ଖୋଳାଖୋଳିରୁ କୋଳାକୋଳି

  • 04/09/2015

ଇଚ୍ଛାଧିନ କୋଟା ପ୍ରସଙ୍ଗ ଅତ୍ୟନ୍ତ ରୋଚକ ମୋଡ଼ ନେଲାଣି । ୧୯୮୫ରୁ ୨୦୧୧ଭିତରେ ୮୩୨ଜଣ ହିତାଧିକାରୀ ଅଛନ୍ତି ବୋଲି ସମ୍ବାଦପତ୍ରରେ ସୂଚନା ପ୍ରକାଶ ପାଇଲାଣି । (ଧରିତ୍ରୀ: ୧୩/୧୧/୨୦୧୧) । ଯେଉଁ ନାଁ ସବୁ ଶୁଣାଯାଉଛି- ସେଥିରୁ ଜଣାଯାଉଛି ଯେ ଏ ସମାଜର ବଡ଼ବଡ଼ିଆ ମାନେ ହିଁ ଏହି ଇଚ୍ଛାଧିନ କୋଟା ଦ୍ୱାରା ଉପକୃତ ହୋଇଛନ୍ତି । ଶାସକଦଳର ଯେତିକି ଉପକୃତ ହୋଇଛନ୍ତି- ବିରୋଧୀ ଦଳର ମଧ୍ୟ ସେତିକି ଉପକୃତ ହୋଇଛନ୍ତି । ପ୍ରଶାସକ, ବିଚାରପତି ମଧ୍ୟ ଏହି ତାଲିକାରେ ଅଛନ୍ତି । ସାମ୍ବାଦିକ ମଧ୍ୟ ଥିବେ । ଏହା ହିଁ ବୋଧହୁଏ କାରଣ ଯେ ଏଯାବତ୍ ଏହା ପ୍ରକାଶ ପାଉନଥିଲା । ବୋଧହୁଏ ଏହା ଅପ୍ରକାଶିତ ରହିଯାଇଥାନ୍ତା ଯଦି ଓଡ଼ିଶା ବାହାରର ସାମ୍ବାଦିକ ଅନିରୁଦ୍ଧ ବହଲ (Cobrapost.com)ଏହାକୁ ଖୋଜି ବାହାର କରିନଥାନ୍ତେ । କିନ୍ତୁ ସେ ଖୋଳି ଯେପରି କେବଳ ବିଜେପି ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଇଚ୍ଛାଧିନ କୋଟାର ଅପପ୍ରୟୋଗ ଲୋକଲୋଚନକୁ ଆଣିଲେ-ତାହା ବିଜେପିକୁ ଅନ୍ୟ ରାଜନୈତିକ ଦଳ ମାନଙ୍କର ଗୋହି ଖୋଳିବା ପାଇଁ ବାଧ୍ୟ କରିଦେଲା । ଆଜି ତେଣୁ ବିରୋଧୀ-ଶାସକ-ପ୍ରଶାସକ ସମସ୍ତେ ଉଲଗ୍ନ । ତେଣୁ ଶୁଦ୍ରକର ସନେ୍ଦହ ଅଳ୍ପଦିନ ଭିତରେ ପରସ୍ପର କୋଳାକୋଳି ଆରମ୍ଭ ହୋଇଯିବ ଓ ଇଚ୍ଛାଧିନ କୋଟା ପ୍ରସଙ୍ଗ କ୍ରମଶଃ ନୀରବ ହୋଇଯିବ-ଠିକ୍ ଖଣି ଦୁର୍ନୀତି ପ୍ରସଙ୍ଗ ନୀରବ ହୋଇଗଲା ଭଳି । -ଶୁଦ୍ରକ

Print Friendly, PDF & Email