୧-୧୬ ମଇ ୨୦୦୭
କ୍ଷୁଦ୍ରଋଣର ଧାରଣା ବଙ୍ଗଳାଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କର । ଏହି ଧାରଣାର ସ୍ରଷ୍ଟା ହୋଇଥିବାରୁ ତାଙ୍କୁ ଏବେ ଦିଆଯାଇଛି ନୋବେଲ ଶାନ୍ତି ପୁରସ୍କାର । କ୍ଷୁଦ୍ରଋଣ ସମ୍ପର୍କରେ ପ୍ରଚାର ଯେ ଏହାଦ୍ୱାରା ଗରିବ ଲୋକଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଏହିଭଳି ଋଣ ବଙ୍ଗଳାଦେଶରେ ଦିଏ ଗ୍ରାମୀଣ ବ୍ୟାଙ୍କ । ଏଯାବତ୍ ବଙ୍ଗଳାଦେଶର ୪୦ଲକ୍ଷ ପରିବାର ବା ଜନସଂଖ୍ୟାର ଶତକଡ଼ା ୧୫ଭାଗ ଲୋକଙ୍କୁ କ୍ଷୁଦ୍ର ଋଣ ଦ୍ୱାରା ବାନ୍ଧି ଦିଆଯାଇ ପାରିଛି । ସମସ୍ତେ ଜାଣନ୍ତି ଯେ ପୃଥିବୀର ସବୁଠାରୁ ଦରିଦ୍ର ରାଷ୍ଟ୍ରମାନଙ୍କ ଭିତରେ ବଙ୍ଗଳାଦେଶର ଗଣତି । ତେଣୁ ଦାରିଦ୍ର୍ୟ ଦୂରୀକରଣର କିସମ କିସମ ଯୋଜନାର ସବୁଠାରୁ ବଡ଼ବଜାର ବଙ୍ଗଳାଦେଶ – ହେବା ସ୍ୱାଭାବିକ । ତେଣୁ ଯେଉଁମାନେ ବଙ୍ଗଳାଦେଶ ଯାଇଛନ୍ତି – ସେମାନେ ସେଠାକାର ଚରମ ଦାରିଦ୍ର୍ୟ ଯେପରି ଦେଖନ୍ତି – ସେପରି ମଧ୍ୟ ଦେଖାଇଥାନ୍ତି – ବିରାଟ ବିରାଟ ଏନ୍.ଜି.ଓ.ଙ୍କର ଧନାଢ଼୍ୟ ବିଚରଣ । ଦାରିଦ୍ର୍ୟ ଦୂରୀକରଣରେ ଉନ୍ମାଦ ମାତିବାର ଦୃଶ୍ୟ ।
କ୍ଷୁଦ୍ରଋଣ – ଦାରିଦ୍ର୍ୟ ଦୂରୀକରଣର ଏକ ଯୋଜନା । କିନ୍ତୁ ଏହା ଯେ ଦାରିଦ୍ର୍ୟ ବୃଦ୍ଧି କରୁଛି – ତାହାହିଁ ଏକ ବିସ୍ମୟ । କିନ୍ତୁ ଏହା କ୍ଷେତ୍ର ଅଧ୍ୟୟନର ନିଷ୍କର୍ଷ ଓ ଏହି ଅଧ୍ୟୟନ କରିଛନ୍ତି ବଙ୍ଗଳାଦେଶର ଅର୍ଥନୀତିଜ୍ଞ ମାନେଯେଉଁମାନେ ମହମ୍ମଦ ୟୁନୁସଙ୍କର ସମସାମୟିକ ଏବଂ ଏକଦା ତାଙ୍କଠାରୁ ଏହି କ୍ଷୁଦ୍ରଋଣ ଧାରଣା ଦ୍ୱାରା ହୋଇଥିଲେ ବେଶ ପ୍ରଭାବିତ । ମହମ୍ମଦ ୟୁନୁସଙ୍କର ଛାତ୍ରାବସ୍ଥାରୁ ବନ୍ଧୁ ତାଜହାସ୍ମୀ ଲେଖନ୍ତି – ‘ମୁଁ ଚିଟ୍ଟାଗଙ୍ଗ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଦିନରୁ ବ୍ୟକ୍ତିଗତ ଭାବେ ୟୁନୁସଙ୍କୁ ଜାଣେ । ସେ ଏପରି ଜଣେ ମଣିଷ ନୁହନ୍ତି ଯିଏ ଏହି ଯୋଜନାରୁ ପଇସା କରିବେ । ତେଣୁ ସମସ୍ୟା କେଉଁଠି? ମୁଁ ଗ୍ରାମୀଣ ବ୍ୟାଙ୍କର ଏକଦା ଏକ ବଡ଼ ପ୍ରଶଂସକ ଥିଲି । ଢଢଢଢ ୨୦୦୨ ମସିହାରେ ମୁଁ କମିଲା, ସିଲ୍ହଟ ଏବଂ ଢାକ୍କା ଜିଲ୍ଳାର କେତୋଟି ଗାଁରେ ମୋ ଛାତ୍ରମାନଙ୍କ ସହ ୨ମାସ କଟାଇଛି । ମୋ ଛାତ୍ରମାନେ ମୋତେ କହିଲେ ଯେ, ଯେଉଁ ଗାଁରେ ଗ୍ରାମୀଣ ବ୍ୟାଙ୍କର ପ୍ରବେଶ ହୋଇନାହିଁ – ସେହି ଗାଁର ଲୋକେ ତୁଳନାତ୍ମକ ଭାବେ ଗ୍ରାମୀଣ ବ୍ୟାଙ୍କ ପ୍ରବେଶ କରିଥିବା ଗାଁର ଲୋକଙ୍କଠାରୁ ସ୍ୱଚ୍ଛଳ । କେତେକ ଗାଁର ଲୋକେ ତ ଗର୍ବର ସହ କହିଥିଲେ ଯେ, ସେମାନେ ଗ୍ରାମୀଣ ବ୍ୟାଙ୍କକୁ ତାଙ୍କ ଗାଁରେ ଶାଖା ଖୋଲିବା ପାଇଁ ଦେଲେନାହିଁ । ଯାହା ଫଳରେ ସେମାନେ ତାଙ୍କର ପ୍ରତିବେଶୀମାନଙ୍କଠାରୁ ଯଥେଷ୍ଟ ଭଲରେ ଅଛନ୍ତି । (ଦ୍ରଷ୍ଟବ୍ୟ – ଭରତ ଝୁନ୍ଝୁନ୍ୱାଲାଙ୍କର ପ୍ରବନ୍ଧ Expansion of Poverty : The dangers of Micro-finance, The Statesman 23, April, 2007) ଏହାର କାରଣ ଖୁବ୍ ସ୍ପଷ୍ଟ । ଋଣ କରି ଗାଈ କିଣି କ୍ଷୀର ବିକୁଥିବା ଲୋକର ଆୟ ନିଶ୍ଚିତ ଭାବେ ଋଣ ନକରି ଗାଈ କିଣିଥିବା ଲୋକଠାରୁ କମ୍ । କାରଣ ତାହାର ସ୍ୱଳ୍ପ ଆୟରୁ ତାକୁ ସୁଧ ଦେବାକୁ ପଡ଼ିଥାଏ, ଯାହା ଋଣ ନ କରିଥିବା ଲୋକଟିକୁ ଦେବାକୁ ପଡ଼ିନଥାଏ । ଅଥଚ ଦୁହିଁଙ୍କର ବ୍ୟବସାୟ ଗୋଟିଏ ବଜାରରେ ହୁଏ, ଗୋଟିଏ ମୂଲ୍ୟରେ ବିକ୍ରି ହୁଏ ଓ ଉପôାଦନ ମଧ୍ୟ ଗୋଟିଏ ପଦ୍ଧତିରେ ହୁଏ । ତେଣୁ ଭରତ ଝୁନ୍ଝୁନ୍ୱାଲାଙ୍କର ମତରେ ଋଣ ନ କରିଥିବା ବ୍ୟକ୍ତି ଋଣ କରିଥିବା ବ୍ୟକ୍ତିଠାରୁ ସ୍ୱାଭାବିକ ସ୍ୱଚ୍ଛଳ ।
