୧୬-୩୦ ଫେବୃୟାରୀ, ୧-୧୫ ମାର୍ଚ୍ଚ, ୨୦୦୯
ସତ୍ୟମ୍ ମାଲିକ ବି.ରାମଲିଙ୍ଗ ରାଜୁ ୭୦୦୦ କୋଟି ଟଙ୍କା ଜାଲିଆତି ମାମଲାରେ ଗିରଫ ହେବା, ଜେଲ୍ୟିବା ଓ ଚଞ୍ଚଲଗୁଡ଼ା କେନ୍ଦ୍ରୀୟ ଜେଲ୍ରେ ତାଙ୍କୁ ବିଶେଷ ସୁବିଧା ଯୋଗାଇବା ପାଇଁ ସ୍ଥାନୀୟ କୋର୍ଟ କଲେକ୍ଟରଙ୍କୁ ନିଦେ୍ର୍ଧଶ ଦେବା ଓ କଲେକ୍ଟର ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହି ନିଦେ୍ର୍ଧଶ ପାଳନ କରିବାପାଇଁ ଅନୁମତି ଦେବା – ଶିକ୍ଷିତ, ବଡ଼ ବଡ଼ ଅପରାଧରେ ସମ୍ପୃକ୍ତ ପ୍ରଭାବଶାଳୀ ବିଚାରାଧୀନ କଏଦୀ (ବର୍ତ୍ତମାନ ଓ ଭବିଷ୍ୟତ)ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଦେବା ବିଚିତ୍ର ନୁହେଁ । ବି.ରାମଲିଙ୍ଗ ରାଜୁ ତାଙ୍କର ସାମାଜିକ ପ୍ରତିଷ୍ଠା (Social status),ଶିକ୍ଷା (education) ଏବଂ ଅଭ୍ୟାସ (habit of life)ଯୋଗୁଁ ଏକ ଉଚ୍ଚମାନର ଜୀବନଧାରଣ ସହ ଅଭ୍ୟସ୍ତ-ତେଣୁ ସେ ଜେଲ୍ରେ ବିଶେଷ ସୁବିଧା ପାଇଁ ହକ୍ଦାର; ଏହାକୁ ସ୍ୱୀକୃତି ଦେଇ ମାନ୍ୟବର ଅଦାଲତ ତାଙ୍କୁ ବିଶେଷ ସୁବିଧା ଯୋଗାଇ ଦେବାପାଇଁ ନିଦେ୍ର୍ଧଶ ଦେଇଥିଲେ । (ଦ୍ରଷ୍ଟବ୍ୟ :The Statesman, 8th February 2009) । ସୁବିଧାଗୁଡ଼ିକ ହେଉଛି ଯେ ତାଙ୍କୁ ଖଟ, ତକିଆ, ଚେୟାର, ଟେବୁଲ, ଯୋଗାଇ ଦିଆଯିବ । ପାଇଖାନା ଓ ଗାଧୁଆଘର ସଂଲଗ୍ନ କୋଠରୀରେ ସେ ରହିବେ । ତାଙ୍କ ସହିତ ଗିରଫ ହୋଇଥିବା ତାଙ୍କ ସାନଭାଇ ବି.ରାମାରାଜୁ ଓ ମୁଖ୍ୟ ଅର୍ଥ ସଞ୍ଚାଳକ ଶ୍ରୀନିବାସ ବଦଲାମନି ମଧ୍ୟ ରହିବେ । ନିଜ ଘରୁ ଖାଦ୍ୟ ଆଣିପାରିବେ, ବାହାରୁ ଖାଦ୍ୟ କିଣିପାରିବେ । ଫଳ-ବିସ୍କୁଟ କିଣିପାରିବେ । ଯଦି ଚାହିଁବେ ରୋଷେଇ ମଧ୍ୟ କରିପାରିବେ । ଏଥିପାଇଁ ତାଙ୍କୁ ବାସନକୁସନ ଯୋଗାଇ ଦିଆଯିବ । ଏହିଭଳି ସୁବିଧା ସୁଯୋଗ ଜଣେ ବିଚାରାଧୀନ କଏଦୀଙ୍କୁ ଯୋଗାଇ ଦିଆଯିବା ନିଶ୍ଚିତ ଭାବରେ ଏକ ଆକର୍ଷଣୀୟ ପଦକ୍ଷେପ-ଯାହା ଆଗାମୀ ଦିନମାନଙ୍କରେ ଗିରଫ ହେବାକୁ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବନ୍ଦୀଜୀବନକୁ ସହଜ କରିଦେବାର