ଘରୋଇ ବିଶ୍ୱବିଦ୍ୟାଳୟକୁ ୯୯୯ବର୍ଷ ପାଇଁ ମାଗଣା ଜମି

  • 12/09/2015

ବହୁ ପ୍ରଚାରିତ ଆଇ.ଟି କମ୍ପାନୀ ଇନ୍ଫୋସିସର ପୂର୍ବତନ ଅଧ୍ୟକ୍ଷ ଓ ସମ୍ପ୍ରତି ଏହାର ଉପଦେଷ୍ଟା (mentor) ତଥା ଯୋଜନା କମିଶନ ଦ୍ୱାରା ସ୍ଥାପିତ ଉଚ୍ଚଶିକ୍ଷା କମିଟିର ଅଧ୍ୟକ୍ଷ ଏନ୍.ଆର.ନାରାୟଣମୂର୍ତ୍ତି ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା କ୍ଷେତ୍ର ପ୍ରତି ଆକୃଷ୍ଟ କରିବା ପାଇଁ ଯେଉଁସବୁ ସୁବିଧା ସୁଯୋଗର ପ୍ରସ୍ତାବ ରଖିଛନ୍ତି, ତାହା ଭିତରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ହେଉଛି ୯୯୯ବର୍ଷ ପାଇଁ ମାଗଣା ଜମି-ଯାହା ସରକାର ଯୋଗାଇବେ ।(ଦ୍ରଷ୍ଟବ୍ୟ-ସମାଜ, ୧୦/୫/୨୦୧୨) ଘରୋଇ କମ୍ପାନୀମାନେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଯେପରି ହାତେଇ ନେବା ପାଇଁ ଉଦ୍ୟମ କରୁଛନ୍ତି- ତାହାର ପୃଷ୍ଠଭୂମିରେ ଉଚ୍ଚଶିକ୍ଷା ଶିଳ୍ପ ପାଇଁ ୯୯୯ବର୍ଷ ପାଇଁ ମାଗଣା ଜମି ଲିଜ୍ ମାଗିବା ଏକ ଅଭ୍ୟାସଗତ ଦୋଷ କୁହାଯାଇପାରେ । ତେବେ ମାନବସମ୍ବଳ ବିକାଶ ମନ୍ତ୍ରୀ କୁହାଳିଆ କପିଳ ସିବଳ ଏହି ପ୍ରସ୍ତାବ ସପକ୍ଷରେ ଅନୁକୂଳ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି ଯଦି ପ୍ରକୃତ ସୁବିଧାସୁଯୋଗ ନ ଦିଆଯାଏ, ଯାହା ଭିତରେ ଜମି ହେଉଛି ମୂଳ, ତା’ହେଲେ ଘରୋଇ କମ୍ପାନୀମାନେ ଶିକ୍ଷାକ୍ଷେତ୍ର ପ୍ରତି କାହିଁକି ଆକୃଷ୍ଟ ହେବେ? କହିବା ବାହୁଲ୍ୟ ଯେ ବର୍ତ୍ତମାନର ସରକାର, ଯୋଜନା କମିଶନ ଓ କମିଶନ ଦ୍ୱାରା ସ୍ଥାପିତ ଉଚ୍ଚଶିକ୍ଷା କମିଟି; ସମସ୍ତେ ଉଚ୍ଚଶିକ୍ଷାର ଘରୋଇକରଣ ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି ଓ ସରକାର ନିୟନ୍ତ୍ରଣରେ ଥିବା ଲୋକ ସମ୍ପତ୍ତକୁ ଘରୋଇ ଅନୁଷ୍ଠାନଗୁଡ଼ିକ ହାତରେ ଟେକିଦେବା ପାଇଁ ସବୁପ୍ରକାର ଫିକର ବାନ୍ଧିବାରେ ଲାଗିଛନ୍ତି । ଘରୋଇ ଅନୁଷ୍ଠାନଗୁଡ଼ିକ ତ ସରକାରୀ ଜମିକୁ ଜବରଦଖଲ କରିଚାଲିଛନ୍ତି- ଅଧିକାରୀଙ୍କ ସହ ସଲାସୁତୁରାରେ ।
