୧୬-୩୧ଜୁଲାଇ, ୨୦୧୦
ଏକଦା ସାରାଦେଶରେ ଚହଳ ପକାଇଥିଲା ଆନ୍ଧ୍ରପ୍ରଦେଶର ଜିଲ୍ଲା ନେଲୋରର ଗାଁ ଦୁର୍ଗାବନ୍ତ । ଏଠାକାର ମହିଳାମାନେ ତାଙ୍କ ଗାଁରେ ଥିବା ମଦଭାଟି ବିରୁଦ୍ଧରେ ଏକାଠି ହୋଇଥିଲେ ଓ ଏକ ବେସାଲିସ୍ ଆନେ୍ଦାଳନ ଆରମ୍ଭ କରିଥିଲେ । ମଦବିରୋଧୀ ଆନେ୍ଦାଳନର ଆଧୁନିକ ଇତିହାସରେ ଏହି ଗାଁକୁ ଅଣଦେଖା କରିହେବ ନାହିଁ । ଏହି ଆନେ୍ଦାଳନର ପ୍ରଭାବ ଏପରି ବ୍ୟାପିଲା ଯେ, ଆନ୍ଧ୍ରପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଏନ୍.ଟି.ରାମାରାଓ ଆନ୍ଧ୍ରପ୍ରଦେଶକୁ ଏକ ମଦମୁକ୍ତ ରାଜ୍ୟରେ ପରିଣତ କରିଦେଲେ । ମଦବିକ୍ରିକୁ ନିଷେଧ କରିଦେଲେ ସାରା ଆନ୍ଧ୍ରପ୍ରଦେଶରେ । ବର୍ତ୍ତମାନ ଅବଶ୍ୟ ଏହି ନିଷେଧାଜ୍ଞା ଆଉ ନାହିଁ ।
କିନ୍ତୁ ଐତିହାସିକ ଦୁର୍ଗାବନ୍ତ ଗାଁଟିର ବର୍ତ୍ତମାନ ସ୍ଥିତି କ’ଣ? ଏହା ଆଉ ମଦମୁକ୍ତ ଅଞ୍ଚଳ ହୋଇ ନାହିଁ । ଏଠାରେ ଅନୁ୍ୟନ ପାଞ୍ଚଟି ବେଆଇନ ମଦଦୋକାନ ଖୋଲିଛି ଓ ଏହି ଦୋକାନମାନଙ୍କରେ ଭିଡ଼ ସବୁସମୟରେ ଅଛି । ଯଦିଓ ବଞ୍ଚôଛନ୍ତି ସେ ସମୟରେ ଆନେ୍ଦାଳନକୁ ନେତୃତ୍ୱ ଦେଇଥିବା ବର୍ଦ୍ଧାନେନୀ ସୋସାମ୍ନା ଯିଏ ଦୁର୍ଗାବନ୍ତ ସୋସାମ୍ନା ନାମରେ ମଧ୍ୟ ଥିଲେ ପରିଚିତ । ଆଜି ତାଙ୍କୁ ବୟସ ୮୩ବର୍ଷ । ସେ କିନ୍ତୁ ଆଜି ନୀରବ । କାହିଁକି? ତା’ର ଉତ୍ତରରେ ସେ କହନ୍ତି, ‘ଯେଉଁ ମହିଳାମାନେ ଏକଦା ମୋ ସହିତ ମିଶି ମଦବିରୋଧୀ ଆନେ୍ଦାଳନ କରୁଥିଲେ ସେମାନେ ତ ଆଜି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପୁରୁଷମାନଙ୍କ ସହିତ ମଦ ଦୋକାନ କରିବାକୁ ଲାଇସେନ୍ସ ପାଇଁ । ଯେଉଁଦିନ ମୁଁ ଏକଥା ଶୁଣିଲି- ମୁଁ ସାରାଦିନ କାନ୍ଦିଛି । ସବୁଠାରୁ ମୋତେ ବେଶୀ ବାଧୁଛି ଯେ ମୋର ପ୍ରତିବେଶୀ ମହିଳାମାନେ ବେଆଇନ ମଦ ଦୋକାନ ଚଳାଉଛନ୍ତି ।’ (ଦ୍ରଷ୍ଟବ୍ୟ: ‘the anti-arrack movement pioneers are now vying to get liquor licences’- I. Witness. section-Z, Sunday Express, 4July 2010)ଏହି ଘଟଣାଟି ଯେତେ ଅନ୍ତର୍ଦାହର କାରଣ ହେଲେ ମଧ୍ୟ ଏହିଭଳି ଘଟଣା ବାରମ୍ବାର ଘଟିଚାଲିଛି । ଏକଦା ଯିଏ ଶୋଷଣ ବିରୁଦ୍ଧରେ ଲଢ଼େଇ କରିଥିଲା ସେ ନିଜେ ଶୋଷକ ହୋଇଯାଉଛି । ରାଜତନ୍ତ୍ର ବିରୋଧରେ ଲଢ଼ିଥିବା ନେପୋଲିଅନ ନିଜକୁ ସମ୍ରାଟ ବୋଲି ଘୋଷଣା କରିଛି । ଶପଥ ଦେଇ ବିପ୍ଳବୀ ଦଳ ମାନଙ୍କରେ ମିଶିଥିବା ଅନେକେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଦଳମାନଙ୍କୁ ଖସି ଯାଉଛନ୍ତି । ଛାତ୍ରାବସ୍ଥାରେ ବାମପନ୍ଥୀ, ପରବର୍ତ୍ତୀ କାଳରେ ଦକ୍ଷିଣପନ୍ଥୀ ରାଜନୀତିରେ ସକ୍ରିୟ ହେବାର ଦୃଶ୍ୟ ତ ଅତି ସାଧାରଣ ହୋଇଗଲାଣି । ଏହା ତ ଭିନ୍ନ କଥା ଯେ, ଅନେକ ବାମପନ୍ଥୀ ଦଳ ଯେଉଁମାନେ କ୍ଷମତାର ସ୍ୱାଦ ଚାଖିଲେଣି- ସେମାନେ ଦକ୍ଷିଣପନ୍ଥୀ ଦଳଗୁଡ଼ିକର ଆଚରଣକୁ ଅନୁସରଣ କରିବା ଆରମ୍ଭ କରିଦେଲେଣି ଓ ବାମପନ୍ଥୀ-ଦକ୍ଷିଣପନ୍ଥୀ ଭିତରେ ଫରକକୁ ନାମମାତ୍ର କରିଦେଲେଣି । ତେଣୁ ନେଲୋର ଜିଲ୍ଲାର ଦୁର୍ଗାବନ୍ତ ଗାଁର ଏକଦା ମଦବିରୋଧୀ ଆନେ୍ଦାଳନରେ ସକ୍ରିୟ ମହିଳାମାନଙ୍କ ମଧ୍ୟରୁ ଅନେକେ ଯଦି ମଦ ଦୋକାନ ଖୋଲିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତା’ହେଲେ ସେମାନେ ଏକ ସ୍ୱାଭାବିକ ପ୍ରବାହରେ ହିଁ ଭାସିବା ଆରମ୍ଭ କରିଛନ୍ତି-ବର୍ଦ୍ଧାନେନୀ ସୋ ସାମ୍ନାଙ୍କୁ ଏକାକୀ କରିଦେଇଛନ୍ତି । ଗାନ୍ଧୀ ବି ତ’ ଶେଷକୁ ଏକା ହୋଇଗଲେ?
-ଶୁଦ୍ରକ