କିନ୍ତୁ କ୍ଷୁଦ୍ରଋଣର ମଜା ଦିଗଟି ହେଉଛି ଯେ, ଏହା ଗରିବଙ୍କଠାରୁ ତାଙ୍କ ଆୟକୁ ଶୋଷିନିଏ ଅଥଚ ବେଶୀ ପୀଡ଼ା ଦିଏନାହିଁ । ବରଂ ଗରିବ ଋଣୀ ଋଣ ଦେଉଥିବା ଅନୁଷ୍ଠାନ ବା ବ୍ୟକ୍ତିପାଖରେ କୃତଜ୍ଞ ରହେ – ଜାଣିପାରେ ନା ଯେ, ସେ ତାର ଦାରିଦ୍ର୍ୟକୁ କିପରି ବଢ଼ାଇ ଚାଲିଛି । ମଦୁଆ ତାକୁ ପଇସା ଦେଉଥିବା ବ୍ୟକ୍ତି ବା ଗୋତି ଖଟୁଥିବା ଶ୍ରମିକ ତାର ମହାଜନ ପ୍ରତି ଯେପରି କୃତଜ୍ଞତା ଜଣାଏ, ଠିକ୍ ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ – କ୍ଷୁଦ୍ରଋଣ ଯୋଗାଉଥିବା ଅନୁଷ୍ଠାନଗୁଡ଼ିକ ପ୍ରତି କୃତଜ୍ଞତା ଜଣାଇଥାନ୍ତି ବୋଲି ଭରତ ଝୁନ୍ଝୁନ୍ୱାଲଙ୍କର ମତ ।
ପ୍ରଫେସର ଝୁନ୍ଝନ୍ ୱାଲାଙ୍କ ମତରେ ବଙ୍ଗଳାଦେଶ ଏବଂ ଭାରତବର୍ଷର ସରକାରମାନେ ତଥା ବିଦେଶୀ ପୁଞ୍ଜି ଯୋଗାଣ ସଂସ୍ଥାମାନେ କ୍ଷୁଦ୍ରଋଣ ଯୋଗାଣକୁ ପ୍ରୋତ୍ସାହିତ କରୁଛନ୍ତି କାରଣ ଏହି ଆନେ୍ଦାଳନ ଗରିବ ମାନଙ୍କ ମଧ୍ୟରେ ଅଶାନ୍ତି ବଢ଼ିବାକୁ ନିୟନ୍ତ୍ରଣ ଭିତରେ ରଖିପାରୁଛି – ତାଙ୍କ ଭିତରେ ଗୋଟିଏ ଧାରଣା ସୃଷ୍ଟି କରାଇ ପାରୁଛି ଯେ, ସରକାର ତାଙ୍କ ପାଇଁ କିଛି କରୁଛି ।
ଅପରପକ୍ଷରେ ବଡ଼ବଡ଼ ବ୍ୟାଙ୍କ ଯେଉଁମାନେ ତାଙ୍କର ପୁଞ୍ଜି ଦେଇ ଗରିବଙ୍କ ନିକଟରେ ପହଞ୍ଚô ପାରିନଥିଲେ, ସେମାନେ ଏହା ମାଧ୍ୟମରେ ବିଶେଷ ଝଞ୍ଜଟ ନଥାଇ, ଗରିବଙ୍କର ଏକ ବିରାଟ ଗ୍ରାହକ ପାଖରେ ପହଞ୍ଚô ଯାଇଛନ୍ତି । ଯେଉଁମାନେ ମହାଜନ ବା ବ୍ୟାଙ୍କ ପାଖକୁ ଯାଉନଥିଲେ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀର ମାୟାଜାଲରେ ପଡ଼ି କ୍ଷୁଦ୍ରଋଣର ଗରାଖ ହୋଇଯାଇଛନ୍ତି । ଭରତ ଝୁନ୍ଝୁନ୍ୱାଲାଙ୍କ ମତରେ ଦାରିଦ୍ର୍ୟର ଶାନ୍ତିପୂର୍ଣ୍ଣ ପ୍ରସାର ଏତଦ୍ୱାରା ବେଶ ସମ୍ଭବ ହେଉଛି ।
ଜ୍ଜ ଭରତ ଝୁନ୍ଝୁନ୍ୱାଲା ଆଇ.ଆଇ.ଏମ୍. (ବାଙ୍ଗାଲୋର)ର ଜଣେ ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସରକ୍ର