ଆଗାମୀ ୧୦ବର୍ଷ ଭିତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨କୋଟି ୬୦ଲକ୍ଷ ସ୍ଥାନ ସୃଷ୍ଟିହେବାର ଆବଶ୍ୟକତା ଅଛି ବୋଲି ଆକଳନ ଦର୍ଶାଇ ଏହି ଉଚ୍ଚଶିକ୍ଷା କମିଟି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଅପରିହାର୍ଯ୍ୟତାକୁ ଦର୍ଶାଇବା ବେଳେ- ଯୋଜନା କମିଶନ ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆଲୁୱାଲିଆ- ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଫିସ୍ ବୃଦ୍ଧି ସପକ୍ଷରେ ଜୋରଦାର ଯୁକ୍ତି କରିବା ଆରମ୍ଭ କରିଛନ୍ତି ।
୯୯୯ବର୍ଷ ଗୋଟିଏ ବିଶ୍ୱବିଦ୍ୟାଳୟର ଜୀବନରେ ଏକ ବିରାଟ ସମୟକାଳ । ପୃଥିବୀପୃଷ୍ଠରେ ପ୍ରଥମ ଆଧୁନିକ ବିଶ୍ୱବିଦ୍ୟାଳୟ ଯଦି ୧୦୮୮ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ University Bologna ହୁଏ (http://en.wikipedia.org/wiki/listof-oldest-universities-in-continuous-operation)ତା’ହେଲେ ଏହି ବିଶ୍ୱବିଦ୍ୟାଳୟକୁ ୯୯୯ବର୍ଷ ପୂରଣ କରିବା ପାଇଁ ଆହୁରି ୭୫ବର୍ଷ ବାକି ଅଛି । ଭାରତରେ ପ୍ରଥମ ୩ଟି ବିଶ୍ୱବିଦ୍ୟାଳୟ ଯଦି କାର୍ଯ୍ୟରତ ରହିଥାନ୍ତି, ତା’ହେଲେ ୯୯୯ବର୍ଷ ପୂରଣ କରିବେ ୨୮୫୬ଖ୍ରୀଷ୍ଟାବ୍ଦରେ ।
କିନ୍ତୁ ଶିକ୍ଷା ବ୍ୟବସାୟର ଏକ ବିପଣି ଭାବେ ଯେତେବେଳେ ଘରୋଇ ବିଶ୍ୱବିଦ୍ୟାଳୟର ପରିକଳ୍ପନା ହେଉଛି- ସେତେବେଳେ ସନେ୍ଦହ ସ୍ୱାଭାବିକ ମନକୁ ଆସେ ଯେ କେଉଁ ଘରୋଇ ବିଶ୍ୱବିଦ୍ୟାଳୟର ପରମାୟୁ ୯୯୯ବର୍ଷ ହେବ? ବିଶେଷତଃ ଯେତେବେଳେ ବଜାର ଅର୍ଥନୀତିରେ ଅନିଶ୍ଚିତତା ଆକସ୍ମିକ ନୁହେଁ ଓ ଲାଭ ହ୍ରାସ ପାଇଲେ ବା କ୍ଷତି ହେବା ଆରମ୍ଭ ହେଲେ ବ୍ୟବସାୟକୁ ବନ୍ଦକରି ଅନ୍ୟ ବ୍ୟବସାୟକୁ ଲମ୍ଫ ପ୍ରଦାନ କରିବା ବ୍ୟବସାୟୀମାନଙ୍କର ଚରିତ୍ର ।
ତେଣୁ ବିଶ୍ୱବିଦ୍ୟାଳୟକୁ ଉପଲକ୍ଷ୍ୟ କରି ୯୯୯ ବର୍ଷ ଲିଜ୍ପାଇଁ ଦାବି, ଜମି ଉପରେ ଦୀର୍ଘସ୍ଥାୟୀ ମାଲିକାନା ପାଇଁ ଘରୋଇ କ୍ଷେତ୍ରର ଏକ ଚକ୍ରାନ୍ତ କହିବା ଅସମୀଚିନ ହେବନାହିଁ । ନାରାୟଣ ମୂର୍ତ୍ତିଙ୍କ ଜରିଆରେ ଏହି ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାର ଉଦ୍ୟମ ବାରି ହୋଇଯାଉଛି । ନିଜ କମ୍ପାନୀପାଇଁ ବିଭିନ୍ନସହରରେ ସରକାରଙ୍କଠାରୁ ଜମି ହାତେଇବାରେ ସଫଳ ନାରାୟଣମୂର୍ତ୍ତି ଏହି ଉଦ୍ୟମ ପାଇଁ ଯେ ଯୋଗ୍ୟତମ ବ୍ୟକ୍ତି, ଏଥିରେ ସନେ୍ଦହ ନାହିଁ । -ଶୁଦ୍ରକଘରୋଇ ବିଶ୍ୱବିଦ୍ୟାଳୟକୁ ୯୯୯ବର୍ଷ ପାଇଁ
ମାଗଣା ଜମି
