୧୬-୩୧ଜୁନ୍, ୨୦୧୦
ଭୋପାଳ ଗ୍ୟାସ ଦୁର୍ଘଟଣା-ପ୍ରାୟଃ ୨୬ବର୍ଷ ତଳର ଘଟଣା । ଘଟିଥିଲା ୧୯୮୪ମସିହା ଡିସେମ୍ବର ମାସ ତିନିତାରିଖ ଭୋର୍ବେଳାରେ । ପ୍ରାୟଃ ୧୫,୦୦୦ ଲୋକଙ୍କର ହୋଇଥିଲା ମୃତୁ୍ୟ । ପ୍ରାୟଃ ୫ଲକ୍ଷରୁ ଊଦ୍ଧ୍ୱର୍ ଲୋକ ହୋଇଥିଲେ ବିକଳାଙ୍ଗ । ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ଏହି ଦୁର୍ଘଟଣା । ଗ୍ୟାସ ଥିଲା ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ (Methyl Isocyanate): ନିର୍ଗତ ହୋଇଥିବା ବହୁଦେଶୀୟ କମ୍ପାନୀ ୟୁନିୟନ କାର୍ବାଇଡ଼ର ଭାରତୀୟ ଶାଖା କମ୍ପାନୀରୁ । କାହାର ଅବହେଳା ଯୋଗୁଁ ଏତେବଡ଼ ଦୁର୍ଘଟଣା ଘଟିଲା, ତାହାକୁ ସାବ୍ୟସ୍ତ କରିବା ପାଇଁ ଲାଗିଗଲା ୨୬ବର୍ଷ, ତାହା ପୁଣି ବିଚାର ବିଭାଗର ବେଶ୍ ତଳସ୍ତରରେ-ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ । ୯୩ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ ପାଇଲା ୭ଜୁନ୍ ୨୦୧୦ରେ । ଆଠଜଣଙ୍କୁ ଦାୟୀ କରାଯାଇ ଦୁଇବର୍ଷ ଲେଖାଏଁ ଜେଲ୍ଦଣ୍ଡରେ ଦଣ୍ଡିତ କରାଗଲା । ଦଣ୍ଡ ଘୋଷଣା ହେଉ ହେଉ ସେମାନେ ଜାମିନ ପାଇଗଲେ । ଏହି ଆଠଜଣଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ୮୫ବର୍ଷ ବୟସ୍କ କେଶବ ମହିନ୍ଦ୍ରା ଯିଏ ଦୁର୍ଘଟଣା ବେଳେ ଥିଲେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ (non-executive)ଅଧ୍ୟକ୍ଷ । ଏହି କେଶବ ମହିନ୍ଦ୍ରାଙ୍କୁ ୨୦୦୨ମସିହାରେ ଭାରତ ସରକାର ଯେ ପଦ୍ମଭୂଷଣରେ ସମ୍ମାନିତ କରିବାକୁ ଚାହିଁଥିଲେ ଓ ତାହା ଗ୍ରହଣ କରିବାକୁ ସେ ମନାକରିଥିଲେ, ଏହା ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ସେ ମନା କରିଥିଲେ ଏହା ଦର୍ଶାଇ ଯେ, ତାଙ୍କ ନାଁରେ ଭୋପାଳ ଗ୍ୟାସ ଦୁର୍ଘଟଣା କେସ୍ ଚାଲିଛି । ନିଶ୍ଚିତଭାବରେ ଏହା କେଶବ ମହିନ୍ଦ୍ରାଙ୍କର ଉନ୍ନତ ବିବେକିତାର ପରିଚୟ ଦିଏ ବିଶେଷତଃ ଚଳିତବର୍ଷ ପଦ୍ମଭୂଷଣ ଗ୍ରହଣ କରିଥିବା ଚଟୱାଲଙ୍କୁ ନେଇ ଉଠିଥିବା ବିତର୍କର ପୃଷ୍ଠଭୂମିରେ ।
