନାହିଁ । ଯେଉଁମାନେ ପ୍ରଦୁ୍ୟମ୍ନବଳଙ୍କୁ ଭଲ ପାଉଥିଲେ ସେମାନଙ୍କର ଆଶଙ୍କା ଯେ, ଯଦି ପ୍ରଦୁ୍ୟମ୍ନ ବଳଙ୍କୁ ଉପଲକ୍ଷ କରି ଏହିଭଳି ସ୍ମାରକୀ ସଭା ଆଉ କିଛିବର୍ଷ ଚାଲେ – ତା’ହେଲେ ପ୍ରଦୁ୍ୟମ୍ନବଳ ଯେ, ସାଧାରଣ ମଣିଷର ଏକଦା ସାଥି ଥିଲେ ତାହା ଜନମାନସରୁ କ୍ରମଶଃ ପୋଛି ହୋଇଯିବ । ଯଦି ଏହା କୁହାଯିବାକୁ କେହି ପରିହାସ ବୋଲି କୁହନ୍ତି ତା’ହେଲେ ପ୍ରଦୁ୍ୟମ୍ନ ବଳଙ୍କୁ ନିରୋଳା ଭଲ ପାଉଥିବା ମଣିଷମାନେ ନିଶ୍ଚିତ ସବୁଠାରୁ ଅଧକ ବ୍ୟଥିତ ହେବେ ।