ସଂବାଦ ଟି ଗଢା ହୋଇଥିଲା ପ୍ରିନ୍ସ ଅଫ ଓଲସ (Prince of Wales) ଓ ଗାଂଧୀ ଙ୍କ ମଧ୍ୟରେ ସହସା ସାକ୍ଷତକୁ କେନ୍ଦ୍ର କରି । ପ୍ରକାଶ ପାଇଥିଲା ବିଲାତ ଦେଶର ଏକ ପ୍ରସିଦ୍ଧ ଖବର କାଗଜ ଇଭିନିଂ ସ୍ଟାଣ୍ଡାର୍ଡ ( Evening Standard) ରେ । ଏହାର ପୁନଃପ୍ରକାଶ ହୋଇଥିଲା ତତ୍କାଳିନ କଂଗ୍ରେସ ଦଳ କୁ ସମର୍ଥନ କରୁଥିବା ଓ ବମ୍ବେରୁ ପ୍ରକାଶ ପାଉଥିବା ଖବର କାଗଜ ଫ୍ରି ପ୍ରେସ ଜର୍ଣାଲ (Free Press Journal) ରେ । ଏହାର ଲେଖକ ଥିଲେ ଗାଂଧୀଙ୍କ ସହ ପୂର୍ବରୁ ପରିଚିତ ଥିବା ଇଂରାଜ ସାମ୍ବାଦିକ ଜର୍ଜ ସ୍ଲୋକୋମ୍ବ (George Slocombe) । ଏ ମହାଶୟ ପୁନାସ୍ଥିତ ୟେରବାଦା ଜେଲ ରେ ଗାଂଧୀଙ୍କ ର ଏକ ସାକ୍ଷାତକାର (୧୯ ଓ ୨୦ ମଇ ୧୯୩୦) ନେଇ ତାହାର ସଠିକ ଉପସ୍ଥାପନା କରି ଏକ ନିରପେକ୍ଷ ସାମ୍ବାଦିକ ଭାବେ ଗ୍ରହଣୀୟ ହୋଇଯାଇଥିଲେ । ତେଣୁ ତାଙ୍କ ଦ୍ୱାରା ପରିବେଷିତ ସଂବାଦକୁ ଗୁରୁତ୍ୱ ଦିଆଯାଉଥିଲା । ସ୍ୱଭାବିକ ଗାଂଧୀ- ପ୍ରିନ୍ସ ଅଫ େଓଲସ ସାକ୍ଷାତ ର ବିବରଣୀ, ତାହା ପୁଣି ସ୍ଲୋକୋମ୍ବଙ୍କ କଲମରୁ , ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଥିଲା, ଯଦିଓ ସେ ଯାହା ସେ ଲେଖିଥିଲେ ତାହା ଅବିଶ୍ୱାସନୀୟ ମନେ ହେଉଥିଲା । ସେ ଲେଖିଥିଲେ, “ଏକ ଅପ୍ରତ୍ୟାଶିତ କଥା ଗାଂଧୀ କଲେ । ସେ ତାଙ୍କ (ପ୍ରିନ୍ସ ଅଫ ଓଲସ) ଆଡକୁ କ୍ଷିପ୍ର ଗତିରେ ଆଗେଇ ଗଲେ, ଚଟ୍ଟାଣ ଆଡକୁ ନଇଁ ପଡିଲେ ଏବଂ ଦୁଇ ହାତରେ ପ୍ରିନ୍ସ ଅଫ ଓଲସଙ୍କ ପାଦକୁ ଜାବୁଡି ଧରିଲେ…..ଏବଂ ପାଦକୁ ଧରି ନିବେଦନ କଲେ, କହିଲେ- ‘ମହାଶୟ, ଭାରତ ପ୍ରତି ସଦୟ ହୁଅନ୍ତୁ ।’”( Gandhi did an unexpected thing. He went swiftly forward, bent to the floor and with both hands embraced the feet of the Prince of Wales….and still couching at the Prince’s feet, he appealed to him, ‘Sir, be kind to India.’) ଜବାହାରଲାଲ ନେହେରୁ ଯେତେବେଳେ ଗାଂଧୀଙ୍କ ଠାରୁ ଏହି ସମ୍ବାଦର ସତ୍ୟତା ବିଷୟରେ ଜାଣିବାକୁ ଚାହିଁଲେ, ସେତେବେଳେ ସ୍ଲୋକୋମ୍ବଙ୍କୁ ଏହି ସମ୍ବାଦର ଭିତ୍ତି (‘authority for the story’) ବିଷୟରେ ପଚାରିବା ପାଇଁ ଗାଂଧୀ ପରାମର୍ଶ ଦେଇଥିଲେ । ନେହେରୁ ସ୍ଲୋକୋମ୍ବଙ୍କ ଠାରୁ ଜାଣିବାକୁ ଚାହିଁଥିଲେ, ଏହି ଭଳି ସମ୍ବାଦ ର ଉତ୍ସ କଣ? ବେଶ ନିର୍ଭରଯୋଗ୍ୟ ସୂତ୍ରରୁ ଏହି ସମ୍ବାଦ ପାଇଛନ୍ତି ବୋଲି ନେହେରୁଙ୍କୁ ଉତ୍ତରରେ ଜଣାଇଥିଲେ ସ୍ଲୋକୋମ୍ବ । ସ୍ଲୋକୋମ୍ବଙ୍କ ଏହି ଉତ୍ତରକୁ ନେହେରୁ ଗାଂଧୀଙ୍କୁ ଜଣାଇ ଦେଇଥିଲେ । ଏହି ପ୍ରସଂଗର ଅବତାରଣା କରି ସୁନୀତି କୁମାର ଘୋଷ ଲେଖନ୍ତି, “ଗାଂଧୀ ନୀରବ ରହିବାକୁ ହିଁ ପସଂଦ କଲେ । ଏହି ସମ୍ବାଦର ପ୍ରତିବାଦ ତାଙ୍କ ଦ୍ୱାରା ଲିଖିତ ଅସଂଖ୍ୟ ଚିଠି, ଅଭିଭାଷଣ, ଗଣମାଧ୍ୟମକୁ ବାର୍ତ୍ତାରେ ଦେଖାଗଲା ନାହିଁ । ଏପରିକି ଏହି ସମ୍ବାଦ ପ୍ରକାଶିତ ହୋଇଥିବା ଖବର କାଗଜ ଇଭିନିଂ ସ୍ଟାଣ୍ଡାର୍ଡ ଓ ଫ୍ରି ପ୍ରେସ ଜର୍ଣାଲ ରେ ଏହି ସମ୍ବାଦକୁ ଖଂଡନ କରାଗଲା ନାହିଁ ।” (Gandhi chose to remain silent.No denial by Gandhi appeared in any of his numerous press statements, speeches or letters, nor did he send any contradiction to Evening Standard or Free Press Journal…) । କିନ୍ତୁ ପ୍ରସିଦ୍ଧ ସାମ୍ବାଦିକ ରାମଚନ୍ଦ୍ର କୃଷ୍ଣ ପ୍ରଭୂ (R.K.Prabhu)ଙ୍କ ଦ୍ୱାରା ସଂକଳିତ ପୁସ୍ତକ (This was Bapu-One hundred fifty anecdotes relating to Mahatma Gandhi, Navajiban Publishing House, Ahmedabad)ରେ A News Paper Hoax ଶିରୋନାମା ରେ ସ୍ଥାନିତ ଏକ ବିବରଣୀ ରୁ ଜଣାପଡେ ଯେ ଉକ୍ତ ସମ୍ବାଦ ଉପରେ ଗାଂଧୀଙ୍କର ମନ୍ତବ୍ୟକୁ ଏକ ପତ୍ର ଜରିଆରେ ସ୍ଲୋକୋମ୍ବଙ୍କୁ ଜଣାଇ ଦିଆଯାଇ ଥିଲା । ଗାଂଧୀଙ୍କର ମନ୍ତବ୍ୟ ଥିଲା ଏହିପରି- “ଶ୍ରୀମାନ ସ୍ଲୋକୋମ୍ବ, ମୁଁ ଆପଣଙ୍କ ଠାରୁ ଆଶା କରୁଥିଲି ଯେ ଆପଣ ଭଲ ଜାଣିଥିବେ । ଏହା ଆପଣଙ୍କର କଳ୍ପନାର ମଧ୍ୟ ଗୌରବ ବୃଦ୍ଧି କରୁ ନାହିଁ । ମୁଁ ଭାରତର ଦରିଦ୍ରତମ ଅସ୍ପୃଶ୍ୟ, ଦରିଦ୍ରତମ ମେହନ୍ତର ସାମନାରେ ଆଣ୍ଠୁ ଭାଙ୍ଗି ନଇଁବି
କାରଣ ଶତାବ୍ଦୀ ଶତାବ୍ଦୀ ଧରି ତାକୁ ପଦଦଳିତ କରି ରଖିବାରେ ମୁଁ ମଧ୍ୟ ଭାଗ ନେଇଛି, ଏପରିକି ମୁଁ ତାର ପାଦ ଧୂଳି ନେଇ ମୁଣ୍ଡରେ ମାରିବି । କିନ୍ତୁ ମୁଁ , ପ୍ରିନ୍ସ ଅଫ େଓଲସ ତ ଦୂରର କଥା, ରାଜାଙ୍କ ସମ୍ମୁଖରେ ବି ନିଜକୁ ଭୂମିଷ୍ଠ କରିବି ନାହିଁ, କେବଳ ଗୋଟିଏ କାରଣ ପାଇଁ ଯେ ସେ ଶକ୍ତିର େଓøøଦ୍ଧତ୍ୟ କୁ ପ୍ରତିନିଧିତ୍ୱ କରନ୍ତି । ମୁଁ ପଛେ ହସ୍ତୀ ଦ୍ୱାରା ପଦଦଳିତ ହୋଇଯିବା ପସନ୍ଦ କରିବି, କିନ୍ତୁ ତା ସମ୍ମୁଖରେ ଭୂମିଷ୍ଠ ହେବି ନାହିଁ, ପିମ୍ପୁଡି ସମ୍ମୁଖରେ ହୋଇପାରେ କାରଣ ମୋ ଅଜାଣତରେ କେତେବେଳେ ମୁଁ ତାକୁ ଚକଟି ଦେଇଥିବି ।”