ମୂଳ ଦୁର୍ଘଟଣାଠାରୁ-ଏହି ଦୁର୍ଘଟଣା ଉପରେ ବିଚାରାଳୟର ରାୟ ଅଧିକ ସାଂଘାତିକ ବୋଲି ଗଣମାଧ୍ୟମରେ ମତ ପ୍ରକାଶପାଇଛି । (The verdict on the Bhopal Gas tragedy is more disastrus than the disaster the leak of the poisonous gas engendered’)- ସମ୍ପାଦକୀୟ The New Indian Express- 9Rê^þ, 2010) । ଏହି ରାୟ ଦ୍ୱାରା ନ୍ୟାୟକୁ କବର ଦିଆଗଲା ବୋଲି କ୍ଷୋଭୋକ୍ତି କରିଛନ୍ତି ଆଇନମନ୍ତ୍ରୀ ଏମ୍.ବୀରାପ୍ପା ମୋଇଲି The New Indian Express 8June, 2010) । ଏହି ରାୟ ସାଧାରଣ ସଚେତନ ନାଗରିକଙ୍କୁ ହତବାକ୍ କରିଦେଇଛି: ଏତେବଡ଼ ଦୁର୍ଘଟଣା ଅଥଚ ଏତେ କୋହଳ ଦଣ୍ଡ । ଯଦିଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ସଦ୍ୟ ଅବସର ନେଇ ସହସା ମାନବାଧିକାର କମିଶନର ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଥିବା ମାନ୍ୟବର କେ.ଜି. ବାଲକ୍ରିଷ୍ଣନଙ୍କ ଦୃଷ୍ଟିରେ ଘଟିଥିବା ମୃତୁ୍ୟପଛରେ ଅପରାଧ ମନସା (Criminal intent) ନଥିଲେ ଏହି ମୃତୁ୍ୟକୁ ହତ୍ୟାର ରୂପ ଦିଆଯାଇପାରିବ ନାହିଁ (When there is no Criminal intent, it does not amount to murder-The New Indian Express, 8June, 2010) । ଭୋପାଳ ଗ୍ୟାସ ଦୁର୍ଘଟଣା ଦ୍ୱାରା ଯେଉଁ ସଂଖ୍ୟାରେ ଲୋକ ମଲେ ଓ ବିକଳାଙ୍ଗ ହେଲେ-ତାହାକୁ ଗଣହତ୍ୟା କୁହାଯାଇ ପାରିବ ତ? ବିଚାରପତି ବାଳକୃଷ୍ଣ ଓ ଆଇନ ବିଶେଷଜ୍ଞମାନେ କହିପାରିବେ ଗଣହତ୍ୟା ପାଇଁ ଆମର ଆଇନରେ କେଉଁପ୍ରକାର ବ୍ୟବସ୍ଥା ଅଛି । କିନ୍ତୁ ଆଇନ ବିଶେଷଜ୍ଞମାନଙ୍କ ମତରେ ଯେଉଁ ଦଫାରେ ଅଭିଯୁକ୍ତମାନଙ୍କର ବିଚାର ହେଉଥିଲା-ସେହି ଦଫା ଅନୁସାରେ ଯେଉଁ ଦଣ୍ଡ ଦିଆଯାଇଛି-ତାହାଠାରୁ ଅଧିକ ଦଣ୍ଡ ଦେବା ବେଆଇନ ହୋଇଥାନ୍ତା । ତେଣୁ ରାଜିନ୍ଦର ପୁରୀଙ୍କ ଭଳି ପ୍ରବୀଣ ସାମ୍ବାଦିକମାନେ ଏହିଭଳି ବିପର୍ଯ୍ୟୟରେ କେଉଁପ୍ରକାର ଦଫାର ପ୍ରୟୋଗ ହେବ-ତାହାକୁ ବିଚାର କରିବା ଓ ଆନୁଷଙ୍ଗିକ ପରିବର୍ତ୍ତନ ଆଇନରେ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଇନମନ୍ତ୍ରୀ ମୋଇଲି ମଧ୍ୟ ଏହାର ଆବଶ୍ୟକତା ଉପଲବ୍ଧô କରୁଛନ୍ତି ବୋଲି ସୂଚନା ମିଳୁଛି ।