ବହୁ ପ୍ରଚାରିତ ଆଇ.ଟି କମ୍ପାନୀ ଇନ୍ଫୋସିସର ପୂର୍ବତନ ଅଧ୍ୟକ୍ଷ ଓ ସମ୍ପ୍ରତି ଏହାର ଉପଦେଷ୍ଟା (ଜ୍ଞରଦ୍ଭଗ୍ଧକ୍ଟକ୍ସ) ତଥା ଯୋଜନା କମିଶନ ଦ୍ୱାରା ସ୍ଥାପିତ ଉଚ୍ଚଶିକ୍ଷା କମିଟିର ଅଧ୍ୟକ୍ଷ ଏନ୍.ଆର.ନାରାୟଣମୂର୍ତ୍ତି ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା କ୍ଷେତ୍ର ପ୍ରତି ଆକୃଷ୍ଟ କରିବା ପାଇଁ ଯେଉଁସବୁ ସୁବିଧା ସୁଯୋଗର ପ୍ରସ୍ତାବ ରଖିଛନ୍ତି, ତାହା ଭିତରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ହେଉଛି ୯୯୯ବର୍ଷ ପାଇଁ ମାଗଣା ଜମି-ଯାହା ସରକାର ଯୋଗାଇବେ ।(ଦ୍ରଷ୍ଟବ୍ୟ-ସମାଜ, ୧୦/୫/୨୦୧୨) ଘରୋଇ କମ୍ପାନୀମାନେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଯେପରି ହାତେଇ ନେବା ପାଇଁ ଉଦ୍ୟମ କରୁଛନ୍ତି- ତାହାର ପୃଷ୍ଠଭୂମିରେ ଉଚ୍ଚଶିକ୍ଷା ଶିଳ୍ପ ପାଇଁ ୯୯୯ବର୍ଷ ପାଇଁ ମାଗଣା ଜମି ଲିଜ୍ ମାଗିବା ଏକ ଅଭ୍ୟାସଗତ ଦୋଷ କୁହାଯାଇପାରେ । ତେବେ ମାନବସମ୍ବଳ ବିକାଶ ମନ୍ତ୍ରୀ କୁହାଳିଆ କପିଳ ସିବଳ ଏହି ପ୍ରସ୍ତାବ ସପକ୍ଷରେ ଅନୁକୂଳ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି ଯଦି ପ୍ରକୃତ ସୁବିଧାସୁଯୋଗ ନ ଦିଆଯାଏ, ଯାହା ଭିତରେ ଜମି ହେଉଛି ମୂଳ, ତା’ହେଲେ ଘରୋଇ କମ୍ପାନୀମାନେ ଶିକ୍ଷାକ୍ଷେତ୍ର ପ୍ରତି କାହିଁକି ଆକୃଷ୍ଟ ହେବେ? କହିବା ବାହୁଲ୍ୟ ଯେ ବର୍ତ୍ତମାନର ସରକାର, ଯୋଜନା କମିଶନ ଓ କମିଶନ ଦ୍ୱାରା ସ୍ଥାପିତ ଉଚ୍ଚଶିକ୍ଷା କମିଟି; ସମସ୍ତେ ଉଚ୍ଚଶିକ୍ଷାର ଘରୋଇକରଣ ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି ଓ ସରକାର ନିୟନ୍ତ୍ରଣରେ ଥିବା ଲୋକ ସମ୍ପତ୍ତକୁ ଘରୋଇ ଅନୁଷ୍ଠାନଗୁଡ଼ିକ ହାତରେ ଟେକିଦେବା ପାଇଁ ସବୁପ୍ରକାର ଫିକର ବାନ୍ଧିବାରେ ଲାଗିଛନ୍ତି । ଘରୋଇ ଅନୁଷ୍ଠାନଗୁଡ଼ିକ ତ ସରକାରୀ ଜମିକୁ ଜବରଦଖଲ କରିଚାଲିଛନ୍ତି- ଅଧିକାରୀଙ୍କ ସହ ସଲାସୁତୁରାରେ ।
ଆଗାମୀ ୧୦ବର୍ଷ ଭିତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨କୋଟି ୬୦ଲକ୍ଷ ସ୍ଥାନ ସୃଷ୍ଟିହେବାର ଆବଶ୍ୟକତା ଅଛି ବୋଲି ଆକଳନ ଦର୍ଶାଇ ଏହି ଉଚ୍ଚଶିକ୍ଷା କମିଟି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଅପରିହାର୍ଯ୍ୟତାକୁ ଦର୍ଶାଇବା ବେଳେ- ଯୋଜନା କମିଶନ ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆଲୁୱାଲିଆ- ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଫିସ୍ ବୃଦ୍ଧି ସପକ୍ଷରେ ଜୋରଦାର ଯୁକ୍ତି କରିବା ଆରମ୍ଭ କରିଛନ୍ତି ।