(“ Well, Mr. Slocombe, I would have expected you to knowbetter. This does not do credit to your imagination even. I would bend the knees before the poorest scavenger, the poorest untouchable in India, for having participated in crushing him for centuries, I would even take the dust off his feet. But I would not prostrate myself, not even before the King, much less before the Prince of Wales, for the simple reason that he represented insolent might. I may allow myself to be crushed by an elephant but not prostrate before him, but prostrate before an ant for having even unconsciously trodden upon him.”) ଏ ଭଳି ଚମକ୍ରାର ପ୍ରତିକ୍ରିୟା ଉକ୍ଟକ୍ଷକ୍ଷରମଗ୍ଧରୟ ଡକ୍ଟକ୍ସଳଗ୍ଦ କ୍ଟଲ ଏବଦ୍ଭୟଷସ (ଯାହା ନେଟରେ ଉପଲବ୍ଧ ) ରେ ସ୍ଥାନ ପାଇଥିବାର ଦୃଷ୍ଟିଗୋଚର ହୁଏ ନାହିଁ । ଯଦିଓ ଇଭିନିଂ ସ୍ଟାଣ୍ଡାର୍ଡକୁ ପରବର୍ତ୍ତୀ କାଳରେ (୧୨ ସେପ୍ଟମ୍ବର ୧୯୩୧) ଏକ ସାକ୍ଷାତକାର ଗାଂଧୀ ଦେଇଥିବା Collected Works of Gandhi ରେ ଉଲ୍ଲେଖ ଅଛି କିନ୍ତୁ ଉପରୋକ୍ତ ସମ୍ବାଦ ବିଷୟ ସେହି ସାକ୍ଷାତକାର ସମୟରେ ଉଠି ନାହିଁ । ଅବଶ୍ୟ ଏହା ମଧ୍ୟ ଜଣା ନାହିଁ ଯେ ଗାଂଧୀଙ୍କର ଉପରୋକ୍ତ ପ୍ରତିକ୍ରିୟାର ଉତ୍ତରରେ ସ୍ଲୋକୋମ୍ବ କଣ ଲେଖିଥିଲେ । ତେବେ ଏ ଲେଖକ ମନକୁ ନିମ୍ନୋକ୍ତ ପ୍ରଶ୍ନ ଗୁଡିକ ଆସୁଛି ।
୧. ସ୍ଲୋକୋମ୍ବ ଯିଏ କି ଗାଂଧୀଙ୍କର ସାକ୍ଷାତକାରର ନିରପେକ୍ଷ ପରିବେଷଣ କରି ସ୍ୱାଧୀନତାକାମୀ ନେତୃତ୍ୱର ବିଶ୍ୱାସଭାଜନ ହୋଇଥିଲେ, ସେ କାହିଁକି ଗାଂଧୀଙ୍କ ବ୍ୟକ୍ତିତ୍ୱକୁ ନ୍ୟୁନ କରି ଦେବାଭଳି ସଂବାଦ ପ୍ରକାଶ କଲେ?
୨. ବିଲାତ ଦେଶ ର ଇଭିନିଂ ସ୍ଟାଣ୍ଡାର୍ଡରେ ପ୍ରକାଶିତ ଏହି ସମ୍ବାଦକୁ ଭାରତରେ କଂଗ୍ରେସ ପ୍ରତି ସହାନୁଭୂତି ଥିବା ଫ୍ରି ପ୍ରେସ ଜର୍ଣାଲ ରେ କାହିଁକି ପୁନଃପ୍ରକାଶିତ ହେଲା ?
୩. ଏହି ସମ୍ବାଦ ଗାଂଧୀ ଗୋଲ ଟେବୁଲ ବୈଠକରେ ଯୋଗଦେବା ପୂର୍ବରୁ ପ୍ରକାଶ ପାଇବା ଉଦ୍ଦେଶ୍ୟମୂଳକ ଥିଲା କି, ବିଶେଷତଃ ଯେତେବେଳେ ଏହି ବୈଠକରେ ଗାଂଧୀଙ୍କର ଯୋଗଦାନ ଥିଲା ଅନିଶ୍ଚିତତା ର ଘେରରେ ?
କହିବା ବାହୁଲ୍ୟ, ଗାଂଧୀ ବିଶେଷଜ୍ଞମାନେ ଏହା ଉପରେ ଆଲୋକପାତ କଲେ ସ୍ୱାଧୀନପୂର୍ବ ଭାରତରେ ଚାଲିଥିବା ରାଜନୀତିର କିଛି ଅନାଲୋଚିତ ଦିଗ ଲୋକ ଲୋଚନ କୁ ଆସିପାରେ ।