କିନ୍ତୁ ଯାହା ସମସ୍ତଙ୍କୁ ଚକିତ କରିଦେଇଛି ତାହା ହେଉଛି ଦୁର୍ଘଟଣା ଘଟିବା ଦିନଠାରୁ ଦୁର୍ଘଟଣା ପାଇଁ ଦାୟୀ କରି ଯେଉଁ ବ୍ୟକ୍ତିଙ୍କର ନାଁ ସବୁଠାରୁ ଅଧିକ ଶୁଣାଯାଉଥିଲା- ସେହି ନାଁଟିର ଉଲ୍ଲେଖ ୯୩ପୃଷ୍ଠା ସମ୍ବଳିତ ରାୟର କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । (There was no word about him in the judgement delivered by the CJM 23 years after the trial commenced – the statesman, 8June, 2010) ଏହି ବ୍ୟକ୍ତିଜଣକ ହେଲେ ୟୁନିୟନ କାର୍ବାଇଡ଼ର ମୂଳ କମ୍ପାନୀର ତକ୍ରାଳୀନ ଅଧ୍ୟକ୍ଷ ୱାରେନ ଆଣ୍ଡରସନ-ଯାହାଙ୍କୁ ବର୍ତ୍ତମାନ ବୟସ ୮୯ । ଏହି ଦୁର୍ଘଟଣା ପାଇଁ ଦୁର୍ଘଟଣା ଘଟିବାର ମାତ୍ର ୪ଦିନ ପରେ ଅର୍ଥାତ ୭ଡିସେମ୍ବର ୧୯୮୪ଦିନରେ ଭୋପାଳଠାରେ ଗିରଫ ହୋଇଥିଲେ । ଅଥଚ ତାଙ୍କ ବିଷୟରେ ପଦେ ମଧ୍ୟ ଉଲ୍ଲେଖ କରାଗଲା ନାହିଁ ଏହି ରାୟରେ । ଅପରପକ୍ଷରେ ଆଣ୍ଡରସନଙ୍କୁ ଜାମିନରେ ଖଲାସ କରିବା ଓ ତାଙ୍କର ପ୍ରତ୍ୟାର୍ପଣ(ରଙ୍ଘଗ୍ଧକ୍ସବୟସଗ୍ଧସକ୍ଟଦ୍ଭ)ପାଇଁ ଆଗ୍ରହ ନ ଦେଖାଇବାର ଯେଉଁ ଚାଞ୍ଚଲ୍ୟକର ବିବରଣୀମାନ ପ୍ରକାଶ ପାଉଛି (ଦ୍ରଷ୍ଟବ୍ୟ: ‘ଐକ୍ଟଙ୍ଗ ଇଦ୍ଭୟରକ୍ସଗ୍ଦକ୍ଟଦ୍ଭ ଶକ୍ଟଗ୍ଧ ଭବସକ୍ଷ…’ ଞଷର ଗ୍ଦଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୦ଔଙ୍କଦ୍ଭର, ୨୦୧୦; ‘ଏକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ କ୍ଷରଗ୍ଧ କ୍ଟଲଲ ଙ୍ଗବକ୍ସକ୍ସରଦ୍ଭ: ଲକ୍ଟକ୍ସଜ୍ଞରକ୍ସ ଉଈଓ କ୍ଟଲଲସମରକ୍ସ’ ଗ୍ଧଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୯ ଔଙ୍କଦ୍ଭର, ୨୦୧୦) । ତାକୁ ପଢ଼ିଲାପରେ ଏହା କହିବା ଅଯୌକ୍ତିକ ହେବନାହିଁ ଯେ, ‘ଭୋପାଳ ଉପରେ ପ୍ରକୃତ ରାୟ ବହୁବର୍ଷ ତଳୁ ହିଁ ଦିଆଯାଇ ସରିଛି ଯେତେବେଳେ ଭାରତର ରାଜନୈତିକ, ପ୍ରଶାସନିକ ଅନୁସନ୍ଧାନୀ ଓ ବିଚାର ବିଭାଗର କର୍ତ୍ତୃପକ୍ଷ ମିଳିତଭାବେ ସାଧାରଣ ନାଗରିକର ସ୍ୱାର୍ଥକୁ ସୁରକ୍ଷା ଦେବାର ମୌଳିକ କର୍ତ୍ତବ୍ୟରୁ ଓହରିଗଲେ’ (ଞଷର ‘କ୍ସରବକ୍ଷ ଔଙ୍କୟଶରଜ୍ଞରଦ୍ଭଗ୍ଧ’ କ୍ଟଦ୍ଭ ଈଷକ୍ଟକ୍ଟ୍ରବକ୍ଷ ଙ୍ଗବଗ୍ଦ ୟରକ୍ଷସଙ୍ଖରକ୍ସରୟ ଚ୍ଚରବକ୍ସଗ୍ଦ ବଶକ୍ଟ ଙ୍ଗଷରଦ୍ଭ ‘ବଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ’ ସଦ୍ଭ ଓଦ୍ଭୟସବ- କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ, ବୟଜ୍ଞସଦ୍ଭସଗ୍ଦଗ୍ଧକ୍ସବଗ୍ଧସଙ୍ଖର, ସଦ୍ଭଙ୍ଖରଗ୍ଦଗ୍ଧସଶବଗ୍ଧସଙ୍ଖର ବଦ୍ଭୟ ହଙ୍କୟସମସବକ୍ଷ- ମକ୍ଟକ୍ଷକ୍ଷରମଗ୍ଧସଙ୍ଖରକ୍ଷଚ୍ଚ ଭବମଳରୟ କ୍ଟଲଲ ଲକ୍ସକ୍ଟଜ୍ଞ ବ ଭବଗ୍ଦସମ ୟଙ୍କଗ୍ଧଚ୍ଚ ଗ୍ଧକ୍ଟ ଗ୍ଦବଲରଶଙ୍କବକ୍ସୟ ଗ୍ଧଷର ସଦ୍ଭଗ୍ଧରକ୍ସରଗ୍ଦଗ୍ଧଗ୍ଦ କ୍ଟଲ ଗ୍ଧଷର ମକ୍ଟଜ୍ଞଜ୍ଞକ୍ଟଦ୍ଭ ମସଗ୍ଧସଚ୍ଛରଦ୍ଭ’- ‘ଋଗ୍ଧରକ୍ସଦ୍ଭବକ୍ଷ ଭକ୍ଷକ୍ଟଗ୍ଧ! ଈଷକ୍ଟକ୍ଟ୍ରବକ୍ଷ ଙ୍ଗବଗ୍ଦ ‘କ୍ଷକ୍ଟଗ୍ଦଗ୍ଧ’ କ୍ଷକ୍ଟଦ୍ଭଶ ବଶକ୍ଟ,’ସମ୍ପାଦକୀୟ ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୯ଔଙ୍କଦ୍ଭର, ୨୦୧୦)
ତା’ନହେଲେ ଭୋପାଳର ତକ୍ରାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ମୋତି ସିଂହ କୁହନ୍ତେ ନାହିଁ ଯେ, ‘ସେମାନେ (ଆଣ୍ଡରସନ୍ ଓ ଅନ୍ୟମାନେ) ବମ୍ବେରୁ ଆସି ଭୋପାଳ ବିମାନ ବନ୍ଦରରେ ଯେତେବେଳେ ଅବତରଣ କଲେ, ତାଙ୍କୁ ତୁରନ୍ତ ପୁଲିସ ଜିମା ଦିଆଗଲା ଓ ୟୁନିୟନ କାର୍ବାଇଡ଼୍ର ଅତିଥି ଭବନକୁ ନିଆଗଲା । ସେମାନେ ଗିରଫ ହେଲେ ବୋଲି ତାଙ୍କୁ ଜଣାଇ ଦିଆଗଲା ଓ ତିନୋଟି ଅଲଗା ଅଲଗା କୋଠରୀରେ ସେମାନଙ୍କୁ ରଖାଗଲା । ଗିରଫଦାରୀର ସମସ୍ତ ଔପଚାରିକତାକୁ ସମ୍ପୂର୍ଣ୍ଣ କରାଗଲା । ଅପରାହ୍ଣ ପ୍ରାୟ ୨ଟା ବେଳେ (୭ଡିସେମ୍ବର ୧୯୮୪) ତକ୍ରାଳୀନ ମୁଖ୍ୟ ଶାସନ ସଚିବ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଡକାଇଲେ ଓ ନିଦେ୍ର୍ଧଶଦେଲେ ଯେ ଆଣ୍ଡରସନ୍ଙ୍କୁ ଖଲାସ କର ଓ ବିମାନ ବନ୍ଦରରେ ଅପେକ୍ଷା କରିଥିବା ବିମାନରେ ତାଙ୍କୁ ବସାଇଦେଇ ଆସ । ଆଣ୍ଡରସନ୍ ଦିଲ୍ଲୀ ଯିବେ । ଏହି ନିଦେ୍ର୍ଧଶ ଅନୁସାରେ ଆମେ ଯାଇ ଆଣ୍ଡରସନ୍ଙ୍କୁ ଜାମିନ ଦେବାର ସମସ୍ତ ପ୍ରକାର ବ୍ୟବସ୍ଥା କଲୁ । ତାଙ୍କୁ ଜାମିନରେ ଖଲାସ କଲୁ ଓ ବିମାନବନ୍ଦରକୁ ଯାଇ ବିମାନରେ ବସାଇଦେଇ ଆସିଲୁ ।’ ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଅର୍ଜୁନ ସିଂହ । ନୂଆଦିଲ୍ଲୀରୁ ଏକ ରହସ୍ୟମୟ ଟେଲିଫୋନ୍ ବାର୍ତ୍ତା (ଗଚ୍ଚଗ୍ଦଗ୍ଧରକ୍ସସକ୍ଟଙ୍କଗ୍ଦ ଚଷକ୍ଟଦ୍ଭର ମବକ୍ଷକ୍ଷ ଲକ୍ସକ୍ଟଜ୍ଞ ଘରଙ୍ଗ ୟରକ୍ଷଷସ) ପାଇ ସେ ଆଣ୍ଡରସନଙ୍କ ଖଲାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ବୋଲି