୯୯୯ବର୍ଷ ଗୋଟିଏ ବିଶ୍ୱବିଦ୍ୟାଳୟର ଜୀବନରେ ଏକ ବିରାଟ ସମୟକାଳ । ପୃଥିବୀପୃଷ୍ଠରେ ପ୍ରଥମ ଆଧୁନିକ ବିଶ୍ୱବିଦ୍ୟାଳୟ ଯଦି ୧୦୮୮ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ ଈକ୍ଟକ୍ଷକ୍ଟଶଦ୍ଭବ ହୁଏ (ଷଗ୍ଧଗ୍ଧକ୍ଟ୍ର://ରଦ୍ଭ.ଙ୍ଗସଳସକ୍ଟ୍ରରୟସବ.କ୍ଟକ୍ସଶ/ଙ୍ଗସଳସ/କ୍ଷସଗ୍ଦଗ୍ଧକ୍ଟଲ-କ୍ଟକ୍ଷୟରଗ୍ଦଗ୍ଧ-ଙ୍କଦ୍ଭସଙ୍ଖରକ୍ସଗ୍ଦସଗ୍ଧସରଗ୍ଦ-ସଦ୍ଭ-ମକ୍ଟଦ୍ଭଗ୍ଧସଦ୍ଭଙ୍କକ୍ଟଙ୍କଗ୍ଦ-କ୍ଟକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ)ତା’ହେଲେ ଏହି ବିଶ୍ୱବିଦ୍ୟାଳୟକୁ ୯୯୯ବର୍ଷ ପୂରଣ କରିବା ପାଇଁ ଆହୁରି ୭୫ବର୍ଷ ବାକି ଅଛି । ଭାରତରେ ପ୍ରଥମ ୩ଟି ବିଶ୍ୱବିଦ୍ୟାଳୟ ଯଦି କାର୍ଯ୍ୟରତ ରହିଥାନ୍ତି, ତା’ହେଲେ ୯୯୯ବର୍ଷ ପୂରଣ କରିବେ ୨୮୫୬ଖ୍ରୀଷ୍ଟାବ୍ଦରେ ।
କିନ୍ତୁ ଶିକ୍ଷା ବ୍ୟବସାୟର ଏକ ବିପଣି ଭାବେ ଯେତେବେଳେ ଘରୋଇ ବିଶ୍ୱବିଦ୍ୟାଳୟର ପରିକଳ୍ପନା ହେଉଛି- ସେତେବେଳେ ସନେ୍ଦହ ସ୍ୱାଭାବିକ ମନକୁ ଆସେ ଯେ କେଉଁ ଘରୋଇ ବିଶ୍ୱବିଦ୍ୟାଳୟର ପରମାୟୁ ୯୯୯ବର୍ଷ ହେବ? ବିଶେଷତଃ ଯେତେବେଳେ ବଜାର ଅର୍ଥନୀତିରେ ଅନିଶ୍ଚିତତା ଆକସ୍ମିକ ନୁହେଁ ଓ ଲାଭ ହ୍ରାସ ପାଇଲେ ବା କ୍ଷତି ହେବା ଆରମ୍ଭ ହେଲେ ବ୍ୟବସାୟକୁ ବନ୍ଦକରି ଅନ୍ୟ ବ୍ୟବସାୟକୁ ଲମ୍ଫ ପ୍ରଦାନ କରିବା ବ୍ୟବସାୟୀମାନଙ୍କର ଚରିତ୍ର ।
ତେଣୁ ବିଶ୍ୱବିଦ୍ୟାଳୟକୁ ଉପଲକ୍ଷ୍ୟ କରି ୯୯୯ ବର୍ଷ ଲିଜ୍ପାଇଁ ଦାବି, ଜମି ଉପରେ ଦୀର୍ଘସ୍ଥାୟୀ ମାଲିକାନା ପାଇଁ ଘରୋଇ କ୍ଷେତ୍ରର ଏକ ଚକ୍ରାନ୍ତ କହିବା ଅସମୀଚିନ ହେବନାହିଁ । ନାରାୟଣ ମୂର୍ତ୍ତିଙ୍କ ଜରିଆରେ ଏହି ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାର ଉଦ୍ୟମ ବାରି ହୋଇଯାଉଛି । ନିଜ କମ୍ପାନୀପାଇଁ ବିଭିନ୍ନସହରରେ ସରକାରଙ୍କଠାରୁ ଜମି ହାତେଇବାରେ ସଫଳ ନାରାୟଣମୂର୍ତ୍ତି ଏହି ଉଦ୍ୟମ ପାଇଁ ଯେ ଯୋଗ୍ୟତମ ବ୍ୟକ୍ତି, ଏଥିରେ ସନେ୍ଦହ ନାହିଁ । -ଶୁଦ୍ରକ

Print Friendly, PDF & Email