୧-୧୫ ଜୁଲାଇ ୨୦୧୨
ବିଜୁ ପରିବାରବିଜୁ ଅନୁରକ୍ତ ଓ ଏହି ଅନୁରକ୍ତିରୁ ବିଜୁ ଜନତାଦଳକୁ ଦୀର୍ଘ ବାରବର୍ଷ ଧରି ମାର୍ଗଦର୍ଶନ କରାଇ ଆସୁଥିବା ପ୍ୟାରୀମୋହନ ମହାପାତ୍ର, ବିଜେଡ଼ିରୁ ନିଲମ୍ବିତ ହେବାପରେ-ଏକ ବହୁ ଉଚ୍ଚାରିତ ପଦ ହେଉଛି ‘ବିଜୁ ପରିବାର’ । ଏହାର ବ୍ୟବହାର ପ୍ରଥମେ ବିଜେଡ଼ି ସୁପ୍ରିମୋ ବିଜୁପୁତ୍ର ନବୀନ ପଟ୍ଟନାୟକ ହିଁ କଲେ ଯେତେବେଳେ ସେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଘଉଚ)ର ଚାରିଜଣ ବିଧାୟକଙ୍କୁ ବିଜୁ ଜନତା ଦଳରେ ସାମିଲ କଲେ ଓ କହିଲେ ‘ଏବେଠାରୁ ସେମାନେ ‘ବିଜୁ ପରିବାର’ର ସଦସ୍ୟ ହୋଇଗଲେ ।’ (I welcome them and they are now members of the Biju Parivar, \âÁaý- http://www.orissadiary.com/Current News.asp?id=34354,June 5, 2012)ମୁଖ୍ୟମନ୍ତ୍ରୀ ନବୀନଙ୍କର ଏହି ଉଚ୍ଚାରଣ ପରେ, ବିଜେଡ଼ିକୁ ଫେରି ବିଜୁ ପରିବାରକୁ ସୁଦୃଢ଼ କରିବାକୁ ଚାହୁଁଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ବିଜେଡ଼ିରେ ସାମିଲ କରିବା ପାଇଁ ନବୀନ କୁଣ୍ଠିତ ନୁହନ୍ତି ବୋଲି ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଛି ।
ବିଜୁବାବୁ ଯେ ତାଙ୍କର ରକ୍ତ ସମ୍ପର୍କିତ ପରିବାର ଅପେକ୍ଷା ଜନସମ୍ପର୍କିତ ପରିବାର ଭିତରେ ଅଧିକ ସହଜ ଅନୁଭବ କରୁଥିଲେ- ତାହାର ନିଚ୍ଛକ ପ୍ରମାଣ ଯେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ଦିଲ୍ଲୀପ ରାୟଙ୍କର ଦିଲ୍ଲୀସ୍ଥିତ ବାସଭବନରେ । ଯଦିଓ ଆଉରଙ୍ଗଜେବ ରୋଡ଼ରେ ତାଙ୍କର ନିଜର ବାସଭବନ ଥିଲା ଓ ତାଙ୍କର ପନôୀ ଶ୍ରୀମତୀ ଜ୍ଞାନ ପଟ୍ଟନାୟକ ସେହି ଘରେ ରହୁଥିଲେ । ଅବଶ୍ୟ ତାଙ୍କର ଏହି ନିଜସ୍ୱ ବାସଭବନକୁ ଯିବା ସେ ମୃତୁ୍ୟର (୧୭ଏପ୍ରିଲ ୧୯୯୭) କୋଡ଼ିଏ ବର୍ଷ ପୂର୍ବରୁ ଛାଡ଼ି ଦେଇଥିଲେ । (http://www.indianexpress.com/news/naveen-patnaiks-mother passes away/42454, Feb17,2009)
ତେଣୁ ନବୀନକର୍ତ୍ତୃକ ‘ବିଜୁ ପରିବାର’ ପଦଟିକୁ ଆବିଷ୍କାର ଓ ଏହାର ବହୁଳ ବ୍ୟବହାର, ବିଜୁ ବାବୁଙ୍କର ଆତ୍ମାକୁ ଯେ ତୃପ୍ତି ଦେଇଥିବ- ଏଥିରେ ସନେ୍ଦହ ନାହିଁ । ଯଦିଓ ‘ବିଜୁ ପରିବାର’ରେ ସାମିଲ ହେବାପାଇଁ ନବୀନଙ୍କ ପ୍ରତି ଆନୁଗତ୍ୟ ଯେ ଏକ ଆବଶ୍ୟକୀୟ ଯୋଗ୍ୟତା-ଏହା ବିଜେଡ଼ିର ଉପସଭାପତି, ଦୁଇ ଦୁଇବାର ବରଖାସ୍ତ ମନ୍ତ୍ରୀ, ଅବିଚଳିତ ପ୍ୟାରୀବିରୋଧୀ ଦାମବାବୁ ବହୁଶବ୍ଦରେ କହିଛନ୍ତି । ଏତଦ୍ୱାରା ଦାମବାବୁ କିଛି ନୂଆକଥା କହୁନାହାନ୍ତି । ସେ ଭାରତୀୟ ରାଜନୀତିରେ ଆନୁଗତ୍ୟର ଏକ ନିର୍ଣ୍ଣାୟକ ଭୂମିକା ପ୍ରତି ହିଁ ଇଙ୍ଗିତ କରୁଛନ୍ତି । ନେହେରୁ ଅନୁଗତମାନେ ଇନ୍ଦିରାଙ୍କ ପ୍ରତି ଆନୁଗତ୍ୟ ନଦେଖାଇ, ବାହାରେ ରହିବା (ବିଜୁ ବାବୁ ନିଜେ ଏକ ଉଦାହରଣ), ଇନ୍ଦିରାଙ୍କ ପ୍ରତି ଅନୁଗତମାନେ ସଞ୍ଜୟ ଗାନ୍ଧୀଙ୍କ ପ୍ରତି ଆନୁଗତ୍ୟ ନ ଦେଖାଇ ବାହାରେ ରହିବା(ନନ୍ଦିନୀ ଶତପଥୀ ହେଉଛନ୍ତି ଉଦାହରଣ)-ରାଜନୀତିରେ ସ୍ଥିତି ବଜାୟ ରଖିବାକୁ ହେଲେ ଆନୁଗତ୍ୟ ଯେ କେତେ ଜରୁରୀ, ତାହାର ଚରମ ଦୃଷ୍ଟାନ୍ତ । ତେଣୁ ‘ବିଜୁ ପରିବାର’ରେ ବିଜୁ ଉପଲକ୍ଷ ମାତ୍ର । ବିଜୁପୁତ୍ର ନବୀନଙ୍କ ପ୍ରତି ଅବିଚଳିତ ଆନୁଗତ୍ୟ ହିଁ ଏହି ପରିବାରର ସଦସ୍ୟତା ପାଇଁ ଅପରିହାର୍ଯ୍ୟ । -ଶୁଦ୍ରକ