ଅଭିଯୋଗ । ଏହି ଅଭିଯୋଗକୁ ଖଣ୍ଡନ କରିନାହାନ୍ତି କିନ୍ତୁ କିଏ ଫୋନ୍ କରିଥିଲେ ସେ ରହସ୍ୟକୁ ଖୋଲିବା ପାଇଁ ମନା କରିଦେଇଛନ୍ତି । ସେହିଭଳି ଆଣ୍ଡରସନ୍ଙ୍କର ପ୍ରତ୍ୟାର୍ପଣ ଉପରେ ଜୋର ନଦେବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଚାପ ପକାଉଥିଲା ବୋଲି ଅଭିଯୋଗ କରିଛନ୍ତି ସେତେବେଳେ ତଦନ୍ତ ଦାୟିତ୍ୱରେ ଥିବା ସିବିଆଇ ଅଫିସର ଶ୍ରୀ ବି.ଆର୍ ଲାଲ ।
କହିବାବାହୁଲ୍ୟ ଯେ ମୂଳ ୟୁନିୟନ କାର୍ବାଇଡ଼ର ତକ୍ରାଳୀନ ମାର୍କିନ ଅଧ୍ୟକ୍ଷ ଆଣ୍ଡରସନ୍ଙ୍କୁ ସମସ୍ତପ୍ରକାର ସୁରକ୍ଷା ଦେବାପାଇଁ ଉଦ୍ୟମ ହୋଇଛି ଭାରତର ଶାସକବର୍ଗଙ୍କ ଦ୍ୱାରା । ତାଙ୍କୁ ପଳାତକ ଘୋଷଣା କରି ଆଶ୍ୱସ୍ତ ହୋଇଯାଇଛନ୍ତି ।
ଶୁଦ୍ରକ ମନରେ କିନ୍ତୁ କେତୋଟି ପ୍ରଶ୍ନ ଉଠିଛି ।
– ଏହିଭଳି ରାୟ ପ୍ରକାଶ ପାଇବାରେ ଆଉ ଦଶବର୍ଷ ବିଳମ୍ବ ହୋଇଥିଲେ କ୍ଷତି କ’ଣ ହୋଇଥାନ୍ତା? ଅବଶ୍ୟ ଯେଉଁମାନେ ଦଣ୍ଡିତ ହେଲେ ଓ ତାଙ୍କର ବର୍ତ୍ତମାନ ବିଚାର ଯାହା ସେମାନଙ୍କ ଭିତରୁ ଅନେକେ ବା ସମସ୍ତେ ଦିବଂଗତ ହୋଇଯାଇଥାନ୍ତେ । ସମୁଦାୟ ମାମଲାଟି ନିରର୍ଥକ (infractuous) ହୋଇଯାଇଥାନ୍ତା ।
– ବର୍ତ୍ତମାନ ସମୟରେ ଯେତେବେଳେ ସିଭିଲ ନୁ୍ୟକ୍ଲିଅର ଲାଏବିଲିଟିଜ (Civil Nuclear Liabilities Bill) ବିଲ୍କୁ ସଂସଦରେ ଗୃହୀତ କରାଇଦେବା ପାଇଁ କଂଗ୍ରେସ ଦଳର ପ୍ରବଳ ବ୍ୟାକୁଳତା- ସେତେବେଳେ ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମସ୍ତ ସମ୍ଭାବନା ବହନ କରୁଥିବା ଏହି ରାୟ ପ୍ରକାଶ ପାଇବା ପଛରେ ରହସ୍ୟ କ’ଣ? ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ସହସା ବିବୃତି ଆସିଛି ଯେ ଏହି ରାୟର କୌଣସି ପ୍ରତିକୂଳ ପ୍ରଭାବ ନୁ୍ୟକ୍ଲିଅର ଲାଏବିଲିଟିଜ ବିଲ୍ରେ ଗୃହୀତ ହେବା ପ୍ରକ୍ରିୟା ଉପରେ ପଡ଼ିବ ନାହିଁ । (this case would not affect the passage of the Civil Nuclear Bill in India- The New Indian Express, 9June, 2010) – ବିଜେପି ଶାସିତ ରାଜ୍ୟର ଜଣେ ବିଚାର ବିଭାଗୀୟ ଅଫିସର ଏପରି ରାୟ ଦେଇ ନୁ୍ୟକ୍ଲିଅର ଲାଏବିଲିଟିଜ ବିଲ୍ ପ୍ରତି ବିଜେପିର ବିରୋଧକୁ ଅଧିକ ଶାଣିତ କରିଦେଇ ନାହାନ୍ତି କି?
-ଶୁଦ୍ରକ