ପ୍ରତିଶ୍ରୁତି ବହନ କରେ । ଏହିଭଳି ବ୍ୟବସ୍ଥା ଦ୍ୱାରା ପ୍ରମାଣିତ ହୁଏ ଯେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଅପରାଧୀ ହେଲେ ହେଁ ଆଇନ ଆଖିର ପିତୁଳା ଅଟେ । ଅପରାଧ ନୁହେଁ, ଅପରାଧର ପରିମାଣ ହିଁ ବିଚାରକୁ ପ୍ରଭାବିତ କରିପାରେ, ତାହାର ଏହା ଅନ୍ୟ ଏକ ପ୍ରମାଣ । ୭ ଟଙ୍କାର ଅପରାଧ କରି ଜେଲ୍ର ଦୂଷିତ ପରିବେଶ ଭିତରେ ରହୁଥିବା ଅପରାଧୀ ନିଜକୁ ଶମ୍ପିବା ବିଚିତ୍ର ନୁହେଁ ଯେ ସେ କାହିଁକି ୭ହଜାର କୋଟି ଟଙ୍କାର ଅପରାଧ କଲାନାହିଁ । ରାଜୁଙ୍କ ପ୍ରତି ଦରଦ ବିଚାରର ପକ୍ଷପାତିତା ପ୍ରତିପାଦିତ କରୁଛି ଯାହା ବୋଧହୁଏ ଅପରାଧ ଆଇନର ନୀତିସମ୍ମତ ପ୍ରୟୋଗନୁହେଁ । ରାଜନୈତିକ ବନ୍ଦୀମାନଙ୍କୁ ବିଶେଷ ସୁବିଧା ଦିଆଯିବାର ଏକ ପରମ୍ପରା ଥିଲା । ଏହା ଗତ ଦେଢ଼ବର୍ଷ ଧରି ଛତିଶଗଡ଼ ଜେଲ୍ରେ ବନ୍ଦୀ ଜୀବନ କଟାଇଥିବା ଡାକ୍ତର ବିନାୟକ ସେନ୍ଙ୍କୁ ଉପଲବ୍ଧ ହେଉଛି କି ନାହିଁ ତାହା ଶୁଦ୍ରକ ଜାଣେନା । ପୋସ୍କୋ ଆନେ୍ଦାଳନର ନେତୃତ୍ୱ ନେଉଥିବା ଅଭୟ ସାହୁଙ୍କୁ ଏହିଭଳି ସୁବିଧା ଉପଲବ୍ଧ ହେଉନାହିଁ-ଏହା ତାଙ୍କର ସମର୍ଥକମାନଙ୍କର ଅଭିଯୋଗ । ତେବେ ଧଳା ପୋଷାକଧାରୀ ବଡ଼ବଡ଼ିଆ ଅପରାଧୀଙ୍କୁ ଏହିଭଳି ସୁବିଧା ଯୋଗାଇ ଦିଆଯିବାର ପର୍ବ ଯେ ଏତଦ୍ଦ୍ୱାରା ବିଧିବଦ୍ଧ ଭାବେ ଆରମ୍ଭ ହେଲା ଏଥିରେ ସନେ୍ଦହ ନାହିଁ । ସେବୀ(SEBI)ର ପୂର୍ବତନ ଅଧ୍ୟକ୍ଷ ଏମ୍.ଦାମୋଦରନ ଅହମ୍ମଦାବାଦସ୍ଥିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ସେମିନାରରେ ରାଜୁଙ୍କ ପାଇଁ ସରକାରଙ୍କର ଦରଦ ପ୍ରତି ଅଙ୍ଗୁଳିନିଦେ୍ର୍ଧଶ କରି ରାଜୁ ଯେ ଏକ ‘ସୁରକ୍ଷିତ ବନ୍ଦୀ’ (Raju in Protective custody’)-ଏହା କହିବାକୁ ପଛାଇ ନାହାନ୍ତି । ରାଜୁଙ୍କୁ ଦିଆଯାଇଥିବା ବିଶେଷ ସୁବିଧା ଭିତରେ ମଶାରୀ ଯୋଗାଣକୁ ବିଦ୍ରୁପ କରି ସେ କୁହନ୍ତି, ‘ମୁଁ ଜାଣେନା ତାଙ୍କ(ରାଜୁ)ପାଖକୁ ଯିବାପାଇଁ ମଶାଙ୍କର ସାହସ ଅଛି କି ନାହିଁ ।’ (I don’t know how brave the mosquitose are to go near him).