ଆନ୍ନା କ’ଣ ଇଣ୍ଡିଆ?

  • 04/09/2015

୭୦ଦଶକରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କର ପ୍ରତିପତ୍ତି ଥିଲା ଅବିସମ୍ବାଦିତ, ସେତେବେଳେ କଂଗ୍ରେସ ଦଳର ସଭାପତି ଦେବକାନ୍ତ ବରୁଆ ଇନ୍ଦିରା ଇଜ୍ ଇଣ୍ଡିଆ (Indira is India) କହି ବେଶ୍ ବିତର୍କିତ ହୋଇପଡ଼ିଥିଲେ । ଚାଟୁକାରିତାର ଅପୂର୍ବ ନମୂନା ପେଶ କରିଥିଲେ । ଏହିଭଳି ଚାଟୁକାରିତା ଏଯାବତ୍ ଦୃଶ୍ୟ ହୋଇନାହିଁ- ଯଦିଓ ଭିନ୍ନ ରୂପରେ ଏହାର ପରିପ୍ରକାଶ ଘଟୁଛି- ଇନ୍ଦିରାଙ୍କର ଉତ୍ତରାଧିକାରୀମାନଙ୍କ ପ୍ରତି । କିନ୍ତୁ ଯେତେବେଳେ ଆନ୍ନା ହଜାରେ ଓ ତାଙ୍କର ଟିମ୍ଆନ୍ନା (Team Anna)ଙ୍କର ପ୍ରସ୍ତାବ ସହ କେହି ଏକମତ ନହେଲେ-ଆନ୍ନା ଓ ତାଙ୍କର ଟିମ୍ ଯେପରି ଏହି ଭିନ୍ନମତକୁ ଭାରତର ଜନସାଧାରଣଙ୍କ ବିରୋଧୀ ବୋଲି ଚିତ୍ରଣ କରୁଛନ୍ତି ବା ଏହାକୁ ଭାରତର ଜନସାଧାରଣଙ୍କ ପ୍ରତି ବିଶ୍ୱାସ ଘାତକତା ବୋଲି ଅତି ଉଚ୍ଚ ସ୍ୱରରେ କହୁଛନ୍ତି- ସେତେବେଳେ ମନଭିତରେ ପ୍ରଶ୍ନ ଉଠୁଛି ଆନ୍ନା କ’ଣ ଇଣ୍ଡିଆ?
ବିଡ଼ମ୍ବନା ଯେ କୋଟି କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳମାନେ ଆନ୍ନାଙ୍କ ଅନଶନରେ କିଛି ହଜାର ଲୋକଙ୍କୁ ଦେଖି ବିଚଳିତ ହୋଇପଡ଼ୁଛନ୍ତି ।
-ଶୁଦ୍ରକ

Print Friendly, PDF & Email