ଦ୍ୱିତୀୟ ସବୁଜ ବିପ୍ଳବର ଯେଉଁମାନେ ଆହ୍ୱାନ ଦେଇଛନ୍ତି, ସେମାନେ ଜି.ଏମ୍ (ଜେନେଟିକାଲି ମଡ଼ିଫାଏଡ଼୍) ବିହନର ପ୍ରଚଳନ ପାଇଁ ହିଁ ଆହ୍ୱାନ ଦେଇଛନ୍ତି- ଏହା ଆମକୁ ସିଧାସଳଖ ଭାବେ ବୁଝିବାକୁ ହେବ । ଏହାର ପ୍ରଚଳନ ହେଲେ ରାସାୟନିକ ସାର, କୀଟନାଶକ ଇତ୍ୟାଦିର ବ୍ୟବହାର ଫଳରେ କୃଷିଉପରେ ଯେଉଁ କୁପ୍ରଭାବ ପଡ଼ିଲା, ସେଥିରୁ ଆମକୁ ମୁକ୍ତି ମିଳିଯିବ । ଖାଦ୍ୟଶସ୍ୟ ଉପôାଦନ ବୃଦ୍ଧିପାଇବ । ବର୍ତ୍ତମାନ ସାରା ବିଶ୍ୱରେ ବହୁ ପ୍ରଚାରିତ ଖାଦ୍ୟଶସ୍ୟର ଅଭାବକୁ ଦୂର କରିଦେବ ଏହି ଜି.ଏମ୍ ବିହନର ପ୍ରଚଳନ- ଏହିଭଳି ଧାରଣା ଦେବା ପାଇଁ ଅନବରତ ଚେଷ୍ଟା ମଧ୍ୟ ଚାଲିଛି । କିନ୍ତୁ ଜି.ଏମ୍. ବିହନର ଉପôାଦନ କ୍ଷମତା ଯେ ଯେପରି ଦାବି କରାଯାଉଛି, ସେପରି ନୁହେଁ, ତାହା ଏକ ବୈଜ୍ଞାନକ ଗବେଷଣାରୁ ଜଣାପଡ଼ିଛି । (ଦ୍ରଷ୍ଟବ୍ୟ- The Statesman, 21st April 2008-P-6- Exposed: The GM crops Myth) ଏହି ଗବେଷଣା ଗତ ୩ବର୍ଷ ଧରି ଚାଲିଥିଲା ଆମେରିକାର କାନ୍ସାସ୍ (Kansas) ବିଶ୍ୱବିଦ୍ୟାଳୟରେ । ଏହି ଗବେଷଣା ଅନୁସାରେ ଜି.ଏମ୍ ସୋୟାବିହନ ବ୍ୟବହାର କରି ଉପôାଦିତ ଶସ୍ୟର ପରିମାଣ ସାଧାରଣ ସୋୟାବିହନରୁ ଉପôାଦିତ ଶସ୍ୟର ପରିମାଣଠାରୁ ପ୍ରାୟ ଶତକଡ଼ା ୧୦ଭାଗ କମ୍ । ଏହି ଗବେଷଣାଟି କରିଛନ୍ତି ବିଶ୍ୱବିଦ୍ୟାଳୟ ଆଗ୍ରୋନେମି ବିଭାଗର ପ୍ରଫେସର ବାର୍ଣ୍ଣେ ଗର୍ଡ଼ନ୍ ଯାହା ପ୍ରକାଶିତ ହୋଇଛି “ ଈରଗ୍ଧଗ୍ଧରକ୍ସ ଉକ୍ସକ୍ଟକ୍ଟ୍ରଗ୍ଦ”ନାମକ ଏକ କୃଷି ଗବେଷଣା ପତ୍ରିକାରେ । ଏହି ଗବେଷଣା ସେ ଆରମ୍ଭ କଲେ ଯେତେବେଳେ ଦେଖିଲେ ଯେ ଜି.ଏମ୍ ବିହନ ବ୍ୟବହାର କରିବା ସତ୍ତ୍ୱେ ଏବଂ ସବୁପ୍ରକାର ଅନୁକୂଳ ପରିବେଶ ଯୋଗାଇଦେବା ସତ୍ତ୍ୱେ ଅମଳ ଆଶାନୁରୂପ ହେଉନାହିଁ । ପ୍ରଫେସର ଗର୍ଡ଼ନ୍ ମନ୍ସାଣ୍ଟୋ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଜି.ଏମ୍ ବିହନ ବ୍ୟବହାର କରି ହିଁ ଅଧ୍ୟୟନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଏହିଭଳି ଅଧ୍ୟୟନ ନେବ୍ରାସ୍କା ବିଶ୍ୱବିଦ୍ୟାଳୟ (University of Nebraska)ରେ ହୋଇଥିଲା । ସେହି ଅଧ୍ୟୟନରେ ମଧ୍ୟ ଜଣାପଡ଼ିଥିଲା ଯେ ଜି.ଏମ୍ ବିହନ ସାଧାରଣ ବିହନଠାରୁ କମ୍ ଉପôାଦନକ୍ଷମ ।